Jump to content

ମଧୁ କମ୍ବିକାର

ଉଇକିପିଡ଼ିଆ‌ରୁ
ମଧୁ କମ୍ବିକାର
ଜନ୍ମ (1953-07-28) ୨୮ ଜୁଲାଇ ୧୯୫୩ (ବୟସ ୭୨)[]
ଅହମ୍ମଦନଗର, ମହାରାଷ୍ଟ୍ର
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଲୋକନୃତ୍ୟ ନର୍ତ୍ତକୀ
ସକ୍ରିୟ ବର୍ଷ୧୯୮୦–ଏବଯାଏଁ

ମଧୁ କାମ୍ବିକାର ମହାରାଷ୍ଟ୍ରର ଜଣେ ଭାରତୀୟ ଲୋକକଳା କଳାକାର, ଥିଏଟର ଅଭିନେତ୍ରୀ ଓ କଥାଚିତ୍ର ତଥା ଟେଲିଭିଜନ୍ ବ୍ୟକ୍ତିତ୍ୱ ଅଟନ୍ତି ।[] ସେ ୮୦ ଦଶକର ଅନ୍ୟତମ ଅଗ୍ରଣୀ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଚାରି ଦଶନ୍ଧିର ଅଭିନୟ ଜୀବନରେ ସେ ୭୫ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ଏବଂ ଏକ ଫିଲ୍ମଫେୟାର୍ ମରାଠୀ ପୁରସ୍କାର ସହିତ ଛଅଟି ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ପ୍ରଶଂସା ଓ ପୁରସ୍କାର ପାଇଛନ୍ତି ।[][][][][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୫୩ ମସିହାର ଜୁଲାଇ ୨୮ ତାରିଖରେ ସେ କୋଲହାଟି ସମ୍ପ୍ରଦାୟର ବିଡ୍ ଜିଲ୍ଲାର ମାଲେଗାଓଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ସେ ସ୍କୁଲବେଳୁ ତାଙ୍କର ପାଠପଢ଼ା ଛାଡ଼ି ଦେଇଥିଲେ ଏବଂ ତାଙ୍କ ପିତାଙ୍କୁ ଅନୁସରଣ କରି ନିଜେ ଜଣେ କଳାକାର ଭାବରେ ଅଭିନୟ କରୁଥିଲେ । ସେ ନିଜେ ଖୁବ୍ କମ୍ ବୟସରେ ଜଣେ କଳାକାର ହୋଇପାରିଥିଲେ । ସେ ହେଉଛନ୍ତି ସ୍ୱର୍ଗତ କିଶୋର ଶାନ୍ତାବାଇ କାଲେଙ୍କ ମାଉସୀ ।[]

୨୭ ନଭେମ୍ବର ୨୦୧୬ରେ ମାଟୁଙ୍ଗାର ଯଶବନ୍ତ ନାଟ୍ୟ ମନ୍ଦିରରେ ଲାବଣୀ-ତମାସା ପରିବେଷଣ ବେଳେ ସେ ମଞ୍ଚ ଉପରେ ଅଚେତ ହୋଇପଡ଼ିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।[]

  1. ୧.୦ ୧.୧ Rege, Sharmila. "Conceptualising Popular Culture". {{cite journal}}: Cite journal requires |journal= (help)
  2. "मधू कांबीकर - Saamana". Saamana (in ଆମେରିକୀୟ ଇଂରାଜୀ). Archived from the original on 2016-12-21. Retrieved 2016-12-20.
  3. Rajadhyaksha, Ashish; Willemen, Paul (2014-07-10). Encyclopedia of Indian Cinema (in ଇଂରାଜୀ). Routledge. ISBN 9781135943189.
  4. Datt, Dr Gopal (1984-01-01). Indian Cinema, the Next Decade (in ଇଂରାଜୀ). Indian Film Directorsʼ Association.
  5. Contributions to Indian Sociology (in ଇଂରାଜୀ). Mouton. 1995-01-01.
  6. "Legendary Marathi actress Madhu Kambikar hospitalised - Times of India". The Times of India. Retrieved 2016-12-20.
  7. "मधू कांबीकर आयसीयूमध्ये -Maharashtra Times". Maharashtra Times. 2016-12-01. Archived from the original on 2016-12-03. Retrieved 2016-12-20.
  8. "A life lived for the community - Indian Express". archive.indianexpress.com. Retrieved 2016-12-20.
  9. "मधु कांबीकर यांची प्रकृती अत्यवस्थ". beta1.esakal.com. Archived from the original on 2016-12-21. Retrieved 2016-12-20.