Jump to content

ମନୋହର ମେହେର

ଉଇକିପିଡ଼ିଆ‌ରୁ
ମନୋହର ମେହେର
ଜନ୍ମ ଓ ଜନ୍ମସ୍ଥାନ(1885-03-24)୨୪ ମାର୍ଚ୍ଚ ୧୮୮୫


(ଶ୍ରୀ ରାମନବମୀ)
ଓଡ଼ିଶା, ଭାରତ
ମୃତ୍ୟୁ୪ ଡିସେମ୍ବର ୧୯୬୯(1969-12-04) (ବୟସ ୮୪)
ଛଦ୍ମନାମପଶ୍ଚିମ ଓଡ଼ିଶାର ଗଣ କବି ବା ପଲ୍ଲୀ କବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତ
ଶୈଳୀକବି
ବିଷୟଭକ୍ତି
ସାହିତ୍ୟ କୃତିମନୋହର ପଦ୍ୟାବଳୀ
ସନ୍ତାନନାରାୟଣ ଭରସା ମେହେର

ମନୋହର ମେହେର ଜଣେ ଭାରତୀୟ ଓଡ଼ିଆ ଭାଷାର କବି ଥିଲେ । [] ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସେ ପଶ୍ଚିମ ଓଡ଼ିଶାର ଗଣ-କବି ବା ପଲ୍ଲୀ-କବି ଭାବରେ ପରିଚିତ । ୧୮୮୫ ଖ୍ରୀଷ୍ଟାବ୍ଦ ଶ୍ରୀରାମ-ନବମୀର ପବିତ୍ର ଦିନରେ ଜନ୍ମଗ୍ରହଣ କରିଥିବା କବି ମନୋହର ୧୯୬୯ ମସିହା ଡିସେମ୍ବର ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ଭାରତୀୟ ଐତିହ୍ୟ, ଦେଶପ୍ରେମ, ସମାଜ ସଂସ୍କାର, ଓଡ଼ିଆ ସଂସ୍କୃତି ଏବଂ ଅନ୍ୟାନ୍ୟ ସମାନ ବିଷୟ ସହିତ ଜଡ଼ିତ ଅନେକ କବିତା ଲେଖିଛନ୍ତି । ମନୋହର ଗ୍ରନ୍ଥାବଳୀ ନାମରେ ତାଙ୍କର ସମ୍ପୂର୍ଣ୍ଣ କୃତି ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ ।

ମନୋହର ମେହେରଙ୍କ ସାହିତ୍ୟକୃତି ଓ ଜୀବନ ଉପରେ କେତେକ ବିଶିଷ୍ଟ ଲେଖକ ଓ ଗବେଷକ ପ୍ରବନ୍ଧ ଲେଖିଛନ୍ତି:

  • ମହେନ୍ଦ୍ର କୁମାର ମିଶ୍ରଙ୍କ ଲିଖିତ ଓ ଖରିଆର ସାହିତ୍ୟ ସମିତି, ଖରିଆର, ଜିଲ୍ଲା-ନୂଆପଡ଼ା, ଓଡ଼ିଶା, ୧୯୯୬ ମସିହାରେ ପ୍ରକାଶିତ "ସୀମନ୍ତରା ଦିପଶିଖା କବି ମନୋହର ମେହେର" ।
  • କବି ମନୋହର ମେହେରଙ୍କ ଦ୍ୱାରା ଲିଖିତ "ମନୋହର ପଦ୍ୟାବଳୀ" ଏବଂ ଏହାକୁ ସମ୍ପାଦନା କରିଥିଲେ ହରେକୃଷ୍ଣ ମେହେର, ୧୯୮୫ ।

କବିଙ୍କ ଅନେକ ପୁସ୍ତକ ବିଭିନ୍ନ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି: ଅରୁଣୋଦୟ ପ୍ରେସ୍, କଟକ; ଦଶରଥୀ ପୁସ୍ତକାଳୟ, କଟକ; ବାଣୀ ଭଣ୍ଡାର, ବ୍ରହ୍ମପୁର; ନାରାୟଣ ଭରସା ମେହେର, ସିନାପାଲି, ନୂଆପଡ଼ା; ଦୁର୍ଗା ପ୍ରେସ୍, କଟକ; ମହାଲକ୍ଷ୍ମୀ ଭଣ୍ଡାର, କଟକ; ସ୍ୱରାଜ୍ୟ ପ୍ରେସ୍, ବ୍ରହ୍ମପୁର; ଓଡ଼ିଶା ଜଗନ୍ନାଥ କମ୍ପାନି, କଟକ; ଧର୍ମ ଗ୍ରନ୍ଥ ଷ୍ଟୋର, କଟକ; ଲକ୍ଷ୍ମୀ ପୁସ୍ତକାଳୟ, କଟକ; ଚଣ୍ଡୀ ପୁସ୍ତକାଳୟ, କଟକ; ଅଖିଳା ପ୍ରେସ୍, ଭବାନୀପାଟଣା; ସନ୍ୟାସୀ ପୁସ୍ତକାଳୟ, ବ୍ରହ୍ମପୁର ।

  1. Sachchidananda (1996). Encyclopaedic Profile of Indian Tribes. Discovery. pp. 87–. ISBN 978-81-7141-298-3.