ମଞ୍ଜୁ ବର୍ମା
ମଞ୍ଜୁ ବର୍ମା | |
|---|---|
| Member of Bihar Legislative Assembly | |
| ପୂର୍ବ ଅଧିକାରୀ | Anil Choudhary |
| ନିର୍ବାଚନ ମଣ୍ଡଳୀ | Cheria-Bariarpur |
| କାର୍ଯ୍ୟକାଳ 2010–2015 | |
| କାର୍ଯ୍ୟକାଳ 2015 – 2020[୧] | |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | Janata Dal United |
| ଜୀବନ ସାଥୀ | Chandrashekhar Verma |
| ସମ୍ପର୍କୀୟ | Sukhdeo Mahto (father-in-law) |
| ଘର | Supaul |
ମଞ୍ଜୁ ବର୍ମା ଜଣେ ଭାରତୀୟ ରାଜନେତ୍ରୀ ଏବଂ ବିହାର ବିଧାନସଭାର ପୂର୍ବତନ ସଦସ୍ୟା । ସେ ବିହାର କ୍ୟାବିନେଟରେ ସାମାଜିକ କଳ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବର୍ମା କୁଶୱାହା କିମ୍ବା କୋଏରୀ ଜାତିର ସଦସ୍ୟା ।[୩] ଭାରତ ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ କରାଯାଇଥିବା ତାଙ୍କର ଶପଥପତ୍ର ଅନୁସାରେ, ସେ ଇଣ୍ଟରମିଡିଏଟ ସ୍ତର ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ୱାମୀ ଜଣେ କୃଷକ ଥିଲେ ।[୪] ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜ୍ୟେଷ୍ଠ ନେତା ସୁଖଦେଵ ମାହତୋଙ୍କର ବୋହୁ (ପୁତ୍ର ବଧୁ) ଅଟନ୍ତି ।[୫]
ରାଜନୈତିକ ଜୀବନ
[ସମ୍ପାଦନା]ମଞ୍ଜୁ ବର୍ମା ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ପଡ଼ୁଥିବା ଚେରିଆ-ବାରିଆରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟିକା (ଏମଏଲଏ) ଭାବେ ନିର୍ବାଚିତ ହୋଇଥିଲେ । ସେ ପ୍ରତିନିଧିତ୍ୱ କରୁଥିବା ଏହି ଆସନ ପୂର୍ବରୁ ତାଙ୍କ ଶ୍ୱଶୁରଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିଲା, ଯିଏ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜନତା ଦଳ (ୟୁନାଇଟେଡ୍)ର ଜଣେ ନେତା, ଯାହା ସହ ସେ ପୂର୍ବରୁ ସଂପୃକ୍ତ ଥିଲେ । ୨୦୧୦ ଏବଂ ୨୦୧୫ ମସିହାରେ ସେ ବିଧାୟିକା ଥିଲେ । ୨୦୧୫ ମସିହାରେ ସେ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳର ଏକମାତ୍ର ମହିଳା ସଦସ୍ୟା ଥିଲେ ଏବଂ ସେ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ଦାୟିତ୍ୱ ପାଇଥିଲେ ।[୬]
ମୁଜଫଫରପୁର ଶେଲ୍ଟର ହୋମ୍ କାଣ୍ଡରେ ତାଙ୍କ ନାମ ଜଡ଼ିତ ଥିବା ଅଭିଯୋଗ ପରେ ସେ ଜେଡି(ୟୁ) ଠାରୁ ବହିଷ୍କୃତ ହୋଇଥିଲେ । ଯେଉଁ ଆଶ୍ରୟଗୃହରେ ଅବାଳିକା ଝିଅମାନେ ରଖାଯାଇଥିଲେ, ସେହି ଆଶ୍ରୟଗୃହର ରକ୍ଷଣାବେକ୍ଷଣ ତାଙ୍କ ମନ୍ତ୍ରଣାଳୟ ଅଧୀନରେ ଥିଲା । ପରେ “ଆର୍ମସ୍ ଆକ୍ଟ” ଅନୁଯାୟୀ ସେ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା, ଯେତେବେଳେ ଏହି ଶେଲ୍ଟର କେସ୍ ସମ୍ବନ୍ଧରେ ତାଙ୍କ ପୈତୃକ ଘରେ ସିବିଆଇ ଛାପାମାରି କରିଥିଲା । ଏହି କାଣ୍ଡରେ ଅବାଳିକା ଅନାଥ ଝିଅମାନଙ୍କ ସହ ଯୌନ ଶୋଷଣର ଅଭିଯୋଗ ଥିଲା । ପୋଲିସ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା, ଯେତେବେଳେ ଆଶ୍ରୟଗୃହର ମାଲିକ ବ୍ରଜେଶ ଠାକୁର ଗିରଫ ହୋଇଥିଲେ । ତିନି ମାସ ପରେ ସେ ଆଦାଲତରେ ଆତ୍ମସମର୍ପଣ କରିଥିଲେ ଏବଂ ଜେଡି(ୟୁ) ଓ ନୀତିଶ କୁମାରଙ୍କୁ ତାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଥିଲେ ।[୭]
