ଭାରତୀୟ ନ୍ୟାୟ ସଂହିତା, ୨୦୨୩
| ଭାରତୀୟ ନ୍ୟାୟ ସଂହିତା, ୨୦୨୩ | |
|---|---|
| ଭାରତର ସଂସଦ | |
| An Act to consolidate and amend the provisions relating to offences and for matters connected therewith or incidental thereto. | |
| ଆଧାର | Act No. 45 of 2023 |
| Territorial extent | |
| ନିୟମାକାରକ | ଲୋକ ସଭା |
| Date passed | 20 December 2023 |
| Enacted by | ରାଜ୍ୟ ସଭା |
| Date passed | 21 December 2023 |
| Date assented to | 25 December 2023 |
| Date commenced | 1 July 2024 |
| ପରିଚାଳିକା ଇତିହାସ | |
| Bill introduced in the ଲୋକ ସଭା | The Bharatiya Nyaya (Second) Sanhita Bill, 2023 |
| ବିଲ ଟୀକା | Bill No. 173 of 2023 |
| Bill published on | 12 December 2023 |
| Introduced by | Amit Shah (Home Minister) |
| Bill introduced in the ରାଜ୍ୟ ସଭା | The Bharatiya Nyaya (Second) Sanhita Bill, 2023 |
| Bill published on | 20 December 2023 |
| Introduced by | Amit Shah (Home Minister) |
| Repealing legislation | |
| ଭାରତୀୟ ଦଣ୍ଡ ସଂହିତା, ୧୮୬୦ | |
| Related legislation | |
| Bharatiya Nagarik Suraksha Sanhita and Bharatiya Sakshya Adhiniyam, 2023 | |
| Summary | |
| The bill seeks to replace the entire Indian Penal Code and to provide a new approach for penalties and punishments for crimes defined under a new pattern. | |
| Status: In force | |
ଭାରତୀୟ ନ୍ୟାୟ ସଂହିତା, ୨୦୨୩ (IAST: Bhāratīya Nyāya Saṃhitā; ଅର୍ଥାତ 'ଭାରତୀୟ ନ୍ୟାୟ ସଂହିତା, ୨୦୨୩') ହେଉଛି ଭାରତର ଆଧିକାରିକ ଦଣ୍ଡ ସଂହିତା । ଡିସେମ୍ବର ୨୦୨୩ ରେ ଭାରତର ସଂସଦରେ ପାରିତ ହୋଇଥିବା ଏହି ଆଇନ ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି, ଏବଂ ପୂର୍ବରୁ ପ୍ରଚଳିତ ଥିବା ଭାରତୀୟ ଦଣ୍ଡ ସଂହିତା (IPC) କୁ ପ୍ରତିସ୍ଥାପନ କରିଛି ।
ପୃଷ୍ଠଭୂମି ଓ ସମୟ ରେଖା
[ସମ୍ପାଦନା]- ୧୧ ଅଗଷ୍ଟ ୨୦୨୩ ରେ, ଭାରତର ଗୃହ ମନ୍ତ୍ରୀ ଅମିତ ଶାହା ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍, ୨୦୨୩ ପେଶ୍ କଲେ ।
- ୧୨ ଡିସେମ୍ବର ୨୦୨୩ ରେ, ଏହି ବିଲ୍କୁ ପ୍ରତ୍ୟାହୃତ କରାଗଲା ।
- ୧୨ ଡିସେମ୍ବର ୨୦୨୩ ରେ, ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା ବିଲ୍, ୨୦୨୩ ଲୋକସଭାରେ ପେଶ୍ ହେଲା ।
- ୨୦ ଡିସେମ୍ବର ୨୦୨୩ ରେ, ଏହି ବିଲ୍ ଲୋକସଭାରେ ପାରିତ ହେଲା ।
- ୨୧ ଡିସେମ୍ବର ୨୦୨୩ ରେ, ଏହି ବିଲ୍ ରାଜ୍ୟସଭାରେ ପାରିତ ହେଲା ।
- ୨୫ ଡିସେମ୍ବର ୨୦୨୩ ରେ, ଭାରତ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲା ।[୧]
- ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଅନୁଯାୟୀ ପ୍ରଥମ ମାମଲା ଗ୍ୱାଲିଓରରେ ରେଜିଷ୍ଟ୍ରିଭୁକ୍ତ ହୋଇଥିଲା ।
ପରିବର୍ତ୍ତନ
[ସମ୍ପାଦନା]ଭାରତୀୟ ନ୍ୟାୟ ସଂହିତା (BNS)ରେ, ୨୦ଟି ନୂତନ ଅପରାଧ ଯୋଡ଼ାଯାଇଛି ଓ ପୁରୁଣା ଭାରତୀୟ ଦଣ୍ଡ ସଂହିତା (IPC)ର ୧୯ଟି ପ୍ରାବଧାନ ବିଲୋପ କରାଯାଇଛି । ୩୩ଟି ଅପରାଧ ପାଇଁ ଦଣ୍ଡର ପରିମାଣ ବଢ଼ାଯାଇଛି ଓ ୮୩ଟି ଅପରାଧ ପାଇଁ ଅର୍ଥଦଣ୍ଡ ବଢ଼ାଯାଇଛି । ୨୩ଟି ଅପରାଧ ପାଇଁ ଅନିବାର୍ଯ୍ୟ ନ୍ୟୁନତମ ଦଣ୍ଡ ବ୍ୟବସ୍ଥା ରହିଛି । ୬ଟି ଅପରାଧ ପାଇଁ ସାମୁଦାୟିକ ସେବା ଭଳି ଦଣ୍ଡର ପ୍ରାବଧାନ ଯୋଡାଯାଇଛି ।[୨]
ଶରୀର ବିରୁଦ୍ଧରେ ଅପରାଧ: BNSରେ ମାନବ ହତ୍ୟା, ଆତ୍ମହତ୍ୟା ପ୍ରୋତ୍ସାହନ, ଆକ୍ରମଣ ଓ ଗୁରୁତର ଆହତ କରିବା ସମ୍ବନ୍ଧିତ ଅପରାଧ ଏବଂ ଏ ସମ୍ପର୍କିତ ଦଣ୍ଡ ବିଷୟରେ ପୁରୁଣା ଭାରତୀୟ ଦଣ୍ଡ ସଂହିତା (IPC)ର ପ୍ରାବଧାନ ଅତୁଟ ରଖିଛି । କିନ୍ତୁ ଏହାରେ ସଂଗଠିତ ଅପରାଧ, ଆତଙ୍କବାଦ, ଓ ନିର୍ଦ୍ଦିଷ୍ଟ କାରଣରେ ଦଳ ଦ୍ୱାରା ହତ୍ୟା କିମ୍ବା କିଛି ସଂଗୋଷ୍ଠୀ ମିଳିତ ଭାବେ ଗୁରୁତର ଆହତ କରିବା ଭଳି ନୂତନ ଅପରାଧ ଯୋଡ଼ାଯାଇଛି ।
ମହିଳାଙ୍କ ବିରୁଦ୍ଧରେ ଲିଙ୍ଗୀୟ ଅପରାଧ: BNSରେ ବଳାତ୍କାର, ଚୋରାରେ ମହିଳାଙ୍କ ସଂବେଦନଶୀଳ ଅଂଗ ସଂଦର୍ଶନ ଓ ମହିଳାଙ୍କ ସମ୍ମାନ ହାନି କରିବା ଭଳି ବିଭିନ୍ନ ପୁରୁଣା ଭାରତୀୟ ଦଣ୍ଡ ସଂହିତା (IPC)ର ପ୍ରାବଧାନ ଅତୁଟ ରଖିଛି । ତେବେ ସାମୁହିକ ବଳାତ୍କାର ଘଟଣାରେ ପୀଡିତାଙ୍କୁ ପ୍ରାପ୍ତବୟସ୍କ ବୋଲି ଗଣନା କରିବା ବୟସକୁ ୧୬ରୁ ବଢ଼ାଇ ୧୮ ବର୍ଷ କରାଯାଇଛି ।
ସମ୍ପତ୍ତି ବିରୁଦ୍ଧରେ ଅପରାଧ: BNSରେ ଚୋରି, ଛିନତାଇ, ଘରଭାଙ୍ଗିବା ଓ ଠକେଇ ଭଳି ପୁରୁଣା ଭାରତୀୟ ଦଣ୍ଡ ସଂହିତା (IPC)ର ପ୍ରାବଧାନ ଅତୁଟ ରଖିଛି । ତେବେ ଏଥିରେ ସାଇବର ଅପରାଧ ଓ ଆର୍ଥିକ ଠକେଇ ଭଳି ନୂତନ ଅପରାଧ ଯୋଗ ହୋଇଛି ।
ରାଜ୍ୟ ବିରୁଦ୍ଧରେ ଅପରାଧ: BNSରେ ରାଜଦ୍ରୋହ (sedition)କୁ ଫୌଜଦାରୀ ଅପରାଧ ଶ୍ରେଣୀରୁ ବିଲୋପ କରିଛି । ଏହା ପରିବର୍ତ୍ତେ ଭାରତର ସାର୍ବଭୌମତା, ଏକତା ଓ ଅଖଣ୍ଡତାକୁ ବିପଦରେ ପକାଇଥିବା ଭଳି କାର୍ଯ୍ୟକୁ ନୂତନ ଅପରାଧ ଭାବେ ଯୋଡ଼ାଯାଇଛି ।
ସାଧାରଣ ଜନତା ବିରୁଦ୍ଧରେ ଅପରାଧ: BNSରେ ପରିବେଶ ପ୍ରଦୂଷଣ ଓ ମାନବ ଚାଲାଣ ଭଳି ନୂତନ ଅପରାଧ ଭାବେ ଯୋଡ଼ାଯାଇଛି ।[୩]
ଇ-ଏଫ୍ଆଇଆର୍ର ପ୍ରାବଧାନ: ନାଗରିକମାନଙ୍କ ସୁବିଧା ପାଇଁ ଜିରୋ ଏଫ୍ଆଇଆର୍, ଅର୍ଥାତ୍ ଇ-ଏଫ୍ଆଇଆର୍ ପ୍ରାବଧାନ ଆରମ୍ଭ କରାଯାଇଛି । ଏହା ଅନୁଯାୟୀ, ଅପରାଧ କେଉଁଠି ହେଉଥିଲେ ମଧ୍ୟ, ତାହାକୁ ନିଜ ଥାନା କ୍ଷେତ୍ର ବାହାରେ ମଧ୍ୟ ରେଜିଷ୍ଟର କରାଯାଇପାରିବ । ପରେ, ମାମଲାକୁ ୧୫ ଦିନ ମଧ୍ୟରେ ସମ୍ବନ୍ଧିତ ଥାନାକୁ ପଠାଇଦିଆଯିବ । ନୂତନ ନିୟମ ଅନୁଯାୟୀ, ପୋଲିସ ଥାନାରେ ଏକ ପୋଲିସ ଅଧିକାରୀକୁ ନିୟୋଜିତ କରାଯିବ, ଯିଏ ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ପରିବାରକୁ ମାମଲା ସନ୍ଦର୍ଭରେ ସୂଚନା ଦେବେ ।
ଆଲୋଚନା
[ସମ୍ପାଦନା]ଭାରତୀୟ ଦଣ୍ଡ ସଂହିତା ଭଳି, BNS ବିବାହିତ ବଳାତ୍କାରକୁ ଅପରାଧ ଭାବେ ଗ୍ରହଣ କରୁନାହିଁ । ଏଥିରେ 'ଯୌନ ଉତ୍ପୀଡନ' ଭଳି ଶବ୍ଦ ବଦଳରେ ‘ମହିଳାଙ୍କ ସମ୍ମାନହାନି’ ଭଳି ବାକ୍ୟ ବ୍ୟବହାର କରାଯାଇଛି । ଏଥିରେ ବିନା ସହମତିରେ ଗୁପ୍ତ ଅଶ୍ଳୀଳ ଭିଡିଓ ପ୍ରସାରଣର ଭୁକ୍ତଭୋଗୀଙ୍କୁ ଯଥେଷ୍ଠ ପ୍ରତିରକ୍ଷାର ବ୍ୟବସ୍ଥା ନାହିଁ । ଏଥିରେ ପୁରୁଷ ଏବଂ ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡର ବଳାତ୍କାର ବିଷୟରେ କୌଣସି ପ୍ରାବଧାନ ନାହିଁ ।
‘ଭାରତର ସାର୍ବଭୌମତା, ଏକତା ଓ ଅଖଣ୍ଡତାକୁ ବିପଦରେ ପକାଇଥିବା କାର୍ଯ୍ୟ’ ପାଇଁ ଥିବା ଧାରା ଅସ୍ପଷ୍ଟ ।
ପଶ୍ଚିମ ବଙ୍ଗ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସହଯୋଗୀ ଅଧ୍ୟାପକ ଫୈସଲ୍ ଫାସିହ କହିଛନ୍ତି ଯେ, ଏହି ନିୟମରେ ରାଜ୍ୟ ତଥା ପୋଲିସଙ୍କୁ ବ୍ୟାପକ ଶକ୍ତି ଦିଆଯାଇଛି, ଯାହା ଦ୍ଵାରା ନୂତନ ଦଣ୍ଡ ସଂହିତାର ଉଦ୍ଦେଶ୍ୟ ଦଣ୍ଡଦେବା ବ୍ୟତୀତ ନ୍ୟାୟ କେନ୍ଦ୍ରିତ କିପରି ହୋଇପାରିବ—ଏହା ଏକ ପ୍ରଶ୍ନବାଚୀ ।[୪][୫]
ସଂରଚନା
[ସମ୍ପାଦନା]ଭାରତୀୟ ନ୍ୟାୟ ସଂହିତା ୨୦ଟି ଅଧ୍ୟାୟ ଏବଂ ୩୫୮ ଧାରାକୁ ନେଇ ଗଠିତ । ପୁରୁଣା ଭାରତୀୟ ଦଣ୍ଡ ସଂହିତା ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି । ସଂହିତାର ଧାରାଗୁଡିକର ବର୍ଗୀକରଣ ନିମ୍ନମତେ କରାଯାଇଛି:[୬]
| ଅଧ୍ୟାୟ | ଧାରା | ଅପରାଧର ବର୍ଗୀକରଣ |
|---|---|---|
| ଅଧ୍ୟାୟ-୧ | ଧାରା ୧ ରୁ ୩ | ପ୍ରାରମ୍ଭିକ |
| ଅଧ୍ୟାୟ-୨ | ଧାରା ୪ ରୁ ୧୩ | ଦଣ୍ଡ ବିଷୟରେ |
| ଅଧ୍ୟାୟ-୩ | ଧାରା ୧୪ ରୁ ୪୪ | ସାଧାରଣ ବ୍ୟତିକ୍ରମ
ଆତ୍ମ ସୁରକ୍ଷାର ଅଧିକାର (ଧାରା ୩୪ ରୁ ୪୪) |
| ଅଧ୍ୟାୟ-୪ | ଧାରା ୪୫ ରୁ ୬୨ | ଅପରାଧିକ ପ୍ରରୋଚନ, ଷଡ଼ଯନ୍ତ୍ର ଓ କାରାବାସ କିମ୍ବା ଅନ୍ୟ ଦଣ୍ଡରେ ଦଣ୍ଡନୀୟ ଅପରାଧ ନିମନ୍ତେ ଉଦ୍ୟମ କରିବା |
| ଅଧ୍ୟାୟ-୫ | ଧାରା ୬୩ ରୁ ୯୯ | ସ୍ତ୍ରୀ ଏବଂ ଶିଶୁମାନଙ୍କ ବିରୁଦ୍ଧରେ ଅପରାଧ ସଂପର୍କରେ
|
| ଅଧ୍ୟାୟ-୬ | ଧାରା ୧୦୦ ରୁ ୧୪୬ | ମାନବ ଶରୀର ସମ୍ବନ୍ଧୀୟ ଅପରାଧ
|
| ଅଧ୍ୟାୟ-୭ | ଧାରା ୧୪୭ ରୁ ୧୫୮ | ରାଜ୍ୟ ବିରୁଦ୍ଧରେ ଅପରାଧ |
| ଅଧ୍ୟାୟ-୮ | ଧାରା ୧୫୯ ରୁ ୧୬୮ | ସ୍ଥଳସେନା, ବାୟୁସେନା ଏବଂ ନୌସେନା ସମ୍ବନ୍ଧୀୟ ଅପରାଧ ବିଷୟରେ |
| ଅଧ୍ୟାୟ-୯ | ଧାରା ୧୬୯ ରୁ ୧୭୭ | ନିର୍ବାଚନ ବିରୁଦ୍ଧରେ ଅପରାଧ |
| ଅଧ୍ୟାୟ-୧୦ | ଧାରା ୧୭୮ ରୁ ୧୮୮ | ସରକାରୀ ମୁଦ୍ରା, ବ୍ୟାଙ୍କ ନୋଟ୍ ଏବଂ ସ୍ଦରକାରୀ ଷ୍ଟାମ୍ପ ସମ୍ବନ୍ଧୀୟ ଅପରାଧ |
| ଅଧ୍ୟାୟ-୧୧ | ଧାରା ୧୮୯ ରୁ ୧୯୭ | ଜନସାଧାରଣଙ୍କ ଶାନ୍ତିଭଙ୍ଗ ଭଳି ଅପରାଧ |
| ଅଧ୍ୟାୟ-୧୨ | ଧାରା ୧୯୮ ରୁ ୨୦୫ | ଲୋକ ସେବକ/କର୍ମଚାରୀ ଦ୍ଵାରା ତଥା ସେମାନଙ୍କ ସମ୍ବନ୍ଧୀୟ ଅପରାଧ |
| ଅଧ୍ୟାୟ-୧୩ | ଧାରା ୨୦୬ ରୁ ୨୨୬ | ଲୋକ ସେବକ/କର୍ମଚାରୀଙ୍କ ବିଧିପୂରବକ ଅଧିକାର ବିରୁଦ୍ଧରେ ଅପରାଧ |
| ଅଧ୍ୟାୟ-୧୪ | ଧାରା ୨୨୭ ରୁ ୨୬୯ | ମିଥ୍ୟା ସାକ୍ଷ୍ୟ ଓ ବିଚାର ବିରୁଦ୍ଧ ସମ୍ବନ୍ଧୀୟ ଅପରାଧ |
| ଅଧ୍ୟାୟ-୧୫ | ଧାରା ୨୭୦ ରୁ ୨୯୭ | ସର୍ବସାଧାରଣ ସ୍ୱାସ୍ଥ୍ୟ, ସୁରକ୍ଷା, ସୁବିଧା, ଶିଷ୍ଟତା ଏବଂ ନୈତିକତା ସମ୍ବନ୍ଧୀୟ ଅପରାଧ |
| ଅଧ୍ୟାୟ-୧୬ | ଧାରା ୨୯୮ ରୁ ୩୦୨ | ଧର୍ମ ବିରୁଦ୍ଧରେ ଅପରାଧ |
| ଅଧ୍ୟାୟ-୧୭ | ଧାରା ୩୦୩ ରୁ ୩୩୪ | ସମ୍ପତ୍ତି ବିରୁଦ୍ଧରେ ଅପରାଧ
|
| ଅଧ୍ୟାୟ-୧୮ | ଧାରା ୩୩୫ ରୁ ୩୫୦ | ଦଲିଲ ତଥା ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ
|
| ଅଧ୍ୟାୟ-୧୯ | ଧାରା ୩୫୧ ରୁ ୩୫୭ | ଅପରାଧିକ ଧମକି, ଅପମାନ, ଚିଢାଇବା ଓ ମାନହାନି ସମ୍ବନ୍ଧୀୟ ଅପରାଧ
|
| ଅଧ୍ୟାୟ-୨୦ | ଧାରା ୩୫୮ | ନିରସନ ଏବଂ ବ୍ୟାବୃତି (358) |
ଆଧାର
[ସମ୍ପାଦନା]- ↑ "Bills to replace criminal codes enacted into law as President Murmu gives nod". Deccan Herald (in ଇଂରାଜୀ). Retrieved 2025-04-24.
- ↑ "Explained: Bharatiya Nyaya Sanhita, the new IPC, and the concerns around it". Financialexpress (in ଇଂରାଜୀ). 2023-12-21. Retrieved 2025-04-24.
- ↑ "Explained: New crimes under the Bharatiya Nyay Sanhita, and some grey areas". The Indian Express (in ଇଂରାଜୀ). 2024-07-01. Retrieved 2025-04-24.
- ↑ "Press Trust Of India". www.ptinews.com. Retrieved 2025-04-24.
- ↑ "LS passes Bharatiya Nyaya Sanhita Bill; Amit Shah says it focuses on justice rather than punishment- The New Indian Express". web.archive.org. 2023-12-20. Archived from the original on 2023-12-20. Retrieved 2025-04-26.
{{cite web}}: no-break space character in|title=at position 26 (help) - ↑ The Bharatiya Nyaya Sanhita, 2023 Archived 11 August 2023 at the Wayback Machine., PRS India, 10 August 2023
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |