ମାଲୋରି-ୱେଇସ ସିଣ୍ଡ୍ରୋମ
Mallory–Weiss syndrome | |
---|---|
Gastro-esophageal laceration syndrome; Mallory–Weiss tear | |
![]() Mallory–Weiss tear affecting the esophageal side of the gastroesophageal junction | |
ବିଭାଗ | Gastroenterology |
ଲକ୍ଷଣ | Vomiting of blood[୧] |
କାରଣ | Vomiting,retching, trauma to the abdomen or chest, coughing, hiccups[୨] |
ବିପଦ କାରକ | Alcohol, hiatus hernia[୨] |
ସଠିକ ରୋଗ ନିର୍ଣ୍ଣୟ | Peptic ulcer disease, varices, erosive gastritis, duodenitis, esophagitis, cancer, angiodysplasia, Dieulafoy's lesion[୧][୩] |
ଔଷଧ | Proton pump inhibitor, medication for nausea[୨] |
ଚିକିତ୍ସା | Intravenous fluids, blood products, endoscopic procedures, surgery[୨][୪] |
Prognosis | Usually good[୪] |
ପୁନଃପୌନିକ | 7 per 100,000 per yr[୩] |
ମୃତ୍ୟୁ ସାନ୍ଦ୍ରତା | 5% risk at a month[୨] |
Patient UK | Mallory–Weiss syndrome |
ମାଲୋରି-ୱେଇସ ସିଣ୍ଡ୍ରୋମ ( MWS ), ଅନ୍ୟ ନାମ ଗ୍ୟାଷ୍ଟ୍ରୋ-ଏସୋଫେଜିଆଲ୍ ଲାସେରେସନ ସିଣ୍ଡ୍ରୋମ, ରୋଗରେ ପାକସ୍ଥଳୀ ଏବଂ ଗ୍ରାସନଳୀର ସଂଯୋଗସ୍ଥଳରେ ଥିବା ମ୍ୟୁକୋସାରେ ଏକ ଛିଦ୍ର ଥାଏ ।[୧] ଏହି ରୋଗରେ ରକ୍ତ ବାନ୍ତି ହୋଇପାରେ ।[୧] ରକ୍ତ ଲାଲ କିମ୍ବା କଳା ରଙ୍ଗର ହୋଇପାରେ। [୨] ଉପର ପେଟରେ ଯନ୍ତ୍ରଣା କିମ୍ବା କଳା ଝାଡ଼ା ହୋଇପାରେ ।[୨]
ଏହା ସାଧାରଣତଃ ବାନ୍ତି କିମ୍ବା ଓକାଳ ହେବାର ପରିଣାମ ସ୍ୱରୂପ ହୁଏ ଏବଂ ଏହା ପ୍ରାୟତଃ ମଦ୍ୟପାନ ସହିତ ଜଡିତ ଥାଏ ।[୧] [୨] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ପେଟ କିମ୍ବା ଛାତିରେ ଆଘାତ, କାଶ ଏବଂ ହିକ୍କା ଅନ୍ତର୍ଭୁକ୍ତ ହୋଇପାରେ । [୨] ବିପଦ କାରକଗୁଡିକରେ ଏକ ହାୟାଟସ୍ ହାର୍ନିଆ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଉପର ଏଣ୍ଡୋସ୍କୋପି ଦ୍ୱାରା ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଏ ।[୨] ଏହା ଉପର ପାକଅନ୍ତନଳୀ ରକ୍ତସ୍ରାବର ଏକ କାରଣ [୨] ଏହା ବୋରହାଭ ସିଣ୍ଡ୍ରୋମଠାରୁ ଭିନ୍ନ, ଯାହା ଖାଦ୍ୟନଳୀର ସମ୍ପୂର୍ଣ୍ଣ ଘନତାରେ ଫାଟ ହୁଏ ।[୫]
