ମନ୍ଦିରା ବେଦୀ
ମନ୍ଦିରା ବେଦୀ | |
|---|---|
Bedi in 2017 | |
| ଜନ୍ମ | ୧୫ ଅପ୍ରେଲ ୧୯୭୨ Calcutta, West Bengal, India |
| ବୃତ୍ତି(ସମୂହ) | Actress, television presenter, fashion designer |
| ସକ୍ରିୟ ବର୍ଷ | 1994–present |
| ବୈବାହିକ-ସାଥୀ | |
| ସନ୍ତାନ | 2 |
ମନ୍ଦିରା ବେଦୀ (ଜନ୍ମ: ୧୫ ଏପ୍ରିଲ ୧୯୭୨)[୧] ଜଣେ ଭାରତୀୟ ଅଭିନେତ୍ରୀ, ଫ୍ୟାଶନ୍ ଡିଜାଇନର୍ ଓ ଟେଲିଭିଜନ୍ ପ୍ରସ୍ତୁତକାରୀ । ୧୯୯୪ ମସିହାରେ ଭାରତର ଜାତୀୟ ଚ୍ୟାନେଲ୍ ଦୂରଦର୍ଶନରେ ପ୍ରସାରିତ ଟେଲିଭିଜନ୍ ଧାରାବାହିକ ଶାନ୍ତିରେ ମୁଖ୍ୟ ଭୂମିକା କରି ସେ ଖ୍ୟାତି ଲାଭ କରିଥିଲେ । ୨୦୧୯ ମସିହାରେ ସେ ସାହୋ ଚଳଚ୍ଚିତ୍ରରେ ଏକ ନେଗେଟିଭ୍ ଭୂମିକାରେ ଅଭିନୟ କରିଥିଲେ।[୨] ବେଦୀ ଔରତ, ଦୁଶ୍ମନ ଓ କ୍ୟୁଁକି ସାସ୍ ଭି କଭି ବହୁ ଥି ପରି ଅନେକ ହିନ୍ଦୀ ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ପରେ ସେ ୨୦୦୩ ଓ ୨୦୦୭ ମସିହାରେ ଆଇସିସି କ୍ରିକେଟ୍ ବିଶ୍ୱକପ୍, ୨୦୦୪ ଓ ୨୦୦୬ ମସିହାରେ ଚ୍ୟାମ୍ପିଅନ୍ସ ଟ୍ରୋଫି ଏବଂ ସୋନି ମ୍ୟାକ୍ସ ପାଇଁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ସଂଚାଳନା କରିଥିଲେ।[୩] ବେଦୀ ପିଇଟିଏ( PETA) ପାଇଁ ଫକ୍ସ୍ ଲେଦର୍ର ପ୍ରଚାରକ ଭାବେ କାମ କରିଛନ୍ତି।[୪] ୨୦୧୪ ମସିହାରେ ଲାକ୍ମେ ଫ୍ୟାଶନ୍ ଉଇକ୍ରେ ସାଡ଼ୀ ସଂଗ୍ରହ ପ୍ରଦର୍ଶନ କରି ସେ ଫ୍ୟାଶନ୍ ଡିଜାଇନର୍ ଭାବେ ଆରମ୍ଭ କରିଥିଲେ।[୫] ୨୦୧୩ ମସିହାରେ ବେଦୀ ନିଜର ସିଗ୍ନେଚର୍ ସାଢୀ ଦୋକାନ ଆରମ୍ଭ କରିଥିଲେ।[୬]
ପ୍ରାରମ୍ଭିକ ଜୀବନ ଓ ପରିବାର
[ସମ୍ପାଦନା]ମନ୍ଦିରା ବେଦୀଙ୍କ ଜନ୍ମ କଲକାତାରେ ୱେରିନ୍ଦର ସିଂହ ଓ ଗୀତା ବେଦୀଙ୍କ ଘରେ ହୋଇଥିଲା। ତାଙ୍କର ମାତୃପକ୍ଷର ଆତ୍ମୀୟତା ଟେଜୀ ସିଂହଙ୍କ ସହିତ ରହିଛି, ଯିଏ ଭାରତୀୟ ବାୟୁସେନାର ମାର୍ଶାଲ୍ ଅର୍ଜନ ସିଂହଙ୍କ ପତ୍ନୀ। ତାଙ୍କର ଜେଠା ଭାଇ ଜଣେ ବ୍ୟାଙ୍କ ନିବେଶକ।[୭]
ସେ କ୍ୟାଥେଡ୍ରାଲ୍ ଏଣ୍ଡ ଜନ୍ କନନ୍ ସ୍କୁଲ୍, ବମ୍ବେଇରେ[୮] ପଢ଼ାଶୁଣା କରିଥିଲେ ଏବଂ ସେଣ୍ଟ୍ ଜେଭିଅର୍ସ କଲେଜ୍, ବମ୍ବେଇରୁ ସ୍ନାତକ ହୋଇଥିଲେ।[୮] ପରେ ସେ ସୋଫିଆ ପଲିଟେକ୍ନିକ୍ କଲେଜ୍, ବୋମ୍ବେଇରୁ ପୋଷ୍ଟ୍ଗ୍ରାଜୁଏସନ୍ ସମ୍ପନ୍ନ କରିଥିଲେ।[୮]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମନ୍ଦିରା ବେଦୀ ୧୪ ଫେବ୍ରୁଆରୀ ୧୯୯୯ ରେ ରାଜ୍ କୌଶଳଙ୍କ ସହ ବିବାହ କରିଥିଲେ। ୨୭ ଜାନୁଆରୀ ୨୦୧୧ ରେ ଘୋଷଣା ହୋଇଥିଲା ଯେ ଏହି ଦମ୍ପତି ତାଙ୍କର ପ୍ରଥମ ସନ୍ତାନ ଆଶା କରୁଛନ୍ତି। ୧୯ ଜୁନ୍ ୨୦୧୧ ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ସେ ଏକ ପୁଅ ସନ୍ତାନକୁ ଜନ୍ମ ଦେଇଥିଲେ, ଯାହାର ନାମ ବୀର ରଖାଯାଇଥିଲା।[୯] ୨୦୧୩ ମସିହାରେ ବେଦୀ ଓ ତାଙ୍କର ସ୍ୱାମୀ ଜଣେ ଝିଅକୁ ପୋଷ୍ୟ ନେବା ପାଇଁ ଆବେଦନ କରିଥିଲେ। ୨୮ ଜୁଲାଇ ୨୦୨୦ ରେ ସେମାନେ ୪ ବର୍ଷ ବୟସର ଜଣେ ଝିଅକୁ ପୋଷ୍ୟ ନେଇଥିଲେ ଓ ତାହାର ନାମ ତାରା ବେଦୀ କୌଶଳ ରଖିଥିଲେ।[୧୦]
ରାଜ୍ କୌଶଳଙ୍କ ମୃତ୍ୟୁ ୩୦ ଜୁନ୍ ୨୦୨୧ ରେ ହୃଦ୍ରୋଗ ଆକ୍ରମଣ (କାର୍ଡିଆକ୍ ଅରେଷ୍ଟ) କାରଣରୁ ହୋଇଥିଲା।[୧୧]
ଫିଲ୍ମ ସୂଚୀ
[ସମ୍ପାଦନା]| ମସିହା | ଚଲଚ୍ଚିତ୍ରର ନାମ | ଭୂମିକା | ଭାଷା |
|---|---|---|---|
| ୧୯୯୫ | Dilwale Dulhania Le Jayenge | Preeti Singh | Hindi |
| ୨୦୦୦ | Badal | N/A | |
| ୨୦୦୪ | Shaadi Ka Laddoo | Tara | |
| Manmadhan[୧୨] | Psychiatrist | Tamil | |
| ୨୦୦୫ | Naam Gum Jaayega | Nalini | Hindi |
| Bali | Anchal | ||
| Divorce | Renuka Joshi | ||
| ୨୦୦୭ | Dus Kahaniyaan | Pooja | |
| ୨୦୦୮ | Meerabai Not Out | Meera A. Achrekar | |
| ୨୦୦୯ | 42kms | Sanjana | |
| ୨୦୧୪ | O Teri | Sherry | |
| ୨୦୧୭ | Ittefaq | Meera Verma | |
| ୨୦୧୮ | Vodka Diaries | Shikha Dixit | |
| ୨୦୧୯ | The Tashkent Files | Indira Joseph Roy | |
| Saaho | Kalki | Telugu/Hindi | |
| ୨୦୨୫ | Identity | Supriya | Malayalam[୧୩] |
ଆଧାର
[ସମ୍ପାଦନା]- ↑ "Birthday Special: Taking fashion lessons from Mandira Bedi". Rediff (in ଇଂରାଜୀ). Retrieved 2026-03-06.
- ↑ Taskin, Bismee (2020-11-07). "Shanti — the iconic woman character from DD's 1994 series that redefined Indian television". ThePrint (in ଆମେରିକୀୟ ଇଂରାଜୀ). Retrieved 2026-03-06.
- ↑ IANS. "Mandira Bedi to debut as a Designer at Lakme Fashion Week 2014". Biharprabha News | Connecting Bihar with the entire World (in ଆମେରିକୀୟ ଇଂରାଜୀ). Retrieved 2026-03-06.
- ↑ "Mandira Bedi to promote faux leather for Peta". The Times of India. 2012-07-25. ISSN 0971-8257. Retrieved 2026-03-06.
- ↑ IANS. "Mandira Bedi to debut as a Designer at Lakme Fashion Week 2014". Biharprabha News | Connecting Bihar with the entire World (in ଆମେରିକୀୟ ଇଂରାଜୀ). Retrieved 2026-03-06.
- ↑ Team, DNA Web. "Mandira Bedi's sari store open for public now". DNA India (in ଇଂରାଜୀ). Retrieved 2026-03-06.
- ↑ "Mandira Bedi on what was the lowest point in her marriage". Hindustan Times (in ଇଂରାଜୀ). 2020-02-05. Retrieved 2026-03-06.
- 1 2 3 "After 24, the appreciation has been very gratifying: Mandira Bedi". Hindustan Times (in ଇଂରାଜୀ). 2014-01-24. Retrieved 2026-03-06.
- ↑ "A Glimpse Of Mandira Bedi's Mother-Son Moment With Vir". NDTV (in ଇଂରାଜୀ). Retrieved 2026-03-06.
- ↑ "Mandira Bedi, husband Raj Kaushal will soon adopt a girl child". Mid-day (in ଇଂରାଜୀ). 2013-08-26. Retrieved 2026-03-06.
- ↑ "Actress Mandira Bedi's husband Raj Kaushal passes away". www.timesnownews.com (in ଇଂରାଜୀ). 2021-06-30. Retrieved 2026-03-06.
- ↑ "Mandira Bedi says yes to Silambarasan!". Rediff.com.
- ↑ Features, C. E. (16 September 2024). "First look of Tovino Thomas-starrer Identity out". Cinema Express (in ଇଂରାଜୀ). Retrieved 16 September 2024.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |