ମାସିକ ଧର୍ମଜନିତ ଛୁଟି

ଉଇକିପିଡ଼ିଆ‌ରୁ
(ମାସିକ ଧର୍ମରୁ ଲେଉଟି ଆସିଛି)

ରୁତୁଶ୍ରାବ ଜନିତ ଛୁଟି ଏକ ଏମିତି ଛୁଟି ଯେଉଁଠି ମହିଳାମାନଙ୍କର ଏକ ପ୍ରକାର ନିଜର ପସନ୍ଦ ବା ଇଚ୍ଛାଧୀନ ଛୁଟି ଭାବେ ଗ୍ରହଣ କରାଯିବ। ଜଣେ ମହିଳା ଏଥିପାଇଁ ଛୁଟି ନେଇ ପାରିବ ଯଦି ସେ କାମ କରିବା ପାଇଁ ଅସମର୍ଥ େହାଇଥିବ। ଏଥିପାଇଁ ମହିଳାଙ୍କ ପାଖରେ ଦୁଇଟି ଉପାୟ ଅଛି ସେ ଚାହିଁଲେ ଦରମା ନେଇକି ଛୁଟି ନେଇପାରିବ ନଚେତ ବିନା ଦରମାରେ ଛୁଟିରେ ରହି ପାରିବ । ରୁତୁଶ୍ରାବ ଜନିତ ଛୁଟିଟି ଅତ୍ୟନ୍ତ ଜରୁରୀ ମହିଳା ମାନଙ୍କ ପାଇଁ କାରଣ ଜଣେ ମହିଳାଙ୍କ ଦକ୍ଷତା କିମ୍ବା ପ୍ରତିକୂଳା ବା ବିଭେଦମୂଳକ ବିଚାର କରିବା ପାଇଁ ଏହା ଜରୁରୀ ଅଟେ । [୧]

ଇତିହାସ[ସମ୍ପାଦନା]

ଭାରତର ଦକ୍ଷିଣ ଭାରତର କେରଳଠାରେ ରହୁଥିବା ଏକ ସ୍କୁଲ / ବିଦ୍ୟାଳୟ ଛାତ୍ରୀଙ୍କୁ ପ୍ରଥମେ ୧୯୧୨ରେ ରୁତୁଶ୍ରାବ ଜନିତ ଛୁଟି ପାଇଁ ମଂଜୁରି ଦିଆଯାଇଥିଲା । ରୁତୁଶ୍ରାବ ଜନିତ ଛୁଟିର ଧାରଣା ପ୍ରଥମେ ୨୦ ତମ ଶତାବ୍ଧିରେ ଜାପାନ ଶ୍ରମିକ ମାନକରେ ଆରମ୍ଭ ହେଇଥିଲା । ୧୯୪୭ ମସିହାରେ ମହିଳା କମ'ଚାରୀମାନଙ୍କ ପାଇଁ ସର୍ବପ୍ରଥମେ ଜାପାନୀ ଶ୍ରମିକ ସଂଘ ପକ୍ଷରୁ ଏ ଛୁଟି ପାଇଁ ଆବେଦନ କରାଯାଇଥିଲା , ମାସିକ ଧର୍ମ ସମୟରେ ମହିଳା ଶ୍ରମିକକମ'କମ'ଚାରୀମାନେ ଛୁଟିରେ ରହିବା ପାଇଁ ବାଧ୍ୟ କରିଥିଲା ଜାପାନୀ ଶ୍ରମିକ ସଂଘ । ଏହା ଏକ ପ୍ରକାରର ଅତ୍ୟାଧୁନିକ ବିଧାନ । ଏବେ ଏହା ଅନେକ ଦେଶରେ ଖୋଜିଲେ ମିଳିବ । ଏହାର ବିକଲ୍ପ ବାହାର କରିବା ପାଇଁ ତର୍କ ଦୁଇଟି ବିଷୟରେ ଚାଲିଲା କି ଏହା ଏକ ଡାକ୍ତରୀ ସମସ୍ୟା ନା କେବଳ ପକ୍ଷପାତ ସମସ୍ୟା । [୨]

ଆଇନ ଅନୁଯାୟି ସଂଘବଦ୍ଧ ବା ମିଳିତ[ସମ୍ପାଦନା]

ମାସିକ ଧର୍ମକୁ ନାଇକ୍ ମଧ୍ୟ କୋଡ ଅଫ୍ କଣ୍ଡକ୍ଟରେ ୨୦୦୭ରେ ଅନ୍ତର୍ଭୁକ୍ତ କଲେ । ନାଇକ ବ୍ୟାପାର ଭାଗିଦାରୀମାନଙ୍କୁୁ ବୁଝାସୁଝା କରିବା ସହିତ ଏହାକୁ ମାନିବା ପାଇଁ ଅନୁରୋଧ ମଧ୍ୟ କରିଛି । ଅଷ୍ଟ୍ରେଲିୟନ ମେନ୍ୟୁଫେକଚରିଂ ଶ୍ର୍ରମିକ ୟୁନିୟନ ଟୋୟୋଟୋଠାରେ ମହିଳା କର୍ମଚାରୀ ମାନଙ୍କ ମାସିକ ଧର୍ମ ଛୁଟ୍ଟିର ଏକ ଅଭିଯାନ ଆରମ୍ଭ କରିଥିଲା । ସଂଘ ଏଥିପାଇଁ ଗୋଟେ ମାସରେ ଜଣେ ମହିଳାଙ୍କ ମାସିକ ଧର୍ମକୁ ୧୨ ଦିନର ଜୋରିମାନା ଦେବା ପାଇଁ କହିଥିଲେ ।[୩]

ଆଇନ[ସମ୍ପାଦନା]

ମାସିକ ଧର୍ମ ଜନିତ ନୀତି ଏସିଆନ୍ ରାଷ୍ଟ୍ରରେ ବନ୍ଦ ହେଇଗଲାଣି । ଯଦିଓ ସେଠାରେ ଥିବା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରେ କୌଣସି ରାଷ୍ଟ୍ରିୟ କାନୁନ ନାହିଁ ତେବେ ସେମାନେ ଏହି ନିୟମକୁ ଲାଗୁ କରିପାରିବେ । ଇଣ୍ଡୋନେସିଆରେ ଲେବର ଆକ୍ଟ ୧୯୪୮ ଅନୁସାରେ ମହିଳା ମାନଙ୍କୁ ଅଧୀକାର ଦିଆଯାଇଛି ଯେ ସେମାନେ ମାସିକ ଧର୍ମ ସମୟରେ ୨ ଦିନ ଛୁଟିରେ ରହିପାରିବେ । ଅନୁଛେଦ ୬୮ ଅନୁସାରେ ଜାପାନଠାରେ ନିୟମ ରହିଛି କି ଯେତେବେଳେ ମହିଳା ମାନଙ୍କ ମାସିକ ଧର୍ମ ସମୟରେ କାମ କରିବା ବିଶେଷ ରୂପରେ କଠିନ େହଇଯିବ ଛୁଟିର ଅନୁରୋଧ କରିବ ତେବେ କୌଣସି ଅନୁଷ୍ଠାନ ଏମିତି ନିଯୁକ୍ତି ଦେବ ନାହିଁ । କିନ୍ତୁୁ ଜାପାନର କାନୁନ କହୁଛି କି ବିଶେଷ ରୂପରେ ଯଦି ମହିଳା ମାନଙ୍କୁ ଏହା ଅତ୍ୟନ୍ତ କାଠିକର ହେବ ତାଙ୍କର ମାସିକ ଧର୍ମ ସମୟରେ ତେବେ ସେମାନଙ୍କୁ ଏହି ସମୟରେ ଛୁଟି ନେବା ପାଇଁ ଅନୁମତି ଦିଆଯିବ । ଏଥିପାଇଁ କମ୍ପାନି ମାସିକ ବେତନ ସମୟରେ ଛୁଟି ନେଇଥିବା ମହିଳା ମାନଙ୍କୁ ବାଦ୍‌ ଦେଲେ ବେତନ କେବେଳ ଛୁଟି ନେଇନଥିବା ମହିଳାଙ୍କୁ ହିଁ ପ୍ରଦାନ କରିବ । ଦକ୍ଷିଣ କୋରିଆରେ କେବଳ ଶ୍ରମ ମାନକ ୭୧ ଅନୁଯାୟି ମାସିକ ଧର୍ମ ଛୁଟ୍ଟିର ଅଧୀକାର ମହିଳା କର୍ମଚାରୀ ମାନଙ୍କ ପାଇଁ ନାହିଁ । କିନ୍ତୁ ଯଦି ମାସିକ ଧର୍ମ ଛଟି ମହିଳାମାନେ ନିଅନ୍ତି ନାହିଁ ତେବେ ସେମାନେ ଅତିରିକ୍ତ ବେତନ ପାଇଁ ଶୁନିଶ୍ଚିତ କରିପାରିବେ । ତାଇବାନଠାରେ ଲିଙ୍ଗ ସମାନତା ଆକ୍ଟ କହୁୂଚି ଯେ ଜଣେ ମହିଳା ମାସିକ ଧର୍ମ ସମୟରେ ବର୍ଷକୁ ( ମେନସୁରେସନାଲ ଲିଭ୍ ) ନେଇପାରିବେ । ଯାହାକି ମାସକ ୩୦ ଦିନ ଭିତରେ ଗଣନା କରାଯିବ ନାର୍ହି ବରଂ କମନ ସିକ୍ ଲିଭ୍ ଦିଆଯିବ । ଜଣେ ମହିଳା ୩୦ ଦିନ ବଦଳରେ ୩୩ ଦିନ ଛୁଟି ମିଳିବ ହେଲଥ ରିଲେଷଟଡ ଲିଭ ଅନୁସାରେ ପ୍ରତି ବର୍ଷକୁ । ୩ ଦିନ ଅଧୀକ ଛୁଟି ପାଈଁ ମହିଳା ମାନଙ୍କୁ କୌଣସି ପଇସା ଦିଆଯିବ ନାର୍ହି ।[୪]

ଆଧାର[ସମ୍ପାଦନା]

  1. classprojects. "menstrual leave". Archived from the original on 2016-05-06. Retrieved 2018-04-15.
  2. "A Kerala School Granted Period Leave 105 Years Ago". NDTV. 20 August 2017. Retrieved 20 August 2017.
  3. apparelsearch. "NIKE Policy".
  4. Govt. of Indonesia. "Labour Act". Archived from the original on 2011-10-04.