Jump to content

ଭି. ଏସ୍. ଚନ୍ଦ୍ରଲେଖା

ଉଇକିପିଡ଼ିଆ‌ରୁ
ଭି. ଏସ୍. ଚନ୍ଦ୍ରଲେଖା
State President, Janata Party Tamil Nadu
କାର୍ଯ୍ୟକାଳ
1992–2013
State President, Virat Hindustan Sangam Tamil Nadu
Assumed office
2015
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-08-14) ୧୪ ଅଗଷ୍ଟ ୧୯୪୭ (ବୟସ ୭୮)
Dindigul, Madras Presidency, British India
(now in Tamil Nadu, India)
ଜାତୀୟତାIndian
ରାଜନୀତିକ ଦଳJanata Party
ସନ୍ତାନAbhijit Iyer-Mitra[]

ଭି. ଏସ୍. ଚନ୍ଦ୍ରଲେଖା (ଜନ୍ମ ୧୪ ଅଗଷ୍ଟ ୧୯୪୭) ଜଣେ ଭାରତୀୟ ରାଜନେତା ଓ ପୂର୍ବତନ ସିଭିଲ୍ ସର୍ଭାଣ୍ଟ। ସେ ଜନତା ପାର୍ଟି ର ତାମିଲନାଡୁ ରାଜ୍ୟ ଇଉନିଟ୍‌ର ଅଧ୍ୟକ୍ଷ ଥିଲେ, ଯାହା ୧୧ ଅଗଷ୍ଟ ୨୦୧୩ରେ ଭାରତୀୟ ଜନତା ପାର୍ଟି ସହିତ ବିଲୁପ୍ତ ହୋଇଥିଲା । ଏମ୍ ଜି ରାମଚନ୍ଦ୍ରନ୍‌ ତାଙ୍କୁ ରାଜ୍ୟର ଦ୍ୱିତୀୟ ମହିଳା କଲେକ୍ଟର ଭାବେ ନିଯୁକ୍ତ କରିଥିଲେ; ୧୯୫୧ ବ୍ୟାଚର ଆନ୍ନା ରାଜମ ମାଲହୋତ୍ରା ପରେ ସେ ଏହି ପଦବୀରେ ଯୋଗଦେଇଥିଲେ। ଅନ୍ନା ରାଜମ ମାଲହୋତ୍ରା ଦେଶର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ଓ କଲେକ୍ଟର ଥିଲେ।[]

ବ୍ୟକ୍ତିଗତ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଚନ୍ଦ୍ରଲେଖାଙ୍କ ଜନ୍ମ ୧୪ ଅଗଷ୍ଟ ୧୯୪୭ ରେ ତତ୍କାଳୀନ ମଦ୍ରାସ୍ ପ୍ରେସିଡେନ୍ସିର ଦିନ୍ଦିଗୁଳରେ ହୋଇଥିଲା। ସେ ମଦ୍ରାସ୍‌ରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ମାଡ୍ରାସର ପ୍ରେସିଡେନ୍ସି କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ହୋଇ ଭାରତୀୟ ପ୍ରଶାସନିକ ସେବା ରେ ଯୋଗଦେଇଥିଲେ।

ସିଭିଲ୍ ସର୍ଭିସ୍ ଜୀବନ

[ସମ୍ପାଦନା]

ଚନ୍ଦ୍ରଲେଖା ୧୯୭୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ୧୯୭୩ ରୁ ୧୯୭୫ ପର୍ଯ୍ୟନ୍ତ ସେ ଚେଙ୍ଗାଲପଟ୍ଟୁ ଓ ଚେରନମହାଦେବୀର ସବ୍-କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ। ୧୯୭୬ ରୁ ୧୯୮୦ ପର୍ଯ୍ୟନ୍ତ ସେ ସିଭିଲ୍ ସପ୍ଲାଇଜ୍ କର୍ପୋରେସନ୍‌ର ସାଧାରଣ ପ୍ରବନ୍ଧକ ଓ ଖାଦ୍ୟ ବିଭାଗର ଉପ-ସଚିବ ଥିଲେ।

୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ସେ ପ୍ରଥମେ ସାଉଥ୍ ଆର୍କଟ୍ ଓ ପରେ ମଦୁରାଇର ଜିଲ୍ଲାପାଳ (ଡିଷ୍ଟ୍ରିକ୍ଟ କଲେକ୍ଟର) ଭାବେ କାର୍ଯ୍ୟ କରିଥିଲେ। ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ସେ ତାମିଳନାଡୁର ଗ୍ରାମୀଣ ବିକାଶ ନିର୍ଦ୍ଦେଶକ ଥିଲେ। ୧୯୮୮ ରୁ ୧୯୯୦ ପର୍ଯ୍ୟନ୍ତ ସେ ତାମିଳନାଡୁ ମହିଳା ବିକାଶ କର୍ପୋରେସନ୍‌ର ଅଧ୍ୟକ୍ଷ ଓ ୧୯୯୧ରୁ ୧୯୯୨ ପର୍ଯ୍ୟନ୍ତ ତାମିଲନାଡୁ ଶିଳ୍ପ ବିକାଶ କର୍ପୋରେଶନର ଅଧ୍ୟକ୍ଷ ଓ ପ୍ରବନ୍ଧନ ନିର୍ଦ୍ଦେଶକ ଥିଲେ। ସେ ୧୯୯୨ ମସିହାରେ ସିଭିଲ୍ ସର୍ଭିସ୍ ପଦବୀରୁ ପଦତ୍ୟାଗ କରିଥିଲେ।

ଏସିଡ଼ ଆକ୍ରମଣ

[ସମ୍ପାଦନା]

ଟିଆଇଡିସିଓ (TIDCO) ର ପ୍ରବନ୍ଧନ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ସମୟରେ, ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିନିବେଶ ନୀତିର ବିରୋଧ କରିଥିଲେ। ଏହାର ପରିଣାମରୂପେ ୧୯୯୨ ମସିହାରେ ଚେନ୍ନାଇର ଏଗମୋର୍‌ରେ ସେ ଏସିଡ ଆକ୍ରମଣର ସମ୍ମୁଖୀନ ହୋଇଥିଲେ।[][]

ରାଜନୈତିକ ଜୀବନ

[ସମ୍ପାଦନା]

୧୯୯୨ ମସିହାରେ ଆମ୍ଲ ଆକ୍ରମଣ ପରେ ଚନ୍ଦ୍ରଲେଖା ଜନତା ପାର୍ଟିରେ ଯୋଗଦେଇଥିଲେ ଏବଂ ସେହିବର୍ଷରୁ ତାମିଳନାଡୁ ଇଉନିଟ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ୧୯୯୬ ମସିହାରେ ସେ ମଦୁରାଇ ସେଣ୍ଟ୍ରାଲ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ସଫଳ ହୋଇପାରିନଥିଲେ।

ସେହି ୧୯୯୬ ମସିହାରେ ସେ ଦ୍ରାବିଡ ମୁନ୍ନୀତ୍ର କାଜଘାମ ର ଏମ୍ କେ ଷ୍ଟାଲିନଙ୍କ ବିପକ୍ଷରେ ଚେନ୍ନାଇ କର୍ପୋରେସନ୍‌ର ମେୟର ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ, କିନ୍ତୁ ପରାଜିତ ହୋଇଥିଲେ। ୨୦୦୬ ମସିହାରେ ସେ ମାଇଲାପୋର୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ 2,897 ମତ ପାଇ ପଞ୍ଚମ ସ୍ଥାନରେ ଥିଲେ।

ସେ ସୁବ୍ରମନ୍ୟମ ସ୍ୱାମିଙ୍କ ନିକଟ ସହଯୋଗୀ ଭାବେ ପରିଚିତ। ବର୍ତ୍ତମାନ ସେ ୨୦୧୫ ମସିହାରେ ସୁବ୍ରମଣ୍ୟନ୍ ସ୍ୱାମୀ ଦ୍ୱାରା ପ୍ରତିଷ୍ଠିତ ବିରାଟ ହିନ୍ଦୁସ୍ଥାନ ସଂଗମ (ଭିଏଚଏସ୍) ର ତାମିଳନାଡୁ ରାଜ୍ୟ ଅଧ୍ୟକ୍ଷ ଅଟନ୍ତି।[]

  1. "After 43 days in Odisha prison, Abhijit Iyer-Mitra walks free". Hindustan Times (in ଇଂରାଜୀ). 2018-12-06. Retrieved 2023-09-19.
  2. "Sasikala's proximity to Jaya was based on 'control & rule'". www.sunday-guardian.com (in ବ୍ରିଟିଶ୍‌ ଇଂରାଜୀ). Archived from the original on 2021-12-01. Retrieved 2026-03-04.
  3. "Tehelka - India's Independent Weekly News Magazine". archive.tehelka.com. Retrieved 2026-03-04.
  4. Aravind, Indulekha (2016-12-11). "Eulogised in death, Jayalalithaa leaves a checkered legacy". The Economic Times. ISSN 0013-0389. Retrieved 2026-03-04.
  5. "Swamy floats new outfit". The Hindu (in Indian English). 2015-04-08. ISSN 0971-751X. Retrieved 2026-03-04.