ମଳଦ୍ୱାର ପାର୍ଶ୍ୱ ଗଲୁ
Pruritus ani, pruritus anii, itchy anus, anal itching | |
ବିଭାଗ | Dermatology, general surgery |
---|---|
କାରଣ | Skin diseases: Dermatitis, hidradenitis suppurativa, psoriasis, lichen planus, lichen sclerosus[୧] Infections: Pinworms, candidiasis, tinea cruris, trichomoniasis, gonorrhea, chlamydia[୨] Anorectal disorders: Hemorrhoids, anal fistula, anal fissure[୨] Cancers: Acanthosis nigricans, basal cell carcinoma, leukemia[୨] Other diseases: Diabetes, liver disease, kidney failure[୨] |
ଔଷଧ | 1% hydrocortisone cream[୩] |
ଚିକିତ୍ସା | Improve hygiene, keeping anal region dry, applying mild corticosteroid[୩] |
ପୁନଃପୌନିକ | Common[୩] |
ମଳଦ୍ୱାର ପାର୍ଶ୍ୱ ଗଲୁ, (ଇଂରାଜୀ ଭାଷାରେ Perianal itching), ଅନ୍ୟ ନାମ (pruritus ani/ ପ୍ର୍ୟୁରିଟସ୍ ଆନି, ହେଉଛି ତାହା ମଳଦ୍ୱାର ପାର୍ଶ୍ୱସ୍ଥ ଚର୍ମର ଜ୍ୱଳନ, ଯାହା ଦ୍ୱାରା କୁଣ୍ଡେଇ ହେବାର ଇଚ୍ଛା ହୁଏ ।[୨] କୁଣ୍ଡାଇବା ଦ୍ୱାରା ଗଲୁ ଆହୁରି ଖରାପ ହୁଏ ।[୨] କୁଣ୍ଡାଇବା ଦ୍ୱାରା ଚର୍ମ ଭାଙ୍ଗିଯିବା, ସମୟ ସହିତ ଚର୍ମ ଘନ ହେବା କିମ୍ବା ସଂକ୍ରମଣ ମଧ୍ୟ ହୋଇପାରେ ।[୧]
ଯଦିଓ ଅନେକ ମାମଲା ଏକ ଅଜଣା କାରଣ ଯୋଗୁଁ ଘଟେ, ୧୦%ରୁ ୭୫% କ୍ଷେତ୍ରରେ ଏକ ଅନ୍ତର୍ନିହିତ ଅବସ୍ଥା ଉପସ୍ଥିତ ଥାଏ ।[୨] ଏହାର କାରଣ ଥିବା ରୋଗଗୁଡିକରେ ଚର୍ମ ରୋଗ, ସଂକ୍ରମଣ, ମଳ ଦ୍ୱାର- ମଳାଶୟ ବା ଆନୋରେକ୍ଟାଲ ରୋଗ, କର୍କଟ ରୋଗ, କିମ୍ବା ଦୈହିକ ବା ସିଷ୍ଟମିକ୍ ରୋଗ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଚର୍ମ ରୋଗ ମଧ୍ୟରେ ଚର୍ମ ପ୍ରଦାହ, ହାଇଡ୍ରାଡେନାଇଟିସ୍ ସପୁରାଟିଭା, ସୋରିଆସିସ୍, ଲାଇଚେନ ପ୍ଲାନସ ଏବଂ ଲିଚେନ ସ୍କ୍ଲେରୋସସ ଅନ୍ତର୍ଭୁକ୍ତ ।[୧] ସଂକ୍ରମଣରେ ଦଶିପୋକ ସଂକ୍ରମଣ, କ୍ୟାଣ୍ଡିଡିଆସିସ୍, ଟିନିଆ କ୍ରୁରିସ୍, ଟ୍ରାଇକୋମୋନିଆସିସ୍, ଗନରିଆ ଏବଂ କ୍ଲାମିଡିଆ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଆନୋରେକ୍ଟାଲ୍ ରୋଗରେ ଅର୍ଶ ବା ହେମୋରଏଡ୍ସ, ଆନାଲ ଫିଷ୍ଟୁଲା ଏବଂ ଆନାଲ ଫିସର ଅନ୍ତର୍ଭୁକ୍ତ ହୋଇପାରେ ।[୨] ଦୈହିକ ବା ସିଷ୍ଟମିକ୍ ରୋଗ ମଧ୍ୟରେ ମଧୁମେହ, ଯକୃତ ରୋଗ ଏବଂ ବୃକ୍କ ବିଫଳତା ଅନ୍ତର୍ଭୁକ୍ତ ହୋଇପାରେ ।[୨]
ରୋଗର ମୂଳ କାରଣକୁ ଏଡ଼ାଇବା କିମ୍ବା ଚିକିତ୍ସା କରିବା ଆବଶ୍ୟକ । [୧] [୪] ଆକ୍ରାନ୍ତ ଅଞ୍ଚଳକୁ ସଫା ଏବଂ ଶୁଷ୍କ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । [୩] ସେହି ସ୍ଥାନରେ ସାବୁନ ବ୍ୟବହାରକୁ ନିରୁତ୍ସାହିତ କରାଯାଏ ।[୩] ଅଳ୍ପ ସମୟ ପାଇଁ ହାଇଡ୍ରୋକର୍ଟିସୋନ୍ କ୍ରିମ୍ (୧%) ସୁପାରିଶ କରାଯାଇପାରେ। [୩] ଏହା ଏକ ସାଧାରଣ ରୋଗ ଓ ଏଥିରେ ପ୍ରାୟ ୧%ରୁ ୫% ଜନସଂଖ୍ୟା ପ୍ରଭାବିତ ହୁଏ ।[୩] [୨] ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ଏହା ସାଧାରଣତଃ ୪୦ରୁ ୬୦ ବର୍ଷ ବୟସର ଲୋକଙ୍କୁ ପ୍ରଭାବିତ କରେ ।[୨] ଚେଷ୍ଟର ବିଟି ମେଡିକାଲ ପାପିରସରେ (Chester Beatty Medical Papyrus) ପ୍ରାୟ ଖ୍ରୀଷ୍ଟପୂର୍ବ ୧୨୦୦ରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Parés, David; Abcarian, Herand (July 2018). "Management of Common Benign Anorectal Disease: What All Physicians Need to Know". The American Journal of Medicine. 131 (7): 745–751. doi:10.1016/j.amjmed.2018.01.050.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Maron, David J.; Wexner, Steven D. (2013). Disorders of the Anorectum and Pelvic Floor, An Issue of Gastroenterology Clinics, E-Book (in ଇଂରାଜୀ). Elsevier Health Sciences. p. 801. ISBN 978-0-323-26099-2. Archived from the original on 2021-08-28. Retrieved 2020-11-03.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Madoff, Robert D.; Melton-Meax, Genevieve B. (2020). "136. Diseases of the rectum and anus". In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 1 (26th ed.). Philadelphia: Elsevier. pp. 936–937. ISBN 978-0-323-55087-1. Archived from the original on 2023-03-17. Retrieved 2023-03-17.
- ↑ "Pruritus Ani (Anal Itching) - Gastrointestinal Disorders". Merck Manuals Professional Edition. Archived from the original on 24 November 2020. Retrieved 3 November 2020.