ଭୁବନ ବାମ୍

ଉଇକିପିଡ଼ିଆ‌ରୁ
ଭୁବନ ବାମ୍
୨୦୧୯ରେ ଭୁବନ
Personal information
Bornଭୁବନ ଅବନୀନ୍ଦ୍ର ଶଙ୍କର ବାମ୍
(1994-01-22) ୨୨ ଜାନୁଆରୀ ୧୯୯୪ (ବୟସ ୩୦)
Educationଭଗତ ସିଂହ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଇତିହାସରେ ସ୍ନାତକ)
Occupation
  • ୟୁଟ୍ୟୁବର୍
  • ହାସ୍ୟ ଅଭିନେତା
  • ଗାୟକ
  • ଗୀତିକାର
  • ଉଦ୍ୟୋଗପତି
YouTube information
Channels
Years active୨୦୧୫–ଏବେଯାଏଁ
Genreହାସ୍ୟ ଅଭିନୟ
Subscribers୨.୬୭୮ କୋଟି (ମିଳିତ)
Total views୬୪୫ କୋଟି (ମିଳିତ)
100,000 subscribers ୨୦୧୭
1,000,000 subscribers ୨୦୧୮
10,000,000 subscribers ୨୦୧୮
Subscriber and view counts updated as of ୨୮ ଜାନୁଆରୀ ୨୦୨୩.

ଭୁବନ ବାମ୍ (ଉଚ୍ଚାରଣ: Bʱʊʋən baːm; ଜନ୍ମ ନାମ:ଭୁବନ ଅବନୀନ୍ଦ୍ର ଶଙ୍କର ବାମ୍; ୨୨ ଜାନୁୟାରୀ ୧୯୯୪) ଜଣେ ଭାରତୀୟ ହାସ୍ୟ ଅଭିନେତା, ଲେଖକ, ଗାୟକ, ଗୀତିକାର ଏବଂ ୟୁଟ୍ୟୁବ୍‌ର୍ । ସେ ୟୁଟ୍ୟୁବରେ ବିବି କି ଭାଇନ୍ସ ନାମକ କମେଡ଼ି ଚ୍ୟାନେଲ୍ ପାଇଁ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଭୁବନ ୧୯୯୪ ମସିହାର ଜାନୁୟାରୀ ୨୨ ତାରିଖରେ ଗୁଜରାଟର ବଡ଼ୋଦରାଠାରେ[୧] ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅବନୀନ୍ଦ୍ର ବାମ୍ ଏବଂ ମାଆଙ୍କ ନାମ ପଦ୍ମା ବାମ୍ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଦିଲ୍ଲୀରେ ବାସ କରିବା ଆରମ୍ଭ କରିଥିଲେ । ସେ ଦିଲ୍ଲୀସ୍ଥିତ ଗ୍ରୀନ୍ ଫିଲ୍ଡସ୍ ସ୍କୁଲରେ ପାଠ ପଢ଼ିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସହିଦ ଭଗତ ସିଂହ ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକ କରିଥିଲେ ।[୨]

ତାଙ୍କ ପିତାମାତା ୨୦୨୧ ମସିହାରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ ।[୩]

ପେଷା[ସମ୍ପାଦନା]

କାଶ୍ମୀର ବନ୍ୟାରେ ମୃତ୍ୟୁବରଣ କରିଥିବା ଜଣେ ଯୁବକର ମାଆକୁ ପ୍ରଶ୍ନ ପଚାରୁଥିବା ଏକ ସମ୍ବାଦିକର ଅଭିନୟ କରି ଭୁବନ ତାଙ୍କର ଏକ ଭିଡିଓ ଫେସବୁକରେ ଅପଲୋଡ଼ କରିଥିଲେ । ତାଙ୍କ କିଛି ଭିଡିଓ ପାକିସ୍ତାନରେ ଲୋକପ୍ରିୟ ହେବାପରେ ୨୦୧୫ ମସିହାରେ ସେ ୟୁ-ଟ୍ୟୁବ୍‌ରେ ବିବି କି ଭାଇନ୍ସ ନାମରେ ସେ ତାଙ୍କର ଚ୍ୟାନେଲ ଖୋଲିଥିଲେ ।[୪]

ବିବି କି ଭାଇନ୍ସ[ସମ୍ପାଦନା]

ଭୁବନ ତାଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲର ନାମ ବିବି କି ଭାଇନ୍ସ ଏକ ଆମେରକୀୟ ଭିଡିଓ ଆପ୍‌ରୁ ଅନୁପ୍ରେରିତ ହୋଇ ରଖିଥିଲେ, ଯେଉଁଥିରେ ସେ ନିଜେ ଅନେକ ଚରିତ୍ରରେ ଅଭିନୟ କରନ୍ତି । ଏହି ଚରିତ୍ର ମାନଙ୍କ ମଧ୍ୟରେ ସେ ନିଜେ, ତାଙ୍କର ଦୁଇ ଜଣ ସାଙ୍ଗ (ସମୀର ଓ ବଞ୍ଛୋଡ଼ ଦାସ), ତାଙ୍କ ମାଆ, ବାପା, ମାମୁଁ (ଟିଟୁ), ତାଙ୍କ ଶିକ୍ଷକ (ବବ୍‌ଲି ସାର୍), ମିଷ୍ଟର ହୋଲା, ଡ. ସେହଗଲ୍, ଅଦରକ୍ ବାବା, ପାପା ମାକିଚୁ, ଡିଟେକ୍ଟିଭ୍ ମଙ୍ଗଲୁ, ଶ୍ରୀମତି ବର୍ମା ଆଦି କିଛି ଭୂମିକାରେ ଅଭିନୟ କରନ୍ତି ।[୫] ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କର ୨.୫ରୁ ଅଧିକ ସବ୍‌ସ୍କାଇବର୍ ଅଛନ୍ତି ।[୬]

ଏହି ଭିଡିଓଗୁଡ଼ିକ ସେ ନିଜେ ଏକ ଫୋନରେ ସାମ୍ନା କ୍ୟାମେରା ବ୍ୟବହାର କରି ସୁଟିଂ କରନ୍ତି ।[୭]

ଅନ୍ୟାନ୍ୟ କାମ[ସମ୍ପାଦନା]

ଅଗଷ୍ଟ ୨୦୧୬ରେ, ଭୁବନ ଏକ ମ୍ୟୁଜିକ୍ ଭିଡିଓ ତେରି ମେରି କାହାନି ରିଲିଜ୍ କରିଥିଲେ । ଏହା ପରେ ସାଙ୍ଗ୍ ହୁଁ ତେରେ, ସଫର, ରାହୁଗୁଜର୍ ଏବଂ ଅଜନବି ଆଦି ଗୀତ ମୁକ୍ତିଲାଭ କରିଥିଲା ।[୮] ସେ ଦିବ୍ୟା ଦତ୍ତଙ୍କ ସହ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ଲସ୍ ମାଇନସ୍ରେ ଅଭିନୟ କରିଥିଲେ ଯେଉଁଥିରେ ସେ ବାବା ହରଭଜନ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା ।[୯][୧୦] ଡିସେମ୍ବର ୨୦୧୮ରେ, ସେ ୟୁଟ୍ୟୁବରେ ଟିଟୁ ଟକ୍ସ୍ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଶାହରୁଖ ଖାନ୍ ପ୍ରଥମ ଅତିଥି ଭାବରେ ଯୋଗ ଦେଇଥିଲେ ।[୬]

