ମାନସ ରଞ୍ଜନ ପାଠକ
ମାନସ ରଞ୍ଜନ ପାଠକ (ଜନ୍ମ: ୨୮ ଅଗଷ୍ଟ ୧୯୬୫) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[୧][୨] ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲିଜିୟମଙ୍କ ୧୪ ଜୁଲାଇ ୨୦୨୫ ତାରିଖର ସୁପାରିଶ କ୍ରମେ ସେ ଗୌହାଟୀ ଉଚ୍ଚ ନ୍ୟାୟାଳୟରୁ ବଦଳି ହୋଇ[୩] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ୨୧ ଜୁଲାଇ ୨୦୨୫ରେ ଶପଥ ଗ୍ରହଣ କଲେ ।[୪][୫]
ସଂକ୍ଷିପ୍ତ ଜୀବନି ଓ ପେଶା
[ସମ୍ପାଦନା]ମାନସ ରଞ୍ଜନ ପାଠକ ୨୮ ଅଗଷ୍ଟ ୧୯୬୫ ରେ ଗୁଆହାଟୀରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରାଥମିକ ଶିକ୍ଷା ଗୁଆହାଟୀର କୁମାରପାରାର ହରିପ୍ରିୟା ବିଦ୍ୟାପୀଠରୁ ଲାଭ କରିବା ପରେ ମାଧ୍ୟମିକ ଶିକ୍ଷା ଗୁଆହାଟିର ଉଜାନବଜାର ଅବସ୍ଥିତ M.C.M.E. ରୁ ଲାଭ କରିଥିଲେ । ସେକେଣ୍ଡାରୀ ଶିକ୍ଷା କେନ୍ଦ୍ରୀୟ ବିଦ୍ୟାଳୟ ଅମ୍ବାରୀ, ଗୁଆହାଟୀରୁ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା କେନ୍ଦ୍ରୀୟ ବିଦ୍ୟାଳୟ, ଖାନାପାରା, ଗୁଆହାଟୀରୁ ପାସ୍ କରିଥିଲେ । ତତପରେ ସେ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଙ୍ଗାଲୋର ସେଣ୍ଟ୍ ଜୋସେଫସ୍ କଲେଜ୍ରୁ କଳା ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ଗୁଆହାଟୀ ବିଶ୍ୱବିଦ୍ୟାଳୟ ଅଧୀନରେ ତତ୍କାଳୀନ ସରକାରୀ ଆଇନ କଲେଜ୍, ପାନବଜାର, ଗୁଆହାଟୀରୁ LL.B. ଡିଗ୍ରୀ (ଆଇନରେ ସ୍ନାତକ) ଅର୍ଜନ କରିଥିଲେ ।
୧୨ ସେପ୍ଟେମ୍ବର ୧୯୯୦ ରେ ଆସାମ, ନାଗାଲ୍ୟାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲରେ ଏକ ଅଧିବକ୍ତା ଭାବରେ ନାମ ଲେଖାଇ ଓକିଲାତି ଜୀବନ ଆରମ୍ଭ କରିଥିଲେ। ମୁଖ୍ୟତଃ ସେ ଦେୱାନୀ, ସଂବିଧାନିକ, ଜମି ଅଧିଗ୍ରହଣ ଓ ସେବା ସମ୍ପର୍କିତ ମାମଲା ପରିଚାଳନା କରୁଥିଲେ । ଅତିତିକ୍ତ ବିଚାରପତି ହେବା ଯାଏଁ ସେ ଗୁଆହାଟୀ ଉଚ୍ଚ ନ୍ୟାୟାଳୟରେ ଆସାମ ସରକାରର ଶିକ୍ଷା ବିଭାଗ ପାଇଁ ସ୍ଥାୟୀ କାଉନସେଲ ଭାବେ କାର୍ଯ୍ୟ କରିଥିଲେ । ୨୦୦୪ଠାରୁ ରାଜ୍ୟ ବିଭାଜନ ପର୍ଯ୍ୟନ୍ତ ତ୍ରିପୁରା ରାଜ୍ୟର ସ୍ଥାୟୀ କାଉନସେଲ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ସେ ଆସାମ ଆଇନ କମିଶନ ଓ ଇଣ୍ଡିଆନ୍ ଲ ସଂସ୍ଥାନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ ।
ସେ ୨୨ ମଇ ୨୦୧୩ ରେ ଗୁଆହାଟୀ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହେଲେ ଓ ପରେ ୧୨ ନଭେମ୍ବର ୨୦୧୮ ରୁ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ଲାଭ କଲେ ।[୬] ୨୧ ଜୁଲାଇ ୨୦୨୫ରେ ଶ୍ରୀ ପାଠକ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଯୋଗ ଦେଇଛନ୍ତି ।[୬][୭][୮]
ଆଧାର
[ସମ୍ପାଦନା]- ↑ "Judge". orissahighcourt.nic.in. Retrieved 29 July 2025.
- ↑ "Justice Pathak sworn in as Orissa HC judge". The Times of India. 2025-07-21. ISSN 0971-8257. Retrieved 2025-07-29.
- ↑ "Press Trust Of India". www.ptinews.com. Retrieved 2025-07-22.
- ↑ "Order of transfer of Shri Justice Manash Ranjan Pathak, Judge of the Gauhati High Court to Orissa High Court (14.07.2025) | Department of Justice | India" (in ଇଂରାଜୀ). Retrieved 2025-07-17.
- ↑ Service, Express News (2025-07-22). "Justice Pathak takes oath as new Orissa HC judge". The New Indian Express (in ଇଂରାଜୀ). Retrieved 2025-07-22.
- ↑ ୬.୦ ୬.୧ Nayak, Subadh (2025-07-14). "Justice Manash Ranjan Pathak transferred to Orissa High Court". KalingaTV (in ଆମେରିକୀୟ ଇଂରାଜୀ). Retrieved 2025-07-17.
- ↑ Rout, Yajati (2025-05-27). "Justice Manash Ranjan Pathak Moves to Orissa High Court in Major Judicial Reshuffle". Pragativadi I Latest Odisha News in English I Breaking News (in ଆମେରିକୀୟ ଇଂରାଜୀ). Retrieved 2025-07-17.
- ↑ Bharat, E. T. V. (2025-07-21). "Justice Manash Ranjan Pathak Sworn In As Orissa High Court Judge". ETV Bharat News (in ଇଂରାଜୀ). Retrieved 2025-07-22.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |