ମାତା ଗୁଜରି

ଉଇକିପିଡ଼ିଆ‌ରୁ
Jump to navigation Jump to search

ମାତା ଗୁଜରି (୧୬୨୪–୧୭୦୫) ନବମ ଶିଖ ଗୁରୁ ଥିଲେ । ସେ ଗୁରୁ ତେଘ ବାହାଦୁରଙ୍କ ପତ୍ନୀ ଥିଲେ ଓ ଦଶମ ଶିକ୍ଷା ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ମାତା ଥିଲେ ।  

ଜୀବନୀ [ସମ୍ପାଦନା]

ମାତା ଗୁଜରି କରତାରପୁରର ଭାଇ ଲାଲ ଚାନ୍ଦ ଶୁଭିକି ଖାତରି ଓ ବିଷାନ କଉରଙ୍କ କନ୍ୟା ଥିଲେ । ସେ ଫେବୃଆରୀ ୪, ୧୬୩୩ ମସିହାରେ ଗୁରୁ ତେଘ ବାହାଦୁରଙ୍କୁ ବିବାହ କରିଥିଲେ ଓ ସ୍ୱାମୀଙ୍କ ପରିବାର ସହ ଅମୃତସରରେ ରହିଥିଲେ । ୧୬୩୫ ମସିହା  ରେ ସେମାନେ କିରାତପୁରକୁ ସ୍ଥାନାନ୍ତର କରିଥିଲେ ଓ ୧୬୪୪ ମସିହାରେ ଗୁରୁ ତେଘ ବାହାଦୁରଙ୍କ ପିତା ଗୁରୁ ହରଗୋବିନ୍ଦଙ୍କ ପରଲୋକ ପରେ ମାତା ଗୁଜରି ତାଙ୍କ ସ୍ୱାମୀ ଓ ଶାଶୁ ମାତା ନାନାକୀଙ୍କ ସହ ଅମ୍ରିତସର ନିକଟସ୍ଥ ବକାଲାକୁ ଯାଇ ରହିଥିଲେ ।[୧]

୧୬୪୪ରେ ଗୁରୁ ହିସାବରେ ସ୍ଥାପିତ ହେଲା ପରେ ଗୁରୁ ତେଘ ବାହାଦୁର ଛକ ନାନାକୀ ନାମକ ଏକ ନୂତନ ଗ୍ରାମ ସ୍ଥାପନ କରିଥିଲେ ।ଏହାର ନାମ ତାଙ୍କର ମାତାଙ୍କ ନାମ ଅନୁସାରେ ଦେଇଥିଲେ ;। ସେହି ସ୍ଥାନ ବର୍ତ୍ତମାନ ଏକ ସହରରେ ପରିଣତ ହୋଇ ଆନନ୍ଦପୁର ସାହିବ ନାମରେ ପରିଚିତ । ଏହା ପରେ ଗୁରୁ ତେଘ ବାହାଦୁର ଦୀର୍ଘକାଳୀନ ଯାତ୍ରାରେ ଗମନ କରିଥିଲେ । ସେ ସମୟରେ ତାଙ୍କ ପତ୍ନୀ ଓ ମାତାଙ୍କୁ ସେ ପାଟଣାଠାରେ ରଖିଥିଲେ । ୨୨ ଡିସେମ୍ବର ୧୬୬୬ରେ ଏକ ପୁତ୍ର ଗୋବିନ୍ଦ ରାଇଙ୍କୁ ଜନ୍ମ ଦେଇଥିଲେ । ଗୋବିନ୍ଦ ରାଇ ପରେ ଗୁରୁ ଗୋବିନ୍ଦ ନାମରେ ବିଖ୍ୟାତ ହେଇଥିଲେ ।[୧]

ଆଧାର [ସମ୍ପାଦନା]

  1. ୧.୦ ୧.୧ {{cite web}}: Empty citation (help)

ଛାଞ୍ଚ:Sikhism

ଛାଞ୍ଚ:Guru Gobind Singh