ମନୋଜାତ ଅଣ-ଅପସ୍ମାର ବାତ
| Psychogenic non-epileptic seizures | |
|---|---|
| Pseudoseizures;[୧] psychogenic seizures; hysterical seizures;[୧] dissociative non-epileptic seizures; functional seizures;[୨] hysteroepilepsy[୩] | |
Painting by Andrea del Sarto in the 1500s beleived to represent a women with a PNES.[୩] | |
| ବିଭାଗ | Neurology, psychiatry |
| ଲକ୍ଷଣ | Events resembling an epileptic seizure[୪] |
| ଆକ୍ରାନ୍ତ ସମୟ | Late teens to 40s[୧][୪] |
| କାରଣ | Psychological stress[୪][୧] |
| ବିପଦ କାରକ | Trauma, including sexual abuse, personality disorders, depression, chronic pain, concussions[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Ruling out other potential causes, video EEG[୧][୪] |
| ସଠିକ ରୋଗ ନିର୍ଣ୍ଣୟ | Epileptic seizures (particularly frontal lobe epilepsy), syncope, factitious disorder, malingering[୧] |
| ଚିକିତ୍ସା | Cognitive-behavioral therapy, stressor reduction[୧] |
| Prognosis | Increased risk of death[୧] |
| ପୁନଃପୌନିକ | 1 in 1,000[୧] |
ମନୋଜାତ ଅଣ-ଅପସ୍ମାର ବାତ, (ଇଂରାଜୀ ଭାଷାରେ Psychogenic non-epileptic seizures/ PNES ) ହେଉଛି ଅପସ୍ମାର ସଦୃଶ ଘଟଣା ଯାହା କିନ୍ତୁ ମସ୍ତିଷ୍କର ବୈଦ୍ୟୁତିକ ନିର୍ଗମନ ବିନା ହୋଇଥାଏ ।[୪] [୧] ସାଧାରଣତଃ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ହେଉଛି ଆଖି ବନ୍ଦ ହେବା, ମୁଣ୍ଡ ଏପାଖରୁ ସେପାଖ ବିଭିନ୍ନ ସମୟରେ ଅନିଚ୍ଛାକୃତ ଭାବରେ ଗତି କରିବା । [୧] ଏ ସମସ୍ତ ଅଣ-ଇଚ୍ଛାକୃତ ଭାବରେ ହୋଇଥାଏ ।[୧] ପ୍ରଭାବିତ ଲୋକମାନଙ୍କର ଅପସ୍ମାର ଥାଇପାରେ ।[୧]
ଏହି ରୋଗର ମୂଳ କାରଣ ମାନସିକ ବୋଲି ବିଶ୍ୱାସ କରାଯାଏ ।[୪] [୧] ବିପଦ କାରକ ମଧ୍ୟରେ ଆଘାତର ଇତିହାସ ଥାଇପାରେ, ଯେଉଁଥିରେ ଯୌନ ନିର୍ଯାତନା, ବ୍ୟକ୍ତିତ୍ୱ ବିକାର, ଅବସାଦ, ଦୀର୍ଘକାଳୀନ ଯନ୍ତ୍ରଣା ଏବଂ କନ୍କସନ ହୋଇପାରେ ।[୧] ଏହା ଏକ ପ୍ରକାରର କାର୍ଯ୍ୟକ୍ଷମ ସ୍ନାୟବିକ ବ୍ୟାଧି (ପରିବର୍ତ୍ତନ ବ୍ୟାଧି) କିମ୍ବା ଡିସୋସିଏଟିଭ ରୋଗ । [୫] [୧] ରୋଗ ନିର୍ଣ୍ଣୟରେ ଅନ୍ୟାନ୍ୟ ସମ୍ଭାବ୍ୟ କାରଣଗୁଡ଼ିକୁ ବାଦ ଦେବା ପରେ ଭିଡିଓ ଇଇଜି ପ୍ରାୟତଃ ଅସ୍ପଷ୍ଟ କ୍ଷେତ୍ରରେ ଉପଯୋଗୀ ହୋଇଥାଏ ।[୧] [୪]
ଚିକିତ୍ସାରେ ସାଧାରଣତଃ ଜ୍ଞାନାତ୍ମକ-ଆଚରଣଗତ ଚିକିତ୍ସା (CBT) ସହିତ ଅନ୍ତର୍ନିହିତ ଚାପକୁ ହ୍ରାସ କରାଯାଇଥାଏ । [୧] ଏକ ପ୍ରମୁଖ ପ୍ରାରମ୍ଭିକ ପଦକ୍ଷେପ ହେଉଛି ସହାୟକ ଉପାୟରେ ରୋଗ ନିର୍ଣ୍ଣୟ ଜଣାଇବା । [୧] ବାତ ନିରୋଧୀ ଔଷଧ ଆବଶ୍ୟକ ନାହିଁ । [୧] ପ୍ରଭାବିତ ଲୋକଙ୍କ ମୃତ୍ୟୁର ଆଶଙ୍କା ବଢ଼ିଯାଏ ଓ ୨୦% ପର୍ଯ୍ୟନ୍ତ ଲୋକ ଆତ୍ମହତ୍ୟା କରନ୍ତି ।[୧]
ମନୋଜାତ ଅଣ-ଅପସ୍ମାର ବାତ ଆକ୍ରମଣତଃ ପ୍ରାୟ ୧୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କଠାରେ ହୁଏ ।[୧] ଭିଡିଓ ଇଇଜି ହେଉଥିବା ଲୋକଙ୍କ ମଧ୍ୟରେ, ଏହି ଅବସ୍ଥା ପ୍ରାୟ ୩୦% ଲୋକଙ୍କର ଥାଏ ।[୧] ସାଧାରଣତଃ କିଶୋର ବୟସରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଲୋକଙ୍କର ଆରମ୍ଭ ହୁଏ । [୧] [୪] ପୁରୁଷମାନଙ୍କ ତୁଳନାରେ ମହିଳାମାନେ ତିନିଗୁଣ ଅଧିକ ପ୍ରଭାବିତ ହୁଅନ୍ତି ।[୧] ପ୍ରାଚୀନ କାଳରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇ ଆସୁଛି ।[୩] ଯଦିଓ ଆଧୁନିକ ବର୍ଣ୍ଣନାଗୁଡ଼ିକ ୧୮୦୦ ଶତାବ୍ଦୀର ଜିନ୍-ମାର୍ଟିନ୍ ଚାର୍କୋଟ ଏବଂ ସିଗମଣ୍ଡ ଫ୍ରଏଡ୍ ଦ୍ୱାରା "ହିଷ୍ଟେରିଆ" ନାମରେ ପ୍ରକାଶିତ ହୋଇଛି । [୬] [୭]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 Huff, JS; Lui, F; Murr, NI (January 2025). "Psychogenic Nonepileptic Seizures". StatPearls. PMID 28722901.
- ↑ Ertan, D; Aybek, S; LaFrance WC, Jr; Kanemoto, K; Tarrada, A; Maillard, L; El-Hage, W; Hingray, C (February 2022). "Functional (psychogenic non-epileptic/dissociative) seizures: why and how?". Journal of neurology, neurosurgery, and psychiatry. 93 (2): 144–157. doi:10.1136/jnnp-2021-326708. PMID 34824146.
- 1 2 3 Cavanna, Andrea E. (July 2021). "Psychogenic Nonepileptic Seizures: A Historical Perspective". Archives of Medicine and Health Sciences. 9 (2): 345–352. doi:10.4103/amhs.amhs_278_21.
{{cite journal}}: CS1 maint: unflagged free DOI (link) - 1 2 3 4 5 6 7 8 Devinsky O, Gazzola D, LaFrance WC (April 2011). "Differentiating between nonepileptic and epileptic seizures". Nature Reviews. Neurology. 7 (4): 210–20. doi:10.1038/nrneurol.2011.24. PMID 21386814.
- ↑ Chen, DK; Sharma, E; LaFrance WC, Jr (September 2017). "Psychogenic Non-Epileptic Seizures". Current neurology and neuroscience reports. 17 (9): 71. doi:10.1007/s11910-017-0781-7. PMID 28770498.
- ↑ Hauptman, Aaron J.; Salpekar, Jay A. (26 October 2018). Pediatric Neuropsychiatry: A Case-Based Approach (in ଇଂରାଜୀ). Springer. p. 164. ISBN 978-3-319-94998-7.
- ↑ Baslet, G; Dworetzky, B; Perez, DL; Oser, M (January 2015). "Treatment of psychogenic nonepileptic seizures: updated review and findings from a mindfulness-based intervention case series". Clinical EEG and neuroscience. 46 (1): 54–64. doi:10.1177/1550059414557025. PMID 25465435.