ମନ୍ନତା ମିଶ୍ର
| ବ୍ୟକ୍ତିଗତ ତଥ୍ୟ | |
|---|---|
| ଡାକନାମ | ହନି |
| ଜାତୀୟତା | ଭାରତୀୟ |
| ଜନ୍ମ | ୧ ଜାନୁଆରୀ ୨୦୦୭ ଭୁବନେଶ୍ବର, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା |
| ଘର | ଭୁବନେଶ୍ବର |
| Sport | |
| Event(s) | ସନ୍ତରଣକାରୀ |
ମନ୍ନତା ମିଶ୍ର ଜଣେ ଭାରତୀୟ ସନ୍ତରଣକାରୀ । ସେ ୫୦,୧୦୦ ଓ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ପ୍ରତିଦ୍ବନ୍ଧିତା କରନ୍ତି । ଏହାସହ ସେ ୫୦ ମିଟର ବଟରଫ୍ଲାଏ ଏବଂ ୨୦୦ ମିଟର ମେଡଲେରେ ବି ଭାଗ ନେଇଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବାପାଙ୍କ ନାଁ ମନୋଜ ମିଶ୍ର, ମାଆଙ୍କ ନାଁ ସୋମା ମିଶ୍ର [୧]। ଘର ଓଡ଼ିଶାର ଭୁବନେଶ୍ବରରେ । ମନ୍ନତା ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢ଼ନ୍ତି । ସେ କୋଚ ସନ୍ଦିପ ସେଜଓ୍ବାଲଙ୍କଠାରୁ ସ୍ବିଂମିଂ ଶିଖୁଛନ୍ତି[୨] ।
କ୍ୟାରିୟର
[ସମ୍ପାଦନା]୨୦୨୪ରେ ଆୟୋଜିତ ପ୍ରଥମ ବିମଷ୍ଟେକସ ଆନ୍ତର୍ଜାତିକ ଆକ୍ବାଟିକ ଚାମ୍ପିୟନସିପରେ ସେ ରୌପ୍ୟପଦକ ଜିତିଥିଲେ[୩] । ଆନ୍ତର୍ଜାତିକସ୍ତରରେ ସେ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ [୪] । ଏହା ପୂର୍ବରୁ ସେ ଓଡ଼ିଶା ଅଣ୍ଡର-୧୫, ଭାରତ ଅଣ୍ଡର-୨୦ ବର୍ଗରେ ପ୍ରତିଦ୍ବନ୍ଧିତା କରିସାରିଥିଲେ ।
- ୩୮ତମ ଜାତୀୟ ଖେଳରେ ସ୍ବର୍ଣ୍ଣ ପଦକ ବିଜେତା, ୪*୧୦୦ ମିଟର ମେଡଲି ବର୍ଗରେ ,୨୦୨୫
- ୭୭ତମ ଜାତୀୟ ଆକ୍ବାଟିକ ଚାମ୍ପିୟନସିପରେ ଗୋଟିଏ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ବିଜେତା,୨୦୨୪
- ୫୦ ତମ ଜୁନିୟର ଜାତୀୟ ଆକ୍ବାଟିକସରେ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ବିଜେତା,୨୦୨୪
- ଅଣ୍ଡର-୧୮ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ ପଦକ ବିଜେତା,୨୦୨୪
- ୩୭ତମ ଜାତୀୟ ଖେଳରେ ମେଡାଲି ବର୍ଗରେ ୧ ବ୍ରୋଞ୍ଜ ପଦକ ବିଜେତା, ୨୦୨୩
- ଅଣ୍ଡର-୧୯ ବର୍ଗରେ ୫୦ ଓ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ରୌପ୍ୟ ପଦକ ବିଜେତା, ସିବିଏସସି ଜାତୀୟ ଖେଳ ୨୦୧୯
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]https://www.aninews.in/news/sports/others/odisha-swimmers-win-multiple-medals-in-south-africa20241225190436/ Archived 2024-12-25 at the Wayback Machine.
