ଭାରିସେଲା ଜୋଷ୍ଟର ଇମ୍ମ୍ୟୁନ ଗ୍ଲୋବୁଲିନ
| Clinical data | |
|---|---|
| Trade names | VariZIG |
| Synonyms | Antivaricella-zoster Immunoglobulin |
| AHFS/Drugs.com | monograph |
ଭାରିସେଲା ଜୋଷ୍ଟର ଇମ୍ମ୍ୟୁନ ଗ୍ଲୋବୁଲିନ ( VZIG, VarIg ), ଭାରିଜେଆଇଜି ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା, ଏକ ଔଷଧ ଯାହା ଭାରିଜେଆଇଜି ଭାଇରସ ( ହାଡ଼ଫୁଟି କିମ୍ବା ହର୍ପିସ୍ ଜୋସ୍ଟର ) ସଂସ୍ପର୍ଶରେ ଆସିବା ପରେ ଏହି ରୋଗର ଅଧିକ ବିପଦ ଥିବା ଲୋକଙ୍କଠାରେ ବ୍ୟବହୃତ ହୁଏ ।[୧] [୨] ଉଚ୍ଚ ବିପଦରେ ଥିବା ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ନଥିବା କିମ୍ବା ଗର୍ଭବତୀ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତିମାନଙ୍କୁ ଦିଆଯାଏ ।[୧] ଏହା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ରାସ୍ ଏବଂ ବାନ୍ତି ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିମ୍ନ ରକ୍ତଚାପ, ଜ୍ୱର ଏବଂ ଆଲର୍ଜିକ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଆଇଜିଏ (IgA )ଅଭାବ ଥିବା ଲୋକଙ୍କ ପାଇଁ ବିଶେଷ ଯତ୍ନ ଆବଶ୍ୟକ ।[୧] ଏହା ଏକ ଇମ୍ମ୍ୟୁନ ଗ୍ଲୋବୁଲିନ୍, ବିଶେଷକରି ଏକ ଗାମା ଗ୍ଲୋବୁଲିନ୍, ଯାହା ଭିଜେଡଭି (VZV) ବିରୁଦ୍ଧରେ ଅଧିକ ପରିମାଣର ଆଣ୍ଟିବଡି ଥିବା ଲୋକଙ୍କ ରକ୍ତରୁ ତିଆରି ହୁଏ । [୩] [୧]
ଭାରିସେଲା ଜୋଷ୍ଟର ଇମ୍ମ୍ୟୁନ ଗ୍ଲୋବୁଲିନ୍ ୧୯୭୮ ମସିହାରୁ ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତି ୧୨୫ ଆଇୟୁ ପାଇଁ ଏହାର ମୂଲ୍ୟ ପ୍ରାୟ ୨୦୦୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଜଣେ ବୟସ୍କଙ୍କ ପାଇଁ ଏକ ଡୋଜର ମୂଲ୍ୟ ୨,୪୦୦ ପାଉଣ୍ଡ ଅଟେ । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Varicella Zoster Immune Globulin Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 16 September 2021.
- ↑ ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1355. ISBN 978-0-85711-369-6.
{{cite book}}: CS1 maint: date format (link) - ↑ ୩.୦ ୩.୧ Canada, Public Health Agency of (18 July 2007). "Canadian Immunization Guide: Part 5 - Passive Immunization". www.canada.ca. Archived from the original on 16 June 2021. Retrieved 16 September 2021.
- ↑ Centers for Disease Control and Prevention, (CDC). (19 July 2013). "Updated recommendations for use of VariZIG--United States, 2013". MMWR. Morbidity and mortality weekly report. 62 (28): 574–6. PMID 23863705.
- ↑ "VariZIG Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 16 September 2021.