ମହିଳା ମାନଙ୍କ ଅଦଳ-ବଦଳ

ଉଇକିପିଡ଼ିଆ ରୁ
Jump to navigation Jump to search
Symbol venus.svg

ମହିଳା ମାନଙ୍କ ଅଦଳ-ବଦଳ ତତ୍ତ୍ୱ ସରାଞ୍ଚନାତ୍ମକର ସିଦ୍ଧାନ୍ତ, ଯାହା Claude Lévi-Strauss ଏବଂ ଅନ୍ୟ ମାନବବିଜ୍ଞାନୀଙ୍କର ମତ ଅଟେ, ଯାହା ସମାଜରେ ଆଜି ମଧ୍ୟ ଅଧିଷ୍ଠିତ ହୋଇ ରହିଛି । [୧] ଏହି ପ୍ରକାରରେ ଔପଚାରିକ ଅଦଳ ବଦଳକୁ ମଧ୍ୟ ପାରମ୍ପରିକ ବିବାହ ସମାରୋହରେ ଦେଖାଯାଇଥାଏ, ଯେଉଁଥିରେ କନ୍ୟାକୁ ତା'ର ବାପାଙ୍କଦ୍ୱାରା ବର ପରିବାରକୁ ଦାନ କରି ଦିଆଯାଏ ।

ବିଗତ ବହୁ ବର୍ଷ ତମାମ ଧରି ଭାରତୀୟ ମହିଳା ମାନଙ୍କ ସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି । ସେମାନଙ୍କ ଜୀବନ ଧାରଣ ଶୈଳୀ , ସ୍ୱାଧୀନତା , ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପତନ ଘଟିଛି ।[୨] ଅତି ପ୍ରାଚୀନ କାଳରୁ ମଧ୍ୟମ କାଳ ମଧ୍ୟରେ ତାଙ୍କର ସ୍ଥିତିରେ ଦ୍ରୁତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାର , ଯାହା ପୁରୁଷ ମାନେ ପାଉଥିଲେ , ସେଥିରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂସ୍କାର ବଶତଃ ସେମାନଙ୍କୁ ବିଦ୍ୟାଳୟରେ ପାଠ ପଢିବା ପାଇଁ ବାରଣ କରାଯାଉଥିଲା ।[୩]

ସମାନତା[ସମ୍ପାଦନା]

ସମାନତାର ସରଞ୍ଚନାତ୍ମକ ଦୃଷ୍ଟିକଣକୁ (Lévi-Strauss) "ଲେବୀ ଷ୍ଟ୍ରାସ"ର ସଭ୍ୟକଥନରେ ରଖାଯାଇଛି : "ସମାନତାର ପ୍ରାଥମିକ ସରଞ୍ଚନା"। ଏଥିରେ ସେମାନେ ମୌସ (Mauss)ର ବିଚାରକୁ ଆଦୀମ ସମାଜରେ ଉପହାରର ମହତ୍ତ୍ୱ ବାବଦରେ ସଂଯୁକ୍ତ ରୂପରେ ଯୋଡିଥିଲେ, ଯେଉଁଥିରେ ପାଖାପାଖି ସମ୍ବନ୍ଧୀୟ ପାରିବାରିକ ସମୂହ ବାହାରେ ସାଥିମାନଙ୍କ ଅଦଳ ବଦଳ ପାଇଁ ବର୍ଜନର ଭୂମିକା ରହିଥିଲା । ମହିଳାମାନଙ୍କ ପରିଣାମ ଅଦଳ ବଦଳ ଅପ୍ରତିସମ ରହିଛି, ପୁରୁଷମାନଙ୍କର ସେହି ମହିଳା ମାନଙ୍କ ଉପରେ ଅଧିକାର ରହିଛି ଯାହା ପାରସ୍ପରିକ ନୁହେଁ । ପରିଣାମସ୍ୱରୂପ ସାମାଜିକ ସରଞ୍ଚନାଗୁଡ଼ିକ ଜୀବ ବିଜ୍ଞାନର ମାମଲା ହେବା ବଦଳରେ ମହିଳା ମାନଙ୍କ ଉତ୍ପୀଡନକୁ ଏକ ସାମାଜିକ ନିର୍ମାଣ ରୂପେ ମାନିବା ପାଇଁ ଏକ ରୂପରେଖା ପ୍ରଦାନ କରିଛି । [୪]

