Jump to content

ମାଇକୋବ୍ୟାକ୍ଟେରିଅମ ଆଭିଅମ-ଇଣ୍ଟ୍ରାସେଲୁଲାର ସଂକ୍ରମଣ

ଉଇକିପିଡ଼ିଆ‌ରୁ
Mycobacterium avium-intracellulare infection
Mycobacterium avium complex infection[]
CT scan of patient with right middle lobe aspiration and Mycobacterium avium infection consistent with Lady Windermere syndrome
ବିଭାଗInfectious disease
ଲକ୍ଷଣChronic cough with sputum[]
କାରଣMycobacterium avium complex (MAC)[]
ବିପଦ କାରକWeak immune system, lung disease[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, sputum culture, medical imaging[]
ସଠିକ ରୋଗ ନିର୍ଣ୍ଣୟTuberculosis, lung cancer, bronchiectasis[]
ଚିକିତ୍ସାAntibiotics, surgery[][]
ପୁନଃପୌନିକ1 in 25,000 (USA)[]

ମାଇକୋବ୍ୟାକ୍ଟେରିଅମ ଆଭିଅମ-ଇଣ୍ଟ୍ରାସେଲୁଲାର ସଂକ୍ରମଣ (Mycobacterium avium-intracellulare infection/ MAI) ହେଉଛି ଏକ ପ୍ରକାର ଅଣ‌ଯକ୍ଷ୍ମା ମାଇକୋବ୍ୟାକ୍ଟେରିଆ (NTM) ସଂକ୍ରମଣ ।[] ଶରୀରର ଅନେକ ଅଂଶ ଏଥିରେ ଜଡିତ ହୋଇପାରେ, କିନ୍ତୁ ଫୁସଫୁସ ସାଧାରଣତଃ ପ୍ରଭାବିତ ହୁଏ। [] ଲକ୍ଷଣଗୁଡ଼ିକ ମଧ୍ୟରେ ନିରନ୍ତର ଉତ୍ପାଦନଶୀଳ କାଶ ଅନ୍ତର୍ଭୁକ୍ତ; ତଥାପି କିଛି ଲୋକଙ୍କର କୌଣସି ଲକ୍ଷଣ ନ ଥାଇପାରେ ।[] [] କଫ ସାଧାରଣତଃ ରକ୍ତାକ୍ତ ନୁହେଁ କିମ୍ବା ଜ୍ୱର ମଧ୍ୟ ନ ଥାଏ ।[] ରୋଗ ଜଟିଳ ହେଲେ ଓଜନ ହ୍ରାସ, ଯକୃତ ବୃଦ୍ଧି, ପ୍ଲୀହା ବୃଦ୍ଧି, କିମ୍ବା ଲିମ୍ଫାଡେନୋପାଥି ହୋଇପାରେ ।[]

ବିଶେଷକରି ଏହା <i id="mwNw">ମାଇକୋବ୍ୟାକ୍ଟେରିଅମ୍ ଆଭିୟମ୍</i> କମ୍ପ୍ଲେକ୍ସ (MAC) ଦ୍ୱାରା ହୁଏ, ଯେଉଁଥିରେ ଏମ. ଆଭିଅମ ଏବଂ ଏମ. ଇଣ୍ଟ୍ରାସେଲୁଲାର ଅନ୍ତର୍ଭୁକ୍ତ ।[] ଏଗୁଡ଼ିକୁ ପ୍ରଶ୍ୱାସରେ ନିଆଯାଇପାରେ କିମ୍ବା ଗିଳି ଦିଆଯାଇପାରେ। [] ବିପଦ କାରକଗୁଡ଼ିକ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଏବଂ ପୂର୍ବରୁ ଫୁସଫୁସ ରୋଗ ଅନ୍ତର୍ଭୁକ୍ତ; ତଥାପି ଅନ୍ୟଥା ସୁସ୍ଥ ଲୋକମାନେ କ୍ୱଚିତ୍ ପ୍ରଭାବିତ ହୋଇପାରନ୍ତି ।[] [] ଏହି ଜୀବାଣୁ ପ୍ରାୟତଃ ମାଟି, ପାଣି ଏବଂ ଧୂଳିକଣାରେ ରହିଥାଆନ୍ତି ।[] ସଂକ୍ରମଣ ସାଧାରଣତଃ ଲୋକଙ୍କ ମଧ୍ୟରେ ବ୍ୟାପି ନଥାଏ । [] ଲକ୍ଷଣ, କଫ କଲଚର ଏବଂ ଡାକ୍ତରୀ ଇମେଜିଂ ଉପରେ ନିର୍ଭର କରି ରୋଗ ନିର୍ଣ୍ଣୟ କରାଯାଏ ।[]

ଚିକିତ୍ସା ସାଧାରଣତଃ ଅତି କମରେ ଛଅ ମାସ ପାଇଁ ଏକାଧିକ ଆଣ୍ଟିବାୟୋଟିକ୍ ଯେପରିକି ଆଜିଥ୍ରୋମାଇସିନ୍, ରିଫାମ୍ପିନ ଏବଂ ଇଥାମ୍ବୁଟୋଲ ସହିତ କରାଯାଏ ।[] [] ଅନେକ ଆଣ୍ଟିବାୟୋଟିକ୍ ପ୍ରତି ଏହାର ପ୍ରତିରୋଧ ସାଧାରଣତଃ ଥାଏ । [] ପ୍ରଭାବିତ ଫୁସଫୁସକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରିବା ମଧ୍ୟ ଏକ ବିକଳ୍ପ ହୋଇପାରେ । [] ଚିକିତ୍ସା ବିନା ମୃତ୍ୟୁ ହୋଇପାରେ। []

ଯୁକ୍ତରାଷ୍ଟ୍ରରେ ପ୍ରାୟ ୨୫,୦୦୦ ଲୋକଙ୍କ ମଧ୍ୟରୁ ଜଣେ ପ୍ରଭାବିତ ହୁଏ । [] ବୟସ୍କ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହା ଶୀତ ଏବଂ ବସନ୍ତ ଋତୁରେ ସବୁଠାରୁ ସାଧାରଣ ଭାବରେ ହୁଏ ।[] ଏମ. ଆଭିୟମ ପ୍ରଥମେ ୧୯୦୧ ମସିହାରେ ବର୍ଣ୍ଣିତ ହୋଇଥିଲା ଓ ଏମ. ଇନଟ୍ରାସେଲୁଲର ପ୍ରଥମେ ୧୯୪୯ ମସିହାରେ ବର୍ଣ୍ଣିତ ହୋଇଥିଲା । [] ଫାର୍ମରେ ଥିବା ପଶୁ ଏବଂ ପକ୍ଷୀମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ।[]

  1. 1 2 3 4 Daley, Charles L. (10 March 2017). "Mycobacterium avium Complex Disease". Microbiology Spectrum. 5 (2): 10.1128/microbiolspec.tnmi7–0045–2017. doi:10.1128/microbiolspec.tnmi7-0045-2017. PMC 11687487. PMID 28429679. {{cite journal}}: Check |pmc= value (help)
  2. 1 2 3 4 5 6 7 8 9 10 11 12 13 Campos, Arlene. "Pulmonary Mycobacterium avium complex infection". Radiopaedia. Retrieved 14 March 2025.
  3. 1 2 3 4 5 "Clinical Overview of Nontuberculous Mycobacteria (NTM)". Nontuberculous Mycobacteria (NTM) (in ଆମେରିକୀୟ ଇଂରାଜୀ). 16 May 2024. Retrieved 14 March 2025.
  4. 1 2 3 4 5 6 7 8 9 10 Akram, SM; Attia, FN (January 2025). "Mycobacterium avium Complex". StatPearls. PMID 28613762.