ଭାଲେନା ଭାଲେଣ୍ଟିନା

ଉଇକିପିଡ଼ିଆ‌ରୁ
(ଭାଲେନା ଭାଲେନ୍ତିନାରୁ ଲେଉଟି ଆସିଛି)
ଭାଲେନା ଭାଲେଣ୍ଟିନା
ବ୍ୟକ୍ତିଗତ ତଥ୍ୟ
ପୂରା ନାମଭାଲେନା ଭାଲେଣ୍ଟିନା
ଜାତୀୟତାଭାରତ
ଜନ୍ମ (1988-07-08) ଜୁଲାଇ ୮, ୧୯୮୮ (ବୟସ ୩୫)
ଭୁବନେଶ୍ୱର, ଓଡ଼ିଶା, ଭାରତ
Sport
ଦେଶଭାରତ
କ୍ରୀଡ଼ାକରାଟେ

ଭାଲେନା ଭାଲେଣ୍ଟିନା ଭୁବନେଶ୍ୱର, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଭାରତୀୟ କରାଟେ ଖେଳାଳୀ । ସେ ୨୦୦୮ରେ ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତ୍ତକ ଓ କାକତୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଅର୍ଜନ କରିଥିଲେ । ସେ ଉତ୍କଳ କରାଟେ ବିଦ୍ୟାଳୟ, ଭୁବନେଶ୍ୱରକୁ ପ୍ରତିନିଧିତ୍ୱ କରନ୍ତି । ହରି ପ୍ରସାଦ ପଟ୍ଟନାୟକ ଓ ଜେ ଏସ୍ କଲାଇମାଣି ତାଙ୍କର ଶିକ୍ଷକ ।

ସଫଳତା[ସମ୍ପାଦନା]

ଆନ୍ତର୍ଜାତୀୟ[ସମ୍ପାଦନା]

[୧]

ଜାତୀୟ[ସମ୍ପାଦନା]

  • ଏଆଇକେଏଫ୍ ଜାତୀୟ ପ୍ରତିଯୋଗିତାର ୧୧-୧୩ ବର୍ଷ ବୟସ ବର୍ଗରେ ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ପଦକ ଜିତିଥିଲେ ।
  • ଏଆଇକେଏଫ୍ ଜାତୀୟ ପ୍ରତିଯୋଗିତାର ୧୩-୧୫ ବର୍ଷ ବୟସ ବର୍ଗରେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ପଦକ ଜିତିଥିଲେ ।
  • ୨୦୦୪ରେ ସେ ସୁକୋକାଇ ଜାତୀୟ ମୁକ୍ତ ପ୍ରତିଯୋଗିତାରେ କୁମାଇତ୍ ସୂବର୍ଣ୍ଣ ଓ କଟାଇତ୍ ରୌପ୍ୟ ଜିତିଥିଲେ ।
  • ଏଆଇକେଏଫ୍ ଜାତୀୟ ପ୍ରତିଯୋଗିତାର ୧୮-୨୦ ବର୍ଷ ବୟସ ବର୍ଗରେ ୨୦୦୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ପଦକ ଜିତିଥିଲେ ।
  • ୨୦୦୭ରେ ୩୩ତମ ଜାତୀୟ ପ୍ରତିଯୋଗିତା, ଗୌହାଟୀ, ଆସାମରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ ।
  • ୨୦୧୦ରେ ଚେନ୍ନାଇଠାରେ ଅନୁଷ୍ଠିତ ୨୩ତମ ବୟୋଜ୍ୟେଷ୍ଠ ଜାତୀୟ କରାଟେ ପ୍ରତିଯୋଗିତାରେ, ୫୦ କେଜି ବିଭାଗରେ ସେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଥିଲେ ।
  • ୨୦୧୧ ମସିହାରେ ୩୪ତମ ଜାତୀୟ ପ୍ରତିଯୋଗିତା, ରାଞ୍ଚିରେ ମଧ୍ଧ୍ୟ ସେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିୱ ରୌପ୍ୟ ଜିତିଥିଲେ ।
  • ୨୦୧୨ରେ ୨୫ତମ ବୟୋଜ୍ୟେଷ୍ଠ ଜାତୀୟ କରାଟେ ପ୍ରତିଯୋଗିତା, ଦିଲ୍ଲୀରେ, ଦୁଇଟି ସ୍ୱର୍ଣ୍ଣ ଜିତିଥିଲେ ।
  • ୨୦୧୨ରେ ଏଆଇକେଏଫ୍ ଜାତୀୟ ପ୍ରତିଯୋଗିତା, ନୂଆଦିଲ୍ଲୀରେ ୫୦କେଜି ବିଭାଗରେ ସେ ଦୁଇଟି ସ୍ୱର୍ଣ୍ଣ ଜିତିଥିଲେ ।

ଆଧାର[ସମ୍ପାଦନା]