Jump to content

ମନ୍ନତା ମିଶ୍ର

ଉଇକିପିଡ଼ିଆ‌ରୁ
ମନ୍ନତା ମିଶ୍ର
ମନ୍ନତା ମିଶ୍ର
ବ୍ୟକ୍ତିଗତ ତଥ୍ୟ
ଡାକନାମହନି
ଜାତୀୟତାଭାରତୀୟ
ଜନ୍ମ (2007-01-01) ୧ ଜାନୁଆରୀ ୨୦୦୭ (ବୟସ ୧୮)
ଭୁବନେଶ୍ବର, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ଘରଭୁବନେଶ୍ବର
Sport
Event(s)ସନ୍ତରଣକାରୀ


ମନ୍ନତା ମିଶ୍ର ଜଣେ ଭାରତୀୟ ସନ୍ତରଣକାରୀ । ସେ ୫୦,୧୦୦ ଓ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ପ୍ରତିଦ୍ବନ୍ଧିତା କରନ୍ତି । ଏହାସହ ସେ ୫୦ ମିଟର ବଟରଫ୍ଲାଏ ଏବଂ ୨୦୦ ମିଟର ମେଡଲେରେ ବି ଭାଗ ନେଇଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବାପାଙ୍କ ନାଁ ମନୋଜ ମିଶ୍ର, ମାଆଙ୍କ ନାଁ ସୋମା ମିଶ୍ର []। ଘର ଓଡ଼ିଶାର ଭୁବନେଶ୍ବରରେ । ମନ୍ନତା ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢ଼ନ୍ତି । ସେ କୋଚ ସନ୍ଦିପ ସେଜଓ୍ବାଲଙ୍କଠାରୁ ସ୍ବିଂମିଂ ଶିଖୁଛନ୍ତି[]

କ୍ୟାରିୟର

[ସମ୍ପାଦନା]

୨୦୨୪ରେ ଆୟୋଜିତ ପ୍ରଥମ ବିମଷ୍ଟେକସ ଆନ୍ତର୍ଜାତିକ ଆକ୍ବାଟିକ ଚାମ୍ପିୟନସିପରେ ସେ ରୌପ୍ୟପଦକ ଜିତିଥିଲେ[] । ଆନ୍ତର୍ଜାତିକସ୍ତରରେ ସେ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ [] । ଏହା ପୂର୍ବରୁ ସେ ଓଡ଼ିଶା ଅଣ୍ଡର-୧୫, ଭାରତ ଅଣ୍ଡର-୨୦ ବର୍ଗରେ ପ୍ରତିଦ୍ବନ୍ଧିତା କରିସାରିଥିଲେ ।

  • ୩୮ତମ ଜାତୀୟ ଖେଳରେ ସ୍ବର୍ଣ୍ଣ ପଦକ ବିଜେତା, ୪*୧୦୦ ମିଟର ମେଡଲି ବର୍ଗରେ ,୨୦୨୫ ‍‌‍
  • ୭୭ତମ ଜାତୀୟ ଆକ୍ବାଟିକ ଚାମ୍ପିୟନସିପରେ ଗୋଟିଏ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ବିଜେତା,୨୦୨୪
  • ୫୦ ତମ ଜୁନିୟର ଜାତୀୟ ଆକ୍ବାଟିକସରେ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ବିଜେତା,୨୦୨୪
  • ଅଣ୍ଡର-୧୮ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ ପଦକ ବିଜେତା,୨୦୨୪
  • ୩୭ତମ ଜାତୀୟ ଖେଳରେ ମେଡାଲି ବର୍ଗରେ ୧ ବ୍ରୋଞ୍ଜ ପଦକ ବିଜେତା, ୨୦୨୩
  • ଅଣ୍ଡର-୧୯ ବର୍ଗରେ ୫୦ ଓ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ରୌପ୍ୟ ପଦକ ବିଜେତା, ସିବିଏସସି ଜାତୀୟ ଖେଳ ୨୦୧୯

ବାହାର ଆଧାର

[ସମ୍ପାଦନା]

https://www.aninews.in/news/sports/others/odisha-swimmers-win-multiple-medals-in-south-africa20241225190436/

https://timesofindia.indiatimes.com/sports/more-sports/others/mannata-mishra-bags-five-gold-medals-at-state-swimming-meet/articleshow/69654591.cms

https://www.orisports.com/PersonDetails.aspx?pId=NDUxMg==

https://thelogicalindian.com/odisha-swimmers-make-waves-mannata-mishra-breaks-national-record-and-wins-bronze-shristi-upadhaya-clinches-gold/

https://www.orissapost.com/mannata-mishra-anmol-mohanty-emerge-best-swimmers-in-odisha-swimming-championships/