ମଙ୍ଗଳଗିରି ଶ୍ରୀରଞ୍ଜନୀ
ମଙ୍ଗଳଗିରି ଶ୍ରୀରଞ୍ଜନୀ | |
---|---|
ବୃତ୍ତି | କଥାଚିତ୍ର ଅଭିନେତା ![]() |
ମଙ୍ଗଳଗିରି ଶ୍ରୀରଞ୍ଜନୀ (୧୯୦୬–୧୯୩୯) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଓ ମଞ୍ଚରେ ଅଭିନୟ କରୁଥିଲେ ଏବଂ ଶ୍ରୀରଞ୍ଜନୀ ସିନିୟର୍ ଭାବରେ ଜଣାଶୁଣା ଥିଲେ । ସେ ଆନ୍ଧ୍ର ପ୍ରଦେଶର ନାରସାରାଓପେଟ୍ ତାଲୁକରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୩୦ ଦଶକରେ ଗ୍ରାମୋଫୋନ୍ କମ୍ପାନି ଅଫ୍ ଇଣ୍ଡିଆରେ ତାଙ୍କ ରେକର୍ଡିଂ ଓ ଅଡିଓ ରିଲିଜ୍ ମାଧ୍ୟମରେ ଖ୍ୟାତି ଅର୍ଜନ କରିଥିଲେ । ଶ୍ରୀକୃଷ୍ଣ, ଅଭିମନ୍ୟୁ ଓ ସତ୍ୟବାନ ଭଳି ପୌରାଣିକ ପୁରୁଷ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା କୃଷ୍ଣ ବିଳାସ ନାଟକ ସମାଜମ୍ର ଜଣେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଅଭିନେତ୍ରୀ ଥିଲେ ସେ ।[୧]
ସେ ତେଲୁଗୁ ସିନେମାରେ ସି. ପୁଲାୟାଙ୍କ ଲବ କୁଶ (୧୯୩୪) ଜରିଆରେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ଶ୍ରୀକୃଷ୍ଣ ଲୀଳାଲୁ (୧୯୩୫) ଏବଂ ମାୟାବଜାର (୧୯୩୬) ଭଳି ଉଲ୍ଲେଖନୀୟ କଥାଚିତ୍ରରେ ଅଭିନୟ କରିଥିଲେ । ସିନେମାରେ ସଫଳତା ସତ୍ତ୍ୱେ, ୧୯୩୯ ମସିହାରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ପୂର୍ବରୁ ସେ ଆଠଟି କଥାଚିତ୍ରରେ ଅଭିନୟ କରିଥିଲେ ।[୧]
ଶ୍ରୀରଞ୍ଜନୀ ସିନିୟର ଅଭିନେତ୍ରୀ ଶ୍ରୀରଞ୍ଜନୀ ଜୁନିୟରଙ୍କ ବଡ଼ ଭଉଣୀ ଏବଂ ନିର୍ଦ୍ଦେଶକ ଏମ୍ ମଲ୍ଲିକାର୍ଜୁନ ରାଓଙ୍କ ମାଆ ଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଲବ କୁଶ (୧୯୩୪)
- ସିଲ୍ଭର କିଙ୍ଗ୍ (୧୯୩୫)
- ଶ୍ରୀ କ୍ରିଷ୍ଣା ଲୀଳାଲୁ (୧୯୩୫)
- ସତୀ ତୁଳସୀ (୧୯୩୬)
- ଶଶିରେଖା ପରିଣାୟମ (୧୯୩୬)
- ସାରଙ୍ଗଧର (୧୯୩୭) (ଅଭିନେତ୍ରୀ ଓ କଣ୍ଠଶିଳ୍ପୀ)
- ଭକ୍ତ ମାର୍କଣ୍ଡେୟ (୧୯୩୮)
- ବାରା ବିକ୍ରୟାମ (୧୯୩୯)
- ବନ୍ଦେ ମାତରମ୍ (୧୯୩୯)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Vanaparthy, Ranganath. "Kalasevakulu: Sri Ranjani Sisters". Idlebrain.com. Archived from the original on 18 February 2010.
- ↑ సివిఆర్ మాణిక్యేశ్వరి (15 August 2016). "గూఢచారి 116 (ఫ్లాష్బ్యాక్ @50)". Andhra Bhoomi (in ତେଲୁଗୁ). Retrieved 2024-09-05.
ଗ୍ରନ୍ଥସୂଚୀ
[ସମ୍ପାଦନା]- Nata Ratnalu, Mikkilineni Radhakrishna Murthy, Second edition, 2002
- Luminaries of 20th Century, Potti Sreeramulu Telugu University, 2005
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଙ୍ଗଳଗିରି ଶ୍ରୀରଞ୍ଜନୀ