Jump to content

ମଣିପୁର ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ‌ରୁ
ମଣିପୁର ଉଚ୍ଚ ନ୍ୟାୟାଳୟ
ସ୍ଥାପିତ25 ମାର୍ଚ୍ଚ 2013; 12 years ago (2013-୦୩-25)
ସ୍ଥାନImphal, Manipur
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳMandatory Retirement by age of 62
ସଦସ୍ଯତା ସଂଖ୍ଯା4
Websitehcmimphal.nic.in
Chief Justice
ବର୍ତ୍ତମାନKempaiah Somashekar
ନିଯୁକ୍ତି ଦିନ22 May 2025

ମଣିପୁର ଉଚ୍ଚ ନ୍ୟାୟାଳୟ ହେଉଛି ଭାରତର ମଣିପୁର ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ।[] ଏହାକୁ ୨୫ ମାର୍ଚ୍ଚ ୨୦୧୩ ତାରିଖରେ ଭାରତର ସଂବିଧାନ ଏବଂ ଉତ୍ତର-ପୂର୍ବ ଅଞ୍ଚଳ (ପୁନର୍ଗଠନ) ଆଇନ, ୧୯୭୧ ରେ ଉପଯୁକ୍ତ ସଂଶୋଧନ କରି ପ୍ରତିଷ୍ଠା କରାଯାଇଥିଲା ।[] ଏହି ଉଚ୍ଚ ନ୍ୟାୟାଳୟ ମଣିପୁରର ରାଜଧାନୀ ଇମ୍ଫାଲ ରେ ଅବସ୍ଥିତ । ଏହି ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ନ୍ୟାୟମୂର୍ତ୍ତି ଅଭୟ ମନୋହର ସାପ୍ରେ ।[] ମଣିପୁର ଉଚ୍ଚ ନ୍ୟାୟାଳୟ ପ୍ରତିଷ଼୍ଠା ହେବା ପূର୍ବରୁ ଗୁଆହାଟି ଉଚ୍ଚ ନ୍ୟାୟାଳୟର ଏକ ବେଞ୍ଚ ମଣିପୁର ରାଜ୍ୟରେ କାର୍ଯ୍ୟ କରୁଥିଲା ।

୨୫ମାର୍ଚ୍ଚ ୨୦୧୩ ତାରିଖରେ ଇମ୍ଫାଲରେ ମଣିପୁର ଉଚ୍ଚ ନ୍ୟାୟାଳୟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ତତକାଳୀନ ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ଅଲତମାସ୍‌ କବୀର ମହୋଦୟ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବ ଉପଲକ୍ଷେ ମଣିପୁରର ମୁଖ୍ୟମନ୍ତ୍ରୀ ଶ୍ରୀ ଓକ୍ରମ ଇବୋବି ସିଂହ, ଭାରତ ସରକାରଙ୍କ ନ୍ୟାୟ ଓ ବିଧିମନ୍ତ୍ରୀ ଡ଼ଃ ଅଶ୍ୱନୀ କୁମାର, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ଅଫତାବ ଆଲମ ଓ ଶ୍ରୀ ଅନିଲ ଆର. ଦାଭେ, ମଣିପୁର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଶ୍ରୀ ଅଭୟ ମନୋହର ସାପ୍ରେ, ଗୁଆହାଟି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଶ୍ରୀ ଆଦର୍ଶ କୁମାର ଗୋଏଲ, ମଣିପୁର ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଏନ. କୋଟିଶ୍ୱର ସିଂହ, କ୍ୟାବିନେଟ ମନ୍ତ୍ରୀମାନେ, ବିଧାୟକମାନେ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।[]

  1. ୧.୦ ୧.୧ "High Court of Manipur at Imphal". hcmimphal.nic.in. Retrieved 2025-06-05.
  2. "New Chief Justices for Manipur, Meghalaya & Tripura high courts". The Times of India. 2013-03-24. ISSN 0971-8257. Retrieved 2025-06-05.
  3. "High Court of manipur at Imphal". hcmimphal.nic.in. Retrieved 2025-06-05.