ମାରବର୍ଗ ଭୂତାଣୁ ରୋଗ

ଉଇକିପିଡ଼ିଆ‌ରୁ

 

Marburg hemorrhagic fever
Transmission electron micrograph of Marburg virus
ବିଭାଗସଂକ୍ରାମକ ରୋଗ[*]
ଲକ୍ଷଣFever, headache, muscle pain[୧]
ଆକ୍ରାନ୍ତ ସମୟ5-10 days after exposure[୧]
କାରଣMarburgvirus[୨]
ବିପଦ କାରକContact with bats or infected bodily fluids[୩]
ରୋଗ ନିର୍ଣ୍ଣୟ ପଦ୍ଧତିBlood test[୪]
ସଠିକ ରୋଗ ନିର୍ଣ୍ଣୟMalaria, typhoid fever, Ebola virus disease[୫][୬]
ଚିକିତ୍ସାSupportive care[୬]
ପୁନଃପୌନିକRare (588 cases 1967 to 2018)[୭][୬]
ମୃତ୍ୟୁ ସାନ୍ଦ୍ରତା~50% death rate[୬]

ମାରବର୍ଗ ଭୂତାଣୁ ରୋଗ ( MVD ) (ପୂର୍ବ ନାମ ମାରବର୍ଗ ରକ୍ତସ୍ରାବ ଜ୍ୱର) ମାନବଠାରେ ହେଉଥିବା ଏକ ଭୟଙ୍କର ରକ୍ତସ୍ରାବୀ ଜ୍ୱର[୬] ପ୍ରାରମ୍ଭିକ ଲକ୍ଷଣରେ ସାଧାରଣତଃ ଜ୍ୱର, ମୁଣ୍ଡ ବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ହୁଏ । [୧] କିଛି ଦିନ ପରେ ରାସ ବା ଦାଗ, ବାନ୍ତି, ତରଳ ଝାଡ଼ା ଏବଂ ଉଦର ଯନ୍ତ୍ରଣା ହୋଇପାରେ | [୧] ସଂସ୍ପର୍ଶରେ ଆସିବାର ୫ରୁ ୧୦ ଦିନ ପରେ ସାଧାରଣତଃ ଲକ୍ଷଣ ଆରମ୍ଭ ହୁଏ । [୧] ରୋଗ ଜଟିଳ ହେଲେ ଯକୃତ ବିଫଳ, ଉନ୍ମାଦ, ଅଗ୍ନାଶୟ ପ୍ରଦାହ ଏବଂ ପ୍ରବଳ ରକ୍ତସ୍ରାବ ହୋଇପାରେ। [୧]

ଏହି ରୋଗ ଦୁଇ ପ୍ରକାର ଭୂତାଣୁ ଯୋଗୁ ହୋଇପାରେ ଯଥା:- ମାରବର୍ଗ ଭୂତାଣୁ/ ଏମଏଆରଭି (MARV) ଏବଂ ରେଭନ ଭୂତାଣୁ/ ଆରଏଭିଭି (RAVV) ଅଛି | [୨] ଏହି ଭୂତାଣୁଗୁଡ଼ିକ ସାଧାରଣତଃ ଆଫ୍ରିକୀୟ ଫଳ ବାଦୁଡ଼ି ମଧ୍ୟରେ ବ୍ୟାପିଥାଏ ଯାହାଫଳରେ ଅସୁସ୍ଥତା ନଥାଏ | [୮] ଏହା ବାଦୁଡ଼ିରୁ ଲୋକଙ୍କ ମଧ୍ୟରେ ଏବଂ ରୋଗାକ୍ରାନ୍ତ ଲୋକ ମଧ୍ୟରୁ ଯାଇ ଅନ୍ୟ ଲୋକଙ୍କ ମଧ୍ୟରେ ବିସ୍ତାର ଲାଭ କରେ | [୬] ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂସ୍ପର୍ଶ କିମ୍ବା ପରୋକ୍ଷ ଭାବରେ ଯେପରିକି ପ୍ରଦୁଷିତ ଶାରୀରିକ ତରଳ ପଦାର୍ଥ ଏପରିକି ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାରପ୍ରାପ୍ତ ହୁଏ | [୩] [୬] ରକ୍ତ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୪] ଇବୋଲା ଭୂତାଣୁ ରୋଗ (EVD) ଭଳି ଲକ୍ଷଣ ପ୍ରକାଶ ପାଏ । [୬]

ପ୍ରତିଷେଧରେ ଆଫ୍ରିକୀୟ ବାଦୁଡ଼ିଠାରୁ ଦୂରରେ ରହିବା ଏବଂ ଅସୁସ୍ଥ ଲୋକଙ୍କ ଯତ୍ନ ନେବା ସମୟରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।[୯] ସାହାଯ୍ୟକାରୀ ଚିକିତ୍ସା ଉପ‌ଯୋଗ କଲେ ଫଳାଫଳ ଉନ୍ନତ ହୋଇଥାଏ | [୬] ଶିରାଭ୍ୟନ୍ତର ତରଳ ପଦାର୍ଥ, ରକ୍ତ ଓ ରକ୍ତଜାତ ଦ୍ରବ୍ୟ, ଅମ୍ଳଜାନ ଚିକିତ୍ସା ଏବଂ ଉପ‌ଯୁକ୍ତ ଇଲେକ୍ଟ୍ରୋଲାଇଟ ଦେଇ ଚିକିତ୍ସା କରାଯାଏ । [୧୦] ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଲୋକ ମୃତ୍ୟୁବରଣ କରନ୍ତି। [୬]

ମାରବର୍ଗ ଭୂତାଣୁ ରୋଗ (MVD) ବିରଳ ଅଟେ | [୮] ଏହା ସାଧାରଣତଃ ଆଫ୍ରିକା ଭିତରେ ବ୍ୟାପିଥାଏ। [୮] ପ୍ରଥମେ ଏହି ରୋଗ ୧୯୬୭ ମସିହାରେ ଚିହ୍ନଟ ହୋଇଥିଲା ଏବଂ ଅଦ୍ୟାବଧି ୫୮୮ରୁ ଅଧିକ ରୋଗୀ ଚିହ୍ନଟ ହୋଇସାରିଛନ୍ତି । [୮] [୬] ବାଦୁଡ଼ି ଭଳି ସମ ଜାତୀୟ ଅନ୍ୟ ପ୍ରାଣୀମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି | [୮]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2015Sym ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ Spickler, Anna. "Ebolavirus and Marburgvirus Infections" (PDF).
  3. ୩.୦ ୩.୧ "Transmission | Marburg Hemorrhagic Fever (Marburg HF) | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 February 2019. Retrieved 25 March 2021.
  4. ୪.୦ ୪.୧ "Ebola Virus Disease & Marburg Virus Disease - Chapter 3 - 2018 Yellow Book | Travelers' Health | CDC". wwwnc.cdc.gov (in ଆମେରିକୀୟ ଇଂରାଜୀ). Retrieved 19 July 2019.
  5. "Signs and Symptoms | Marburg Hemorrhagic Fever (Marburg HF) | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 February 2019. Retrieved 25 March 2021.
  6. ୬.୦୦ ୬.୦୧ ୬.୦୨ ୬.୦୩ ୬.୦୪ ୬.୦୫ ୬.୦୬ ୬.୦୭ ୬.୦୮ ୬.୦୯ ୬.୧୦ "Marburg virus disease". www.who.int (in ଇଂରାଜୀ). Retrieved 8 February 2020.
  7. "About Marburg Hemorrhagic Fever | Marburg Hemorrhagic Fever (Marburg HF) | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 February 2019. Retrieved 25 March 2021.
  8. ୮.୦ ୮.୧ ୮.୨ ୮.୩ ୮.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2014About ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. "Prevention | Marburg Hemorrhagic Fever (Marburg HF) | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 February 2019. Retrieved 25 March 2021.
  10. "Treatment | Marburg Hemorrhagic Fever (Marburg HF) | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 February 2019. Retrieved 25 March 2021.