ମନୋଜ କୁମାର ମେହେର
ଦେଖଣା
ମନୋଜ ମେହେର | |
|---|---|
| ମୃତ୍ୟୁ | ୨୭ ମଇ ୧୯୭୩ ସିନାପାଲି, କଳାହାଣ୍ଡି (ବର୍ତ୍ତମାନର ନୂଆପଡ଼ା) |
| ବୃତ୍ତି | କବି ଲେଖକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ପୁରସ୍କାର | ବସନ୍ତ ମୁଦୁଲି କବିତା ପୁରସ୍କାର – ୨୦୧୦ |
| ପିତାମାତା | ମଧୂସଦନ ମେହେର (ବାପା) କଳାବତୀ ଦେବୀ (ମାଆ) |
ମନୋଜ ମେହେର (ଜନ୍ମ: ୨୭ ମଇ ୧୯୭୩) ଜଣେ ଓଡ଼ିଆ କବି, ଲେଖକ ଓ ସାମ୍ବାଦିକ । ଅସରନ୍ତି ଅନୁରାଗ, ପକ୍ଷୀ, ଖୋଲା ଝର୍କା, ଅଦ୍ୱିତୀୟ ବ୍ୟକ୍ତିବିଶେଷ, ଦୁଃଖଫୁଲ, ଜୀବନ ପ୍ରେମିକ, ତିରିଶ ଭିତରର ମନୋଜ ଆଦି ପ୍ରକାଶିତ ହୋଇଛି ।[୧] ୨୦୧୦ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୀବନୀ
[ସମ୍ପାଦନା]ସେ ୧୯୭୩ ମସିହାର ମଇ ୨୭ ତାରିଖରେ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ସିନାପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ମଧୁସୂଦନ ମେହେର ଓ ମାଆଙ୍କ ନାମ କଳାବତୀ ଦେବୀ । ୧୯୮୭ ମସିହାରେ, ସେ ସିନାପାଲି ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ, ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର କଲେଜରେ ଅଧ୍ୟୟନ କରିଥିଲେ । ସେ ପ୍ରଜାତନ୍ତ୍ରର ସହ-ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ[୧] ଏବଂ ପରେ ସମାଜରେ ମଧ୍ୟ କାମ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଅସରନ୍ତି ଅନୁରାଗ
- ପକ୍ଷୀ
- ଖୋଲା ଝର୍କା
- ଅଦ୍ୱିତୀୟ ବ୍ୟକ୍ତିବିଶେଷ
- ଦୁଃଖଫୁଲ
- ଜୀବନ ପ୍ରେମିକ
- ତିରିଶ ଭିତରର ମନୋଜ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- 1 2 3 ଅଦ୍ୱିତୀୟ ବ୍ୟକ୍ତିବିଶେଷ (୧ ed.). 2003. Retrieved 11 April 2026.[permanent dead link]
- ↑ ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍ପାସ୍. ISBN 9789360730345. Retrieved 2 April 2026.