ମଧୁର୍ଚ୍ଚି

ଉଇକିପିଡ଼ିଆ ରୁ
Jump to navigation Jump to search

ପାଚିଲା ଓ ଦର ପାଚିଲା ଫଳରେ ମଧୁର୍ଚ୍ଚି ତିଆରି ହୋଇପାରେ । ବାହାଘର ନିମନ୍ତ ଇତ୍ୟାଦିରେ ଏହାର ଚାହିଦା ଅନେକ । ସେଉ ଓ କଦଳୀ ମଧୁର୍ଚ୍ଚି ପାଇଁ ସେଉ, ଆମ୍ବ ଓ କଦଳୀକୁ ଚୋପା ଛଡାଇ କାଟି ରଖିବାକୁ ପଡେ । କିସମିସ୍କୁ ଧୋଇ ରଖିବାକୁ ପଡେ । ଏହିସବୁ ଫଳକୁ ମିଶାଇ, ଲୁଣ ଦେଇ ସିଝାଇ, ନଡିଆ କୋରା, ଛେନା, ଓ କିସମିସ୍ ମିଶାଇ ଘିଅ ଓ ଜୀରା ଦେଇ ବଘାରିବାକୁ ପଡେ । ଉପରେ ଜୀରାଲଙ୍କା ଗୁଣ୍ଡ ପକାଇ ଖାଇଲେ ବଢିଆ ଲାଗେ ।

ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।