ମାନବ ମେଟାନିମୋଭୂତାଣୁ ସଂକ୍ରମଣ
| ମାନବ ମେଟାନିମୋଭୂତାଣୁ ସଂକ୍ରମଣ | |
|---|---|
| ବିଭାଗ | Infectious diseases |
| ଲକ୍ଷଣ | Cough, fever, stuffy nose, sore throat[୧] |
| ଆକ୍ରାନ୍ତ ସମୟ | 3 to 6 days after exposure[୨] |
| ଅବଧି | Few days[୧] |
| କାରଣ | Human metapneumovirus[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Confirmed by PCR[୧] |
| ସଠିକ ରୋଗ ନିର୍ଣ୍ଣୟ | COVID-19, influenza, RSV[୧] |
| ପ୍ରତିକାର | Face mask, ventilation, hand washing, avoiding sick people[୧] |
| ଚିକିତ୍ସା | Supportive care[୧] |
| ପୁନଃପୌନିକ | Common (young children)[୧] |
ମାନବ ମେଟାନିମୋଭୂତାଣୁ (Human metapneumovirus / hMPV) ସଂକ୍ରମଣ ହେଉଛି ଏକ ଭୂତାଣୁ ସଂକ୍ରମଣ ଯାହା ହେବା ଫଳରେ ସାଧାରଣତଃ କାଶ, ଜ୍ୱର, ନାକ ବନ୍ଦ ଏବଂ ଗଳା ଯନ୍ତ୍ରଣା ହୁଏ ।[୧] ବେଳେବେଳେ ଏହା ଶ୍ୱାସନଳୀ ପ୍ରଦାହ କିମ୍ବା ନିମୋନିଆ ସହିତ ଅଣନିଶ୍ୱାସ କିମ୍ବା ଛାତି ଯନ୍ତ୍ରଣା ହୋଇପାରେ ।[୧] ସଂସ୍ପର୍ଶରେ ଆସିବା ଏବଂ ଲକ୍ଷଣ ଆରମ୍ଭ ହେବା ମଧ୍ୟରେ ସମୟ ସାଧାରଣତଃ ୩ରୁ ୬ ଦିନ ଲାଗେ ।[୨]
ନ୍ୟୁମୋଭିରିଡେ ପରିବାରର ମାନବ ମେଟାପନିମୋଭୂତାଣୁ ଯୋଗୁଁ ଏହି ରୋଗ ହୁଏ ।[୨] ଏହା ଲୋକଙ୍କ ମଧ୍ୟରେ, ବାୟୁ ମାଧ୍ୟମରେ ଏବଂ ଦୂଷିତ ବସ୍ତୁ ମାଧ୍ୟମରେ ବ୍ୟାପିଥାଏ ।[୧] [୨] ପଲିମରେଜ୍ ଚେନ୍ ରିଆକ୍ସନ୍ (PCR) ଦ୍ୱାରା ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଇପାରେ କିନ୍ତୁ ଏହା ଅଧିକାଂଶ ସମୟରେ ପ୍ରାୟତଃଆବଶ୍ୟକ ହୁଏ ନାହିଁ। [୧]
ଏହାର ପ୍ରତିଷେଧ ନିମନ୍ତେ ମୁହଁରେ ମାସ୍କ ପିନ୍ଧିବା, ବାୟୁଚଳନ ଉନ୍ନତ କରିବା, ହାତ ଧୋଇବା ଏବଂ ଅସୁସ୍ଥ ଲୋକଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । [୧] ୨୦୨୪ ସୁଦ୍ଧା ଏହା ନିମନ୍ତେ କୌଣସି ଟିକା ଉପଲବ୍ଧ ନଥିଲା ।[୨] ଏହାର ଚିକିତ୍ସାରେ ଯନ୍ତ୍ରଣା ନିବାରକ ଔଷଧ ବ୍ୟବହାର, ପର୍ଯ୍ୟାପ୍ତ ତରଳ ପଦାର୍ଥ ପାନ କରିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ସହାୟକ ହୋଇଥାଏ । [୧] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ ।[୨] ସାଧାରଣତଃ କିଛି ଦିନ ପରେ ଲକ୍ଷଣରେ ଉନ୍ନତି ହୋଇଯାଏ ।[୧]
ଛୋଟ ପିଲାମାନଙ୍କ ମଧ୍ୟରେ ମାନବ ମେଟାନିମୋଭୂତାଣୁ ସଂକ୍ରମଣ ସାଧାରଣତଃ ହୁଏ । [୧] ବୟସ୍କ ବ୍ୟକ୍ତି ଏବଂ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଥିବା ଲୋକମାନେ ମଧ୍ୟ ପ୍ରାୟତଃ ପ୍ରଭାବିତ ହୁଅନ୍ତି । [୨] ପୃଥିବୀର ଯେଉଁ ଅଞ୍ଚଳରେ ଋତୁ ଅଛି, ସେଠାରେ ଏହା ସାଧାରଣତଃ ଶୀତ ଏବଂ ବସନ୍ତ ମାସରେ ଦେଖାଯାଏ ।[୨] ଜାନୁଆରୀ ୨୦୨୫ରେ ଚୀନରେ ମାମଲା ସଂଖ୍ୟାରେ ବୃଦ୍ଧି, ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ବୃଦ୍ଧି ସହିତ, ସେଠାକାର ସରକାର ଏହାକୁ ଏକ ଋତୁକାଳୀନ ଘଟଣା ବୋଲି ବିଚାର କରୁଛନ୍ତି ।[୩] [୪] ଭାରତ, ମାଲେସିଆ ଏବଂ କାଜାଖସ୍ତାନରେ ମଧ୍ୟ ଏହି ରୋଗ ହୁଏ ।[୫] ଏହାକୁ ପ୍ରଥମେ ୨୦୦୧ ମସିହାରେ ପୃଥକ କରାଯାଇଥିଲେ ମଧ୍ୟ ଏହି ଭୂତାଣୁ କିଛି ଦଶନ୍ଧି ଧରି ରହିଛି ।[୧]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 12 13 14 15 16 17 "Human metapneumovirus (hMPV) infection". www.who.int (in ଇଂରାଜୀ). WHO. Archived from the original on 22 February 2025. Retrieved 28 February 2025.
- 1 2 3 4 5 6 7 8 "About Human Metapneumovirus". Human Metapneumovirus (in ଆମେରିକୀୟ ଇଂରାଜୀ). CDC. 9 August 2024. Retrieved 28 February 2025.
- ↑ "What is HMPV? China steps up emergency measures amid new virus outbreak". The Independent (in ଇଂରାଜୀ). 5 January 2025. Retrieved 5 January 2025.
- ↑ "Hospitals overwhelmed as new virus spreads in China". www.msn.com. Retrieved 5 January 2025.
- ↑ Young, Lauren J. "HMPV Cases Are Rising Across Asia, but Experts Say Not to Panic". Scientific American (in ଇଂରାଜୀ). Archived from the original on 7 January 2025. Retrieved 7 January 2025.