ମାନସୀ ଅଗ୍ରୱାଲ
ମାନସୀ ଅଗ୍ରୱାଲ | |
|---|---|
| ଜନ୍ମ | Did not recognize date. Try slightly modifying the date in the first parameter. (age Error: Need valid year, month, day) Delhi, India |
| ପେଷାs | Filmmaker, writer, producer and choreographer |
| କାର୍ଯ୍ୟକାଳ | 2008 – present |
| ଜୀବନସାଥୀ | Arindam Bhattacharjee |
| ୱେବ୍ସାଇଟ୍ | https://www.mansiaggarwal.com/ |
ମାନସୀ ଅଗ୍ରୱାଲ (ଜନ୍ମ: ୧୦ ଜୁନ ୧୯୮୪) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା, ଲେଖିକା, ପ୍ରଯୋଜିକା ଏବଂ ନୃତ୍ୟ ନିର୍ଦ୍ଦେଶିକା। ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଅନେକ ଚଳଚ୍ଚିତ୍ରର ଲେଖନ, ନିର୍ଦ୍ଦେଶନ, ପ୍ରଯୋଜନା କରିଥିବା ସହିତ ଗୀତର ନୃତ୍ୟ ନିର୍ଦ୍ଦେଶନା କରିଛନ୍ତି।[୧][୨] ସେ ବିଶେଷତଃ ଚଳଚ୍ଚିତ୍ର ସାଙ୍ଘାଇ (Shanghai ) ର "ଭାରତ ମାତା କି ଜୟ" ଗୀତର ନୃତ୍ୟ ନିର୍ଦ୍ଦେଶନା ପାଇଁ ପରିଚିତ। ଏହି ଚଳଚ୍ଚିତ୍ରରେ ଅଭିନେତା ଇମରାନ ହାସମୀ ଅଭିନୟ କରିଥିଲେ। ଗୀତଟି ଭାରତରେ ବହୁତ ଲୋକପ୍ରିୟ ହୋଇଥିଲା।[୩] ସେ ପ୍ରଥମ ଶ୍ରେଣୀର ଅଭିନେତାମାନଙ୍କ ସହ କାମ କରିଛନ୍ତି, ଯେପରିକି; ପ୍ରିୟଙ୍କା ଚୋପ୍ରାଙ୍କ ସହ ମେରି କମ, ରାଜ କୁମାର ରାଓଙ୍କ ସହ କାଇ ପୋ ଚେ, ଏବଂ ଅଭୟ ଦେଓଲଙ୍କ ସହ ଦେବ୍ ଡ଼ି ଚଳଚ୍ଚିତ୍ରରେ।[୪]
ସେ Shanghai ର "ଭାରତ ମାତା କି ଜୟ" ଗୀତ ପାଇଁ ଫିଲ୍ମଫେୟାର ପୁରସ୍କାରରେ ନାମାଙ୍କନ ପାଇଥିଲେ। ଏହି ଗୀତ ଦର୍ଶକମାନଙ୍କ ମଧ୍ୟରେ ବହୁତ ପ୍ରଶଂସିତ ହୋଇଥିଲା। ତଥାପି Youngistaan ଚଳଚ୍ଚିତ୍ରର "Suno na Sangmarmar" ଗୀତଟି ମଧ୍ୟ ଷ୍ଟାରଡଷ୍ଟ ଏବଂ ଫିଲ୍ମଫେୟାର ପୁରସ୍କାର ପାଇଁ ନାମାଙ୍କନ ଲାଭ କରିଥିଲା।[୫]
ସେ Nykaa, Biba, Zandu Balm ପରି ପ୍ରମୁଖ ବ୍ରାଣ୍ଡମାନଙ୍କ ପାଇଁ ବିଜ୍ଞାପନର ନୃତ୍ୟ ନିର୍ଦ୍ଦେଶନା କରିଛନ୍ତି। ସେ ପ୍ରସିଦ୍ଧ ପତ୍ରିକା ଫେମିନାରେ ସବୁଠାରୁ କମ୍ ବୟସ୍କ ନୃତ୍ୟ ନିର୍ଦ୍ଦେଶିକା ଭାବେ ପ୍ରକାଶିତ ହୋଇଥିଲେ।[୬] ୨୦୧୮ ମସିହାରେ ସେ ତାଙ୍କ ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର The Handbag ଦ୍ୱାରା ଲେଖିକା-ନିର୍ଦ୍ଦେଶିକା ଭାବେ ଆରମ୍ଭ କରିଥିଲେ, ଯାହା ‘Humara Movie’ ଯୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶିତ ହୋଇଥିଲା।[୭] ତାଙ୍କ ଦ୍ୱିତୀୟ ଚଳଚ୍ଚିତ୍ର Raani ଲଣ୍ଡନର Lift Off Global Networks ପାଇଁ ଚୟନିତ ହୋଇଥିଲା ଏବଂ Darbhanga International Film Festivalରେ ପ୍ରଦର୍ଶିତ ହୋଇଥିଲା। ଏହା Golden Jury International Film Festivalରେ ଫାଇନାଲିଷ୍ଟ ହୋଇଥିଲା ଏବଂ ସେହିଠାରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଥିଲା। Raani Disney Hotstarରେ ମୁକ୍ତିଲାଭ କରିଥିଲା ଏବଂ MX Playerରେ ସ୍ଟ୍ରିମିଂ ହେଉଛି। The Handbag ଏବଂ Raani ଚଳଚ୍ଚିତ୍ରଦୁଇଟି Yin Yang Films ବ୍ୟାନର୍ ଅଧୀନରେ ପ୍ରଯୋଜିତ ହୋଇଥିଲା।[୮]
ପ୍ରାରମ୍ଭିକ ଜୀବନ ଏବଂ କାର୍ଯ୍ୟଜୀବନ
[ସମ୍ପାଦନା]ମାନସୀ ୧୦ ଜୁନ ୧୯୮୪ ରେ ଜନ୍ମଗ୍ରହଣ କରିଥିଲେ ଏବଂ ଦିଲ୍ଲୀରେ ବଢ଼ିଥିଲେ। ସେ ଏଠାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଥକରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଙ୍କ କଥକ ପ୍ରଶିକ୍ଷଣ ୭ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଏବଂ ପରେ ସେ ଏହି ନୃତ୍ୟରେ ‘ବିଶାରଦ’ ଉପାଧି ଲାଭ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର Hansraj Collegeରୁ ଅର୍ଥନୀତିରେ ଶିକ୍ଷା ଗ୍ରହଣ କରିଥିଲେ। ସ୍ନାତକୋତ୍ତର ପରେ ସେ ଦିଲ୍ଲୀରେ ତାଙ୍କ ନୃତ୍ୟ ସଂସ୍ଥା "Mansi Dance Creations" ଆରମ୍ଭ କରିଥିଲେ।[୯]
ତାଙ୍କ ବଲିଉଡ୍ କାର୍ଯ୍ୟଜୀବନ ଆରମ୍ଭ ହୋଇଥିଲା ଯେତେବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶକ Anurag Kashyap ଦିଲ୍ଲୀରେ ତାଙ୍କ ଏକ ନୃତ୍ୟ ପ୍ରଦର୍ଶନ ସମୟରେ ସେଠାରେ ତାଙ୍କୁ ଦେଖିଥିଲେ। ଅନୁରାଗ ତାଙ୍କୁ ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସିତ ଚଳଚ୍ଚିତ୍ର Gulaal ପାଇଁ ନୃତ୍ୟ ନିର୍ଦ୍ଦେଶନା କରିବା ପ୍ରସ୍ତାବ ଦେଇଥିଲେ। କିନ୍ତୁ ଚଳଚ୍ଚିତ୍ରଟି ବିଳମ୍ବିତ ହେବାରୁ ମାନସୀ ତାଙ୍କ ଶିକ୍ଷାରେ ଧ୍ୟାନ ଦେଇଥିଲେ। ପରେ ଅନୁରାଗ ପୁନର୍ବାର ତାଙ୍କୁ Dev.D ଚଳଚ୍ଚିତ୍ର ପାଇଁ ନୃତ୍ୟ ନିର୍ଦ୍ଦେଶନା ପ୍ରସ୍ତାବ ଦେଇଥିଲେ।[୧୦]
ମାନସୀଙ୍କ ବିବାହ ସିନେମାଟୋଗ୍ରାଫର ଅରିନ୍ଦମ ଭଟାଚର୍ଜୀଙ୍କ ସହ ହୋଇଛି।[୧୧]
ଆଧାର
[ସମ୍ପାଦନା]- ↑ Humaramovie Behind The Scenes (2018-12-03), The Handbag | Mansi Aggarwal | Director, retrieved 2026-02-15
- ↑ "Hindi Director Mansi Aggarwal Biography, News, Photos, Videos". nettv4u (in ଇଂରାଜୀ). Retrieved 2026-02-15.
- ↑ "Dance is now a viable career option: Mansi Agarwal". The Times of India. 2012-05-19. ISSN 0971-8257. Retrieved 2026-02-25.
- ↑ Bari, Prachi RegeNishat (2012-05-19). "Mansi Aggarwal to choreograph Abhishek Kapoor's Kai Po Che". India Today (in ଇଂରାଜୀ). Retrieved 2026-02-25.
- ↑ "Hindi Director Mansi Aggarwal Biography, News, Photos, Videos". nettv4u (in ଇଂରାଜୀ). Retrieved 2026-02-25.
- ↑ "Hindi Director Mansi Aggarwal Biography, News, Photos, Videos". nettv4u (in ଇଂରାଜୀ). Retrieved 2026-02-25.
- ↑ humaramovie (2018-10-16), The Handbag | Short Film | Directed by Mansi Aggarwal, retrieved 2026-02-25
- ↑ "Hindi Director Mansi Aggarwal Biography, News, Photos, Videos". nettv4u (in ଇଂରାଜୀ). Retrieved 2026-02-25.
- ↑ "'I re-invented myself for films' | My Theatre Cafe". mytheatrecafe.com (in ଆମେରିକୀୟ ଇଂରାଜୀ). Archived from the original on 2017-09-15. Retrieved 2026-02-25.
- ↑ "'I can make anybody dance'". The Hindu (in Indian English). 2012-06-30. ISSN 0971-751X. Retrieved 2026-02-25.
- ↑ "Arindam Bhattacharjee | Camera and Electrical Department, Cinematographer". IMDb (in ଆମେରିକୀୟ ଇଂରାଜୀ). Retrieved 2026-02-25.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |