ମିତା ନୂର
ମିତା ନୂର | |
|---|---|
| ଜନ୍ମ | ୨୮ ସେପ୍ଟେମ୍ବର ୧୯୭୧ ଦାଉଦଖଣ୍ଡି ଉପଜିଲ୍ଲା, କୋମିଲ୍ଲା ଜିଲ୍ଲା |
| ମୃତ୍ୟୁ | ୧ ଜୁଲାଇ ୨୦୧୩ (ବୟସ ୪୨) |
| ମୃତ୍ୟୁର କାରଣ | ଫାଶୀ ଦେଇ ଆତ୍ମହତ୍ୟା |
| ବୃତ୍ତି(ସମୂହ) | ମଡେଲ୍, ଅଭିନେତ୍ରୀ |
| ବୈବାହିକ-ସାଥୀ | ଶାହାନୁର ରହମାନ ମଜୁମଦାର |
| ପିତାମାତା | |
ସବିନା ଯସ୍ମିନ ମିତା ନୂର (ମଞ୍ଚ ନାମ ମିତା ନୂର; ଜନ୍ମ: ୨୮ ସେପ୍ଟେମ୍ବର ୧୯୭୧; ମୃତ୍ୟୁ: ୧ ଜୁଲାଇ ୨୦୧୩)[୨] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍ ଥିଲେ ।[୧] ୧ ଜୁଲାଇ ୨୦୧୩ରେ, ସେ ଢାକାର ଗୁଲଶାନ ସ୍ଥିତ ତାଙ୍କ ବାସ ଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।[୧][୩]
ଅଭିନୟ ଜୀବନ
[ସମ୍ପାଦନା]ଜଣେ ଶିଶୁ କଳାକାର ଭାବରେ, ସେ ବୁଲ୍ବୁଲ୍ ଲଳିତକଳା ଏକାଡେମୀରେ ଭରତନାଟ୍ୟମ ଶିକ୍ଷା କରିଥିଲେ ।[୪] ୧୯୮୯ ମସିହାରେ, ସେ ବାଂଲାଦେଶ ଟେଲିଭିଜନରେ, ସାପ୍ତାହିକ ଡ୍ରାମା ସାଗର ସେଚାର ସ୍ୱଧ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଟିଭି ବିଜ୍ଞାପନରେ, ସେ ଜଣେ ମଡେଲ୍ ଭାବରେ କାମ କରିଥିଲେ ।[୨] ୨୦୧୧ ମସିହାରେ, ସେ ଏକ କ୍ଷୁଦ୍ର ନାଟକ ଚୱଙ୍ଗାଲିର ନିର୍ଦ୍ଦେଶନା ଦେଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ବ୍ୟବସାୟୀ ଶାହାନୁର ରହମାନ ମଜୁମଦାରଙ୍କୁ ବିବାହ କରିଥିଲେ ।[୧] ଉଭୟ ଦମ୍ପତିଙ୍କର ଦୁଇଜଣ ପୁତ୍ର ସନ୍ତାନ ଅଛନ୍ତି ।[୫]
ମୃତ୍ୟୁ
[ସମ୍ପାଦନା]୨୦୧୩ ମସିହାର ଜୁଲାଇ ୧ ତାରିଖରେ, ୪୨ ବର୍ଷ ବୟସରେ ସେ ତାଙ୍କ ବାସ ଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ, ସେ ବିଶାଦଗ୍ରସ୍ତ ଥିଲେ ।[୧][୩]
ଆଧାର
[ସମ୍ପାଦନା]- 1 2 3 4 5 "Actress Mita Noor found dead". The Daily Star. July 1, 2013. Archived from the original on March 4, 2016. Retrieved August 25, 2015.
- 1 2 3 "'Mita Noor killed herself'". bdnews24. July 1, 2013. Retrieved August 25, 2015.
- 1 2 "Mita Noor committed suicide, says final autopsy report". August 28, 2013. Archived from the original on January 27, 2016. Retrieved August 25, 2015.
- ↑ Mahmuda Afroz (November 3, 2006). "Mita Noor: Transition from modelling to acting". The Daily Star. Archived from the original on January 27, 2016. Retrieved August 25, 2015.
- ↑ "Bangladeshi whizkid on the block". The Daily Star. August 23, 2009. Archived from the original on March 4, 2016. Retrieved August 25, 2015.