ମାର୍ଚ୍ଚ ୨୦୧୯ରେ ପଟନା ଉଚ୍ଚ ନ୍ୟାୟାଳୟ ଉଭୟ ମାମଲାରେ ତାଙ୍କୁ ଜାମିନ ଦେଇଥିଲା, ଯେତେବେଳେ ତାଙ୍କ ସ୍ୱାମୀ କାରାଗାରରେ ରହିଥିଲେ ।[9] ଏହି ମାମଲା ସମ୍ବନ୍ଧରେ ସେ ସାମାଜିକ କଳ୍ୟାଣ ମନ୍ତ୍ରୀ ପଦରୁ ପଦତ୍ୟାଗ କରିବା ପରେ, ନୀତିଶ କୁମାରଙ୍କ ଷଷ୍ଠ ମନ୍ତ୍ରିମଣ୍ଡଳର ଶିକ୍ଷା ମନ୍ତ୍ରୀ କୃଷ୍ଣନନ୍ଦନ ୱର୍ମାଙ୍କୁ ସାମାଜିକ କଳ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ମୁକଦ୍ଦମା ଚାଲିଥିବା ସମୟରେ ମଞ୍ଜୁ ୱର୍ମା ଦାବି କରିଥିଲେ ଯେ ତାଙ୍କ ଜାତି କାରଣରୁ ସେ ଉତ୍ପୀଡ଼ିତ ହେଉଛନ୍ତି । ଏହି ପରିସ୍ଥିତିରେ ତାଙ୍କ ମନ୍ତ୍ରଣାଳୟ କୃଷ୍ଣନନ୍ଦନ ୱର୍ମାଙ୍କୁ ଦିଆଯିବାକୁ ଜେଡି(ୟୁ) ନେତୃତ୍ୱର ଏକ ସମନ୍ୱୟ ପ୍ରୟାସ ଭାବେ ଦେଖାଯାଇଥିଲା । ୨୦୧୮ରେ ‘ଦ ଟେଲିଗ୍ରାଫ’କୁ ଦିଆଯାଇଥିବା ଏକ ସାକ୍ଷାତ୍କାରରେ ସେ ତାଙ୍କ ସ୍ୱାମୀଙ୍କୁ ନିର୍ଦୋଷ ବୋଲି ଦାବି କରିଥିଲେ । ତାଙ୍କ ଅନୁସାରେ, ସେ କେବଳ ଗୋଟେ ଥର ତାଙ୍କ ସ୍ୱାମୀ ସହ ଏକ କାର୍ଯ୍ୟକ୍ରମ ସମୟରେ ଆଶ୍ରୟଗୃହକୁ ଯାଇଥିଲେ ଏବଂ ସେଠାରେ ଝିଅମାନେ ମଲିନ ପୋଷାକ ପିନ୍ଧି ରାନ୍ଧଣା କରୁଥିବା ଦେଖିଥିଲେ, କିନ୍ତୁ ପଚାରାଉଚାର କଲେ ମଧ୍ୟ ସେମାନେ କିଛି କହିନଥିଲେ ।[୮]
୨୦୨୦ ବିହାର ବିଧାନସଭା ନିର୍ବାଚନରେ, ଯେଉଁ ଜନତା ଦଳ (ୟୁନାଇଟେଡ୍) ଦଳରୁ ସେ ପୂର୍ବରୁ ପଦତ୍ୟାଗ କରିଥିଲେ, ସେହି ଦଳ ପୁନର୍ବାର ତାଙ୍କୁ ଚେରିଆ-ବାରିଆରପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା ।[୯]
ଏହି ନିର୍ବାଚନରେ ସେ ପୂର୍ବତନ ସାଂସଦ ଏବଂ ରାଷ୍ଟ୍ରୀୟ ଜନତା ଦଳର ନେତା ରାଜ ବଂଶୀ ମାହତୋଙ୍କ ଠାରୁ ପରାଜିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "Cheria Bariarpur Election Result 2020: चेरिया बरियारपुर पर अब राजवंशी का 'राज', समर्थकों ने मनाया जश्न". Prabhat khabar. 10 November 2020. Retrieved 8 August 2022.
- ↑ "Nitish Kumar has traced the real culprit in the Muzaffarpur shelter home outrage - the 'system'". www.dailyo.in (in ଇଂରାଜୀ). Retrieved 2026-03-01.
- ↑ "Caste card counter". www.telegraphindia.com. Retrieved 2026-03-04.
- ↑ "Kumari Manju Verma(Janata Dal (United)(JD(U))):Constituency- CHERIA BARIARPUR(BEGUSARAI) - Affidavit Information of Candidate:". myneta.info. Retrieved 2026-03-04.
- ↑ "मुजफ्फरपुर कांडः मंत्री मंजू वर्मा के पति कभी चुनाव नहीं लड़े, लेकिन रुतबा बना रहा". AajTak (in ହିନ୍ଦୀ). 2018-08-03. Retrieved 2026-03-04.
- ↑ Sharma, Aman (2018-08-08). "Bihar minister Manju Verma plays caste card in Muzaffarpur aftermath". The Economic Times. ISSN 0013-0389. Retrieved 2026-03-04.
- ↑ "Being Harassed Due To Caste". ndtv.com. Retrieved 4 March 2026.
- ↑ "Kumari Manju Verma(Janata Dal (United)(JD(U))):Constituency- CHERIA BARIARPUR(BEGUSARAI) - Affidavit Information of Candidate:". myneta.info. Retrieved 2026-03-04.
- ↑ Tewary, Amarnath (2020-10-07). "Bihar Assembly election: JD(U) offers ticket to Manju Verma". The Hindu (in Indian English). ISSN 0971-751X. Retrieved 2026-03-04.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |