ମକ୍କା ରୁଟି

ଉଇକିପିଡ଼ିଆ‌ରୁ
ମକ୍କା ରୋଟି
ମକ୍କୀ ଦି ରୋଟି
ପ୍ରକାରରୁଟି
ମୂଳ ସ୍ଥାନଭାରତୀୟ ଉପମହାଦ୍ୱୀପ
ଅଞ୍ଚଳ ବା ରାଜ୍ୟପଞ୍ଜାବୀ ଖାଦ୍ୟ
ମୁଖ୍ୟ ଉପାଦାନମକାର ସୂକ୍ଷ୍ମ ଅଟା (କର୍ଣ୍ଣଫ୍ଲୋର)

ମକ୍କା ରୁଟି(ପଞ୍ଜାବୀ: ਮੱਕੀ ਦੀ ਰੋਟੀ (ଗୁରମୁଖି),(ଶଃମୁଖି), मक्की दी रोटी (ଦେବନାଗରି)) (Urdu:مکئی کی روٹی) ଏକ ପତଳା, ମକାରେ ପ୍ରସ୍ତୁତ ରୁଟି ଅଟେ ଯାହା[୧] ମୁଖ୍ୟତଃ ପଞ୍ଜାବ କ୍ଷେତ୍ର, ଭାରତୀୟ ଉପମହାଦ୍ୱୀପ ଅଞ୍ଚଳରେ ମିଳିଥାଏ । ଏହା ସାଧାରଣ ଭାବେ ସାମାନ୍ୟ ରୁଟି ପରି ତାୱାରେ ପ୍ରସ୍ତୁତ କରାଯାଏ ।

ଶାବ୍ଦିକ ରୂପେ, ପଞ୍ଜାବୀ ଭାଷାରେ "ମକ୍କା ରୁଟି" (ମକ୍କୀ ଦି ରୋଟି)ର ଅର୍ଥ ହେଉଛି, "ମକ୍କାରୁ ପ୍ରସ୍ତୁତ ରୁଟି" । ପ୍ରସ୍ତୁତ ହେବାପରେ ଏହି ରୁଟିର ରଙ୍ଗ ହଳଦିଆ ହୋଇଯାଏ ଏବଂ ଏଥିରେ ବହୁତ କମ ସଂଶ୍ଳିଷ୍ଟତା ରହିଥାଏ ଯାହାଦ୍ୱାରା ଏହାକୁ ସମ୍ଭାଳିବା କଷ୍ଟ ହୋଇଯାଏ ।

ମକ୍କା ରୁଟି ସାଧାରଣତଃ ପଞ୍ଜାବରେ ଶିତଋତୁରେ ତିଆରି ହୋଇଥାଏ ଓ ପ୍ରାୟତଃ ଶୋରିଷ ଶାଗ, ଲହୁଣି କିମ୍ବା ଦହି ସହିତ ଖିଆଯାଏ । ଏହି ପ୍ରକାରେ ହିମାଞ୍ଚଳ ଓ ପଞ୍ଜାବରେ ଏହାକୁ ଡାଲ ମଖନୀଶୋରିଷ ଶାଗ ସହିତ ଖିଆଯାଏ ।

ଆଧାର[ସମ୍ପାଦନା]

  1. Jaffrey, M. (2014). Madhur Jaffrey's World Vegetarian: More Than 650 Meatless Recipes from Around the World. Potter/TenSpeed/Harmony. pp. 797–799. ISBN 978-0-307-81612-2.