Jump to content

ମାରିଆ କୋରିନା ମାଚାଡ଼ୋ

ଉଇକିପିଡ଼ିଆ‌ରୁ
ମାରିଆ କୋରିନା ମାଚାଡୋ
Machado in 2023
Member of the National Assembly
for Miranda
କାର୍ଯ୍ୟକାଳ
5 January 2011 – 21 March 2014
ପୂର୍ବ ଅଧିକାରୀHiram Gaviria (es)
ପର ଅଧିକାରୀRicardo Sánchez
ବ୍ୟକ୍ତିଗତ ସବିଶେଷ
ଜନ୍ମ
María Corina Machado Parisca

(1967-10-07) ୭ ଅକ୍ଟୋବର ୧୯୬୭ (ବୟସ ୫୮)
Caracas, Venezuela
ରାଜନୀତିକ ଦଳVente Venezuela (since 2012)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Unitary Platform
Democratic Unity Roundtable
Súmate (2001–2010)
Justice First (2010–2012)
ସନ୍ତାନ3
ଶିକ୍ଷାAndrés Bello Catholic University (BS)
Institute of Advanced Studies of Administration (MS)
ପୁରସ୍କାର
ସନ୍ତକ

ମାରିଆ କୋରିନା ମାଚାଡୋ ପେରିସ୍କା (ଜନ୍ମ ୭ ଅକ୍ଟୋବର ୧୯୬୭) ଜଣେ ଭେନେଜୁଏଲାର ରାଜନେତ୍ରୀ ଓ ଔଦ୍ୟୋଗିକ ଇଞ୍ଜିନିୟର, ଯିଏ ବର୍ତ୍ତମାନ ଭେନେଜୁଏଲାର ବିପକ୍ଷ ନେତୃତ୍ୱ ନେଇଛନ୍ତି। ସେ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ ଭେନେଜୁଏଲାର ଜାତୀୟ ସଭାର ନିର୍ବାଚିତ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ “ନୋବେଲ ଶାନ୍ତି ପୁରସ୍କାର-୨୦୨୫”ର ବିଜେତା।[]

ସଂକ୍ଷିପ୍ତ ଜୀବନି

[ସମ୍ପାଦନା]

୧୯୬୭ ଅକ୍ଟୋବର ୭ ତାରିଖରେ ଭେନେଜୁଏଲାର କାରାକାସ୍‌ରେ ଜନ୍ମଗ୍ରହଣ କରିଥିବା ମାଚାଡୋ, ଖ୍ୟାତନାମା ଇସ୍ପାତ ଉଦ୍ୟୋଗପତି ହେନ୍ରିକେ ମାଚାଡୋ ଜୁଲୋଆଗା ଏବଂ ମନୋବିଜ୍ଞାନୀ କୋରିନା ପାରିସ୍କା ପେରେଜଙ୍କ କନ୍ୟା ଅଟନ୍ତି । ସେ କାରାକାସ୍‌ର ଏକ ପ୍ରସିଦ୍ଧ କାଥଲିକ ଝିଅମାନଙ୍କ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଯୁକ୍ତରାଷ୍ଟ୍ରର ମାସାଚୁସେଟସ୍‌ର ୱେଲସ୍ଲେ ସ୍ଥିତ ଡାନା ହଲ୍ ବୋର୍ଡିଂ ସ୍କୁଲରେ ଅଧ୍ୟୟନ କରିଥିଲେ । ପରେ, ମାଚାଡୋ ଆନ୍ଦ୍ରେସ୍ ବେଲୋ କାଥଲିକ ୟୁନିଭର୍ସିଟିରୁ ଔଦ୍ୟୋଗିକ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଲାଭ କଲେ ଏବଂ ପରବର୍ତ୍ତୀକାଳରେ ଇନଷ୍ଟିଟ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଇନ୍ ଆଡମିନିଷ୍ଟ୍ରେସନ୍ (IESA) ରେ ଅର୍ଥନୀତି (ଫାଇନାନ୍ସ) ରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କଲେ । ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ ପରେ, ମାଚାଡୋ ନିଜ ପରିବାରର ଇସ୍ପାତ କମ୍ପାନୀ ସିଭେନସା (Sivensa) ରେ ନିଜ କାର୍ଯ୍ୟଜୀବନ ଆରମ୍ଭ କଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ମାଚାଡୋ ୨୦୦୨ ମସିହାରେ ଆଲେଖାଣ୍ଡ୍ରୋ ପ୍ଲାଜା ସହିତ “ସୁମାଟେ” ନାମକ ଭୋଟ ନିରୀକ୍ଷଣ ସଂଗଠନର ସହ-ସଂସ୍ଥାପକ ଓ ନେତ୍ରୀ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସେ “ଭେଣ୍ଟେ ଭେନେଜୁଏଲା” ନାମକ ରାଜନୈତିକ ଦଳର ଜାତୀୟ ସମନ୍ୱୟକାରୀ । ୨୦୧୮ ମସିହାରେ, ସେ ବିବିସିଙ୍କ ଦ୍ଵାରା ଜାରି ହୋଇଥିବା “ବିଶ୍ଵର ପ୍ରଭାବଶାଳୀ ୧୦୦ ନାରୀ” ତାଲିକାରେ ତାଙ୍କରି ନାମ ସ୍ଥାନ ପାଇଥିଲା ।[] ୨୦୨୫ ମସିହାରେ ଟାଇମ ପତ୍ରିକା ସେଠାରେ ତାଙ୍କୁ ବିଶ୍ୱର ୧୦୦ ଅଧିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣନା କଲା । ମାଚାଡୋଙ୍କୁ ଭେନେଜୁଏଲାର ବିପକ୍ଷର ଜଣେ ପ୍ରମୁଖ ନେତ୍ରୀ ଭାବେ ଗଣାଯାଏ ।

ମାଚାଡୋ ୨୦୧୨ ମସିହାରେ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଥିଲେ, କିନ୍ତୁ ହେନ୍ରିକେ କାପ୍ରିଲେସଙ୍କ ସହିତ ବିପକ୍ଷ ମୂଖ୍ୟ ନିର୍ବାଚନରେ ପରାଜିତ ହେଲେ। ୨୦୧୪ ଭେନେଜୁଏଲା ପ୍ରତିବାଦ ସମୟରେ ସେ ନିକୋଲାସ ମାଦୁରୋ ସରକାର ବିରୋଧରେ ଆନ୍ଦୋଳନର ଏକ ପ୍ରମୁଖ ନେତ୍ରୀ ଥିଲେ।[] ୨୦୧୯ ମସିହାରେ ଭେନେଜୁଏଲାର ରାଷ୍ଟ୍ରପତି ସଂକଟ ସମୟରେ, ସେ ଘୋଷଣା କଲେ ଯେ ଯଦି ବିବାଦିତ ମଧ୍ୟବର୍ତ୍ତୀ ରାଷ୍ଟ୍ରପତି ହୁଆନ ଗୁଆଇଡୋ ସଫଳତାର ସହିତ ନିର୍ବାଚନ ଆୟୋଜନ କରିପାରନ୍ତି, ତେବେ ସେ ପୁନର୍ବାର ରାଷ୍ଟ୍ରପତି ପଦ ପାଇଁ ଲଢିବେ— କିନ୍ତୁ ଗୁଆଇଡୋ ସେଠାରେ ବିଫଳ ହେଲେ ।

ସେ ୨୦୨୩ ମସିହାରେ “ୟୁନିଟାରି ପ୍ଲାଟଫର୍ମ” ପ୍ରାରମ୍ଭିକ ନିର୍ବାଚନରେ “ଭେଣ୍ଟେ ଭେନେଜୁଏଲା” ପକ୍ଷରୁ ପ୍ରାର୍ଥୀ ଥିଲେ, କିନ୍ତୁ ୩୦ ଜୁନ ୨୦୨୩ ରେ ଭେନେଜୁଏଲାର ନିୟନ୍ତ୍ରକ ଜେନେରାଲ ତାଙ୍କୁ ପନ୍ଦର ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କଲେ ।[] ଜାନୁଆରୀ ୨୦୨୪ ରେ ଭେନେଜୁଏଲା ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଏହାର ଆଇନଗତ ପୁଷ୍ଟି ହେଲା । ପ୍ରାରମ୍ଭିକ ନିର୍ବାଚନରେ ବିଜୟ ପାଇବା ପରେ ସେ ୨୦୨୪ ର ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ପ୍ରାର୍ଥୀ ଘୋଷିତ ହେଲେ, କିନ୍ତୁ ୨୨ ମାର୍ଚ୍ଚ ୨୦୨୪ ରେ ତାଙ୍କ ସ୍ଥାନରେ କୋରିନା ଯୋରିସଙ୍କୁ ପ୍ରାର୍ଥୀ କରାଗଲା । ଯୋରିସଙ୍କୁ ପ୍ରାର୍ଥୀ ଭାବେ ନାମ ପଞ୍ଜୀକରଣ କରିବାକୁ ନିଷେଧ କରାଗଲା ଏବଂ ଅସ୍ଥାୟୀ ଭାବେ ଏଡମୁଣ୍ଡୋ ଗୋନଜାଲେଜ ଉରୁଟିଆ ତାଙ୍କ ସ୍ଥାନରେ ପ୍ରାର୍ଥୀ ହେଲେ ।

ହିଂସାର ଶିକାର

[ସମ୍ପାଦନା]

ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ “ଭେନେଜୁଏଲାରେ ରହି ରାଜନୈତିକ ସଂଘର୍ଷ କରିବା ବାବଦରେ ମାଚାଡ଼ୋ ଅଦମ୍ୟ ସାହାସ ଦେଖାଇଥିଲେ । ଯେତେବେଳେ ଭୟରେ ଅନ୍ୟାନ୍ୟ ରାଜନେତାମାନେ ଦେଶ ଛାଡ଼ି ଯାଇଥିଲେ, ସେତେବେଳେ ହିଂସାର ଶିକାର ହୋଇ ମଧ୍ୟ ସେ ସରକାରଙ୍କ ଏକଛତ୍ରବାଦ ବିରୋଧରେ ଅଭିଯାନ ଚଳାଇଥିଲେ ।[] ତେଣୁ ମାଚାଡ଼ୋଙ୍କୁ “ଆୟରନ୍ ଲେଡି” ବୋଲି ବର୍ଣ୍ଣନା କରାଯାଇଛି ।[]

୨୦୧୧ ଜୁଲାଇ ୫ ତାରିଖରେ ଭେନେଜୁଏଲାର ସ୍ଵାଧୀନତା ଘୋଷଣାର ଦ୍ୱିଶତବାର୍ଷିକ ଉତ୍ସବରେ ଯୋଗଦେବା ବେଳେ, ଭେନେଜୁଏଲାର କ୍ୟୁବା ଉପରେ ନିର୍ଭରଶୀଳତାକୁ ନେଇ ସେ କିଛି ବିବାଦସ୍ପଦ ମତାମତ ଦେଇଥିଲେ । ଏହା ପରେ ସରକାରପକ୍ଷର ଏକ ଦଳ ତାଙ୍କୁ ଆକ୍ରମଣ କରିଥିଲେ ।[] ପ୍ରାୟ ୫୦ ଜଣ ମିଶିଥିବା ଏହି ଦଳ ତାଙ୍କୁ ପଥର ଓ ବୋତଲ ଫିଙ୍ଗିଥିଲେ । ପୋଲିସ ତାଙ୍କୁ ସୁରକ୍ଷା ଦେଇଥିଲେ ଓ ଏହି ସମୟରେ ଜଣେ ପୋଲିସ ଅଧିକାରୀ ଆହତ ମଧ୍ୟ ହୋଇଥିଲେ । ତେବେ ଯେତେବେଳେ ମାଚାଡ଼ୋଙ୍କୁ ପୋଲିସ ମୋଟରସାଇକେଲ୍‌ରେ ସେଠାରୁ ଉଦ୍ଧାର କରିଥିଲା, ମାଚାଡ଼ୋ ଅଧିକାରୀମାନଙ୍କୁ ସେହି ସୁରକ୍ଷା ପାଇଁ ଧନ୍ୟବାଦ ଜଣାଇଥିଲେ ।

ସମ୍ମାନ

[ସମ୍ପାଦନା]
  • ମାଚାଡୋଙ୍କୁ ୨୦୦୬ ମସିହାରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନ୍ୟାସନାଲ ରିଭ୍ୟୁ (National Review) ପତ୍ରିକା ଦ୍ୱାରା “ ବିଶ୍ୱର ବିଭିନ୍ନ ସ୍ଥାନରେ ଦୁର୍ଦ୍ଦିନରେ ସମ୍ମୁଖୀନ ହେଉଥିବା ସମଗ୍ର ନାରୀଜାତିର ଶ୍ରେଷ୍ଠ ପ୍ରତିକ” ଭାବେ ସମ୍ମାନିତ କରାଯାଇଥିଲା ।[]
  • ୨୦୧୫ ମସିହାରେ ଅନ୍ୟ ଦୁଇଜଣଙ୍କ ସହିତ ମାଚାଡୋଙ୍କୁ “ତାଙ୍କ ସମୁଦାୟରେ ସ୍ୱାଧୀନତା ତଥା ମୌଳିକ ମାନବାଧିକାର ପାଇଁ ତାଙ୍କ ଅବଦାନ ପାଇଁ କାଡିଜ୍ କୋର୍ଟେସ୍ ଇବେରୋ-ଅମେରିକାନ ଫ୍ରିଡମ୍ ପ୍ରାଇଜ୍ (Cádiz Cortes Ibero-American Freedom Prize) ସମ୍ମାନ ପ୍ରଦାନ କରାଯାଇଥିଲା ।[୧୦]
  • ଏଡମୁଣ୍ଡୋ ଗୋଞ୍ଜାଲେଜ୍ (Edmundo González) ସହ ମିଶି ସେ ୨୪ ଅକ୍ଟୋବର ୨୦୨୪ରେ ୟୁରୋପିୟ ସଂସଦ (European Parliament) ଦ୍ୱାରା ସାଖାରୋଭ ପୁରସ୍କାର (Sakharov Prize) ପାଇଥିଲେ, ଯେଉଁଥିରେ ତାଙ୍କୁ “ଭେନେଜୁଏଲାର ଲୋକମାନଙ୍କ ପକ୍ଷରୁ ସ୍ୱାଧୀନତା ଓ ଲୋକତନ୍ତ୍ର ପୁନସ୍ଥାପନ ପାଇଁ ଲଢ଼ୁଥିବା ପ୍ରତିନିଧି” ଭାବେ ସମ୍ମାନିତ କରାଯାଇଥିଲା ।[୧୧]
  • ୧୦ ଅକ୍ଟୋବର ୨୦୨୫ ରେ, ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୫ ବିଜେତା ଭାବେ ଘୋଷଣା କରାଯାଇଛି ।[୧୨] ତେବେ ବିଜେତା ମାରିଆ ନୋବେଲ ଶାନ୍ତି ପୁରସ୍କାରକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉତ୍ସର୍ଗ କରି କହିଥିଲେ ଯେ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଟ୍ରମ୍ପଙ୍କ ଗୁରୁତ୍ଵପୂର୍ଣ୍ଣ ସମର୍ଥନ ତଙ୍କୁ ଉତ୍ସାହିତ କରିଛି ।[୧୩]
  1. Ehlebracht, Anna; Holmes, Oliver (2025-10-10). "Nobel peace prize 2025: María Corina Machado wins for work promoting democratic rights in Venezuela – as it happened". the Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2025-10-13.
  2. "María Corina Machado | Nobel Peace Prize Winner, Venezuelan Opposition Leader, Politician, & Activist | Britannica". www.britannica.com (in ଇଂରାଜୀ). 2025-10-10. Retrieved 2025-10-13.
  3. "BBC 100 Women 2018: Who is on the list?" (in ବ୍ରିଟିଶ୍‌ ଇଂରାଜୀ). 2018-11-19. Retrieved 2025-10-13.
  4. Anatoly Kurmanaev and Corina Pons. "Middle Class Protesting Venezuela Shortages Drive Poor to Maduro". Businessweek.com (in ଇଂରାଜୀ). Retrieved 2025-10-13.
  5. Perdomo, Luna (2023-06-30). "José Brito: Contraloría inhabilitó a María Corina Machado por 15 años". TalCual (in ସ୍ପାନିସ୍‌). Retrieved 2025-10-13.
  6. "Maduro Antagonist on Track to Win Venezuela Primary (Published 2023)" (in ଇଂରାଜୀ). 2023-10-22. Retrieved 2025-10-13.
  7. "María Corina Machado, la dama de acero | Clímax". elestimulo.com (in ସ୍ପାନିସ୍‌). 2023-10-23. Retrieved 2025-10-13.
  8. "Chavistas agredieron a diputada María Corina Machado | Diario El Carabobeño". www.el-carabobeno.com. Archived from the original on 2011-08-12. Retrieved 2025-10-13.
  9. "International Women's Day on National Review Online". www.nationalreview.com. Retrieved 2025-10-13.
  10. "López, Ledezma y Machado galardonados con el Premio Libertad Cortes de Cádiz". www.el-nacional.com (in ସ୍ପାନିସ୍‌). Retrieved 2025-10-13.
  11. "Venezuelan opposition leaders awarded Europe's Sakharov Prize for democratic campaign". reuters.com. Retrieved 13 October 2025.
  12. "Nobel Peace Prize 2025: Venezuelan opposition leader María Corina Machado wins". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2025-10-13.
  13. "María Corina Machado dedicates Nobel Peace Prize win to people of Venezuela — and Donald Trump". The Indian Express (in ଇଂରାଜୀ). 2025-10-10. Retrieved 2025-10-11.