Jump to content

ଭ୍ଳାଦିମିର ପୁଟିନ୍‌

ଉଇକିପିଡ଼ିଆ‌ରୁ
2025ରେ ଭ୍ଳାଦିମିର ପୁଟିନ୍‌

ଭ୍ଳାଦିମିର ଵ୍ଲାଦିମିରୋଭିଚ ପୁଟିନ୍‌ (ରୁଷିୟ : Владимир Владимирович Путин) (ଜନ୍ମ: ୭ ଅକ୍ଟୋବର ୧୯୫୨) ଜଣେ ରୁଷିୟ ରାଜନୀତିଜ୍ଞ । ସେ ୭ ମଇ ୨୦୧୨ ଠାରୁ ଋଷିଆର ରାଷ୍ଟ୍ରପତି ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ୨୦୧୮ ମସିହାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ 76% ଭୋଟ ପାଇ କର୍ମକାଳ ଅବ୍ୟାହତ ରଖିବାକୁ ପୁନର୍ବାର ନିର୍ବାଚିତ ହୋଇଥିଲେ । ମାର୍ଚ୍ଚ ୨୦୧୨ରେ ସେ ନିର୍ବାଚନ ଜିତିଲେ ଏବଂ ୨୦୧୮ରେ ସେ ପୁନଃ 76% ଭୋଟ ପାଇ ଆଗାମୀ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହେଲେ । ମାର୍ଚ ୨୦୨୪ରେ ସେ ପୁନଃ ଆଗାମୀ କାର୍ଯ୍ୟକାଳ ପାଇଁ ନିର୍ବଚିତ ହୋଇଛନ୍ତି । ଏଥିପୂର୍ବରୁ, ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ସେ ରୁଷିୟ ସଂଘର ରାଷ୍ଟ୍ରପତି ଏବଂ ୧୯୯୯ ରୁ ୨୦୦୦ ଓ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସେ ରୁଷିଆର ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ରୁଷିଆର "ସଂଯୁକ୍ତ ରୁଷ" ପାର୍ଟିର ଅଧ୍ୟକ୍ଷ ମଧ୍ୟ ଥିଲେ ।[]

ପୁଟିନ ୧୬ ବର୍ଷ ପର୍ଯ୍ୟନ୍ତ ସୋଭିଏତ ସଂଘର ଗୁପ୍ତଚର ସଂସ୍ଥା KGB ରେ ଏକ ଅଧିକାରୀ ଭାବେ କାମ କରିଥିଲେ, ଯେଉଁଠାରେ ସେ ଲେଫ୍ଟେନାନ୍ଟ କର୍ଣ୍ଣେଲ ପଦକୁ ପଦୋନ୍ନତି ପାଇଥିଲେ । ୧୯୯୧ରେ ଅବସରଗ୍ରହଣ କରିବା ପରେ ସେ ନିଜର ଜନ୍ମସ୍ଥାନ ସେଣ୍ଟ୍ ପିଟର୍ସବର୍ଗରୁ ରାଜନୀତିରେ ପ୍ରବେଶ କଲେ । ୧୯୯୬ରେ ସେ ମସ୍କୋରେ ବୋରିସ ୟେଲେତ୍‌ସିନଙ୍କ ରାଷ୍ଟ୍ରପତି ପ୍ରଶାସନରେ ଯୋଗ ଦେଲେ ଏବଂ ୟେଲେତ୍‌ସିନ ଅପ୍ରତ୍ୟାସିତ କାରଣରୁ ଇସ୍ତଫା ଦେବାରୁ ୩୧ ଡିସେମ୍ବର ୧୯୯୯ରେ ରୁଷିଆର କାର୍ଯ୍ୟବାହକ ରାଷ୍ଟ୍ରପତି ହେଲେ । ପରେ, ପୁଟିନ ୨୦୦୦ ଏବଂ ୨୦୦୪ର ରାଷ୍ଟ୍ରପତି ନିର୍ବାଚନ ଜିତିଲେ । ରୁଷିୟ ସଂବିଧାନର ନିର୍ଦ୍ଦିଷ୍ଟ କର୍ମକାଳ ସୀମା ରହିଥିବା କାରଣରୁ ସେ ୨୦୦୮ରେ ତୃତୀୟ ଥରପାଇଁ ରାଷ୍ଟ୍ରପତି ଭାବେ ଲଢ଼ିବାକୁ ଅଯୋଗ୍ୟ ହୋଇଥିଲେ । ୨୦୦୮ରେ ଦିମିତ୍ରି ମେଦଭେଦେଭ ରାଷ୍ଟ୍ରପତି ହେଲେ ଏବଂ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ । ସେପ୍ଟେମ୍ବର ୨୦୧୧ରେ ଆଇନ ପରିବର୍ତ୍ତନ ଫଳରେ ରାଷ୍ଟ୍ରପତିର କାର୍ଯ୍ୟକାଳ ୪ ବର୍ଷରୁ ୬ ବର୍ଷ ହେଲା, ଏବଂ ପୁଟିନ ୨୦୧୨ରେ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରତିଦ୍ୱନ୍ଦିତା କରିବାର ଘୋଷଣା କଲେ, ଯାହା ବିରୁଦ୍ଧରେ ଅନେକ ରୁଷିୟ ସହରରେ ବଡ଼ ପ୍ରତିବାଦ ହୋଇଥିଲା ।

ପୁତିନଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳକୁ ରୁଷିଆର ଅର୍ଥନୈତିକ ବୃଦ୍ଧିର ଅବଧି ଭାବରେ ଗଣାଯାଏ—ରୁଷିୟ ଅର୍ଥନୀତି ୮ ବର୍ଷ ଧରି ଲଗାତାର ବୃଦ୍ଧି ହେଲା, କ୍ରୟ-ଶକ୍ତି ସମତା 72% ବଢ଼ିଲା ଏବଂ ସଂପୂର୍ଣ୍ଣ ଘରୋଇ ଉତ୍ପାଦ (GDP) ୬ ଗୁଣ ବଢ଼ିଲା ।[][][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପୁଟିନଙ୍କ ଜନ୍ମ ୭ ଅକ୍ଟୋବର ୧୯୫୨ରେ ସୋଭିଏତ ସଂଘର ରୁଷି ଗଣରାଜ୍ୟର ଲେନିନଗ୍ରାଦ (ବର୍ତ୍ତମାନ ସେଣ୍ଟ ପିଟର୍ସବର୍ଗ, ରୁସିଆ) ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ଵ୍ଲାଦିମିର ସ୍ପିରିଦୋନୋଭିଚ ପୁଟିନ (୧୯୧୧–୧୯୯୯) ଏବଂ ମାତାଙ୍କ ନାମ ମାରିଆ ଇଭାନୋଭ୍ନା ଶେଲୋମୋଭା (୧୯୧୧–୧୯୯୮) । ତାଙ୍କ ମାତା ଏକ କାରଖାନାରେ କାମ କରୁଥିଲେ ଏବଂ ପିତା ସୋଭିଏତ ନେଭୀରେ କାମ କରୁଥିଲେ । ୧୯୩୦ ଦଶକରେ ତାଙ୍କ ପିତା ଏକ ବୁଡାଜାହାଜରେ କାର୍ଯ୍ୟରତ ଥିଲେ ଏବଂ ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଶତ୍ରୁଙ୍କ ଉପରେ ଆକସ୍ମିକ ଆକ୍ରମଣକାରୀ ଦଳରେ ଯୋଗ ଦେଇଥିଲେ । ଯୁଦ୍ଧ ପରେ ସେ ଏକ କାରଖାନାରେ ଫୋରମେନ୍ ଭାବେ କାମ କରିଥିଲେ । ପୁଟିନ ପରିବାରର ତୃତୀୟ ସନ୍ତାନ ଥିଲେ ଏବଂ ତାଙ୍କ ଜ୍ୟେଷ୍ଠ ଦୁଇ ଭାଇ ଶୈଶବରେ ମୃତ୍ୟୁ ବରଣ କରିଥିଲେ । ୧୯୭୫ରେ ପୁତିନ ଲେନିନଗ୍ରାଦ ରାଜ୍ୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କଲେ ଏବଂ ପରେ KGB ରେ କାମ କରିବା ଆରମ୍ଭ କଲେ, ଯାହା ସେ ୧୯୯୧ ପର୍ଯ୍ୟନ୍ତ ଜାରି ରଖିଥିଲେ ।

KGB ଜୀବନ

[ସମ୍ପାଦନା]

୧୯୭୫ରେ ପୁଟିନ ଲେନିନଗ୍ରାଦ ରାଜ୍ୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରିବା ପରେ ସୋଭିଏତ ସଂଘର ଗୁପ୍ତଚର ସଂସ୍ଥା (KGB) ରେ ଯୋଗ ଦେଲେ। ଅତ୍ୟଳ୍ପ ସମୟରେ ସେ ଲେନିନଗ୍ରାଦରେ ବିଦେଶୀ ଏବଂ କନସୁଲେଟ୍ ଅଧିକାରୀମାନଙ୍କୁ ନିରୀକ୍ଷଣ କରିବାର କାମ ପାଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସେଣ୍ଟ ପିଟର୍ସବର୍ଗରେ ପ୍ରଶାସନିକ କାର୍ଯ୍ୟ (୧୯୯୦–୧୯୯୬)

[ସମ୍ପାଦନା]

୧୯୯୦ ମସିହାରେ ପୁଟିନଙ୍କୁ ଲେନିନଗ୍ରାଦର ମେୟର ଅନାତୋଲି ସବ୍ଚାକଙ୍କର ପରାମର୍ଶଦାତା ଭାବେ ନିୟୁକ୍ତ କରାଯାଇଥିଲା । ସେଠାରୁ ହିଁ ସେ ତାଙ୍କର ରାଜନୈତିକ ଜୀବନର ଆରମ୍ଭ କରିଥିଲେ । ୨୮ ଜୁନ୍ ୧୯୯୧ରେ ସେ ସେଣ୍ଟ ପିଟର୍ସବର୍ଗ ମହାପୌର କାର୍ଯ୍ୟାଳୟର ବିଦେଶ ସମ୍ପର୍କ ବିଭାଗର ପ୍ରମୁଖ ହୋଇଥିଲେ, ଯେଉଁଠାରେ ତାଙ୍କୁ ଆନ୍ତର୍ଜାତିକ ସମ୍ପର୍କ ଓ ବିଦେଶୀ ବିନିଯୋଗକୁ ପ୍ରୋତ୍ସାହିତ କରିବାର ଦାୟିତ୍ୱ ଦିଆଯାଇଥିଲା । ପୁଟିନଙ୍କ ଅଧ୍ୟକ୍ଷତାରେ ଏହି ବିଭାଗ ବ୍ୟବସାୟିକ ଉଦ୍ୟମମାନଙ୍କ ପଞ୍ଜିକରଣ କାମ କରୁଥିଲା ।

୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ପୁତିନ ସେଣ୍ଟ ପିଟର୍ସବର୍ଗରେ ଅନେକ ଅନ୍ୟାନ୍ୟ ରାଜନୈତିକ ଓ ସରକାରୀ ପଦବୀରେ କାମ କରିଥିଲେ ।[]

ମୋସ୍କୋରେ ପ୍ରାରମ୍ଭିକ କ୍ୟାରିୟର (୧୯୯୬–୧୯୯୯)

[ସମ୍ପାଦନା]

୧୯୯୬ରେ, ମେୟର ଅନାତୋଲି ସବ୍ଚାକ ନିର୍ବାଚନ ହାରିବା ପରେ ପୁଟିନଙ୍କୁ ମୋସ୍କୋକୁ ଡକାଯାଇଥିଲା, ସେଠାରେ ସେ ରାଷ୍ଟ୍ରପତି ବୋରିସ୍ ଯେଲ୍ତସିନଙ୍କ ପ୍ରଶାସନ କାର୍ଯ୍ୟାଳୟରେ କାମ କରୁଥିଲେ । ସେ ମାର୍ଚ୍ଚ ୧୯୯୭ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।[]

୨୬ ମାର୍ଚ୍ଚ ୧୯୯୭ରେ ରାଷ୍ଟ୍ରପତି ବୋରିସ୍ ଯେଲ୍ତସିନ ପୁତିନଙ୍କୁ ରାଷ୍ଟ୍ରପତିପରିଷଦର ଉପମୁଖ୍ୟ ଭାବେ ନିଯୁକ୍ତ କଲେ, ଯେଉଁ ପଦବୀରେ ସେ ମେ ୧୯୯୮ ପର୍ଯ୍ୟନ୍ତ ରହିଥିଲେ। ଏହା ସହିତ ୧୯୯୮ ଜୁନ୍ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ସମ୍ପତ୍ତି ପରିଚାଳନ ବିଭାଗର ମୁଖ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ପ୍ରମୁଖ ଥିଲେ ।[]

୨୫ ମେ ୧୯୯୮ରେ ପୁଟିନଙ୍କୁ ସଂଘୀୟ ସୁରକ୍ଷା ସେବା—F.S.B. (KGB ର ଉତ୍ତରାଧିକାରୀ ସଂସ୍ଥାଗୁଡିକ ମଧ୍ୟରୁ ଗୋଟିଏ) ର ପ୍ରମୁଖ ଭାବେ ନିଯୁକ୍ତ କରାଯାଇଥିଲା। ସେ ୧ ଅକ୍ଟୋବର ୧୯୯୮ରେ ରୁଷିୟ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଏବଂ ୨୯ ମାର୍ଚ୍ଚ ୧୯୯୯ ରେ ପରିଷଦର ସଚିବ ହୋଇଥିଲେ।

ପ୍ରଧାନମନ୍ତ୍ରୀ ପଦ (୧୯୯୯)

[ସମ୍ପାଦନା]

୯ ଅଗଷ୍ଟ ୧୯୯୯ରେ, ଭ୍ଲାଦିମିର୍ ପୁଟିନଙ୍କୁ ତିନିଜଣ ପ୍ରଥମ ଉପ-ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରୁ ଗୋଟିଏ ଭାବେ ନିଯୁକ୍ତ କରାଯାଇଥିଲା, ଏବଂ ସେଇ ଦିନ ରାଷ୍ଟ୍ରପତି ବୋରିସ୍ ୟେଲେତ୍‌ସିନ ତାଙ୍କୁ ରୁଷ ସଂଘୀୟ ସରକାରର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ।[୧୦] ଏମିତିକି ଏକ ଟେଲିଭିଜନ ସମ୍ବୋଧନରେ ରାଷ୍ଟ୍ରପତି ୟେଲେତ୍‌ସିନ ପୁଟିନଙ୍କୁ ନିଜ ଉତ୍ତରାଧିକାରୀ ଭାବେ ପରିଚୟ କରାଇଲେ। ସେଇ ଦିନ, ପୁଟିନ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ନିଜ ସମ୍ମତି ପ୍ରଦାନ କଲେ ।[୧୧]

୧୬ ଅଗଷ୍ଟରେ, ଷ୍ଟେଟ୍ ଡ୍ୟୁମା ପୁଟିନଙ୍କ ପକ୍ଷରେ ୨୩୩ ଭୋଟ୍ ଦେଇ ତାଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଅନୁମୋଦନ କଲା, ଯାହା ସାଧାରଣ ଅତିକ୍ରମ ଅଧିକାର ପାଇଁ ଆବଶ୍ୟକ ୨୨୬ରୁ ଅଧିକ ଥିଲା ।[୧୨] ଏହା ସହିତ ସେ ୧୮ ମାସ ଭିତରେ ରୁଷର ପଞ୍ଚମ ପ୍ରଧାନମନ୍ତ୍ରୀ ହେଲେ । ପ୍ରାରମ୍ଭରେ ସେ ୟେଲେତ୍‌ସିନଙ୍କ ସମର୍ଥକ ଭାବେ ଦେଖାଯାଉଥିଲେ, ଏବଂ ବୋରିସ୍ ୟେଲେତ୍‌ସିନଙ୍କ ଅନ୍ୟାନ୍ୟ ପ୍ରଧାନମନ୍ତ୍ରୀମାନଙ୍କ ପରି, ପୁଟିନ ନିଜେ ତାଙ୍କ ମନ୍ତ୍ରୀମଣ୍ଡଳ ଚୟନ କରିନଥିଲେ । ମନ୍ତ୍ରୀମଣ୍ଡଳର ସଂରଚନା ରାଷ୍ଟ୍ରପତି ପ୍ରଶାସନ ନିର୍ଦ୍ଧାରଣ କରିଥିଲା ।[୧୩] ଏହା ମଧ୍ୟରେ ରୁଷ ଚେଚେନ୍ୟାରେ ବିଚ୍ଛିନ୍ନତାବାଦୀ ଯୁଦ୍ଧରେ ଲିପ୍ତ ଥିଲା । ରୁଷ ସେନା ଶୀଘ୍ର ଚେଚେନ୍ୟାରେ ନିୟନ୍ତ୍ରଣ ସ୍ଥାପିତ କରିଲା । ପୁଟିନଙ୍କ କଡ଼ା ଆଇନ-ଶୃଙ୍ଖଳା ଭାବମୂର୍ତ୍ତି ଓ ଚେଚେନ୍ୟା ବିଷୟରେ କଠୋର ମନୋଭାବ ତାଙ୍କର ଲୋକପ୍ରିୟତାକୁ ବହୁତ ବୃଦ୍ଧି କଲା । ଯଦିଓ ଔପଚାରିକ ଭାବେ ସେ କୌଣସି ଦଳ ସହିତ ଜଡ଼ିତ ନଥିଲେ, ପୁଟିତିନ ନବଗଠିତ “ୟୁନିଟି ପାର୍ଟି” ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ । ଏହି ପାର୍ଟି ଡିସେମ୍ବର ୧୯୯୯ରେ ହୋଇଥିବା ଡ୍ୟୁମା ନିର୍ବାଚନରେ ଲୋକପ୍ରିୟ ଭୋଟର ଦ୍ବିତୀୟ ସବୁଠାରୁ ଅଧିକ ଭାଗ (23.3%) ପାଇଥିଲା। ପ୍ରତିବଦଲରେ, ଏହି ପାର୍ଟି ମଧ୍ୟ ପୁଟିନଙ୍କୁ ସମର୍ଥନ କରିଥିଲା ।

କାର୍ଯ୍ୟବାହକ ରାଷ୍ଟ୍ରପତି (୧୯୯୯–୨୦୦୦)

[ସମ୍ପାଦନା]

31 ଡିସେମ୍ବର 1999ରେ ରାଷ୍ଟ୍ରପତି ୟେଲେତ୍‌ସିନ ନିର୍ଦ୍ଧାରିତ ସମୟ ପୂର୍ବରୁ ପଦତ୍ୟାଗ କଲେ ଏବଂ ରୁଷ ସମ୍ବିଧାନ ଅନୁସାରେ ପୁଟିନ ରୁଷର କାର୍ଯ୍ୟବାହକ ରାଷ୍ଟ୍ରପତି ହେଲେ ।ସେହି ଦିନ ସେ ତାଙ୍କ ପ୍ରଥମ ଆଦେଶରେ ସ୍ଵାକ୍ଷର କଲେ, ଯାହା ଅନୁସାରେ "ପଦମୁକ୍ତ ହୋଇଥିବା ରାଷ୍ଟ୍ରପତି ଏବଂ ତାଙ୍କ ସମ୍ବନ୍ଧୀୟଙ୍କ ବିରୁଦ୍ଧରେ ଦାଖଲ ହେଉଥିବା ଦୁର୍ନୀତି ସମ୍ପର୍କିତ ଅଭିଯୋଗରେ କୌଣସି କାର୍ଯ୍ୟବାହୀ କରାଯିବ ନାହିଁ" ବୋଲି ନିଶ୍ଚିତ କରାଯାଇଥିଲା । ପରେ, ୧୨ ଫେବୃଆରୀ ୨୦୦୧ରେ ପୁଟିନ ଏହି ଆଦେଶ ସହ ପରିଚିତ ଏକ ସଂଘୀୟ ଆଇନରେ ସ୍ଵାକ୍ଷର କଲେ, ଯାହା ୧୯୯୯ର ଆଦେଶକୁ ବଦଳାଇଲା ।

ଏଲ୍ତସିନଙ୍କ ପଦତ୍ୟାଗର ପରିଣାମସ୍ୱରୂପ ତିନି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହେଲା, ଯେଉଁଥିରେ ପୁଟିନ 52.94 ଶତଂଶ ଭୋଟ ପାଇ ଜିତିଲେ।

ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳ (୨୦୦୦–୨୦୦୪)

[ସମ୍ପାଦନା]

ପୁଟିନ ୭ ମଇ ୨୦୦୦ରେ ରାଷ୍ଟ୍ରପତି ପଦ ଗ୍ରହଣ କଲେ । ସେ ଅର୍ଥମନ୍ତ୍ରୀ ମିଖାଇଲ କାସ୍ୟାନୋଭଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ।

ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ, ସେ ଦେଶର ରାଜନୀତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା କଥିତ ବଡ଼ ବ୍ୟବସାୟୀ ଓ କୋଟିପତିମାନଙ୍କ ବିରୁଦ୍ଧରେ କାର୍ଯ୍ୟବାହୀ ଆରମ୍ଭ କଲେ। ପୁଟିନଙ୍କ ଶାସନକାଳରେ ରୁଷ ବହୁତ ବଡ଼ ଆର୍ଥିକ ସଫଳତା ହାସଲ କରିଥିଲା। ତାଙ୍କ କାର୍ଯ୍ୟକାଳରେ ଜିଡ଼ିପିର ବାର୍ଷିକ ଦ୍ଧି ହାର 6.5 ଶତଂଶ ଥିଲା । ଦେଶର ବିଦେଶୀ ଋଣ କମିଲା ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ିଲା । ଯୁରୋପୀୟ ସଂଘ ଓ ଯୁକ୍ତରାଷ୍ଟ୍ର ସହ ରୁଷର ସମ୍ପର୍କ ସୁଦୃଢ଼ କରିବା, ନାଟୋ ସହ ସହଯୋଗ ଆରମ୍ଭ କରିବା ଏବଂ ରୁଷକୁ ବିଶ୍ୱ ବ୍ୟବସାୟ ସଂଗଠନର ସଦସ୍ୟ କରିବା ପାଇଁ ଗ୍ରହଣ କରାଯାଇଥିବା ପ୍ରଥମ ପଦକ୍ଷେପଗୁଡ଼ିକ ସଫଳ ହୋଇଥିଲା ।

ଏହି ସମୟରେ କେତେକ ଘଟଣା ପୁଟିନଙ୍କ ଛବିକୁ ଖରାପ ମଧ୍ୟ କରିଥିଲା । ବୁଡାଜାହାଜ ‘କୁର୍ସ୍କ’ ଡୁବିବା ଘଟଣାକୁ ସମ୍ବେଦନଶୀଳ ଭାବେ ପ୍ରତିହତ କରି ନ ପାରିବାରୁ ସେ ଆଲୋଚନାର ଶୀକାର ହେଲେ । ଅଗଷ୍ଟ 2000ରେ ଏହି ବୁଡାଜାହାଜ ବୁଡି ଯାଇ ୧୧୮ ନାବିକ ମୃତ୍ୟୁବରଣ କଲେ, କିନ୍ତୁ ପୁଟିନ ତାଙ୍କ ଛୁଟି ବାତିଲ କରି ତୁରନ୍ତ ଘଟଣାସ୍ଥଳକୁ ଫେରି ଆସିନଥିଲେ । ଛୁଟିରୁ ଫେରି ଆସିବା ପରେ ମଧ୍ୟ ଅନେକଦିନ ପରେ ହିଁ ସେ ଘଟଣାସ୍ଥଳକୁ ଯାଇଥିଲେ।

୨୦୦୨ରେ, ଯେତେବେଳେ ଚେଚେନ ଆତଙ୍କବାଦୀମାନେ ମୋସ୍କୋର ଏକ ସଙ୍ଗୀତ ଥିଏଟର କବ୍‌ଜା କଲେ, ବିଶେଷ ପ୍ରତିଆକ୍ରମଣ ସମୟରେ ୧୨୯ ଦର୍ଶକଙ୍କ ମୃତ୍ୟୁ ହେଲା । ପୁଟିନଙ୍କ ଆଲୋଚକମାନଙ୍କ ଅନୁସାରେ, ସେହି କାର୍ଯ୍ୟବାହୀରେ ସାଧାରଣ ଲୋକଙ୍କ ଜୀବନକୁ ଅପମାନିତ କରାଯାଇଥିଲା ଏବଂ ପ୍ରତିକୁଳ ସୂଚନାକୁ ଜନସାଧାରଣଙ୍କଠାରୁ ଲୁଚାଇ ରଖାଯାଇଥିଲା । ଏହି ଘଟଣା ପରେ ବହୁ ରୁଷିୟ ଓ ଆନ୍ତର୍ଜାତୀୟ ମାଧ୍ୟମ ସତର୍କ କଲେ ଯେ ପୁଟିନଙ୍କ ଲୋକପ୍ରିୟତା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେବ । କିନ୍ତୁ ଘେରାବନ୍ଦୀ ଶେଷ ହେବା ପରେ ଦେଖାଗଲା ଯେ ଏହି ଅନୁମାନ ଭୁଲ ପ୍ରମାଣିତ ହେଲା । ପୁଟିନଙ୍କ ଲୋକପ୍ରିୟତା ରେକର୍ଡ ସ୍ତରକୁ ପହଞ୍ଚିଲା; 83% ରୁଷିୟ ଜନସାଧାରଣ ପୁଟିନଙ୍କ କାର୍ଯ୍ୟ ପ୍ରତି ସନ୍ତୁଷ୍ଟ ଥିଲେ।[୧୪]

୨୦୦୩ରେ ଚେଚେନ୍ୟାରେ ଏକ ଜନମତ ସଂଗ୍ରହ ହେଲା ଯେଉଁଥିରେ ଏକ ନୂଆ ସମ୍ବିଧାନ ଗ୍ରହଣ କରାଯାଇଥିଲା । ଏହି ସମ୍ବିଧାନ ଅନୁସାରେ ଚେଚେନ୍ୟାକୁ ରୁଷର ଅଂଶ ଭାବେ ଘୋଷିତ କରାଯାଇଥିଲା । ପରେ ଚେଚେନ୍ୟାରେ ସଂସଦୀୟ ନିର୍ବାଚନ ଏବଂ କ୍ଷେତ୍ରୀୟ ସରକାର ଗଠନ ସହ ପରିସ୍ଥିତି ଧୀରେ ଧୀରେ ସ୍ଥିର ହେବା ଆରମ୍ଭ କଲା ।[୧୫][୧୬]

  1. "Vladimir Putin". britannica.com. Retrieved 11 December 2025.
  2. "Russians weigh Putin's protégé" (in ଇଂରାଜୀ). मॉस्को. एसोसिएटेड प्रेस. 3 मई 2008. Retrieved 7 मई 2014. {{cite news}}: Check date values in: |accessdate= and |date= (help)
  3. "GDP of Russia from 1992 to 2007" [१९९२ से २००७ तक का रूस का सकल घरेलू उत्पाद]. अंतर्राष्ट्रीय मुद्रा कोष. Retrieved १० मई २०१४. {{cite web}}: Check date values in: |accessdate= (help)
  4. "Russia's economy under Vladimir Putin: achievements and failures" [रूस की अर्थव्यवस्था व्लादिमीर पुतिन के अधीन: उपलब्धियां और विफलतायें] (in ଇଂରାଜୀ). आर॰आई॰ए॰ नोवोस्ती. Archived from the original on 13 सितंबर 2013. Retrieved 7 मई 2014. {{cite news}}: Check date values in: |accessdate= and |archive-date= (help)
  5. "Putin's Economy – Eight Years On" [पुतिन की अर्थव्यवस्था: आठवाँ वर्ष चालु] (in ଇଂରାଜୀ). रसिया प्रोफाइल. १५ अगस्त २००७. Archived from the original on 24 अक्तूबर 2011. Retrieved १० मई २०१४. {{cite web}}: Check date values in: |accessdate=, |date=, and |archive-date= (help)
  6. "Putin's Career Rooted in Russia's KGB (washingtonpost.com)". www.washingtonpost.com. Retrieved 2025-12-11.
  7. [https://gazeta.lenta.ru/daynews/09-08-1999/30bio.htm "GAZETA.RU: "�������� �����: �� ���������� ������� �� �.�. ��������""]. gazeta.lenta.ru. Retrieved 2025-12-12. {{cite web}}: replacement character in |title= at position 13 (help)
  8. अलेग आदनकलेनको (20 सितम्बर 2006). "Продукты полураспада" [उत्पाद अर्ध-क्षय आयु] (in ରୁଷିୟ). Archived from the original on 7 अक्तूबर 2008. Retrieved 9 जून 2014. {{cite web}}: Check date values in: |accessdate=, |date=, and |archive-date= (help)
  9. प्रिबीलोव्स्की, व्लादिमीर [in ଇଂରାଜୀ] (2010). "व्लादिमीर पुतिन". Власть-2010 (60 биографий) [शक्ति-२०१० (६० जीवनी)] (PDF) (in ରୁଷିୟ). मास्को: पैनोरमा. pp. 132–139. ISBN 978-5-94420-038-9.
  10. "BBC NEWS | Monitoring | Text of President Yeltsin's speech". news.bbc.co.uk. Retrieved 2025-12-11.
  11. "BBC NEWS | Europe | Yeltsin redraws political map". news.bbc.co.uk. Retrieved 2025-12-11.
  12. "BBC News | Europe | Yeltsin's man wins approval". news.bbc.co.uk. Retrieved 2025-12-11.
  13. रिचर्ड साकवा (2008). Putin: Russia's choice [पुतिन: रूस की पसंद] (in ଇଂରାଜୀ). p. 20. ISBN 978-0415407663.
  14. "Moscow siege leaves dark memories" (in ବ୍ରିଟିଶ୍‌ ଇଂରାଜୀ). 2002-12-16. Retrieved 2025-12-12.
  15. "Can Grozny be groovy?" [क्या ग्रोज़्नी संधि कर सकते हैं?]. द इंडिपेंडेंट (in ଇଂରାଜୀ). लंदन. 6 मार्च 2007. Archived from the original on 1 अक्तूबर 2007. Retrieved 7 मई 2014. {{cite news}}: Check date values in: |access-date=, |date=, and |archivedate= (help)
  16. "Human Rights Watch Reports, on human rights abuses in Chechnya" [चेचन्या में मानवाधिकार हनन पर ह्यूमन राइट्स वॉच की रपट]. ह्यूमन राइट्स वॉच. Archived from the original on 21 नवम्बर 2006. {{cite web}}: Check date values in: |archivedate= (help)