ବାଇବେଲ ପିତୃସତ୍ତା[ସମ୍ପାଦନା]

ପ୍ରାଚୀନ ହିବୃ ସଂସ୍କୃତିରେ ପୁରୁଷମାନେ ମହିଳା ସମ୍ପର୍କୀୟମାନଙ୍କର ଅଦଳ ବଦଳ ମାଧ୍ୟମରେ ଅନ୍ୟ ପୁରୁଷମାନଙ୍କ ସହିତ ନିଜ ସମ୍ବନ୍ଧ ସ୍ଥାପନ ପାଇଁ ଆହୁରି କଥାବାର୍ତ୍ତା କରିଥିଲେ । ଏଥିରେ ପୁରୁଣା ନିୟମର ଆଖ୍ୟାନ ଦେଖାଯାଇଥାଏ, ଯଥା: ଜୋଶୁହ, ନ୍ୟାୟାଧୀଶ, ଶାମୁଏଲ ଓ ରାଜାଙ୍କ ପୁସ୍ତକରେ ବିସ୍ତାରିତ ହୋଇଥିବା କାହାଣୀ ସମୂହ । [୫]

ପ୍ରାଚୀନ ବୈଦୀକ କାଳରେ ଭାରତୀୟ ମହିଳାମାନେ ପୁରୁଷମାନଙ୍କ ସହ ସମସ୍ତ କ୍ଷେତ୍ରରେ ଅଧିକାର ପ୍ରାପ୍ତ ହେଉଥିବା କଥା ଭାରତୀୟ ବେଦରୁ ପ୍ରମାଣ ମିଳିଛି । [୬][୭] ପତଞ୍ଜଳୀକାତ୍ୟାୟନଙ୍କ ପରି ପ୍ରାଚୀନ ବ୍ୟାକରଣ ବିଷାରଦଙ୍କ ଲେଖାରୁ ଜଣାପଡ଼େ ଯେ ବୈଦିକ ସମୟରେ ମହିଳାମାନେ ମଧ୍ୟ ପୁରୁଷମାନଙ୍କ ପରି ବିଦ୍ୟାଲାଭ କରୁଥିଲେ ।[୮][୯] ଋକ ବେଦର ଶ୍ଳୋକରୁ ଏହା ମଧ୍ୟ ପ୍ରମାଣିତ ହୁଏ ଯେ, ସେହି କାଳରେ ମହିଳାମାନେ ଉପଯୁକ୍ତ ବୟସରେ ବିବାହ କରୁଥିଲେ ଓ ନିଜ ପସନ୍ଦର ସ୍ୱାମୀ ପାଉଥିଲେ । ସେ କାଳରେ ସ୍ୱୟଂବର ପ୍ରଥାଦ୍ୱାରା ମହିଳାମାନେ ନିଜ ପସନ୍ଦର ବର ଚୟନ କରିବା ବିଧି ରହିଥିଲା । ଏହାକୁ " ଗନ୍ଧର୍ବ " ବିବାହ କୁହାଯାଉଥିଲା ।[୧୦] ଋକ ବେଦ ଓ ଉପନିଷଦମାନଙ୍କରେ ପ୍ରାଚୀନ କାଳରେ "ଗାର୍ଗୀ" ଓ "ମୈତ୍ରୀ"ଙ୍କ ପରି ଅନେକ ସାଧ୍ୱୀ ତଥା ବିଦ୍ୱାନ ମହିଳା ଥିବା କଥା ଉଲ୍ଲେଖ ରହିଛି । ,[୧୧]  

ଅପରାଧିକ ଉପଚାର[ସମ୍ପାଦନା]

ଆଫଗାନିସ୍ତାନପାକିସ୍ତାନର କ୍ଷେତ୍ରରେ ମହିଳାମାନଙ୍କୁ ଉଧାର (ରୂଣ) କିମ୍ବା ହତ୍ୟା ପରି ଅପରାଧର କ୍ଷତିପୂରଣ ପାଇଁ ଅଦଳ ବଦଳ କରାଯାଇପାରେ । ଏହି ଅଭ୍ୟାସକୁ ସ୍ୱରା (swara) କୁହାଯାଏ । ପାକିସ୍ତାନର ସମ୍ବିଧାନ ଏହାକୁ ୩ରୁ ୧୦ ବର୍ଷର କାରାବାସ ସହିତ ପ୍ରତିବନ୍ଧିତ କରିଥିଲା କିନ୍ତୁ, ଏହି ପ୍ରଥା ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି ।

କଳା କ୍ଷେତ୍ରରେ[ସମ୍ପାଦନା]

ପୁରୁଷ ସମ୍ବନ୍ଧ ମୁତାବକ ମହିଳା ମାନଙ୍କ ଅଦଳବଦଳ ଉପନ୍ୟାସ The Great Gatsby ଏବଂ Tropic of Capricornରେ ଏକ ବିଷୟ ରୂପେ ଦେଖାଯାଇଛି ।[୧୨] ଏହି ବିଷୟକୁ ଉତ୍ସାହିତ କରିବା ପାଇଁ ଇଣ୍ଡିକେଟ ପ୍ରପୋଜାଲ ଓ ଅନ୍ୟ ମହିଳା-ବାର୍ଟର ଫିଲ୍ମ ମାନଙ୍କର ଆଲୋଚନା କରାଯାଇଥିଲା ।[୧୩]

ଆଧାର[ସମ୍ପାଦନା]

  1. Regina Schwartz (1990), The Book and the Text: The Bible and Literary Theory, Blackwell, ISBN 0-631-16861-3
  2. "Rajya Sabha passes Women's Reservation Bill". The Hindu. Chennai, India. 10 March 2010. Retrieved 25 August 2010.
  3. Jayapalan, N. (2001), "Status of women in Hindu society", in Jayapalan, N. (ed.), Indian society and social institutions, New Delhi, India: Atlantic Publishers and Distributors, p. 145, ISBN 9788171569250.
  4. Gayle Rubin (2006), "4 The Traffic in Women", Feminist Anthropology, pp. 92–95, ISBN 978-1-4051-0196-7
  5. Kenneth A. Stone (1996), Sex, Honor and Power in the Deuteronomistic History: A Narratological and Anthropological Analysis, Continuum International Publishing Group, ISBN 1-85075-640-6
  6. Madhok, Sujata. "Women: Background & Perspective". InfoChange India. Archived from the original on 24 July 2008. Retrieved 24 December 2006.
  7. Mishra, R. C. (2006). Women in India: towards gender equality. New Delhi: Authorspress. ISBN 9788172733063.
  8. Varttika by Katyayana, 125, 2477
  9. Comments to Ashtadhyayi 3.3.21 and 4.1.14 by Patanjali
  10. Majumdar, R.C.; Pusalker, A.D. (1951), "Chapter XX: Language and literature", The history and culture of the Indian people, volume I, the Vedic age, Bombay: Bharatiya Vidya Bhavan, p. 394
  11. 17.
  12. Raoul Ibarguen (1989), "7. Desire in the Waste Land A generalized exchange of women", Henry Miller and the Rise of New Critical Modernism
  13. Patrick Goldstein (April 18, 1993), A flurry of recent women-as-barter movies looks like a disturbing trend to feminists ... Are these movies merely a manifestation of the fantasies of the men who run the studios-or do they represent something much more serious?, Los Angeles Times, p. 8