ଭେଷ୍ଟିବୁଲାର ସ୍ୱାନୋମା

ଉଇକିପିଡ଼ିଆ‌ରୁ

Vestibular schwannoma
Acoustic neuroma, acoustic neurilemmoma, perineural fibroblastoma, neurinoma of the acoustic nerve, neurofibroma of the acoustic nerve, schwannoma of the acoustic nerve[୧]
Bilateral schwannomas in a person with neurofibromatosis 2
ବିଭାଗNeuro-oncology
ଲକ୍ଷଣHearing loss, ringing in the ear, dizziness[୨][୧]
ଆକ୍ରାନ୍ତ ସମୟGradual, 30 to 60 years old[୨][୧]
କାରଣRandom chance, neurofibromatosis type 2 (NF2)[୨]
ବିପଦ କାରକNone known[୧]
ରୋଗ ନିର୍ଣ୍ଣୟ ପଦ୍ଧତିMRI[୨]
ସଠିକ ରୋଗ ନିର୍ଣ୍ଣୟMeniere's disease, Bell's palsy, meningioma[୧]
ଚିକିତ୍ସାWatchful waiting, surgery, radiation therapy[୨]
ପୁନଃପୌନିକ1 per 100,000 per year[୨]

ଭେଷ୍ଟିବୁଲାର ସ୍ୱାନୋମା (ଭିଏସ), ଅନ୍ୟ ନାମ ଏକାଉସ୍ଟିକ ନ୍ୟୁରୋମା, ଏକ ମୃଦୁ ଅର୍ବୁଦ ଯାହା ଭେଷ୍ଟିବୁଲୋକୋକ୍ଲିୟାର ସ୍ନାୟୁ (CN VIII)ରୁ ବିକଶିତ ହୁଏ ଯାହା ଭିତର କାନରୁ ମସ୍ତିଷ୍କକୁ ଯାଇଥାଏ[୨] ଏହାର ଲକ୍ଷଣ ମଧ୍ୟରେ ଶ୍ରବଣ ଶକ୍ତି ହ୍ରାସ, କାନରେ ସଁସଁ ହେବା ଏବଂ ମୁଣ୍ଡ ବୁଲାଇବା ହୋଇପାରେ; ଯଦିଓ କେତେକଙ୍କର କୌଣସି ଲକ୍ଷଣ ନ ଥାଇପାରେ ।[୨] [୧] ଅନ୍ୟ ଲକ୍ଷଣଗୁଡ଼ିକରେ ମୁଖରେ କାଲୁଆ ଲାଗିବା ଏବଂ ମୁଖ ଦୁର୍ବଳତା ହୋଇପାରେ ।[୨] ସାଧାରଣତଃ ମୁଖର କେବଳ ଗୋଟିଏ ପାର୍ଶ୍ୱ ପ୍ରଭାବିତ ହୁଏ । [୨] ରୋଗ ଜଟିଳ ହେଲେ ମସ୍ତିଷ୍କ କିମ୍ବା ସେରେବେଲମ ସଙ୍କୋଚନ ହୋଇପାରେ ।[୨]

ଗୋଟିଏ ପାର୍ଶ୍ୱ ଜଡିତ ହେଉଥିଲେ ଏହାର କାରଣ ନିରୁଦ୍ଦେଶ୍ୟ ବୋଲି ବିଶ୍ୱାସ କରାଯାଏ । [୨] ଯେତେବେଳେ ଉଭୟ ପକ୍ଷ ଜଡିତ ହୁଅନ୍ତି ଏହା ସାଧାରଣତଃ ନ୍ୟୁରୋଫାଇବ୍ରୋମାଟୋସିସ୍ ପ୍ରକାର ୨ (ଏନଏଫ୨) ସହିତ ଜଡିତ ହୋଇଥାଏ ।[୨] ଏନଏଫ୨ ହୁଏତ ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସିଥାଇପାରେ କିମ୍ବା ପ୍ରାରମ୍ଭିକ ବିକାଶ ସମୟରେ ଘଟିଥାଇପାରେ । [୨] କ୍ରୋମୋଜୋମ୍ ୨୨ରେ ଥିବା ଏକ ଜିନର କାର୍ଯ୍ୟ ନଷ୍ଟ ହେତୁ ସ୍ୱାନ କୋଷଗୁଡିକ ଅନିୟନ୍ତ୍ରିତ ଭାବରେ ବଢ଼ିଥାଏ । [୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଏମଆରଅଇ କରିନିଶ୍ଚିତ କରାଯାଏ । [୨]

ତିନୋଟି ପ୍ରକାରର ଚିକିତ୍ସା ସୁବିଧା ଅଛି ଯଥା: ନ‌ଜର ସମ୍ମତ ଅପେକ୍ଷା, ଅସ୍ତ୍ରୋପଚାର ଏବଂ ବିକିରଣ ଚିକିତ୍ସା । [୨] ଭେଷ୍ଟିବୁଲାର ସ୍ୱାନୋମା ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ ।[୨] [୧] ସାଧାରଣଃ ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । [୨] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । [୧] ୧୭୭୭ ମସିହାରେ ଏଡୁଆର୍ଡ ସାଣ୍ଡିଫୋର୍ଟଙ୍କ ପ୍ରଥମେ ଏହି ରୋଗ ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Acoustic Neuroma". NORD (in ଇଂରାଜୀ). Archived from the original on 17 July 2018. Retrieved 16 July 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ "Health Information, Vestibular Schwannoma (Acoustic Neuroma)". National Institute on Deafness and Other Communication Disorders (NIDCD). Archived from the original on 2022-01-08. Retrieved 2022-01-03.
  3. Baskaya, Mustafa K.; Pyle, G. Mark; Roche, Joseph P. (1 January 2019). Vestibular Schwannoma Surgery: A Video Guide (in ଇଂରାଜୀ). Springer. p. 2. ISBN 978-3-319-99298-3. Archived from the original on 8 April 2022. Retrieved 7 April 2022.