ମଗାଇ ମାଝି
ମଗାଇ ମାଝି (ଜନ୍ମ: ୧୮ ଅଗଷ୍ଟ ୨୦୦୪)[୧] ଜଣେ ଭାରତୀୟ ଖୋ ଖୋ ଖେଳାଳି । ସେ ଭାରତୀୟ ମହିଳା ଜାତୀୟ ଖୋ ଖୋ ଟିମ୍ର ପ୍ରତିରକ୍ଷକ ଭାବେ ଖେଳନ୍ତି ।[୨] ଓଡ଼ିଶାର ରାୟଗଡ଼ ଜିଲ୍ଲାରେ ଜନ୍ମିତ ଏହି ମହିଳା ଖେଳାଳି ଜାନୁଆରୀ ୨୦୨୫ରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଖୋ ଖୋ ୱାର୍ଲ୍ଡ କପ୍ ଜିତିଥିବା ଭାରତୀୟ ମହିଳା ଟିମ୍ର ଅଂଶ ଥିଲେ ।[୩]
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ମାଝି ଓଡ଼ିଶାର ରାୟଗଡ଼ ଜିଲ୍ଲା, କାଶୀପୁର ବ୍ଲକ୍, ଚନ୍ଦ୍ରଗିରି ପଞ୍ଚାୟତର କାସନ୍ଦରା ଗ୍ରାମର ଜଣେ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ସେ କୃଷକ ଡାମୁ ମାଝି ଏବଂ ବୁଧୁବାରୀ ମାଝିଙ୍କ କନ୍ୟା । ଭୁବନେଶ୍ଵରର ଓଡ଼ିଶା ଖୋ ଖୋ ହାଇ ପର୍ଫର୍ମାନ୍ସ ସେଣ୍ଟର ହେଉଛି ତାଙ୍କର କ୍ରୀଡ଼ା ଅଭ୍ୟାସ ସ୍ଥଳ ।[୪] କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍) ଅନୁଷ୍ଠାନରେ କଳାରେ ସ୍ନାତକ ଅଧ୍ୟୟନ କରିଛନ୍ତି ।[୫] ସେ ୨୦୧୩ ରୁ ଖୋ ଖୋ ଖେଳିବା ଆରମ୍ଭ କରିଥିଲେ ।
ଖେଳ ଜୀବନ
[ସମ୍ପାଦନା]ମାଝି ଜାନୁଆରୀ ୨୦୨୫ ରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଖୋ ଖୋ ୱାର୍ଲ୍ଡ କପ୍ ଜିତିଥିବା ଭାରତୀୟ ମହିଳା ଟିମ୍ର ଅଂଶ ଥିଲେ । ଭାରତୀୟ ଟିମ୍ ଗୃପ୍ ଷ୍ଟେଜ୍ରେ ଦକ୍ଷିଣ କୋରିଆ[୬], ଇରାନ ଏବଂ ମାଲେଶିଆକୁ ଏବଂ କ୍ୱାର୍ଟରଫାଇନାଲ୍ରେ ବାଂଲାଦେଶକୁ, ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା । ଫାଇନାଲ୍ରେ ଭାରତ ନେପାଳକୁ ୭୮-୪୦ ସ୍କୋରରେ ପରାଜିତ କଲା ।[୭][୮]
ବିଶ୍ଵକପ୍ରେ ଜିତି ଫେରିବା ପରେ, ସେ ରାୟଗଡ଼ରେ ଏକ ରୋଡ୍ ଶୋ ଦ୍ଵାରା ସ୍ଥାନୀୟ ବିଧାୟକ କାଡ୍ରାକ ଆପଲ ସ୍ୱାମୀଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ ।[୯] ୧୮ ଫେବୃଆରୀ ୨୦୨୫ ରେ ରାୟଗଡ଼ର ଜିଲ୍ଲାପାଳ ପାରୁଲ୍ ପାଟୱାରୀ ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀମାନଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।[୧୦] କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ମଧ୍ୟ ସେ ସମ୍ମାନିତ ହୋଇଥିଲେ ।[୪]
ପ୍ରମୁଖ ସଫଳତା
[ସମ୍ପାଦନା]- ସେ ଓଡ଼ିଶାର ବରିଷ୍ଠ ମହିଳା ଟିମ୍ର ଅଂଶ ଥିଲେ, ଯେଉଁ ଟିମ୍ ହଳଦ୍ୱାନୀ, ଉତ୍ତରାଖଣ୍ଡରେ ଜାନୁଆରୀ/ଫେବୃଆରୀ ୨୦୨୫ ରେ ଅନୁଷ୍ଠିତ ୩୮ତମ ଜାତୀୟ ଖେଳରେ ରୌପ୍ୟ ପଦକ ଜିତିଥିଲେ ।[୧]
- ସେ ୨୦୨୪ ରେ କୋଏମ୍ବାଟୁରରେ ଅନୁଷ୍ଠିତ 'ଖେଲୋ ଇଣ୍ଡିଆ ବରିଷ୍ଠ ମହିଳା ଖୋ ଖୋ ଲିଗ୍ ଫେଜ୍-୩' ରେ ଓଡ଼ିଶା ଦଳର ଅଂଶ ହୋଇଥିଲେ ଯେଉଁ ଦଳ ଚମ୍ପିଅନ ହୋଇଥିଲା ।
