Jump to content

ମାନସୀ ପାତ୍ର

ଉଇକିପିଡ଼ିଆ‌ରୁ
ମାନସୀ ପାତ୍ର
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିକଣ୍ଠଶିଳ୍ପୀ
ସକ୍ରିୟ ବର୍ଷ୨୦୦୬ – ଏବେଯାଏଁ
ବୈବାହିକ-ସାଥୀପ୍ରଭାତ କୁମାର ନାୟକ (ବିବାହ: ୨୦୦୬)
ପିତାମାତା
  • ଭୋଳାନାଥ ପାତ୍ର (ବାପା)
  • ଶୋଭାରାଣୀ ପାତ୍ର (ମାଆ)

ମାନସୀ ପାତ୍ର ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଭକ୍ତିସଙ୍ଗୀତରେ କଣ୍ଠଦାନ କରିଥାନ୍ତି । ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀ ଏବଂ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ରିଆଲିଟି ଶୋ'ରେ ସେ କାମ କରନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମାନସୀ ବାଲେଶ୍ୱର ଜିଲ୍ଲାର ରେମୁଣାର ବାସିନ୍ଦା ।[] ତାଙ୍କ ପିତାଙ୍କ ନାମ ଭୋଳାନାଥ ପାତ୍ର ଏବଂ ମାତାଙ୍କ ନାମ ଶୋଭାରାଣୀ ପାତ୍ର । ସେ ବାସୁଦେବ ଗୋଚ୍ଛାୟତ, ବନମାଳୀ ଜେନା ଓ ବିଶ୍ୱନାଥ ମିଶ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି । ଚଣ୍ଡୀଗଡ଼ର ଗନ୍ଧର୍ବ ବିଶ୍ୱବିଦ୍ୟାଳୟରୁ ସେ ସଙ୍ଗୀତରେ ବିଶାରଦ ହାସଲ କରିଛନ୍ତି । ୨୦୦୦ ମସିହାରେ ସେ ଆକାଶବାଣୀରୁ ଜୁନିୟର କଳାକାର ଓ ୨୦୦୫ ମସିହାରେ ବି-ହାଇ ଆର୍ଟିଷ୍ଟ ମାନ୍ୟତା ପାଇଥିଲେ । ୨୦୦୬ ମସିହାରେ ସେ ପ୍ରଭାତ କୁମାର ନାୟକଙ୍କୁ ବିବାହ କରିଥିଲେ ।

୨୦୦୬ ମସିହାରେ ତାଙ୍କର ପ୍ରଥମ ସଙ୍ଗୀତ କ୍ୟାସେଟ ମୋହ ମାୟା ଅଢ଼େଇ ଦିନର ମୁକ୍ତିଲାଭ କରିଥିଲା ।[]

ଟେଲିଭିଜନ

[ସମ୍ପାଦନା]
  • ଭଜନ ଅନ୍ତାକ୍ଷରୀ
  • ଲକ୍ଷ୍ମୀପୁରାଣ (ପ୍ରାର୍ଥନା ଟିଭି)
  1. Pattnaik, Sagarika (2022-10-23). "ଜୀଇଁ ଥିବାଯାଏ ଗାଉଥିବି: କଣ୍ଠଶିଳ୍ପୀ ମାନସୀ ପାତ୍ର". Dharitri Odia News. Retrieved 2025-11-14.
  2. "ମାନସୀଙ୍କ ମୋହନୀ ସ୍ବର". https://sambadepaper.com/. 2018-11-12. Retrieved 2025-11-14. {{cite web}}: External link in |website= (help)