Jump to content

ଭିକାରୀ ଧଳ

ଉଇକିପିଡ଼ିଆ‌ରୁ
ଭିକାରୀ ଧଳ
ଜନ୍ମ ଓ ଜନ୍ମସ୍ଥାନ (1954-10-04) ୪ ଅକ୍ଟୋବର ୧୯୫୪ (ବୟସ ୭୧)
ମୃତ୍ୟୁନିଜିଗଡ଼କୁରୁଖି, ହରିରାଜପୁର, ପୁରୀ
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା ୨୦୧୬
ଜୀବନସାଥୀସଂଯୁକ୍ତା ଧଳ
ସନ୍ତାନଶାଶ୍ବତ ଧଳ, ଦେବଶ୍ରୀ ଧଳ, ସ୍ବାହା ଧଳ, ଶୁଭଶ୍ରୀ ଧଳ
ପିତାମାତାବଂଶୀଧର ଧଳ, ମାୟା ଦେବୀ

ଭିକାରୀ ଧଳ (ଜନ୍ମ: ୪ ଅକ୍ଟୋବର ୧୯୫୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଆଧୁନିକ କବି, ଗୀତିକାର, ଶିଶୁ ସାହିତ୍ୟିକ ପତ୍ରିକା ସମ୍ପାଦକ ଓ ପୁସ୍ତକ ପ୍ରକାଶକ । ନିଜ ସାମଗ୍ରୀକ କୃତିତ୍ୱ ପାଇଁ ସେ ୨୦୧୬ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ସମ୍ମାନ ପାଇଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଭିକାରୀ ଚରଣ ଧଳ ପୁରୀ ଜିଲ୍ଲାର ନିଜିଗଡ଼କୁରୁଖି ଗ୍ରାମରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ରାଜ୍ୟ ସଚିବାଳୟରେ ସରକାରୀ କର୍ମଚାରୀ ଭାବେ ଯୋଗ ଦେଇଥିଲେ । ଖୁବ୍ କମ୍ ବୟସରୁ ସାହିତ୍ୟ ପ୍ରତି ମନଯୋଗୀ ଭିକାରୀ ଅନେକ ଆଧୁନିକ କବିତାର ସ୍ରଷ୍ଟା । ପୁଣି ଆଉ ପାଦେ ଆଗେଇଯାଇ ସେ ଗଠନ କରିଛନ୍ତି ପ୍ରକାଶନ ସଂସ୍ଥା 'କାବ୍ଯଲୋକ', 'ଲିପିକା' ଓ ସୃଜନ ସ୍ବପ୍ନ' ଓ ପ୍ରକାଶ କରିଛନ୍ତି ଦୁଇଟି ସାହିତ୍ୟ ପତ୍ରିକା କାବ୍ୟଲୋକ: ସମୟର ଶଙ୍ଖନାଦ[]ସୃଜନସ୍ବପ୍ନ । ବହୁ ସାହିତ୍ୟ ଅନୁଷ୍ଠାନ ଗଠନ କରିବା ସହିତ ସେ ଅନେକ ଲୁକ୍କାୟିତ ସାହିତ୍ୟିକ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିପାରିଛନ୍ତି ।

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ଜୀବନ କବିତା କେତେ ଫର୍ଦ୍ଦ
  • ଭିକାରୀ ଧଳଙ୍କ ଅନେକ କବିତା ଏକତ୍ର
  • ସମୟର ସ୍ବର
  • ସମୟ ଭଲ ନାହିଁ
  • ଏକା ଏକା ସବୁଦିନ
  • ପକ୍ଷୀର ସକାଳ ଗୀତ[]

ସମ୍ମାନ

[ସମ୍ପାଦନା]
  1. https://dharitriepaper.in/edition/19610/chhutidina/page/14
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୫୫୩. ISBN 81-7400-331-2.
  3. http://odishasahityaakademi.org/English/ovation7.php