ଭି. ଗୋପାଳସ୍ୱାମୀ
ଭି. ଗୋପାଳସ୍ୱାମୀ (ଜନ୍ମ ୨୮ ଅକ୍ଟୋବର ୧୯୨୮) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଭେମୁଲାକୋଣ୍ଡା ଗୋପାଳସ୍ୱାମୀ ଆଇନ ଡିଗ୍ରୀ ହାସଲ କରିବା ପରେ ୧୯୫୪ ମସିହାର ଅକ୍ଟୋବର ମାସରେ ଏକ ଅଧିବକ୍ତା ଭାବେ ନାମ ଲେଖାଇ ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜଜ ଅଦାଲତରେ ସିଭିଲ୍ ଏବଂ ଫୌଜଦାରୀ ମାମଲାରେ ଓକିଲାତି କରିଥିଲେ। ୧୯୭୨ ମସିହା ଏପ୍ରିଲରେ ଜିଲ୍ଲା ଓ ଦୌରା ଜଜ ଭାବେ ନିଯୁକ୍ତ ହୋଇ ୧୯୭୩ ମସିହାର ଏପ୍ରିଲରେ ସ୍ଥାୟୀ ଜିଲ୍ଲା ଜଜ ଭାବେ ନିଯୁକ୍ତ ହୋଇଥିଲେ । ୧୯୭୩ରୁ ୧୯୭୫ ମସିହା ଯାଏଁ ଜିଲ୍ଲା ଓ ଦୌରା ଜଜ ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ୨୮ ଜୁଲାଇ ୧୯୭୫ରୁ ୨୫ ଅକ୍ଟୋବର ୧୯୭୮ ପର୍ଯ୍ୟନ୍ତ ଅତିରିକ୍ତ ଆଇନ ରିମେମ୍ବ୍ରନ୍ସର ଓ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଭାବେ କାମ କରିଥିଲେ । ୧୯୭୮-୧୯୭୯ ମସିହା ଅବଧିରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଭାବେ କାର୍ଯ୍ୟ କରିଥିଲେ । ୧୯୭୯ ମସିହାରେ ସେ କଟକର ଜିଲ୍ଲା ଓ ଦୌରା ଜଜ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୨] ପୁରୀର ଜିଲ୍ଲା ଓ ଦ୍ଦୌରା ଜଜ ଭାବେ ୧୯୭୯-୧୯୮୦ ମସିହାରେ କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୨ ମସିହାରେ ଆଇନ ପୁନଃ-ନିରୀକ୍ଷଣ କମିଟିର ସଚିବ-ତଥା-ଅତିରିକ୍ତ ସଚିବ ରାଜ୍ୟ ସରକାର ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ଆର୍ବିଟ୍ରେସନ୍ ନ୍ୟାୟାଧିକରଣର ଅଧ୍ୟକ୍ଷ ଭାବେ ୧୯୮୨-୮୪ ମସିହାରେ ଏବଂ ପୁରୀର ଅତିରିକ୍ତ ଜିଲ୍ଲା ଜଜ ଏବଂ ସିବିଆଇ ଓ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ ଭାବେ ୧୯୮୪ରୁ କାର୍ଯ୍ୟ ନିର୍ବାହ କରିଥିଲେ । ସେହି ପଦବୀରେ ସେ ୩୧ ଅକ୍ଟୋବର ୧୯୮୬ ଦିନ ଅବସର ଗ୍ରହଣ କରିଥିଲେ ।
୦୩ ଅଗଷ୍ଟ ୧୯୮୭ରୁ ୨୭ ଅକ୍ଟୋବର ୧୯୯୦ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତିଭାବେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". orissahighcourt.nic.in. Retrieved 2025-01-11.
- ↑ "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-23. Retrieved 2025-01-11.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |