Jump to content

ଭାରତୀ (ତାମିଲ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଭାରତୀ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୩-୨୦୧୫

ଭାରତୀ ତାମିଲ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ୨୦୦୭ ମସିହାରେ ଉଭୟ ତାଲିମ ଓ ମଲାୟଲମ ଭାଷାରେ ମୁକ୍ତିଲାଭ କରିଥିବା ଅମ୍ମୁବାଗିୟା ନାନ କଥାଚିତ୍ରରେ ତାଙ୍କ ଅଭିନୀତ ଭୂମିକା ପାଇଁ ସମୀକ୍ଷକ ଓ ଦର୍ଶକଙ୍କଠାରୁ ପ୍ରସଂଶା ପାଇଥିଲେ []

ଅଭିନୟ ଜୀବନ

[ସମ୍ପାଦନା]

ଭାରତୀ ୨୦୦୩ ମସିହାରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୭ ମସିହାରେ, ନିର୍ଦ୍ଦେଶ ପଦ୍ମମଗନଙ୍କ ନିର୍ଦ୍ଦେଶିତ କଥାଚିତ୍ର ଅମ୍ମୁବାଗିୟା ନାନରେ ଜଣେ ବେଶ୍ୟା ଭୂମିକାରେ ଅଭିନୟ କରିଥିଲେ, ଯିଏକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚେଷ୍ଟା କରୁଥିଲେ । ଏହି କଥାଚିତ୍ରରେ ତାଙ୍କ ଚରିତ୍ରକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[][] କିନ୍ତୁ ଏହା ବ୍ୟତୀତ, ସେ ସେତେଟା ଆଗ ଧାଡ଼ିର ତାମି କଥାଚିତ୍ରରେ କାମ କରିବାର ସୁଯୋଗ ପାଇନଥିଲେ ଏବଂ ମାଲାୟଲମ କଥାଚିତ୍ର ଜଗତରେ କାମ କରିଥିଲେ । ସେ ମାମୂଟିଙ୍କ ନାୟିକା ଭାବରେ ଏକ ଚଳଚ୍ଚିତ୍ରରେ ସୁଯୋଗ ପାଇଥିଲେ, ମାତ୍ର ପରେ ରାଇ ଲକ୍ଷ୍ମୀ ତାଙ୍କ ବଦଳରେ ଏଥିରେ କାମ କରିଥିଲେ ।[] ୨୦୦୮ରେ ତାଙ୍କ ଅଭିନୀତ ପ୍ରଥମ ମାଲାୟଲମ କଥାଚିତ୍ର ଆୟୁଧମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ସୁରେଶ ଗୋପୀଙ୍କ ନାୟିକା ଭାବରେ କାମ କରିଥିଲେ ଏବଂ ବିଜୁ ପାଲ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସେ ନେଞ୍ଜାତାଇ କିଲ୍ଲାଡେରେ ବିକ୍ରାନ୍ତ ସହିତ କାମ କରିଥିଲେ ।[][]

ସେ ତାଙ୍କ ମ୍ୟାନେଜର ମୁରୁଗନଙ୍କୁ ବିବାହ କରିବା ପରେ, ଅଭିନୟ ଜଗତରୁ ଦୂରେଇ ଯାଇଥିଲେ,[] କିନ୍ତୁ ୨୦୧୨ ମସିହାରେ ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଅନ୍ୟ ଭାଷା ବିଷୟରେ ଲେଖା ହୋଇନଥିଲେ, ସମସ୍ତ କଥାଚିତ୍ରଗୁଡ଼ିକ ତାମିଲ ଭାଷାରେ ।
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୨୦୦୩ଅରସୁମୀରାଙ୍କ ସାଙ୍ଗ
ୱେଲ୍ ଡନ୍ତମରାଇଙ୍କ ସାଙ୍ଗ
ଏନାକ୍କୁ ୨୦ ଉନାକ୍କୁ ୧୮କଲେଜ ଛାତ୍ରୀତେଲୁଗୁ ଓ ତାମିଲ
୨୦୦୪କ୍ୟାମ୍ପସ୍ଛାତ୍ରୀ
୨୦୦୫ଭେଟ୍ରିବେଲ୍ ଶକ୍ତିବେଲ୍ସେଲ୍‌ଭି
୨୦୦୬ୟୁଗଭାବନା
୨୦୦୭ଲାୟା
ଅମ୍ମୁବାଗିୟା ନାନ୍ଅମ୍ମୁ
୨୦୦୮ନେଞ୍ଜାତାଇ କିଲ୍ଲାଡେଆନନ୍ଦୀ
ଆୟୁଧମ୍ରଜିୟାମାଲାୟଲମ କଥାଚିତ୍ର
୨୦୦୯ସତ୍ରୁମୁନ୍ କିଦାଇତା ଥଗବାଲତେନ୍‌ମୋଜି
ଆଦତ ଆତ୍ତାମେଲ୍ଲାମଦିବ୍ୟା
ଅଭିନୀତ ଧାରାବାହିକ
  • ରୁଦ୍ରମ୍ (ଜୟା ଟିଭି)
  • ଅଧେୟ କଙ୍ଗାଲ (ଜୟା ଟିଭି)
  • କଲ୍ୟାଣୀ (ସୂର୍ଯ୍ୟ ଟିଭି)
  • ସୋନ୍ଧା ବନ୍ଧମ୍ (ସନ୍ ଟିଭି)
  1. "Ammuvagiya Naan Bharathi still busy". The Times of India.
  2. "Tamil movies : Lead heroines reject the role of a prostitute Ammuvagiya Naan Movie Gallery parthipan parthiban pachakuthirai namitha puthiya pathai seetha parthipan bharathi tamil actor actress tamil movies".
  3. "AMMUVAAGHIYA NAAN MOVIE REVIEW R Parthiban Bharathi Mahadevan Thennavan Abhishek Rajashree director Padmamagan production P S Sekar Music Sabesh Murali hot stills picture image gallery".
  4. "Bharathi goes to Kerala!". www.sify.com. Archived from the original on 24 September 2015. Retrieved 9 August 2022.
  5. "Bharathi in Mollywood - Malayalam News". 5 May 2008. Archived from the original on 22 July 2024. Retrieved 22 July 2024.
  6. "Kanal Kannan turns hero". Sify. Archived from the original on 5 March 2016. Retrieved 9 July 2015.
  7. "Bharathi pairs with Kanal Kannan - Tamil News". 23 January 2008. Archived from the original on 22 July 2024. Retrieved 22 July 2024.
  8. "Wedding bells for Bharathi - Tamil News". 23 June 2008. Archived from the original on 22 July 2024. Retrieved 22 July 2024.
  9. "Tamil Cinema News | Tamil Movie Reviews | Tamil Movie Trailers - IndiaGlitz Tamil". Archived from the original on 18 August 2010.

ବାହାର ଲିଙ୍କ୍

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ ଭାରତୀ