Jump to content

ମନସ୍ୱିନୀ ରାୟ

ଉଇକିପିଡ଼ିଆ‌ରୁ
ମନସ୍ୱିନୀ ରାୟ
ପେଷାଅଭିନେତ୍ରୀ
Parent(s)ରାଜକିଶୋର ରାୟ, ମନୋରମା ରାୟ
ସମ୍ପର୍କୀୟମହାଶ୍ୱେତା ରାୟ ଓ ମାଳବିକା (ଭଉଣୀ)

ମନସ୍ୱିନୀ ରାୟ (ଇଂରାଜୀ: Manaswini Ray) ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ।[୧][୨] ସେ ୧୯୮୪ ମସିହାରେ ନୀରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ମାୟା ମିରିଗରେ ପ୍ରଭା ଭୂମିକାରେ ଅଭିନୟ କରି ପରିଚିତ ହୋଇଥିଲେ ।[୩] ଚଳଚ୍ଚିତ୍ରର ବିଭିନ୍ନ ତଥ୍ୟଭଣ୍ଡାରରେ ତାଙ୍କ ନାମ ମନସ୍ୱିନୀଓ ମନସ୍ୱିନୀ ମଙ୍ଗରାଜ ଭାବେ ମଧ୍ୟ୍ଉ ଲ୍ଲେଖ ହୋଇଛି।[୪]

ଅଭିନୟ ଜୀବନ

[ସମ୍ପାଦନା]

ମନସ୍ୱିନୀ ରାୟଙ୍କ ଅଭିନୟ ଜୀବନର ସବୁଠାରୁ ଉଲ୍ଲେଖନୀୟ କୃତି ହେଉଛି ମାୟା ମିରିଗ।[୫] ନୀରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୧୯୮୪ରେ ମୁକ୍ତିଲାଭ କରିଥିଲା। ଏଥିରେ କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା, ବିନୋଦ ମିଶ୍ର, ବଂଶୀଧର ଶତପଥୀ ଓ ସୁଜାତା ପ୍ରମୁଖ ଅଭିନୟ କରିଥିଲେ।ମାୟା ମିରିଗରେ ମନସ୍ୱିନୀ ରାୟ ପ୍ରଭା ଭୂମିକାରେ ଅଭିନୟ କରିଥିଲେ ।[୬]

ମାୟା ମିରିଗ

[ସମ୍ପାଦନା]

ମାୟା ମିରିଗ ନୀରଦ ମହାପାତ୍ରଙ୍କ ପ୍ରଥମ ଓ ଏକମାତ୍ର ପୂର୍ଣ୍ଣଦୈର୍ଘ୍ୟ କାହାଣୀଚିତ୍ର ଥିଲା। ଏହା ଏକ ମଧ୍ୟବିତ୍ତ ଯୌଥ ପରିବାରର ଜୀବନ, ସମ୍ପର୍କ ଓ ପରିବାରିକ ବିଭାଜନକୁ ଚିତ୍ରଣ କରିଥିଲା। ମନସ୍ୱିନୀ ଏଥିରେ ପ୍ରଭା ଭୂମିକାରେ ଅଭିନୟ କରିଥିଲେ।[୭]

ଚଳଚ୍ଚିତ୍ରଟି ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଚଳଚ୍ଚିତ୍ରଟି ୧୯୮୪ରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର କ୍ରିଟିକ୍ସ୍ ଉଇକ ବିଭାଗରେ ପ୍ରଦର୍ଶିତ ହୋଇଥିଲା ବୋଲି ଫିଲ୍ମ ସମ୍ପର୍କିତ ପରବର୍ତ୍ତୀ ଆଲୋଚନାରେ ଉଲ୍ଲେଖ ରହିଛି।

ପାରିବାରିକ ପୃଷ୍ଠଭୂମି

[ସମ୍ପାଦନା]

ମନସ୍ୱିନୀ ରାୟ ଓଡ଼ିଆ ସାହିତ୍ୟିକ ରାଜକିଶୋର ରାୟଙ୍କ କନ୍ୟା ।[୮][୯] ତାଙ୍କ ମାତାଙ୍କ ନାମ ମନୋରମା ରାୟ । ଦୁଇ ଭଉଣୀ ମହାଶ୍ୱେତା ରାୟ ଓ ମାଳବିକା ରାୟ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ।

  1. ↑ "Google Books". Google. 2008-05-20. Retrieved 2026-08-12.
  2. ↑ "Google Books". Google. Retrieved 2026-08-12.
  3. ↑ "Google Books". Google. 2023-08-24. Retrieved 2026-08-12.
  4. ↑ "Google Books". Google. 2017-06-02. Retrieved 2026-08-12.
  5. ↑ "Google Books". Google. 2014-07-10. Retrieved 2026-08-12.
  6. ↑ "Google Books". Google. 2018-08-17. Retrieved 2026-08-12.
  7. ↑ "Google Books". Google. 2013-09-13. Retrieved 2026-08-12.
  8. ↑ "Birth Centenary Seminar: Rajkishore Ray" (PDF). Sahitya Akademi Newsletter. Sahitya Akademi. October–December 2013. Retrieved 12 August 2026.
  9. ↑ "Birth Centenary Seminar: Rajkishore Ray" (PDF). Sahitya Akademi Newsletter. Sahitya Akademi. October–December 2013. Retrieved 12 August 2026.

ବାହ୍ୟ ସଂଯୋଗ

[ସମ୍ପାଦନା]