ମାନ୍ନା ଦେ

ଉଇକିପିଡ଼ିଆ‌ରୁ
(ମନ୍ନା ଡେରୁ ଲେଉଟି ଆସିଛି)
ମାନ୍ନା ଦେ
୨୦୦୭ ଦାଦା ସାହେବ ଫାଲକେ ପୁରସ୍କାର ସମାରୋହରେ ମାନ୍ନା ଦେ
Background information
ମୂଳ ନାମ
মান্না দে
ଜନ୍ମ ସମୟରେ ନାମପ୍ରବୋଧ ଚନ୍ଦ୍ର ଦେ
Also known asମାନ୍ନା ଦେ
ଜନ୍ମ(1919-05-01)ମଇ ୧, ୧୯୧୯


[୧]
କଲିକତା, ବ୍ରିଟିଶ ଭାରତ
ମୃତ୍ୟୁ୨୪ ଅକ୍ଟୋବର ୨୦୧୩(2013-10-24) (ବୟସ ୯୪)
ବାଙ୍ଗାଲୋର, ଭାରତ
ଶୈଳୀପାର୍ଶ୍ୱ ଗାୟକ
ପେଷାଗାୟକ
ବାଦ୍ୟଯନ୍ତ୍ରକଣ୍ଠସଂଗୀତ ଗାୟକ
କାର୍ଯ୍ୟକାଳ୧୯୪୨-୨୦୧୩
ୱେବସାଇଟwww.mannadey.in

ପ୍ରବୋଧ ଚନ୍ଦ୍ର ଦେ (୧ ମେ ୧୯୧୯-୨୪ ଅକ୍ଟୋବର ୨୦୧୩), ରଙ୍ଗମଞ୍ଚ ଦୁନିଆଁରେ ମାନ୍ନା ଦେ ନାମରେ ପରିଚିତ, ଜଣେ ଭାରତୀୟ ପାର୍ଶ୍ୱ ଗାୟକ । ସେ ୧୯୪୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ତମନ୍ନାରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ୪୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ସେ ୧୯୭୧ ମସିହାରେ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ପୁରସ୍କାର , ୨୦୦୫ ମସିହାରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୦୭ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ମାନ୍ନା ଦେ ମୂଖ୍ୟତଃ ହିନ୍ଦୀବଙ୍ଗଳା ସଂଗୀତରେ କଣ୍ଠଦାନ କରିଛନ୍ତି । ତାହା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ୨୦୧୩ ମସିହା ଅକ୍ଟୋବର ୨୪ ତାରିଖରେ ବାଙ୍ଗାଲୋରଠାରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ[ସମ୍ପାଦନା]

୧୯୪୨ରେ ଦେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ସହିତ ବମ୍ବେକୁ ଯାଇଥିଲେ । ସେଠାରେ ସେ ପ୍ରଥମେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ଅଧୀନରେ ଓ ପରେ ସଚିନ ଦେବ ବର୍ମନ ଅଧୀନରେ ସହ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ମାନ୍ନା ଦେ ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ , ସେତେବେଳେ ସେ ଉସ୍ତାଦ ଅମନ ଅଲ୍ଲୀ ଖାନ ଓ ଉସ୍ତାଦ ଅବଦୁଲ ରେହମାନ ଖାନଙ୍କଠାରୁ ହିନ୍ଦୀ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଥିଲେ ।

ହିନ୍ଦୀ ଚଳଚ୍ଚିତ୍ରରେ ଜୀବନ[ସମ୍ପାଦନା]

ଦେ ପ୍ରଥମେ ୧୯୪୨ରେ ହିନ୍ଦୀ ଚଳଚ୍ଚିତ୍ର ତମନ୍ନାରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ସୁରୟାଙ୍କ ସହିତ କ୍ରିଷ୍ଣ ଚନ୍ଦ୍ର ଦେ ଓ ମନ୍ନା ଏକାଠି ମିଶି ଗାଇଥିବା "ଜାଗୋ ଆୟି ଉଷା ପନ୍ଛି ବୋଲେ ଜାଗୋ" ତାଙ୍କ ଜୀବନର ପ୍ରଥମ ସଫଳ ସଂଗୀତ ଥିଲା । ୧୯୫୨ରେ ବଙ୍ଗଳା ଓ ମରାଠୀ ଭାଷାରେ ନିର୍ମିତ "ଅମର ଭୁପାଲି'' ଫିଲ୍ମରେ କଣ୍ଠଦାନ କରି ବଙ୍ଗାଳୀ ଓ ମରାଠୀ ସିନେ ଜଗତରେ ଦେ ନିଜକୁ ଏକ ମୁଖ୍ୟ ପ୍ରଚ୍ଛଦପଟ୍ଟ ଗାୟକଭାବେ ପ୍ରତିଷ୍ଠିତ କରିଥିଲେ । ୧୯୪୮-୧୯୫୪ ଅନେକ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ପପ୍ ସଂଗୀତର ମିଶ୍ରଣ ଥିବା ଗୀତଗୁଡିକୁ ଗାଇ ସେ ନିଜର ଏକ ସ୍ୱତନ୍ତ୍ର ପ୍ରତିଭା ପ୍ରଦର୍ଶନ କରିଥିଲେ । ୧୯୫୩ ମସିହାରେ ସେ ପ୍ରଥମେ ହିନ୍ଦୀ ଗଜଲ୍ ଗାଇବା ଆରମ୍ଭ କରିଥିଲେ । ୧୯୫୩ରେ ନିର୍ମିତ "ଦୋ ବିଘା ଜମିନ୍"''ରେ ସଲିଲ୍ ୈଚୋଧରୀଦ୍ୱାରା ରଟିତ ୨ଟି ହିଟ୍ ସଂଗୀତରେ କଣ୍ଠଦାନ କରି ସେ ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ୧୯୫୭ରେ ୯୫ ଓ ୧୯୫୮ରେ ୬୪ଟି ହିନ୍ଦୀ ଗୀତ ଗାଇ ସେ ସଫଳତାର ଶିଖର ଛୁଇଁଥିଲେ । ୧୯୫୩-୧୯୬୯ ମସିହା ଥିଲା ହିନ୍ଦୀ ସିନେ ଜଗତରେ ଦେ'ଙ୍କ ପାଇଁ ସଫଳତା ତୋଳି ଧରିବାର ସମୟ । ଏହି ସମୟ ମଧ୍ୟରେ ସେ ୭୫୮ଟି ହିନ୍ଦୀ ସଂଗୀତ ରେକର୍ଡ କରିଥିଲେ । ୧୯୯୨ ମସିହାରୁ ସେ ହିନ୍ଦୀ ସଂଗୀତ ଦୁନିଆରୁ ଦୁରେଇ ଗଲେ । ସେ ଶେଷଥର ପାଇଁ ୨୦୦୬ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଉମାରରେ ସୋନୁ ନିଗମ ଓ କବିତା କ୍ରିଷ୍ଣମୂର୍ତ୍ତୀଙ୍କ ସହିତ ଗାଇଥିଲେ । ମାନ୍ନା ଦେ ୧୦୨ରୁ ଅଧିକ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୫୩ ଡିସେମ୍ବରରେ ମାନ୍ନା ଦେ ସୁଲୋଚନା କୁମାରନଙ୍କୁ ବିବାହ କରିଥିଲେ । ସୁଲୋଚନା କେରଳର କନ୍ନୁରର ବାସିନ୍ଦା । । ମାନ୍ନାଙ୍କ ୨ଟି ଝିଅ ଅଛନ୍ତି, ତାଙ୍କ ନାମ ସୁରୋମା ଓ ସୁମିତା । ଜାନୁୟାରୀ ୨୦୧୨ରେ ସୁଲୋଚନା କ୍ୟାନ୍ସରରେ ବେଙ୍ଗାଲୁରୁରେ ମରିଥିଲେ । ତାଙ୍କ ମୃତ୍ୟୁ ପରେ ମୁମ୍ବାଇ ଛାଡି ବେଙ୍ଗାଲୁରୁର କଲ୍ୟାଣ ନଗରକୁ ଚାଲି ଆସିଲେ । ଛାତିରେ ଇନ୍ ଫେକ୍ସନ ହେବାରୁ ଦେଙ୍କୁ ୮ ଜୁନ୍ ୨୦୧୩ରେ ବେଙ୍ଗାଲୁର ଡାକ୍ତରଖାନାର ICUରେ ଭର୍ତ୍ତି କରାଗଲା । ଶେଷରେ ୨୪ ଅକ୍ଟୋବରରେ ନାରାୟଣ ହୃଦୟାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଦେ ପଦ୍ମଶ୍ରୀ ଓ ପଦ୍ମ ଭୁଷଣରେ ସମ୍ମାନିତ ହୋଇଛନ୍ତି । ୧. ୧୯୬୯- ହିନ୍ଦୀ ଫିଲ୍ମ ମେରେ ହୁଜୁର୍ ପାଇଁ ନ୍ୟାସନାଲ୍ ଫିଲ୍ମ ଆଓ୍ବାର୍ଡ ଫର୍ ବେଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ ୨. ୧୯୭୧- ହିନ୍ଦୀ ଫିଲ୍ମ ମେରା ନାମ ଜୋକର ଓ ବଙ୍ଗଳା ଫିଲ୍ଣ ନିଶି ପଦ୍ମ ପାଇଁ ନ୍ୟାସନାଲ୍ ଫିଲ୍ମ ଆଓ୍ବାର୍ଡ ଫର୍ ବେଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ

ଆଧାର[ସମ୍ପାଦନା]

  1. "Padmabhusan Manna Dey". Mannadey.in. Retrieved 22 October 2012.

https://en.wikipedia.org/wiki/Manna_Dey

ଅଧିକ ତଥ୍ୟ[ସମ୍ପାଦନା]