Jump to content

ମଦନ ମୋହନ ଦାସ

ଉଇକିପିଡ଼ିଆ‌ରୁ

ମଦନ ମୋହନ ଦାସ (ଜନ୍ମ:୫.୨.୧୯୫୨) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ମଦନ ମୋହନ ଦାସ ଏକ ଆଇନଜୀବୀ ପରିବାରରୁ ଆସିଥିଲେ । ସେ ହେଉଛନ୍ତି ମାଧବାନନ୍ଦ ଦାସଙ୍କ ପୁତ୍ର, ଯିଏ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣାଶୁଣା ବରିଷ୍ଠ ଆଇନଜୀବୀ ଥିଲେ । ତାଙ୍କ ଜନ୍ମ ୫.୨.୧୯୫୨ ତାରିଖରେ ହୋଇଥିଲା। ସେ ୧୯୬୭ ମସିହାରେ ଏଚ.ଏସ.ସି. ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୭୧ ମସିହାରେ କଟକର ରେଭେନ୍‌ସା କଲେଜରୁ ରସାୟନଶାସ୍ତ୍ର (Chemistry Honours) ସହିତ ସ୍ନାତକ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ସେ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର (M.A.) ଏବଂ ଏମ.ଏସ. ଲ’ କଲେଜ୍‌ରୁ ଏଲ୍‌ଏଲ୍‌.ବି. (LL.B.) ଶିକ୍ଷା ଗ୍ରହଣ କରିଥିଲେ । ସେ ୧୯୭୪ ମସିହାରେ ବାର୍‌ରେ ଯୋଗଦେଇ ଓକିଲତି ପେଶା ଆରମ୍ଭ କରିଥିଲେ । ଏକ ଓକିଲ ଭାବେ ଆଇନ ବ୍ୟବସାୟ କରିବା ସମୟରେ, ସେ ବିଭିନ୍ନ ନ୍ୟାୟାଳୟରେ ଗୁରୁତ୍ୱପୂର୍ଣ୍ଣ ଦେବାନୀ, ଫୌଜଦାରୀ ଏବଂ ସଂଅବିଧାନିକ ମାମଲାର ପ୍ରତିନିଧିତ୍ୱ କରିଥିଲେ । ସେ ବହୁ ବର୍ଷ ଧରି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ଜାତୀୟକୃତ ବ୍ୟାଙ୍କମାନଙ୍କ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ ସାମାଜିକ ଏବଂ ଆଧ୍ୟାତ୍ମିକ ସଂଗଠନମାନଙ୍କ ସହ ସକ୍ରିୟ ଭାବେ ସଂପୃକ୍ତ ଥିଲେ ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେବା ପୂର୍ବରୁ, ସେ ବାର୍‌ରେ ୨୯ ବର୍ଷ ଧରି ଓକିଲାତି କରିଥିଲେ । ସେ ୨୦.୧୧.୨୦୦୩ ରୁ ୦୪.୦୨.୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦଭାର ଗ୍ରହଣ କରିଥିଲେ ।[] କିଛିଦିନ ପାଇଁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆର୍ବିଟ୍ରେସନ କେନ୍ଦ୍ରରେ ପାନେଲଭୁକ୍ତ ହୋଇଥିଲେ ।[]

  1. 1 2 National Informatics Centre (NIC, Orissa). "Former Judges | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-30.
  2. "NAME OF THE JUDGES OF ORISSA HIGH COURT" (PDF). magazines.odisha.gov.in. Archived from the original (PDF) on 30 April 2025. Retrieved 30 January 2025.
  3. "(Consolidated Panel of Arbitrators)" (PDF). orissahighcourt.nic.in. Retrieved 30 January 2025.