ମଣିଷ ଲିଙ୍ଗ
| ମଣିଷ ଲିଙ୍ଗ | |
|---|---|
| ସାଧାରଣ ବା ଶିଥିଳ (Flaccid) ଅବସ୍ଥାରେ ଥିବା ଏକ ଅସୁନ୍ନତ ପୁରୁଷ ଜନନେନ୍ଦ୍ରିୟ । ଏହାର ଶାରୀରିକ ଗଠନ ଏବଂ ସୂକ୍ଷ୍ମ ଅଂଶଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖାଇବା ପାଇଁ ପ୍ରାକୃତିକ ଲୋମ ସଫା କରାଯାଇଛି । | |
| ଲାଟିନ ଭାଷାରେ | ପେନିସ୍, ପୁଦେନ୍ଦୁମ୍ ୱିରୀଲେ, ମେମ୍ବ୍ରୁମ୍ ୱିରୀଲେ |
| ବିଭାଗ | ମୂତ୍ରଜନନ ପ୍ରଣାଳୀ, ପୁରୁଷ ଜନନ ତନ୍ତ୍ର |
| ଧମନୀ | ଲିଙ୍ଗର ପୃଷ୍ଠୀୟ ଧମନୀ, ଲିଙ୍ଗର ଗଭୀର ଧମନୀ, ୟୁରେଥ୍ରାଲ୍ ବଲବର ଧମନୀ, ଅନ୍ତର୍ନିହିତ ପୁଡେଣ୍ଡାଲ୍ ଧମନୀ |
| ଶିରା | ଗଭୀର ପୃଷ୍ଠ ଶିରା, ଲିଙ୍ଗର ପୃଷ୍ଠ ଶିରା, ବଲବ୍ର ଶିରା, ଆଭ୍ୟନ୍ତରୀଣ ପୁଡେଣ୍ଡାଲ୍ ଶିରା |
| ସ୍ନାୟୁ | ଲିଙ୍ଗର ପୃଷ୍ଠୀୟ ସ୍ନାୟୁ, ଗୁପ୍ତାଙ୍ଗ ସ୍ନାୟୁ |
| ଲସିକା | ଉପରସ୍ଥ କୁଞ୍ଚିତ ଲସୀକା ଗ୍ରନ୍ଥି |
| Precursor | ଜନନେନ୍ଦ୍ରିୟ ପିଣ୍ଡ, ମୂତ୍ର-ଜନନେନ୍ଦ୍ରିୟ ଭାଙ୍ଗ, ମୂତ୍ର-ଜନନେନ୍ଦ୍ରିୟ ଗହ୍ବର |
ମାନବ ଶରୀର ଗଠନ ଅନୁସାରେ ପୁରୁଷ ଜନନେନ୍ଦ୍ରିୟ ( ଅନ୍ୟନାମ : ଓଡ଼ିଆରେ ଶିଶ୍ନ ବା ଲିଙ୍ଗ ; ଲାଟିନ୍ରେ pēnis [୧] ) ହେଉଛି ଶରୀରର ବାହାରେ ଥିବା ଏକ ଅଙ୍ଗ, ଯାହା ମାଧ୍ୟମରେ ପୁରୁଷମାନେ ଉଭୟ ବୀର୍ଯ୍ୟପାତ କରନ୍ତି ଏବଂ ପରିସ୍ରା କରିଥାନ୍ତି । ଅଣ୍ଡକୋଷ (Testes) ଏବଂ ଏହାର ଆଖପାଖର ଅନ୍ୟାନ୍ୟ ଅଙ୍ଗଗୁଡ଼ିକ ସହିତ ମିଶି ଏହା ପୁରୁଷ ଜନନ ପ୍ରକ୍ରିୟା ବା ପ୍ରଜନନ ପ୍ରଣାଳୀର ଏକ ମୁଖ୍ୟ ଅଂଶ ଭାବରେ କାର୍ଯ୍ୟ କରେ ।
ପୁରୁଷ ଜନନେନ୍ଦ୍ରିୟର (ଶିଶ୍ନ) ମୁଖ୍ୟ ଭାଗଗୁଡ଼ିକ ହେଲା — ଏହାର ମୂଳ (Root), ମୁଖ୍ୟ ଶରୀର (Body), ଚର୍ମ ଏବଂ ଅଗ୍ରଭାଗର ଚର୍ମ (Foreskin), ଯାହା ଆଗ ଅଂଶ (Glans) କୁ ଢାଙ୍କି ରଖିଥାଏ । ଏହାର ମୁଖ୍ୟ ଶରୀର ତିନୋଟି ମାଂସପେଶୀୟ ବା କୋଷପୂର୍ଣ୍ଣ ସ୍ତମ୍ଭ (Tissue Columns) କୁ ନେଇ ଗଠିତ : ଉପର ପାଖରେ ଦୁଇଟି କର୍ପୋରା କାଭେର୍ନୋସା (Corpora Cavernosa) ଏବଂ ସେଗୁଡ଼ିକ ମଝିରେ ତଳ ପାଖରେ ଗୋଟିଏ କୋର୍ପସ୍ ସ୍ପୋଞ୍ଜିଓସମ୍ (Corpus Spongiosum) । ମୂତ୍ରନଳୀ (Urethra) ପ୍ରୋଷ୍ଟେଟ୍ ଗ୍ରନ୍ଥି ଦେଇ ଗତି କରିଥାଏ, ଯାହା ସହିତ ଶୁକ୍ର ନଳୀ (Ejaculatory Ducts) ମିଶିଥାଏ; ଏହା ପରେ ଏହା କୋର୍ପସ୍ ସ୍ପୋଞ୍ଜିଓସମ୍ ମଧ୍ୟ ଦେଇ ଆଗକୁ ଯାଇଥାଏ । ଅଗ୍ରଭାଗରେ ଥିବା ଏହି ମୂତ୍ରନଳୀର ବାହାର ଦ୍ୱାରକୁ ମୂତ୍ରଛିଦ୍ର (Urinary Meatus) କୁହାଯାଏ ।
ଯୌନ ଉତ୍ତେଜନା ସମୟରେ ପୁରୁଷ ଜନନେନ୍ଦ୍ରିୟ (ଶିଶ୍ନ) ଟାଣ ବା ଶକ୍ତ ହେବା, ଆକାରରେ ବୃଦ୍ଧି ପାଇବା ଏବଂ ସିଧା ହୋଇ ଠିଆ ହେବା ପ୍ରକ୍ରିୟାକୁ ଉତ୍ଥାନ (Erection) କୁହାଯାଏ ।ଯୌନ ଉତ୍ତେଜନା ବିନା ମଧ୍ୟ ଏହା ହୋଇପାରେ; ବିଶେଷ କରି କିଶୋରାବସ୍ଥାରେ ଏବଂ ଶୋଇଥିବା ସମୟରେ ଆପେ ଆପେ (Spontaneous) ଏପରି ହେବା ଏକ ସାଧାରଣ କଥା । ଶିଥିଳ (Flaccid) ବା ନରମ ଥିବା ସମୟରେ ଏହା ଆକାରରେ ଛୋଟ ଥାଏ, ଦାବିଦେଲେ ନରମ ଲାଗେ ଏବଂ ଆଗ ଅଂଶ (Glans) ଅଗ୍ରଚର୍ମ (Foreskin) ଦ୍ୱାରା ଢାଙ୍କି ହୋଇଥାଏ । ସମ୍ପୂର୍ଣ୍ଣ ଉତ୍ଥିତ ଅବସ୍ଥାରେ, ଏହାର ମୁଖ୍ୟ ଦଣ୍ଡ (Shaft) ଟାଣ ବା ଶକ୍ତ ହୋଇଯାଏ ଏବଂ ଆଗ ଅଂଶରେ ରକ୍ତ ପ୍ରବାହ ବଢ଼ି ଫୁଲିଯାଏ, କିନ୍ତୁ ସେତିକି ଟାଣ ହୋଇନଥାଏ । ଉତ୍ଥିତ ଶିଶ୍ନ ସିଧା ବା ସାମାନ୍ୟ ବଙ୍କା ହୋଇପାରେ ଏବଂ ଏହା ଉପରକୁ, ତଳକୁ ବା ସିଧା ସାମ୍ନାକୁ ରହିପାରେ । ୨୦୧୫ ମସିହାର ତଥ୍ୟ ଅନୁସାରେ, ଜଣେ ସାଧାରଣ ବୟସ୍କ ପୁରୁଷଙ୍କ ଉତ୍ଥିତ ଶିଶ୍ନର ହାରାହାରି ଲମ୍ବ ୧୩.୧୨ ସେମି (୫.୧୭ ଇଞ୍ଚ) ଏବଂ ଗୋଲାଇ/ମୋଟେଇ ୧୧.୬୬ ସେମି (୪.୫୯ ଇଞ୍ଚ) ହୋଇଥାଏ । [୨] [୩] ବୟସ କିମ୍ବା ନରମ ଥିବା ସମୟର ଆକାରରୁ ଉତ୍ଥିତ ଅବସ୍ଥାର ଠିକ୍ ଲମ୍ବ ଆକଳନ କରାଯାଇପାରିବ ନାହିଁ । ଶିଶ୍ନରେ କରାଯାଉଥିବା କେତେକ ଶାରୀରିକ ପରିବର୍ତ୍ତନ (Body Modifications) ମଧ୍ୟରୁ ସୁନ୍ନତ (Circumcision) ଅନ୍ୟତମ।
ଶାରୀରିକ ଗଠନ ଏବଂ ସୃଷ୍ଟି ଦୃଷ୍ଟିରୁ ପୁରୁଷଙ୍କ ଏହି ଅଙ୍ଗଟି ମହିଳାମାନଙ୍କର ଭଗଶେଫ/ଭଗାଙ୍କୁର (Clitoris) ସହିତ ସମାନ (Homologous) । [୪] [୫]
ସନ୍ଦର୍ଭ
[ସମ୍ପାଦନା]- ↑ Harper, Douglas. "penis". Online Etymology Dictionary.
{{cite web}}: Cite has empty unknown parameter:|name-list-format=(help) - ↑ Berezow, Alex B. (March 2, 2015). "Is Your Penis Normal? There's a Chart for That". RealClearScience. Archived from the original on May 24, 2020. Retrieved July 7, 2018.
- ↑ Veale, D.; Miles, S.; Bramley, S.; Muir, G.; Hodsoll, J. (2015). "Am I normal? A systematic review and construction of nomograms for flaccid and erect penis length and circumference in up to 15 521 men". BJU International. 115 (6): 978–986. doi:10.1111/bju.13010. PMID 25487360.
- ↑ Bruess, Clint E; Greenberg, Jerrold S (2004). Sexuality Education: Theory and Practice. Jones & Bartlett Publishers. p. 72. ISBN 978-0-76-374759-6.
- ↑ Netter, Frank (2022). Netter Atlas of Human Anatomy: Classic Regional Approach - Ebook. Elsevier Health Sciences. p. 194. ISBN 978-0-32379-375-9. Retrieved October 9, 2023.