ଭୂପେନ ମହାପାତ୍ର
ଭୂପେନ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୋଟସାହି, ଜଳେଶ୍ୱର, ବାଲେଶ୍ୱର | ୩ ଅଗଷ୍ଟ ୧୯୩୫
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ଗୋଟିଏ ମେଣ୍ଡାପଲ ଏବେ ବି ରେବତୀ ଓ ଅନ୍ୟାନ୍ୟ ଗଳ୍ପ |
ପିତାମାତା | କୃତ୍ତିବାସ ଦାସ ମହାପାତ୍ର, କ୍ଷେମଙ୍କରୀ ଦେବୀ |
ଭୂପେନ ମହାପାତ୍ର (ଜନ୍ମ:୩ ଅଗଷ୍ଟ ୧୯୩୫) ଜଣେ ଓଡ଼ିଆ ସାହିତ୍ୟିକ ଯାହାଙ୍କ ସାହିତ୍ୟ କୃତିରେ ରହିଛି ବହୁ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା, ରମ୍ୟରଚନା, ଭ୍ରମଣ କାହାଣୀ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ବ୍ୟଙ୍ଗଗଳ୍ପ ଓ ନିଜର ଆତ୍ମଜୀବନୀ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ମହାପାତ୍ରଙ୍କ ଜନ୍ମ ୧୯୩୫ ଅଗଷ୍ଟ ୩ ତାରିଖରେ ଓଡ଼ିଶାର ଜଳେଶ୍ୱର ଅଞ୍ଚଳର କୋଟସାହି ଗ୍ରାମରେ ହୋଇଥିଲା। ତାଙ୍କର ବାପାଙ୍କ ନାମ କୃତିବାସ ଦାସ ମହାପାତ୍ର ଏବଂ ମାଆଙ୍କ ନାମ ଥିଲା କ୍ଷେମଙ୍କରୀ । ସେ ତାଙ୍କ ଯୁବାବସ୍ଥାରେ ଓଡ଼ିଆରେ ଗଳ୍ପ ଲେଖିବା ଆରମ୍ଭ କରିଥିଲେ ।[୧] ଅଦ୍ୟାବଧି ତାଙ୍କର ପ୍ରାୟ ପଚାଶ ପୁସ୍ତକ ପ୍ରକାଶିତ ହୋଇଛି । ତାଙ୍କ ଗଳ୍ପ ଓ ଉପନ୍ୟାସଗୁଡ଼ିକ ମୁଖ୍ୟତଃ ସାମାଜିକ ବାସ୍ତବବାଦ ଓ ଜୀବନଧର୍ମୀ ମୂଳକ। ସେଥିରେ ସାମାଜିକ ପରିବର୍ତ୍ତନର ସ୍ୱର ଥିବାରୁ ସେଗୁଡ଼ିକ ପାଠକୀୟ ଆଦୃତି ଲାଭ କରିପାରିଛି । ତାଙ୍କର ଅନେକ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଓ ଆହୁରି ଅନେକ ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଛି ।[୨]
ସାହିତ୍ୟ ରଚନା ଛଡ଼ା ସେ ନବପତ୍ର, ଇସ୍ତାହାର ଓ ନାଗରା ଆଦି ପତ୍ରିକାର ସମ୍ପାଦନା, ରାଉରକେଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକଳାପ ସହିତ ସମ୍ପୃକ୍ତ । ଏହାଛଡା ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନ୍ର ସେ ପ୍ରତିଷ୍ଠାତା ସମ୍ପାଦକ ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ପ୍ରଥମ ପୃଥିବି (୧୯୯୮)
- ଫସିଲ୍ (୨୦୦୭)
- ଉତ୍ତରଣ ପାବଣ (୨୦୧୦)
- ଗାନ୍ଧାରୀ (୨୦୧୩)
- ତ୍ରିଧାରା (୨୦୧୭)
- ଭାଙ୍ଗିଯାଏ ଦୁର୍ଗ ଓ ଦେଉଳ
ଗଳ୍ପ
[ସମ୍ପାଦନା]- ଗୋଟିଏ ମେଣ୍ଡାପଲ
- ପ୍ରମିଳା
- ଚନ୍ଦ୍ରସେଣାର ଚନ୍ଦ୍ରଲୋକ
- ଖୋଳ
- ଏବେ ବି ରେବତୀ ଓ ଅନ୍ୟାନ୍ୟ ଗଳ୍ପ
- ପୃଥିବୀ ଓ ପୃଥିବୀ
- ଭାରତ ଭାଗ୍ୟ ବିଧାତା (ବ୍ୟଙ୍ଗ)
- ଚର୍ଚ୍ଚିତ ବ୍ୟଙ୍ଗ
- ସୂର୍ଯ୍ୟ ଉଠିନାହିଁ
- ହାତୀର ହିଷ୍ଟ୍ରି
- ରୂପ ପ୍ରତିରୂପ
- ପଚାଶ କ୍ଷୁଦ୍ରଗଳ୍ପ
- ମନର ମାନଚିତ୍ର
- ମୃଗୁଣୀର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ
- ମୁଁ ଈଶ୍ୱରଙ୍କୁ ଖୋଜୁଛି
- ହାତ ପାପୁଲିରେ ସୁର୍ଯ୍ୟୋଦୟ
- ନିର୍ବାଚିତ ଗଳ୍ପ ୧ମ ଓ ୨ୟ ଭାଗ
- ଯୁଦ୍ଧ ସରିନାହିଁ ଓ ଅନ୍ୟାନ୍ୟ ଗଳ୍ପ
- ମହାଭାରତ ସଂକ୍ଷିପ୍ତ ସାର
- ଶ୍ରେଷ୍ଠ ଗଳ୍ପ
ପ୍ରବନ୍ଧ
[ସମ୍ପାଦନା]- ସାହିତ୍ୟ, ସଂସ୍କୃତି ଓ
- ଶତେକ ଘଟଣା ଚରିତ୍ର
- ଖୋଲିଦିଅ ମନ୍ଦିରର ଦ୍ୱାର
- ଜାତୀୟ ଭାବଧାରା ଓ ଅନ୍ୟାନ୍ୟ ପ୍ରବନ୍ଧ
- ପ୍ରଗତିଶୀଳ ସାହିତ୍ୟ : ଭୂମି ଓ ଭୂମିକା
- ମିଛ ସପକ୍ଷରେ ତର୍କ ବିତର୍କ ଓ କିଛି ଏଣୁତେଣୁ
ଭ୍ରମଣ କାହାଣୀ
[ସମ୍ପାଦନା]- ଉପତ୍ୟକାର ଉପକଥା
- ଅପୂର୍ବ ପୂର୍ବ
ଅନୁବାଦ
[ସମ୍ପାଦନା]- ରବୀନ୍ଦ୍ର ନାଥଙ୍କର ଚର୍ଚ୍ଚିତ ଚିଟାଉ (ଯୁଗ୍ମ: ଅମୀୟ ବସୁ)
- ମହାପଣ୍ଡିତ ରାହୁଲ ସଂକୃତାୟନ
- ଈଶ୍ୱର ଯେତେବେଳେ ପିଲା ଥିଲେ ଓ ଅନ୍ୟାନ୍ୟ ଗଳ୍ପ
- ସ୍ୱାମୀ ଓ ବନ୍ଧୁମାନେ
ଅନ୍ୟାନ୍ୟ
[ସମ୍ପାଦନା]- ଜିତିନି କି ହାରିନି (ଆତ୍ମଜୀବନୀ)
- ମୁଠାଏ କବିତା
ସଂକଳନ
[ସମ୍ପାଦନା]- ଲକ୍ଷ୍ମୀଧର ନାୟକ : ସାହିତ୍ୟ ଓ ସଂଗ୍ରାମ
- ରଜନୀକାନ୍ତ ଦାସ : ସାହିତ୍ୟ ଓ ସଂଗ୍ରାମ
ଆଧାର
[ସମ୍ପାଦନା]- ↑ "Back to Home". web.archive.org. 2014-08-08. Archived from the original on 2014-08-08. Retrieved 2025-04-08.
- ↑ "ଭୂପେନ ମହାପାତ୍ର | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2025-04-08.