ପ୍ରାରମ୍ଭିକ ପରିଚାଳନାରେ ରକ୍ତ ଉତ୍ପାଦ ସମେତ ଶିରାଭ୍ୟନ୍ତରୀଣ ତରଳ ପଦାର୍ଥ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଅଇ ପାଇଁ ଏକ ପ୍ରୋଟନ୍ ପମ୍ପ ଇନହିବିଟର ଏବଂ ଔଷଧ ଦିଆଯାଇପାରେ ।[୨] ଏକ ନାସୋଗାଷ୍ଟ୍ରିକ୍ ନଳୀ ରକ୍ତ ହ୍ରାସ ନିରୀକ୍ଷଣ କରିବାରେ ସାହାଯ୍ୟ କରିପାରେ ।[୨] ପ୍ରାୟତଃ ରକ୍ତସ୍ରାବ ନିର୍ଦ୍ଦିଷ୍ଟ ପଦକ୍ଷେପ ବିନା ସମାଧାନ ହୋଇଯାଏ; ତଥାପି ଯଦି ଏଣ୍ଡୋସ୍କୋପି ସମୟରେ ନିରନ୍ତର ରକ୍ତସ୍ରାବ ଦେଖାଯାଏ, ତେବେ ଅନେକ ପ୍ରକ୍ରିୟା କରାଯାଇପାରେ। [୨] [୪] ଅସ୍ତ୍ରୋପଚାର କିମ୍ବା ଏମ୍ବୋଲାଇଜେସନ୍ ବହୁତ କମ୍ ଆବଶ୍ୟକ ହୁଏ ।[୧] [୪] ପରବର୍ତ୍ତୀ ମାସମାନଙ୍କରେ ମୃତ୍ୟୁର ଆଶଙ୍କା ପ୍ରାୟ ୫% ହୋଇପାରେ ।[୨]
ମାଲୋରି-ୱେଇସ୍ ସିଣ୍ଡ୍ରୋମ୍ ପ୍ରତି ବର୍ଷ ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୭ ଜଣଙ୍କଠାରେ ଦେଖାଯାଏ । [୩] ଏହା ଉପର ପାକସ୍ଥଳୀ ରକ୍ତସ୍ରାବ ମାମଲାଗୁଡ଼ିକର ପ୍ରାୟ ୧୦% ପ୍ରତିନିଧିତ୍ୱ କରେ। [୧] [୪] ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ଏହା ପ୍ରାୟ ୪୦ରୁ ୫୦ ବର୍ଷ ବୟସର ଲୋକଙ୍କଠାରେ ଦେଖାଯାଏ। [୨] ଏହାକୁ ପ୍ରଥମେ ୧୯୨୯ ମସିହାରେ ଜି. କେନେଥ୍ ମାଲୋରି ଏବଂ ସୋମା ୱେଇସ୍ ବର୍ଣ୍ଣନା କରିଥିଲେ। [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Samuel, R; Bilal, M; Tayyem, O; Guturu, P (July 2018). "Evaluation and management of Non-variceal upper gastrointestinal bleeding". Disease-a-month : DM. 64 (7): 333–343. doi:10.1016/j.disamonth.2018.02.003. PMID 29525375.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Rich, K (June 2018). "Overview of Mallory-Weiss syndrome". Journal of vascular nursing : official publication of the Society for Peripheral Vascular Nursing. 36 (2): 91–93. doi:10.1016/j.jvn.2018.04.001. PMID 29747789.
- ↑ ୩.୦ ୩.୧ ୩.୨ Wilkins, T; Wheeler, B; Carpenter, M (1 March 2020). "Upper Gastrointestinal Bleeding in Adults: Evaluation and Management". American family physician. 101 (5): 294–300. PMID 32109037.
- ↑ ୪.୦ ୪.୧ ୪.୨ ୪.୩ ୪.୪ Rawla, P; Devasahayam, J (January 2025). "Mallory-Weiss Syndrome". StatPearls. PMID 30855778.
- ↑ Turner, AR; Collier, SA; Turner, SD (January 2025). "Boerhaave Syndrome". StatPearls. PMID 28613559.