ମଇ ୨୦୨୦ରେ ସେ ଟିଟୁ ଟକ୍ସର 'ଲାଇଫ୍ ଲାଇନ୍ ଅଫ୍ ସୋସାଇଟି' ନାମକ ଏକ ଏପିସୋଡ୍ ଅପଲୋଡ୍ କରିଥିଲେ ଯେଉଁଥିରେ ସେ ଭାରତରେ କରୋନା ଭୂତାଣୁ ଯୋଗୁଁ ହୋଇଥିବା ଲକ୍‌ଡାଉନ୍ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ବୁଝିବା ପାଇଁ କିଛି ସାଧାରଣ ଲୋକଙ୍କର ସାକ୍ଷାତକାର ନେଇଥିଲେ ।[୧୧]

ଜାନୁୟାରୀ ୨୦୨୧ ସୁଦ୍ଧା ତାଙ୍କ ଚେନାଲ୍‌ର ଥିବା ସମୁଦାୟ ଭିଡିଓଗୁଡ଼ିକୁ ମୋଟ ୩୦୦ କୋଟିରୁ (୩ ବିଲିଅନ୍) ଅଧିକ ଥର ଦେଖାଯାଇଥିଲା ।[୧୨] ୨୦୨୧ ମସିହାର ଅକ୍ଟୋବର ମାସରେ ତାଙ୍କ ଚ୍ୟାନେଲ୍‌ରେ ସେ ଅଭିନୟ କରୁଥିବା ଚରିତ୍ରମାନଙ୍କୁ ନେଇ ଆଠ ଏପିସୋଡ୍ ବିଶିଷ୍ଟ ଏକ ୱେବ୍ ସିରିଜ୍ ଢିଣ୍ଡୋରା ମୁକ୍ତିଲାଭ କରିଥିଲା ।[୧୩]

ଜାନୁଆରୀ ୨୦୨୩ରେ, ସେ ଡିଜ୍ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ତାଜା ଖବର ନାମକ ଏକ ୱେବ୍ ସିରିଜ୍ ଜରିଆରେ ଓଟିଟିରେ ଅଭିନୟ କରିବା ଆରମ୍ଭ କରିଥିଲେ ।।[୧୪] ଏହି ମାସରେ ତାଙ୍କର ଅନ୍ୟ ଏକ ୱେବ୍ ସିରିଜ୍ ରଫ୍ତା ରଫ୍ତା ଆମାଜନ୍ ମିନିଟିଭିରେ ମୁକ୍ତିଲାଭ କରିଥିଲା ।[୧୫]

ମିଡ଼ିଆ[ସମ୍ପାଦନା]

ଅପ୍ରେଲ ୨୦୧୯ରେ, ଭୁବନ ହିନ୍ଦୁସ୍ତାନ ଟାଇମ୍ସ ବ୍ରଞ୍ଚ କଭର୍ ଷ୍ଟୋରୀରେ ସ୍ଥାନ ପାଇଥିଲେ ।[୧୬] ସେହି ବର୍ଷ ଜୁଲାଇ ମାସରେ, ସେ ରୋଲିଂ ଷ୍ଟୋନର ପ୍ରଚ୍ଛଦରେ ମଧ୍ୟ ସ୍ଥାନ ପାଇଥିଲେ ।[୧୭][୧୮]

ଜାନୁଆରୀ ୨୦୨୦ରେ, ସେ ପୁମାର ସହଯୋଗରେ ଗ୍ରାଜିଆ ଇଣ୍ଡିଆର କଭରରେ ସ୍ଥାନ ପାଇଥିଲେ ।[୧୯][୨୦] ସେହି ମାସରେ, ସେ ବିଶ୍ୱ ଅର୍ଥନୈତିକ ଫୋରମରେ ଥିଲେ ।[୨୧] ଏହାର ପର ମାସରେ ସେ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍‌ସ୍ ବର୍ଗରେ ଫୋର୍ବସ୍ ୩୦ ଅଣ୍ଡର ୩୦ ତାଲିକାରେ ସ୍ଥାନ ପାଇଥିଲେ ।[୨୨]

ଅକ୍ଟୋବର ୨୦୨୧ରେ, ସେ ପୁନର୍ବାର ହିନ୍ଦୁସ୍ତାନ ଟାଇମ୍ସ ବ୍ରଞ୍ଚ କଭର ଷ୍ଟୋରୀରେ ସ୍ଥାନିତ ହୋଇଥିଲେ ।[୨୩][୨୪]

ଅଭିନୀତ କାର୍ଯ୍ୟ[ସମ୍ପାଦନା]

ଟେଲିଭିଜନ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୯ ଏମ୍‌ଟିଭି ଅନ୍‌ପ୍ଲଗ୍‌ଡ୍ ନିଜେ/ଗାୟକ ୮ମ ଭାଗ, ୪ର୍ଥ ଅଧ୍ୟାୟ [୨୫] [୨୬]
୨୦୨୧ ବିଙ୍ଗୋ କମେଡି ଆଡ୍ଡା ନିଜେ ୨ୟ ଅଧ୍ୟା [୨୭]
ବିଗ୍ ବସ୍ ୧୫ ଅତିଥି [୨୮] [୨୯]

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୧୬–୧୭ ଟିଭିଏଫ୍ ବ୍ୟାଚେଲର୍ସ୍ ଭୁବନେଶ୍ୱର ବାମ୍ ୧ମ ଭାଗ [୩୦]
୨୦୧୯ ୱାନ୍ ମାଇକ୍ ଷ୍ଟାଣ୍ଡ୍ ନିଜେ ୧ମ ଭାଗ, ୧ମ ଅଧ୍ୟାୟ [୩୧]
୨୦୨୧ ଢିଣ୍ଢୋରା ଭିନ୍ନ ଭିନ୍ନ ଚରିତ୍ର ଲେଖକ ଏବଂ ପ୍ରଯୋଜକ [୩୨] [୩୩]
୨୦୨୩ ତାଜା ଖବର ବସନ୍ତ ଗାୱଡ଼େ (ବସ୍ୟା) ନିଜ ପ୍ରଯୋଜନା ସଂସ୍ଥା [୩୪]
ରଫ୍ତା ରଫ୍ତା କରଣ [୩୫]

କ୍ଷୁଦ୍ର ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଶୀର୍ଷକ ଭୂମିକା ଆଧାର
୨୦୧୮ ପ୍ଲସ୍ ମାଇନସ୍ ବାବା ହରଭଜନ ସିଂ [୩୬] [୩୭]

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଆଖ୍ୟା ଗାୟକ (ଗୁଡିକ) ରେଫ।
୨୦୨୨ ଲକଡାଉନ୍ ରାପ୍ ଏସ୍ଏସ୍‌‌ଡି ମ୍ୟୁଜିକ୍ [୩୮]
୨୦୨୧ କିଲ୍ ଚୋରି ଆଶ୍ କିଙ୍ଗ୍, ନିକିତା ଗାନ୍ଧୀ [୩୯] [୪୦]

ଗୀତ[ସମ୍ପାଦନା]

ବର୍ଷ ଶୀର୍ଷକ ଆଲବମ୍ ଗାୟକ (ଗୁଡ଼ିକ) ଆଧାର
୨୦୧୬ ତେରି ମେରି କାହାନି - ନିଜେ [୪୧]
୨୦୧୮ ସଙ୍ଗ୍ ହୁଁ ତେରେ [୪୨]
ସଫର [୪୩]
ରାହଗୁଜର୍ [୪୪]
୨୦୧୯ ବସ୍ ମେଁ [୪୫]
ଅଜନବି [୪୬]
ଗୁଞ୍ଚା କୋଇ ଏମ୍‌ଟିଭି ଅନ୍‌ପ୍ଲଗ୍‌ଡ୍ [୪୭]
୨୦୨୦ ହମ୍ ସାଥ୍ ହେଁ - [୪୮]
ହୀରା ରାଞ୍ଝା [୪୯]
୨୦୨୨ ଦିଦି ଗୀତ ଢିଣ୍ଢୋରା [୫୦]
ସାଜିସ୍ ନିଜେ ଓ ରେଖା ଭରଦ୍ୱାଜ [୫୧]
ବନ୍ ଗଇ ଜିନ୍ଦେଗି ନିଜେ [୫୨]
ଢିଣ୍ଢୋରା କୈଳାଶ ଖେର୍ [୫୩]

ପୁରସ୍କାର ଏବଂ ନାମାଙ୍କନ[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ କାର୍ଯ୍ୟ ଫଳାଫଳ ଆଧାର
2019 ଫିଲ୍ମେଫେୟାର୍ ସର୍ବୋତ୍ତମ କ୍ଷୁଦ୍ର ଚଳଚ୍ଚିତ୍ର ପ୍ଲସ୍ ମାଇନସ୍ ବିଜେତା [୫୪]
2022 ଫିଲ୍ମଫେୟାର ଓଟିଟି ପୁରସ୍କାର ଶ୍ରେଷ୍ଠ ୱେବ୍ ସିରିଜ୍ ଅଭିନେତା (ପୁରୁଷ) ଢିଣ୍ଢୋରା ନାମାଙ୍କିତ [୫୫]

ଆଧାର[ସମ୍ପାଦନା]

  1. BBC News Hindi (28 June 2019), Bhuvan Bam अपने YouTube चैनल BB Ki Vines से कितना पैसा कमाते हैं? (BBC Hindi), retrieved 29 June 2019
  2. "Youtube star Bhuvan Bam: Students need to know that there is a life #BeyondMarks". Hindustan Times. 24 May 2017. Retrieved 4 August 2017.
  3. "Bhuvan Bam loses parents to Covid-19: 'Will have to learn to live again. Don't want to'". Hindustan Times (in ଇଂରାଜୀ). 12 June 2021. Retrieved 12 June 2021.
  4. Goyal, Malini (8 May 2016). "Meet India's top 10 YouTube superstars". The Times of India. Bennet, Coleman, & Co. Retrieved 21 July 2017.
  5. Singh, Devika (12 February 2017). "Meet India's YouTube Millionaires". Business News. Retrieved 12 November 2018.
  6. ୬.୦ ୬.୧ "Bhuvan Bam: Making of a Star". Forbes India. Retrieved 28 March 2020.
  7. "Bollywood is the Final Stop for YouTube Star Bhuvan Bam". 4 July 2016.
  8. "Each time in front of camera is different experience: Bhuvan Bam". outlookindia.com/. Retrieved 12 May 2020.
  9. Arote, Vinay (31 March 2019). "Winning the Filmfare Award Was a Magical Moment". Mumbai Mirror. Retrieved 28 March 2020.
  10. "Bhuvan Bam, Divya Dutta on Their Short film – Plus – Minus Winning Big at Filmfare Awards 2019". Firstpost. 31 March 2019. Retrieved 28 March 2020.
  11. "Top YouTuber Bhuvan Bam Shoots Video To Help Raise Funds For Migrants". NDTV.com.
  12. "Bhuvan Bam on being India's first digital content creator with 3 billion collective views reach and 20 million subscribers". Business Insider. 19 January 2021. Archived from the original on 20 January 2021.
  13. Das, Shreemayee (14 December 2021). "Dhindora review: Bhuvan Bam's show works when he plays to his strengths – but only then". Firstpost. Retrieved 4 February 2022.
  14. "Bhuvan Bam Shines In This Utterly Predictable Rags-To-Riches Story". Outlook India. 10 January 2022. Retrieved 12 January 2022.
  15. "Bhuvan Bam's 'Rafta Rafta' Is About Goofy Man Who Keeps Upsetting His Wife". Outlook India. 17 January 2023. Retrieved 4 February 2023.
  16. "The rise and rise of Bhuvan Bam". Hindustan Times (in ଇଂରାଜୀ). 20 April 2019. Archived from the original on 20 April 2019. Retrieved 26 October 2021.
  17. "COVER STORY: The Unstoppable Bhuvan Bam -". Rolling Stone (in ଆମେରିକୀୟ ଇଂରାଜୀ). 9 July 2019. Archived from the original on 2 August 2019. Retrieved 26 October 2021.
