ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩
ଦେଖଣା
ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ | |
---|---|
![]() | |
ଭାରତର ସଂସଦ | |
An act to consolidate and amend the law relating to Criminal Procedure. | |
ଆଧାର | Act No. 46 of 2023 |
Territorial extent | ![]() |
ନିୟମାକାରକ | ଲୋକ ସଭା |
Date passed | 20 December 2023 |
Enacted by | ରାଜ୍ୟ ସଭା |
Date passed | 21 December 2023 |
Date assented to | 25 December 2023 |
Date commenced | 1 July 2024 |
ପରିଚାଳିକା ଇତିହାସ | |
Bill introduced in the ଲୋକ ସଭା | The Bharatiya Nagarik Suraksha (Second) Sanhita, 2023 |
Introduced by | Home Minister, Amit Shah |
Bill introduced in the ରାଜ୍ୟ ସଭା | The Bharatiya Nagarik Suraksha (Second) Sanhita, 2023 |
Bill published on | 20 December 2023 |
Introduced by | Home Minister, Amit Shah |
Repealing legislation | |
Criminal Procedure Code | |
Related legislation | |
Bharatiya Nyaya Sanhita and Bharatiya Sakshya Adhiniyam | |
Status: In force |
ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ (IAST: Bhāratīya Nāgarik Surakśa Saṃhitā; ଅର୍ଥାତ୍ — 'ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩') ହେଉଛି ଭାରତରେ ଆପରାଧିକ ଆଇନ କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ପ୍ରମୁଖ ବିଧାନ।[୧][୨][୩] ଡିସେମ୍ବର ୨୦୨୩ ରେ ଭାରତର ସଂସଦରେ ପାରିତ ହୋଇଥିବା ଏହି ଆଇନ ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି, ଏବଂ ପୂର୍ବରୁ ପ୍ରଚଳିତ ଥିବା ଫୌଜଦାରୀ ପ୍ରକ୍ରିୟା ସଂହିତା (ଭାରତ)(CrPC) କୁ ପ୍ରତିସ୍ଥାପନ କରିଛି ।
ପୃଷ୍ଠଭୂମି ଓ ସମୟରେଖା
[ସମ୍ପାଦନା]- ୧୧ ଅଗଷ୍ଟ ୨୦୨୩ରେ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍, ୨୦୨୩ ଗୃହମନ୍ତ୍ରୀ ଅମିତ ଶାହ ