ଭି (ଗାୟକ)
ଭି | |
|---|---|
୨୦୨୫ ମସିହାରେ ଭି | |
| ଜନ୍ମ | କିମ୍ ତାଏ-ହ୍ୟୁଙ୍ଗ ଡିସେମ୍ବର ୩୦, ୧୯୯୫ ଦାଏଗୁ, ଦକ୍ଷିଣ କୋରିଆ |
| Education | ଗ୍ଲୋବାଲ୍ ସାଇବର୍ ୟୁନିଭର୍ସିଟି |
| ପେଷାs |
|
| ପୁରସ୍କାର | ସମ୍ପୂର୍ଣ୍ଣ ତାଲିକା |
| Honours | |
| Musical career | |
| ଶୈଳୀ | |
| ବାଦ୍ୟଯନ୍ତ୍ର | Vocals (କଣ୍ଠସ୍ୱର) |
| କାର୍ଯ୍ୟକାଳ | ୨୦୧୩–ଏଯାବତ୍ |
| ଲେବଲ | ବିଗ୍ ହିଟ୍ |
| Signature | |
କିମ୍ ତାଏ-ହ୍ୟୁଙ୍ଗ୍ (କୋରିଆ:김태형 ; ଜନ୍ମ ଡିସେମ୍ବର ୩୦ , ୧୯୯୫ ) ପେଶାଗତ ଭାବେ V ( 뷔 ) ଭାବରେ ପରିଚିତ ଜଣେ ଦକ୍ଷିଣ କୋରିଆର ଗାୟକ । ୨୦୧୩ ମସିହାରେ , ସେ ବିଗ୍ ହିଟ୍ ଏଣ୍ଟରଟେନମେଣ୍ଟ ଆନୁକୁଲ୍ୟରେ ‘ବିଟିଏସ୍’ (BTS) ନାମକ ଦକ୍ଷିଣ କୋରୀୟ ବଏଜ୍ ସଙ୍ଗୀତ ଦଳ (Boy band) ମାଧ୍ୟମରେ ସଙ୍ଗୀତ ଜଗତରେ ପଦାର୍ପଣ କରିଥିଲେ। ବିଟିଏସ୍ (BTS) ଦଳରେ ରହି ସେ ତିନୋଟି ଏକକ ଗୀତ ଗାଇଛନ୍ତି — ୨୦୧୬ ମସିହାରେ “ଷ୍ଟିଗ୍ମା”, ୨୦୧୮ ମସିହାରେ “ସିଙ୍ଗୁଲାରିଟି” ଏବଂ ୨୦୨୦ ମସିହାରେ “ଇନର୍ ଚାଇଲ୍ଡ” । ଏହି ସବୁଯାକ ଗୀତ ଦକ୍ଷିଣ କୋରିଆର ଗାଓନ୍ ଡିଜିଟାଲ ଚାର୍ଟରେ ସ୍ଥାନ ପାଇବାରେ ସଫଳ ହୋଇଥିଲା । ବିଟିଏସ୍ (BTS) ଦଳରେ ଗୀତ ଗାଇବାକୁ ଛାଡ଼ି ଦେଲେ ସେ ୨୦୧୬ ମସିହାରେ ଟେଲିଭିଜନ ଧାରାବାହିକ “ହ୍ୱାରାଙ୍ଗ: ଦି ପୋଏଟ୍ ୱାରିଅର୍ ୟୁଥ୍” ମାଧ୍ୟମରେ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହା ସହିତ ସେ ସାଥୀ କଳାକାର ଜିନ୍ ଙ୍କ ସହ ମିଶି ଏହି ଧାରାବାହିକ ପାଇଁ “ଇଟ୍ସ ଡେଫିନିଟଲି ୟୁ” ଗୀତଟି ଗାଇଥିଲେ।
୨୦୧୯ ମସିହାରେ , ସେ ନିଜେ ସ୍ୱର ସଂଯୋଜନା କରିଥିବା ପ୍ରଥମ ସ୍ୱତନ୍ତ୍ର ଗୀତ "ସିନେରୀ" (Scenery) ମୁକ୍ତିଲାଭ କରିଥିଲା । ୨୦୨୩ ମସିହାରେ , “ଲଭ୍ ମି ଏଗେନ୍” ଏବଂ “ରେନି ଡେଜ୍” ଭଳି ଏକକ ଗୀତ ମୁକ୍ତିଲାଭ କରିବା ସହ ଜଣେ ସ୍ବତନ୍ତ୍ର ଏକକ କଳାକାର (Solo artist) ଭାବେ ସେ ଆନୁଷ୍ଠାନିକ ରୂପେ ଡେବ୍ୟୁ କରିଥିଲେ । ସେଇ ବର୍ଷ ସେପ୍ଟେମ୍ବର ୮ ତାରିଖ ତାଙ୍କର ପ୍ରଥମ ଏକକ ଆଲବମ୍ (EP) “ଲେଓଭର” (Layover) ମୁକ୍ତିଲାଭ କରିଥିଲା । ଏଥିରେ ତାଙ୍କର ତୃତୀୟ ଏକକ ଗୀତ “ସ୍ଲୋ ଡ୍ୟାନ୍ସିଂ” ବି ସାମିଲ ଥିଲା । [୧]
ବାଲ୍ୟ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ସେ ୧୯୯୫ ମସିହା ଡିସେମ୍ବର ୩୦ ତାରିଖରେ ଡେଗୁର ସିଓ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ କିମ୍ ତାଏ-ହ୍ୟୁଙ୍ଗ୍ (Kim Tae-hyung) ।[୨] [୩] ଏବଂ ଗୋଚାଙ୍ଗ କାଉଣ୍ଟିରେ ବଡ଼ ହୋଇଥିଲେ । [୪] ତାଙ୍କ ବାପାମାଆଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ସେ ସବୁଠୁ ବଡ଼ । ତାଙ୍କର ଜଣେ ସାନ ଭାଇ ଓ ଜଣେ ସାନ ଭଉଣୀ ଅଛନ୍ତି । [୫] ସେ ଗ୍ୱାଙ୍ଗସାନ କିମ ବଂଶର (Gwangsan Kim clan) । [୬] ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ସମୟରୁ ହିଁ ଜଣେ ପେଶାଦାର ଗାୟକ ହେବାକୁ ସ୍ବପ୍ନ ଦେଖିଥିଲେ। [୭] ବାପାଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ପାଇ, [୮] ସଂଗୀତ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ମାଧ୍ୟମିକ ବିଦ୍ୟାଳୟରୁ (Middle School) ସାକ୍ସୋଫୋନ୍ (Saxophone) ବଜାଇବା ଶିଖିବା ଆରମ୍ଭ କରିଥିଲେ । [୫] [୭]
ଡେଗୁରେ ଗୋଟିଏ ଅଡିସନ୍ ଦେଇ ପାସ୍ କରିବା ପରେ ‘ବିଗ୍ ହିଟ୍ ଏଣ୍ଟରଟେନମେଣ୍ଟର’ରେ ଜଣେ ପ୍ରଶିକ୍ଷାର୍ଥୀ (Trainee) ଭାବେ ଯୋଗ ଦେଇଗଲେ। [୯] ୨୦୧୪ ମସିହାରେ କୋରିଆନ୍ ଆର୍ଟ୍ସ ହାଇସ୍କୁଲରୁ ପାଠପଢ଼ା ଶେଷ କରିବା ପରେ [୧୦] ଗ୍ଲୋବାଲ୍ ସାଇବର ୟୁନିଭର୍ସିଟିରେ ନାମ ଲେଖାଇଲେ। ୨୦୨୦ ଅଗଷ୍ଟରେ ବ୍ରୋଡକାଷ୍ଟିଂ ଓ ଏଣ୍ଟରଟେନମେଣ୍ଟ ବିଷୟରେ ଗ୍ରାଜୁଏସନ୍ (ଗ୍ରାଜୁଏଟ୍) ସାରିଥିଲେ । [୧୧] ୨୦୨୧ ମସିହା ସୁଦ୍ଧା, ସେ ହାନୟାଙ୍ଗ ସାଇବର ୟୁନିଭର୍ସିଟିରେ ଆଡଭର୍ଟାଇଜିଂ ଓ ମିଡ଼ିଆ ବିଷୟରେ ବ୍ୟବସାୟ ପ୍ରଶାସନରେ ମାଷ୍ଟର ଡିଗ୍ରୀ (MBA) ପଢୁଛନ୍ତି । [୧୨]
ସନ୍ଦର୍ଭ
[ସମ୍ପାଦନା]- ↑ Nawar, Zareen (October 8, 2023). "Taehyung's 'Layover' mesmerises in whimsically rhythmic waves". The Daily Star (in ଇଂରାଜୀ). Archived from the original on November 6, 2023. Retrieved November 6, 2023.
- ↑ "BTS". Big Hit Entertainment. Archived from the original on October 8, 2015. Retrieved July 23, 2013.
- ↑ 대구 토박이 '부심'들게 만드는 대구 출신 미모의 아이돌 6인. Insight (in କୋରିଆନ୍). January 26, 2020. Archived from the original on August 9, 2020. Retrieved November 5, 2020.
- ↑ Moon, Soo-bin (December 16, 2017). [아.입.뽀] ⑥ 독보적 밀리언셀러, 방탄소년단 뷔 #이 비주얼, 이 실력 현실이냐? [[A.Ib.Ppo] ⑥ Unprecedented Million Seller, BTS V #Visual, is this real?]. Economy Asia (in କୋରିଆନ୍). Archived from the original on January 31, 2018. Retrieved July 9, 2020 – via Naver.
- 1 2 Jang, Eun-kyung (April 30, 2015). [더스타프로필] 방탄소년단 뷔, 비범한 '상남자' 서열 "그림으로 말해요" [[The Star Profile] BTS V, extraordinary 'Boy In Luv' ranking "Tell Me in Pictures"]. The Star (in କୋରିଆନ୍). Archived from the original on May 3, 2015. Retrieved July 9, 2020.
- ↑ 전, 기연 (June 11, 2019). 폴킴, 방탄소년단 뷔와 공통점이 있다? '소름' [Paul Kim and V from BTS Have Things in Common? 'Goosebumps']. Aju Business Daily (in କୋରିଆନ୍). Archived from the original on April 4, 2023. Retrieved January 23, 2024.
- 1 2 Jang, Yoon-jung (October 30, 2018). [방탄소년단 멤버해부] 방탄소년단, '뷔' #얼굴천재#감성소년#연탄이 아빠 [[BTS Dissection] BTS, 'V' #Face Genius #Emotional Boy #Yeontan Dad]. Aju Business Daily (in କୋରିଆନ୍). Archived from the original on May 24, 2019. Retrieved August 12, 2019.
- ↑ "V from BTS – all about the K-pop group's vocalist and lead dancer". South China Morning Post. June 30, 2018. Archived from the original on June 30, 2018. Retrieved July 9, 2020.
- ↑ Drysdale, Jennifer (September 20, 2017). "BTS: Everything You Need to Know About the K-Pop Boy Band Ready to Take Over the World". Entertainment Tonight. Archived from the original on September 21, 2017. Retrieved July 9, 2020.
- ↑ Lee, Ji-hyun (February 14, 2014). 방탄 뷔·지민-뉴이스트 렌, 오늘(14일) 한국예고 졸업 [BTS V, Jimin and N'uest Ren graduated today (14th) from Korea Arts High School.]. Star News (in କୋରିଆନ୍). Archived from the original on July 9, 2020. Retrieved July 9, 2020.
- ↑ Hwang, Jeong-il (March 4, 2021). 글로벌사이버대, 온라인 학위수여식 개최...한류스타 수상 '관심' [Global Cyber University holds online degree conferment ceremony... Hallyu Star Awarded 'Interest']. UNN (in କୋରିଆନ୍). Archived from the original on March 4, 2021. Retrieved March 4, 2021.
- ↑ Hwang, Hye-jin (July 7, 2020). 방탄소년단 측 "RM·슈가·제이홉 지난해 대학원 입학, 지민·뷔 9월 입학 예정"(공식) [BTS's "RM, Suga, and J-Hope enrolled in graduate school last year, Jimin and V will be enrolled in September" (Official)]. Newsen (in କୋରିଆନ୍). Archived from the original on July 7, 2020. Retrieved March 4, 2021 – via Naver.