  18. "Bhuvan Bam Launches Rolling Stone India's Cover Amidst Hundreds of Fans in New Delhi -". Rolling Stone (in ଆମେରିକୀୟ ଇଂରାଜୀ). 5 July 2019. Archived from the original on 23 September 2020. Retrieved 26 October 2021.
  19. "Grazia X Puma BTS For January 2020". grazia.co.in (in ଇଂରାଜୀ). Retrieved 11 November 2021.
  20. "Bhuvan Bam On Conscious Content That Connects". grazia.co.in (in ଇଂରାଜୀ). Retrieved 11 November 2021.
  21. "Bhuvan Bam on attending WEF for the first time: Sirf main hoodie mein tha, baaki sab suit mein the". India Today (in ଇଂରାଜୀ). Archived from the original on 23 January 2020. Retrieved 24 October 2021.
  22. "Bhuvan Bam: Making Of A Star". Forbes India (in ଇଂରାଜୀ). Retrieved 24 October 2021.
  23. "HT Brunch Cover Story: Chitty Chitty Bam Bam". Hindustan Times (in ଇଂରାଜୀ). 24 October 2021. Retrieved 26 October 2021.
  24. "HT Brunch Cover Story: Thick-skinned, but happy!". Hindustan Times (in ଇଂରାଜୀ). 5 October 2021. Retrieved 26 October 2021.
  25. "Royal Stag Barrel Select MTV Unplugged S8: Diljit Dosanjh, Guru Randhawa, Bhuvan Bam perform on show". Firstpost (in ଇଂରାଜୀ). 30 March 2019. Archived from the original on 1 April 2019.
  26. "Sonu Nigam, Guru Randhawa, Bhuvan Bam and others attend the launch of MTV Unplugged Season 8 – Bollywood Hungama" (in ଇଂରାଜୀ). Retrieved 6 December 2021.
  27. "'Bingo! Comedy Adda' set to tickle audiences' funny bones with television premier on Star Plus". Mumbai Live (in ଇଂରାଜୀ). Retrieved 6 December 2021.
  28. "Bigg Boss 15 Weekend Ka Vaar Written Update". India Today (in ଇଂରାଜୀ). Archived from the original on 18 October 2021. Retrieved 26 October 2021.
  29. "Bigg Boss 15 Weekend Ka Vaar: YouTuber Bhuvan Bam To Grace The Stage With Salman Khan". ZEE5 (in ଇଂରାଜୀ). 16 October 2021. Retrieved 26 October 2021.
  30. "TVF Bachelors newest episode takes a funny twist on the film A Wednesday – Times of India". The Times of India (in ଇଂରାଜୀ). Retrieved 15 October 2021.
  31. "One Mic Stand sneak peek: Shashi Tharoor and others test their stand-up comedy chops". The Indian Express (in ଇଂରାଜୀ). 13 November 2019. Retrieved 15 October 2021.
  32. "Prajakta Koli, CarryMinati, Bhuvan Bam, Mallika Dua — why digital influencers are fetching key acting roles-Entertainment News, Firstpost". Firstpost (in ଇଂରାଜୀ). 20 January 2021. Retrieved 15 October 2021.
  33. "Bhuvan Bam Starts Shooting For His First Film 'Dhindora'". The Live Mirror (in ଆମେରିକୀୟ ଇଂରାଜୀ). 17 March 2020. Retrieved 15 October 2021.
  34. "Bhuvan Bam announces his new Web Series on Disneyplus Hotstar". TheIndianExpress (in ଇଂରାଜୀ). 10 June 2022. Retrieved 10 June 2022.
  35. "Bhuvan Bam is back on OTT with Rafta Rafta". Tribuneindia News Service (in ଇଂରାଜୀ). Retrieved 2023-02-04.
  36. "Bhuvan Bam, Divya Dutta on their short film Plus Minus winning big at Filmfare Awards 2019-Entertainment News, Firstpost". Firstpost (in ଇଂରାଜୀ). 31 March 2019. Retrieved 26 October 2021.
  37. Plus Minus Movie: Showtimes, Review, Trailer, Posters, News & Videos | eTimes, retrieved 26 October 2021
  38. "Bhuvan Bam, Ashish among YouTube stars in 'The Lockdown Rap'". The Siasat Daily (in ଆମେରିକୀୟ ଇଂରାଜୀ). 11 April 2020. Retrieved 18 October 2021.
  39. "सचिन-जिगर का नया गाना 'किल छोरी' रिलीज". United News Of India (UNI). 30 October 2021. Archived from the original on 30 October 2021.
  40. "श्रद्धा कपूर के साथ यूट्यूबर भुवन बाम फ्री-फायर के म्यूजिक वीडियो में आए नजर". NDTV India. 30 October 2021. Archived from the original on 29 October 2021.
  41. Teri Meri Kahani | Permanent Roommates | Song by Bhuvan Bam – SPOTIFY (in ଇଂରାଜୀ), 31 August 2016, retrieved 1 December 2021
  42. "To own your song is very special, says Bhuvan Bam". DNA India (in ଇଂରାଜୀ). 16 January 2018. Archived from the original on 17 January 2018. Retrieved 18 October 2021.
  43. "BB KI VINES sensation Bhuvan Bam releases 3rd single titled SAFAR". 14 June 2018. Archived from the original on 18 October 2021.
  44. "Bhuvan Bam: An artiste can only create if he is free". The Indian Express (in ଇଂରାଜୀ). 5 September 2018. Retrieved 18 October 2021.
  45. "YouTube sensation says music is his escape and he is listening to BTS". Mumbai Mirror (in ଇଂରାଜୀ). Archived from the original on 31 March 2019. Retrieved 18 October 2021.
  46. "2020 is going to be an exciting year: Bhuvan Bam". Hindustan Times (in ଇଂରାଜୀ). 14 November 2019. Retrieved 1 December 2021.
  47. Guncha Koi – Unplugged (in ଇଂରାଜୀ), 7 September 2021, retrieved 18 October 2021
  48. Listen to Hum Saath Hain Song by Bhuvan Bam on Gaana.com (in ଇଂରାଜୀ), retrieved 18 October 2021
  49. "Star-crossed love for Bhuvan Bam in new single, 'Heer Ranjha'". The Hindu (in Indian English). 16 July 2020. Retrieved 1 December 2021.
  50. Dhindora – All Songs – JioSaavn (in ଆମେରିକୀୟ ଇଂରାଜୀ), 6 October 2021, retrieved 1 December 2021
  51. "Bhuvan Bam collaborates with Rekha Bhardwaj for song 'Saazish'". Telangana Today (in ଆମେରିକୀୟ ଇଂରାଜୀ). 25 November 2021. Archived from the original on 25 November 2021. Retrieved 1 December 2021.
  52. Bann Gayi Zindagi – song by Bhuvan Bam | Spotify (in ଇଂରାଜୀ), 6 October 2021, retrieved 3 December 2021
  53. Dhindora – song by Bhuvan Bam | Spotify (in ଇଂରାଜୀ), 6 October 2021, retrieved 14 October 2021
  54. "Winning the Filmfare Award was a magical moment". Mumbai Mirror (in ଇଂରାଜୀ). Archived from the original on 28 March 2020. Retrieved 15 October 2021.
  55. "Filmfare OTT Awards 2022". filmfare.com (in ଇଂରାଜୀ). Retrieved 2022-12-04.

ବାହାର ଲିଙ୍କ୍[ସମ୍ପାଦନା]