Jump to content

ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯

ଉଇକିପିଡ଼ିଆ‌ରୁ
ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯
An Act to consolidate and amend the law relating to Stamps
ନିୟମାକାରକImperial Legislative Assembly
Date enacted27 January 1899
Date effective1 July 1899
Status: In force

ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ଆଇନ, ଯେଉଁଥିରେ ଆଇନଗତ ଦଲିଲପତ୍ରମାନଙ୍କ ଉପରେ ଷ୍ଟାମ୍ପ ମାଧ୍ୟମରେ ଶୁଳ୍କ ଆଦାୟ ପାଇଁ ବ୍ୟବସ୍ଥା ରହିଛି ।[]

ଭାରତୀୟ ଆଇନ ବ୍ୟବସ୍ଥାରେ କୋର୍ଟ ଫି ଏବଂ ଷ୍ଟାମ୍ପ ମଧ୍ୟରେ ପ୍ରଭେଦ ଏହିକି ଯେ ଅଦାଲତରେ ମାମଲା (ବିଶେଷ ଭାବେ ଦେୱାନୀ) କିମ୍ବା ପିଟିସନ ଦାଖଲ କରିବା ପାଇଁ ଯେଉଁ ସରକାରୀ ଶୁଳ୍କ ବା ଫି ଦେୟ, ତାହା କୋର୍ଟ ଫି ମାଧ୍ୟମରେ ପ୍ରଦାନ କରାଯାଏ ଏବଂ ତାହା "Court Fees Act, 1870" ଦ୍ୱାରା ନିୟନ୍ତ୍ରଣ କରାଯାଏ । କିନ୍ତୁ କୌଣସି ଦଲିଲ/ଦସ୍ତାବେଜର ଆଇନଗତ ବୈଧତା ନିମନ୍ତେ ସେହି ଦଲିଲ ନିଷ୍ପାଦନ ସମୟରେ ଉକ୍ତ ଦଲିଲ ଉପରେ ଯେଉଁ ଫି ଲଗାଯାଏ, ତାହା ଷ୍ଟାମ୍ପ । ଏହାର ନିୟନ୍ତ୍ରଣ ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ କାର୍ଯ୍ୟକାରୀ ହୋଇଛି ।

ଓଡ଼ିଶା ସରକାରଙ୍କ ଦ୍ଵାରା "ORISSA STAMP (IMPOSITION OF SURCHARGE) ACT, 1974" ପାରିତ ଦେବା ଦ୍ୱାରା ଓଡ଼ିଶାରେ ମୂଳ ଅଧିନିୟମ ଅନୁସାରେ ଆଇନଗତ ଦଲିଲ ଉପରେ ଲାଗୁଥିବା ଷ୍ଟାମ୍ପର ପରିମାଣ ସହ ୧୦ ପ୍ରତିଶତ ଏକ ବର୍ଦ୍ଧିତ ଶୁଳ୍କ ଦେବାକୁ ହୋଇଥାଏ ।[] ଉଦାହରଣ ସ୍ଵରୂପ ଏକ ଆଫିଡେଭିଟରେ ଦେୟ ଷ୍ଟାମ୍ପ ଡ୍ୟୁଟି (ଓଡ଼ିଶା ପାଇଁ) ନିର୍ଣ୍ନୟ କରିବାକୁ ହେଲେ, ମୂଳ ଅଧିନିୟମରେ (ଓଡ଼ିଶା ସଂଶୋଧନ-୨୦୦୧) ମାତ୍ର ୧୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେୟ ଥିବା ସତ୍ତ୍ଵେ "ORISSA STAMP (IMPOSITION OF SURCHARGE) ACT, 1974" ବଳରେ ୧୦ ଟଙ୍କା ସହ ବର୍ଦ୍ଧିତ ଡ୍ୟୁଟି ଆଉ ୧୦% ଅର୍ଥାତ ୧ ଟଙ୍କା ମିଶାଇ ମୋଟ ୧୧ ଟଙ୍କା ହୁଏ ।

ସଂଶୋଧନ

[ସମ୍ପାଦନା]

ଏହି ଆଇନକୁ “ସୁରକ୍ଷା ସ୍ୱାର୍ଥ ପ୍ରବଳନ ଓ ଋଣ ଆଦାୟ ଆଇନ ଏବଂ ବିଭିନ୍ନ ବ୍ୟବସ୍ଥା (ସଂଶୋଧନ) ବିଲ୍, ୨୦୧୬” ଦ୍ୱାରା ସଂଶୋଧନ କରାଯାଇଥିଲା, ଯାହା 2 ଅଗଷ୍ଟ 2016 ରେ ଲୋକସଭାରେ ପାସ୍ ହୋଇଥିଲା।[]

ଓଡ଼ିଶା ସରକାରଙ୍କ ଦ୍ୱାରା ସଂଶୋଧନ

[ସମ୍ପାଦନା]

ଓଡ଼ିଶା ସରକାର ବିଭିନ୍ନ ସମୟରେ ଏହି ଅଧିନିୟମର ସଂଶୋଧନ କରିଛନ୍ତି ।

ଓଡ଼ିଶା ସଂଶୋଧନ ଅଧିନିୟମ ୨୦୦୧

[ସମ୍ପାଦନା]

ଏହି ସଂଶୋଧନ ଫଳରେ ମୂଳ ଆଧିନିୟମର ଶିଡ୍ୟୁଲରେ (ଓଡ଼ିଶା ସଂଶୋଧନ ଶିଡ୍ୟୁଲ 1-A) ଥିବା ଆର୍ଟିକିଲ ୪ (ଆଫିଡେଭିଟ ପାଇଁ), ୧୬ ୩୧ ତଥା ଅନେକ ଅନ୍ୟ ଧାରାର ସଂଶୋଧନ କରି ଷ୍ଟାମ୍ପ ମୂଲ୍ୟରେ ପରିବର୍ତ୍ତନ କରାଯାଇଥିଲା ।[] ଏହି ଓଡ଼ିଶା ସଂଶୋଧନରେ ମୂଳ ଅଧିନିୟମର ଆର୍ଟିକିଲ ୪ ରେ ଥିବା ଆଫିଡେଭିଟର ଷ୍ଟମ୍ପ ଡ୍ୟୁଟି ବୃଦ୍ଧି କରାଯାଇ ୧୦ ଟଙ୍କା ହୋଇଥିଲା ।[]

ଓଡ଼ିଶା ସଂଶୋଧନ ଅଧିନିୟମ ୨୦୦୮

[ସମ୍ପାଦନା]

ଏହି ସଂଶୋଧନ ଫଳରେ ମୂଳ ଅଧିନିୟମର ଧାରା ୪୭-କ ର ସଂଶୋଧନ କରାଯାଇଥିଲା ।[]

ଓଡ଼ିଶା ସଂଶୋଧନ ଅଧିନିୟମ ୨୦୧୨

[ସମ୍ପାଦନା]

ଏହି ସଂଶୋଧନ ଫଳରେ ଶିଡ୍ୟୁଲ 1-Aର ଆର୍ଟିକଲ ୬ ଓ ଆର୍ଟିକଲ ୫୪ର ସଂଶୋଧନ କରାଯାଇଥିଲା । ଆର୍ଟିକଲ ୫୪ ର ସଂଶୋଧନ ଫଳରେ କୃଷି ଉଦ୍ଦେଶ୍ୟରେ ଋଣ ନେଉଥିବା ବେଳେ ତତ ସଂପର୍କିତ ଦସ୍ତାବିଜରେ ଷ୍ଟାମ୍ପ ଛାଡର ବ୍ୟବସ୍ଥା ରହିଲା ।[]

  1. "Indian Stamp Act, 1899". 1899-01-27. {{cite journal}}: Cite journal requires |journal= (help)
  2. ORISSA ACT 5 OF 1975. "Wayback Machine" (PDF). law.odisha.gov.in. Archived from the original (PDF) on 21 June 2021. Retrieved 31 December 2025.{{cite web}}: CS1 maint: numeric names: authors list (link)
  3. "Lok Sabha passes bill to fast track debt recovery". The Economic Times. 2016-08-02. ISSN 0013-0389. Retrieved 2025-12-30.
  4. "Orissa Act 1 of 2003" (PDF). law.odisha.gov.in. Archived from the original (PDF) on 13 July 2022. Retrieved 30 December 2025.
  5. "Indian Stamp (Orissa Amendment) Act, 2001". latestlaws.com (in ଇଂରାଜୀ). Retrieved 2025-12-31.
  6. "The Indian Stamp (orissa Amendment) Act, 2008, India-legitquest". www.legitquest.com. Retrieved 2025-12-30.
  7. "NOTIFICATION" (PDF). igrodisha.gov.in. Retrieved 30 December 2025.