ମାଫୋରି ବଂଗୌର

ଉଇକିପିଡ଼ିଆ‌ରୁ
ମାଫୋରି ବଂଗୌର
ଫାଇଲ:Mafory Bangoura, one syli.png
Portrait of Bangoura from one syli note
ସାମାଜିକ ପ୍ରସଙ୍ଗ ମନ୍ତ୍ରୀ
Appointed byAhmed Sékou Touré

ମାଫୋରି ବଂଗୌର ବା ହାଦଜା ଐସାଟୋଉ ବଂଗୌର' (ଜନ୍ମ ୧୯୧୦ ମସିହା, ମୃତ୍ୟୁ ୧୯୭୬ ମସିହା, ଜନ୍ମସ୍ଥାନ ବୁଚାରେସ୍ଟ Bucharest), ସ୍ୱାଧୀନ ଗିନିର ଜଣେ କର୍ମୀ ଥିଲେ ଓ ସ୍ୱାଧୀନ ହେବା ପରେ ରାଜନୀତି କରି ୧୯୭୦ ମସିହାରେ ସାମାଜିକ ପ୍ରସଙ୍ଗ ମନ୍ତ୍ରୀ ହୋଇଥିଲେ । ଗିନିର ମହିଳାମାନଙ୍କର ପ୍ରେସିଡେଣ୍ଟ ଭାବରେ ସେ ପରିଚିତା ଥିଲେ ଓ ୧୯୮୧ ମସିହାରେ ସାଇଲି ବ୍ୟାଙ୍କ ନୋଟରେ ତାଙ୍କର ଛବି ଶୋଭା ପାଉଥିଲା ।

ପ୍ରାକ୍ ଜୀବନ[ସମ୍ପାଦନା]

ବଂଗୌର ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ଷୌଷୌ ଆଦିବାସୀ ଶ୍ରେଣୀର ଚାଷୀ ଓ ମାଛ ଧରାଳୀ ଜାତିର ଲୋକ ଥିଲେ । [୧] ଅଳ୍ପ ବୟସରେ ପଶ୍ଚିମ ଜଗତର ଶିକ୍ଷା ପାଇନଥିବାରୁ ସେ ଯୁବାବସ୍ଥାରେ ବିଦ୍ୟା ଶିକ୍ଷା କଲେ । [୧] ଦରଜି କାମ କରିବାକୁ ସେ ୧୯୩୬ ମସିହାରେ କୋନକ୍ରି (Conakry) ଯାଇଥିଲେ । [୨] ତଳିଆ ଗିନୀର ଲୋକଙ୍କ ନିମନ୍ତେ ସହାୟକ ‘ଫୋୟେର ଡି ଲା ବାସେ ଗିନୀ’ ସଂସ୍ଥାରେ ଯୋଗ ଦେଇଥିଲେ ।[୨] ସେ ବଦର ବଂଗୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ତିନୋଟି ପିଲା ଥିଲେ ।[୩]

ରାଜନୀତି ଜୀବନ[ସମ୍ପାଦନା]

ସକ୍ରିୟତା[ସମ୍ପାଦନା]

ବିଦେଶ ଲେବର କୋଡ଼ ମାନିବା ନିମନ୍ତେ ଫରାସୀ ସରକାରକୁ ବାଧ୍ୟ କରିବାକୁ ୧୯୫୩ ମସିହାରେ ଆନ୍ଦୋଳନର ପୁରୋଧା ଥିବା ଅହମଦ ସେକୌ ଟୋଉରେ ମହିଳା କର୍ମୀଙ୍କୁ ସଂଗଠିତ କରିବାକୁ ବଂଗୌରଙ୍କୁ ନିମନ୍ତ୍ରଣ କଲେ ।[୧] ପ୍ରଥମରୁ ଉଦ୍ୟୋକ୍ତା ସ୍ପଷ୍ଟ କରି କହିଦେଲେ ଯେ ରାଜନୈତିକ ଓ ଆଧ୍ୟାତ୍ମିକ ସୁବିଧା ବ୍ୟତୀତ ଏହି କାମରେ କୌଣସି ଅର୍ଥ ଲାଭ ମିଳିବନି ।[୪] ସ୍ୱାଧୀନତା ପୂର୍ବରୁ ଓ ପରେ ମଧ୍ୟ ପ୍ରେସିଡେଣ୍ଟ ଟୋଉରେଙ୍କ ସହିତ ବଂଗୌରଙ୍କ ବନ୍ଧୁତା ଥିଲା ।[୫] ହରତାଳ କମିଟିରେ ପ୍ରଥମ ଥର ନିମନ୍ତେ ମହିଳାମାନଙ୍କୁ ବଂଗୌର ଏକଜୁଟ କରେଇ ଥିଲେ ଓ ବିଶ୍ୱାସର ସହିତ ଲଢିବା ପାଇଁ ମହିଳାମାନେ ପ୍ରସ୍ତୁତ ଥିବା କଥା କହିଥିଲେ ।[୨] ସେହି ୭୨ ଦିନର ହରତାଳରେ ମହିଳାମାନକୁ ଏକତ୍ରିତ ଓ ସହଯୋଗ କରେଇ ବକ୍ତୃତା ଦେଇଥିଲେ ।[୬]

ହରତାଳ ପରେ ଆଫ୍ରିକାନ ଡେମୋକ୍ରାଟିକ ରାଳି ନିମନ୍ତେ ମହିଳା କମିଟିର ପ୍ରେସିଡେଣ୍ଟ ଭାବରେ ବଂଗୌର ନିର୍ବାଚିତ ହୋଇଥିଲେ । [୧] ୧୯୫୪ ମସିହାରେ ଏକ ଆରଡିଏ ରାଲିରେ ସେ ଦେଶର ମହିଳାଙ୍କୁ ଲିଙ୍ଗ ହରତାଳ (sex strike) କରିବାକୁ ମତେଇଥିଲେ ।[୧] ପୁରୁଷମାନଙ୍କୁ ଆରଡିଏ ସଂସ୍ଥାରେ ଯୋଗ ଦେବାପାଇଁ ମତେଇବାକୁ ଏହାର ଲକ୍ଷ ଥିଲା ।[୭] ନିଜର ଗହଣା ଓ ପୋଷାକ ଆଦି ଦାନ କରିବାକୁ ମହିଲାମାନକୁ ଆହ୍ୱାନ କରିଥିଲେ ।[୧] ଏହା ମଧ୍ୟ କୁହାଯାଏ ଯେ ଆରଡିଏ ୟୁନିଫର୍ମର ଡିଜାଇନ ଓ ରଙ୍ଗ ବଂଗୌର ବାଛିଥିଲେ ।[୮]

ଜେଲ ଦଣ୍ଡ[ସମ୍ପାଦନା]

ବଂଗୌରଙ୍କ ଲୋକପ୍ରିୟତାରେ ଅପ୍ରସନ୍ନ ହୋଇ ତାଙ୍କ ଖ୍ୟାତି ନଷ୍ଟ କରିବା ପାଇଁ ଫରାସୀ ସରକାର ତାଙ୍କୁ ଜେଲ ଦଣ୍ଡ ଦେଇଥିଲେ ।[୬] ଜେଲରେ ଥିବା କଏଦୀଙ୍କୁ ଫରାସୀ ବିରୁଦ୍ଧ ପ୍ରଚାରପତ୍ର ବାଣ୍ଟିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।[୬] ତାଙ୍କୁ ୭୦,୦୦୦ ହଜାର ଫ୍ରାଙ୍କ ଜୋରିମାନା ଓ ଜେଲଦଣ୍ଡ ଦିଆଯାଇଥିଲା ।[୩] ଏହି ରାୟ ବିରୁଦ୍ଧରେ ଲୋକମାନେ ରାସ୍ତାରେ ଏକତ୍ରିତ ହୋଇ ବିଦ୍ରୋହ କରିବାରୁ ତାଙ୍କୁ ଏକ ମାସ ପରେ ଛାଡ଼ି ଦିଆଯାଇଥିଲା ।[୩]

ସରକାରରେ[ସମ୍ପାଦନା]

ଗିନିର ସ୍ୱାଧୀନତା ପରେ ସେ ସରକାରରେ ଅନେକ ପଦବୀରେ କାର୍ଯ୍ୟ କରିଥିଲେ ।[୩] ସେ ମହିଳା ଅଧିକାର ନିମନ୍ତେ ଗିନି ଡେମୋକାଟିକ ପାର୍ଟିରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।[୯] ମହିଳାମାନଙ୍କ ସମସ୍ୟାମାନଙ୍କୁ ଲୋକଲୋଚନକୁ ଆଣିବା ନିମନ୍ତେ ସେ ଏଗାର ଜଣିଆ କମିଟିର ସଦସ୍ୟ ହୋଇଥିଲେ ।[୩]

ଗିନିର (Union Révolutionnaires des Femmes de Guinée) ପ୍ରଥମ ପ୍ରେସିଡେଣ୍ଟ ଭାବରେ ୧୯୬୮ ମସିହାର ସେ ନିର୍ବାଚିତା ହୋଇଥିଲେ ।[୩] ସାମାଜିକ ପ୍ରସଙ୍ଗର ମନ୍ତ୍ରୀ ଭାବରେ ୧୯୭୧ ମସିହାରେ ନିଯୁକ୍ତ ହୋଇଥିଲେ ।[୩] ଅନେକ ବ୍ୟକ୍ତି ତାଙ୍କୁ ଗିନି ମହିଳାମାନଙ୍କର ପ୍ରେସିଡେଣ୍ଟ ଭାବରେ ଜାଣିଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

ବଂଗୌର ୧୯୭୬ ମସିହାରେ ବୁଚାରେସ୍ଟରେ (Bucharest) ମୃତ୍ୟୁ ବରଣ କରିଥିଲେ ।[୩] ଟୋଉରେ ତାଙ୍କର ଏକ କ୍ଷୁଦ୍ର ଜୀବନୀ ଲେଖିଥିଲେ ଓ ସେହିବର୍ଷ ତାଙ୍କର ଅନ୍ତେଷ୍ଟିକ୍ରିୟାର ବର୍ଣ୍ଣନା ମଧ୍ୟ କରିଥିଲେ । [୧୦]

ସମ୍ମାନ[ସମ୍ପାଦନା]

  • ବଂଗୌରଙ୍କ ଜୀବନୀର ଗୀତ ସାଇଲିଫୋନ ରେକର୍ଡ଼ ଲେବୁଲରେ ତିଆରି ହୋଇଥିଲା ଓ ଏମିଲା ଟୋମ୍ପାପା (Emila Tompapa) ଅଂଶ ଗ୍ରହଣ କରିଥିଲେ ।[୧୧]
  • ୧୯୮୩ ମସିହାରେ ଗୋଟିଏ ଉଚ୍ଚ ବିଦ୍ୟାଳୟର ନାମକରଣ ଗିନିଙ୍କ ନାମାନୁସାରେ କରାଯାଇଥିଲା: ହାଦଜା ଐସାଟୋଉ ବଂଗୌର
କଲେଜ । [୩][୧୨]
  • ୧୯୮୧ ମସିହାରେ ଗିନି ବ୍ୟାଙ୍କ ନୋଟରେ ବଂଗୌରଙ୍କର ଛବି ଛପା ହୋଇଥିଲା ।[୧୩][୧୪][୧୫]
  • ୨୦୧୮ ମସିହାରେ ସ୍ୱାଧୀନତାର ୬୦ ବର୍ଷପୂର୍ତି ଉପଲକ୍ଷେ ଧନ୍ୟବାଦ ଭାଷଣ ଦେଲାବେଳେ କୋୟାର ପ୍ରିଫେକ୍ଟ ବଂଗୌରଙ୍କ ସ୍ମୃତି ଚାରଣ କରିଥିଲେ ।[୧୬]
  • ୨୦୧୯ରେ ସାରା ଦେଶର ମସଜିଦମାନଙ୍କରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବଂଗୌରଙ୍କ ନିମନ୍ତେ ପ୍ରାର୍ଥନା କରାଯାଇଥିଲା । [୧୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ cirey.balde (2017-02-11). "Mafory Bangoura, mère-courage de la nation guinéenne". Vision Guinee (in ଫରାସୀ). Archived from the original on 2021-09-10. Retrieved 2020-02-12.
  2. ୨.୦ ୨.୧ ୨.୨ "Bangoura, Hadja Mafory | Oxford African American Studies Center". oxfordaasc.com (in ଇଂରାଜୀ). doi:10.1093/acref/9780195301731.013.48360. Retrieved 2020-02-12.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Dictionary of African biography. Akyeampong, Emmanuel Kwaku., Gates, Henry Louis, Jr. Oxford: Oxford University Press. 2012. p. 376. ISBN 978-0-19-538207-5. OCLC 706025122.{{cite book}}: CS1 maint: others (link)
  4. Schmidt, Elizabeth (2005). "Top Down or Bottom Up? Nationalist Mobilization Reconsidered, with Special Reference to Guinea (French West Africa)". The American Historical Review (in ଇଂରାଜୀ). 110 (4): 995. doi:10.1086/ahr.110.4.975. ISSN 0002-8762.
  5. ୫.୦ ୫.୧ aliou (2018-10-17). "Hadja Mafory Bangoura, Figure Emblématique de la lutte pour l'Indépendance". Madina Men Magazine (in ଫରାସୀ). Archived from the original on 2020-03-18. Retrieved 2020-02-12.
  6. ୬.୦ ୬.୧ ୬.୨ "Mafory Bangoura, militante de l'indépendance". L'Histoire par les femmes (in ଫରାସୀ). 2018-01-18. Retrieved 2020-02-12.
  7. Women in African colonial histories. Geiger, Susan., Musisi, Nakanyike., Allman, Jean Marie. Bloomington. April 2002. p. 295. ISBN 0-253-10887-X. OCLC 50174773.{{cite book}}: CS1 maint: location missing publisher (link) CS1 maint: others (link)
  8. Schmidt, Elizabeth (2005). "Top Down or Bottom Up? Nationalist Mobilization Reconsidered, with Special Reference to Guinea (French West Africa)". The American Historical Review (in ଇଂରାଜୀ). 110 (4): 1007. doi:10.1086/ahr.110.4.975. ISSN 0002-8762.
  9. Sheldon, Kathleen E., 1952- (2005). Historical dictionary of women in Sub-Saharan Africa. Lanham, Md.: Scarecrow Press. p. 28. ISBN 0-8108-5331-0. OCLC 56967121.{{cite book}}: CS1 maint: multiple names: authors list (link) CS1 maint: numeric names: authors list (link)
  10. Touré, Ahmed Sékou (1976). Hommage a Mafory Bangoura (in ଫରାସୀ). Imprimerie nationale "Patrice Lumumba".
  11. "Mafory Bangura - Syliphone record label recordings from Guinea - World and traditional music | British Library - Sounds". sounds.bl.uk. Archived from the original on 2021-09-10. Retrieved 2020-02-12.
  12. Kérékou, Mathieu (1987). Dans la voie de l'édification du socialisme: recueil des discours de notre grand camarade de lutte, le président Kérékou (in ଫରାସୀ). Direction de l'information et de la Propagande, société Yagoubi (SOYA).
  13. "Banknotes from Guinea | BankNoteBank.com Banknote Collectors Community | Page 1". www.banknotebank.com. Retrieved 2020-02-12.
  14. "Women On Banknotes - Coin Community Forum - Page 26". www.coincommunity.com. Retrieved 2020-02-12.
  15. "The Ibrahim Salem Collection of African Banknotes 2". Issuu (in ଇଂରାଜୀ). Retrieved 2020-02-12.
  16. Guineematin (2018-10-02). "02 octobre à Coyah : le préfet appelle " leaders politiques et militants à faire preuve de maturité "". Guinée Matin - Les Nouvelles de la Guinée profonde (in ଫରାସୀ). Retrieved 2020-02-12.
  17. Diallo, Elhadj Aboubacar. "Conakry : les femmes rendent hommage à Hadja Mafory Bangoura. | Radio-kankan" (in ଫରାସୀ). Archived from the original on 2019-11-15. Retrieved 2020-02-12.