- ଏହାସହିତ, ସେ ଅକ୍ଟୋବର ୨୦୨୨ ରେ ଅହମଦାବାଦରେ ଅନୁଷ୍ଠିତ ୩୬ତମ ଜାତୀୟ ଖେଳରେ ଓଡ଼ିଶା ଦଳରେ ଭାଗ ନେଇ ଦଳ ପାଇଁ ରୌପ୍ୟ ପଦକ ଜିତିଥିଲେ ।
- ସେ ଡିସେମ୍ବର ୨୦୧୯ ରେ ଛତିଶଗଡ଼ରେ ଅନୁଷ୍ଠିତ ୫୩ତମ ବରିଷ୍ଠ ଜାତୀୟ ଖୋ ଖୋ ଚାମ୍ପିଅନ୍ଶିପ୍ରେ ଭାଗ ନେଇଥିଲେ, ଯେଉଁଠି ଓଡ଼ିଶା ମହିଳା ଦଳ ଏକ ବ୍ରୋଞ୍ଜ ପଦକ ଜିତିଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Orisports.com". www.orisports.com. Retrieved 2025-03-12.
- ↑ "Kho Kho Federation of India (KKFI) - KKFI Official Website". Kho Kho Federation (in ଆମେରିକୀୟ ଇଂରାଜୀ). Retrieved 2025-03-12.
- ↑ "NATIONAL KHO-KHO CHAMPION MAGAI MAJHI FELICITATED". Odisha Diary, Latest Odisha News, Breaking News Odisha (in ଆମେରିକୀୟ ଇଂରାଜୀ). 2025-02-18. Retrieved 2025-03-12.
- ↑ ୪.୦ ୪.୧ "Achyuta Samanta Congratulates KISS World Champions after India Lifts Kho Kho World Cup - Newsroom - KIIT Alumni Network". alumni.kiit.ac.in (in ଇଂରାଜୀ). Retrieved 2025-03-12.
- ↑ Bureau, Prabaha TV (2025-01-20). "କିସ୍ର ୩ ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଅଚ୍ୟୁତ ସାମନ୍ତ". Prabaha TV (in ଆମେରିକୀୟ ଇଂରାଜୀ). Retrieved 2025-03-12.
- ↑ IANS (2025-01-15). "Kho Kho World Cup: Indian women make history with 157-point rout of South Korea". The Statesman (in ଇଂରାଜୀ). Retrieved 2025-03-12.
- ↑ Kanta, Surya (2025-01-10). "ଭାରତୀୟ ଦଳରେ ୩ ଓଡ଼ିଆ: ଶୁଭଶ୍ରୀ, ପ୍ରବାଣୀ, ମାଗାଇ". Sambad. Retrieved 2025-03-12.
- ↑ "Indian Women create history at Kho Kho World Cup 2025 with commanding victory over rivals Nepal to secure coveted trophy". The Tribune (in ଇଂରାଜୀ). Retrieved 2025-03-12.
- ↑ "ସ୍ବାଗତ ସମ୍ବର୍ଧନା ଜଣାଇଲେ". www.sangharsatv.in. Retrieved 12 March 2025.[permanent dead link]
- ↑ odishabarta (2025-02-19). "NATIONAL KHO-KHO CHAMPION MAGAI MAJHI FELICITATED |" (in ଆମେରିକୀୟ ଇଂରାଜୀ). Retrieved 2025-03-12.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |