ଭେମ୍ବନାଡ଼

Coordinates: 9°35′N 76°25′E / 9.583°N 76.417°E / 9.583; 76.417
ଉଇକିପିଡ଼ିଆ‌ରୁ
(ଭେମ୍ବନାଦ ହ୍ରଦ , କେରଲରୁ ଲେଉଟି ଆସିଛି)
Vembanad Lake
വെമ്പനാട് കായൽ
A houseboat idling in the lake
Vembanad Lake വെമ്പനാട് കായൽ is located in Kerala
Vembanad Lake വെമ്പനാട് കായൽ
Vembanad Lake
വെമ്പനാട് കായൽ
ଦିଗବାରେଣି9°35′N 76°25′E / 9.583°N 76.417°E / 9.583; 76.417
ପ୍ରାଥମିକ ଭିତରଧାରାAchenkovil, Manimala, Meenachil, Muvattupuzha, Pamba, Periyar
ପ୍ରାଥମିକ ବାହାରଧାରାseveral canals
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ସର୍ବାଧିକ ଲମ୍ବ96.5 km
ସର୍ବାଧିକ ଓସାର14 km
କ୍ଷେତ୍ରଫଳ2033 km²
ସର୍ବାଧିକ ଗଭୀରତା12 m
ଭୂମି ଉଚ୍ଚତା0 m
IslandsPathiramanal, Perumbalam, Pallippuram
ଜନବସତିAlleppy, Cochin, Cherthala
Official nameVembanad-Kol Wetland
Designated19 August 2002

ଭେମ୍ବନାଡ଼‌ ହ୍ରଦ କେରଳରେ ଥିବା ଏକ ହ୍ରଦ । ଏହା କେରଳର ବୃହତ୍ତମ ଓ ଭାରତର ଦୀର୍ଘତମ ହ୍ରଦ । ଏହା କେରଳର ଅନେକ ଜିଲ୍ଲାର ଅଂଶ ହୋଇ ସେଠାରେ ଭିନ୍ନ ନାମ ମଧ୍ୟ ନେଇଥାଏ । କୁଟ୍ଟନାଡ଼ ଜିଲ୍ଲାରେ ଏହାକୁ ପୁନ୍ନମଡା ହ୍ରଦ କୁହା ଯାଉଥିବା ବେଳେ କୋଚିରେ ଏହା କୋଚି ହ୍ରଦ ନାମରେ ଜଣା । ଏହି ହ୍ରଦ ମଧ୍ୟରେ କେତେକ ଦ୍ୱୀପ ମଧ୍ୟ ରହିଛି ।  

ଏହି ହ୍ରଦର ଏକ ଅଂଶରେ ଜାତୀୟ ନେହେରୁ ଟ୍ରଫି ଡଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କେନ୍ଦ୍ର ସରକାରଙ୍କଦ୍ୱାରା ଏହି ହ୍ରଦର ପ୍ରାକୃତିକ ଶୋଭାର ସୁରକ୍ଷା ପାଇଁ ଏହାକୁ ଜାତୀୟ ଆର୍ଦ୍ରଭୂମି ସଂରକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

କେରଳରେ ଅବସ୍ଥିତି 

ଭେମ୍ବନାଡ଼ ଆର୍ଦ୍ରଭୂମି ଅଞ୍ଚଳ 2033.02 ବର୍ଗକିଲୋମିଟର [୧]ଅଞ୍ଚଳ ବ୍ୟାପ୍ତ ହୋଇଥାଏ । ଏହା ଭାରତର ବୃହତ୍ତମ ଆର୍ଦ୍ରଭୂମି । ଏହା ମଧ୍ୟରୁ ୩୯୨.୧୨ ବର୍ଗକିଲୋମିଟର ଅଞ୍ଚଳ ସମୁଦ୍ର ପତ୍ତନରୁ ନିମ୍ନରେ ରହିଛି । ଏହି ହ୍ରଦର ଚତୁର୍ଦିଗରେ ଆଲାପୁଳା, କୋଟ୍ଟୟମ ଓ ଏର୍ଣାକୁଲମ ଜିଲ୍ଲା ରହିଛି । ଏହି ହ୍ରଦ ସମୁଦ୍ର ପତ୍ତନ ସହ ସମତଳ ହୋଇ ଆରବ ସାଗରରୁ ଏକ କ୍ଷୀଣକାୟ ଦୀପଦ୍ୱାରା ଅଲଗା ହୋଇରହିଛି ।ଏହାର ଦୀର୍ଘତମ ଅଞ୍ଚଳ ୧୪ କିଲୋମିଟର । ଏହି ହ୍ରଦରେ ୧୫,୭୭୦ ବର୍ଗ କିଲୋମିଟର ଅଞ୍ଚଳର ଜଳ ପ୍ଳାବିତ ହୁଏ । 

ହ୍ରଦ ତଟରେ କୁମାରାକୋମ ଗ୍ରାମ ପର୍ଯ୍ୟଟକମାନଙ୍କ ପାଇଁ ଖୁବ ଆକର୍ଷଣୀୟ ।[୨] ଏଠାରେ ଏକ ପକ୍ଷୀ ଅଭୟାଞ୍ଚଳ ମଧ୍ୟ ରହିଛି । 

ନିକଟସ୍ଥ ସହର [ସମ୍ପାଦନା]

ଭେମ୍ବନାଡ଼ ହ୍ରଦ ଉପକୂଳବର୍ତ୍ତୀ ଅଞ୍ଚଳରେ ୧.୬ ମିଲିୟନ (୧୬ ଲକ୍ଷ) ଲୋକ ବସବାସ କରିଥାନ୍ତି ଓ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ହ୍ରଦ ଉପରେ ନିଜର ଜୀବିକା ପାଇଁ ନିର୍ଭରଶୀଳ ଥାଆନ୍ତି । 

କୋଚି ବନ୍ଦର ଆରବସାଗରରେ ଏହି ହ୍ରଦର ନିର୍ଗତ ସ୍ଥାନ ନିକଟରେ ଅବସ୍ଥିତ । ହ୍ରଦ ଓ ଆରବ ସାଗର ମଧ୍ୟରେ ଆଲାପୁଝା ସହର ରହିଛି । ଏହି ସହର ତାର ଅନେକ କେନାଲ ଯୋଗୁଁ " ପୂର୍ବର ଭେନିସ " ନାମରେ ଖ୍ୟାତ । 

ପର୍ଯ୍ୟଟନ [ସମ୍ପାଦନା]

House Boat in Vembanadu Lake

ଏହି ହ୍ରଦ ନୌ ବିହାର ପାଇଁ ଖୁବ ଆକର୍ଷକ । ଏଠାରେ ପର୍ଯ୍ୟଟକମାନେ ନିରାପଦରେ ନୌ ବିହାର କରିପାରନ୍ତି । 2004ରେ ଏକ ମାତ୍ର ଥର ପାଇଁ ପର୍ଯ୍ୟଟକଙ୍କୁ ଅପବ୍ୟବହାରଘଟଣା[୩] ଛଡା ଏଠାରେ ଶାନ୍ତିପୂର୍ଣ ପରିବେଶ ଇଲିଥାଏ । 

ନୌ ଚଳାଚଳ [ସମ୍ପାଦନା]

ଏହି ହ୍ରଦ ସହିତ ଅନେକ କେନାଲ ରହି ଅଞ୍ଚଳର ସମସ୍ତ ଗ୍ରାମକୁ ସଂଯୋଗ କରିଥାଏ । ଏହି କେନାଲ ଦେଇ ନୌକାଦ୍ୱାରା ଏଠାରେ ଯାତାୟତ ଓ ମାଲ ପରିବହନ ବହୁ ପରିମାଣରେ ହୋଇଥାଏ । କିଛି ଅଞ୍ଚଳକୁ ଯିବା ପାଇଁ ନୌକା ହିଁ ଏକମାତ୍ର ପଥ ହୋଇଥାଏ । କୋତପୁରମ - କୋଲଲାମ ସେକ୍ଟରର 209 କିଲୋମିଟର ଜଳପଥକୁ ଜାତୀୟ ଜଳପଥ ଘୋଷଣା କରାଯାଇଛି । 

ପରିବେଶ ଗୁରୁତ୍ୱ [ସମ୍ପାଦନା]

ଏଠାରେ ଥିବା ଆର୍ଦ୍ରଭୂମି ଓ ହ୍ରଦରେ  20.000 ଜଳ ପକ୍ଷୀ ନିବାସ କରନ୍ତି ।ହ୍ରଦରେ ଅନେକ ଚିଙ୍ଗୁଡି ଜାତୀୟ ପ୍ରାଣୀ ରହନ୍ତି ।[୪] ହ୍ରଦ ତଟରେ ରହୁଥିବା ଲୋକମାନେ ମାଛ ଧାରା, ଚାଷ, ପର୍ଯ୍ୟଟନ ବ୍ୟବସାୟ, ନଡିଆ କାଟ ଶିଳ୍ପ ଆଦି କରିଥାନ୍ତି ।  

ବୋଟ ଦୁର୍ଘଟଣା [ସମ୍ପାଦନା]

ଜୁଲାଇ 27, 2002ରେ ଏଠାରେ ହ୍ରଦରେ ନୌକା ଦୁର୍ଘଟଣା ଫଳରେ 9 ଜଣ ଲୋକ ପ୍ରାଣ ହରେଇଥିଲେ । ମୂହମ୍ମ ଗ୍ରାମରୁ ଅପର ପାର୍ଶ୍ୱରେ କୁମରକୋମ ଯାଏ ଦୈନିକ ଫେରି ବୋଟ ସେବା ଚାଲିଥାଏ । .[୫]

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]