Jump to content

ଭେଲମାନାସେ ଆଲଫା

ଉଇକିପିଡ଼ିଆ‌ରୁ
ଭେଲମାନାସେ ଆଲଫା
Clinical data
Trade namesLamzede
SynonymsVelmanase alfa-tycv
AHFS/Drugs.commonograph
data
Routes of
administration
Intravenous[]
Legal status
Legal status

ଭେଲମାନାସେ ଆଲଫା, (ଇଂରାଜୀ ଭାଷାରେ Velmanase alfa), ବିକ୍ରୟ ନାମ ଲାମଜେଡେ, ହେଉଛି ଆଲଫା-ମାନୋସିଡୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] [] ନିର୍ଦ୍ଦିଷ୍ଟ ଭାବରେ ଏହା ସାମାନ୍ୟରୁ ମଧ୍ୟମ ଧରଣର ଅଣ-କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ଲକ୍ଷଣ ଥିବା ରୋଗରେ ବ୍ୟବହୃତ ହୁଏ ।[] [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏକ ମାତ୍ରା ଔଷଧ ଦେବା ପୂର୍ବରୁ ଆଣ୍ଟିହିଷ୍ଟାମିନ ଏବଂ କର୍ଟିକୋଷ୍ଟେରଏଡ୍ ଦିଆଯାଇପାରେ ।[]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସର୍ବନିମ୍ନ ଅଟେ ।[] ଏଥିରେ ଆନାଫାଇଲାକ୍‌ସିସ ସ‌ହିତ ଆଲର୍ଜି ପ୍ରତିକ୍ରିୟା, ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଓଜନ ବୃଦ୍ଧି ସହିତ ଅନ୍ତର୍ଭୁକ୍ତ ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ରେକମ୍ବିନାଣ୍ଟ ଲାଇସୋସୋମାଲ୍ ମାନବ ଆଲଫା-ମାନୋସିଡେଜ୍ ଏବଂ ନିଖୋଜ ଏନଜାଇମକୁ ବଦଳାଇ କାର୍ଯ୍ୟକ୍ଷମ ହୁଏ ।[] []

୨୦୧୮ ମସିହାରେ ୟୁରୋପରେ ଏବଂ ୨୦୨୩ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେଲମାନସେ ଆଲଫା ଅନୁମୋଦିତ ହୋଇଥିଲା ।[] [] ଆଲଫା-ମାନୋସିଡୋସିସ୍ ପାଇଁ ଏହା ପ୍ରଥମ ରିପ୍ଲେସମେଣ୍ଟ ଥେରାପି ଥିଲା । [] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଏହି ଔଷଧର ୧୦ ମିଗ୍ରା ପାଇଁ ୮୮୭ ପାଉଣ୍ଡ ଥିଲା ।[]

  1. 1 2 3 4 5 6 7 8 9 "DailyMed - LAMZEDE- velmanase alfa-tycv injection, powder, lyophilized, for solution". dailymed.nlm.nih.gov. Archived from the original on 2 July 2023. Retrieved 14 May 2023.
  2. "Lamzede (velmanase alfa-tycv) for injection, for intravenous use" (PDF). Archived (PDF) from the original on 22 February 2023. Retrieved 21 February 2023.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; FDA2023 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. 1 2 3 4 5 6 "Lamzede EPAR". European Medicines Agency (EMA). Archived from the original on 11 August 2020. Retrieved 25 August 2020.
  5. 1 2 Malm D, Nilssen Ø (July 2019) [October 2001]. "Alpha-Mannosidosis". In Adam MP, Ardinger HH, Pagon RA, Wallace SE, Bean LJ, Gripp KW, Mirzaa GM, Amemiya A (eds.). GeneReviews® [Internet]. Seattle (WA): University of Washington, Seattle. PMID 20301570. Archived from the original on 26 October 2020. Retrieved 29 May 2022.{{cite book}}: CS1 maint: location missing publisher (link)
  6. "Velmanase alfa for treating alphamannosidosis". NICE. Archived from the original on 2 July 2023. Retrieved 16 May 2023.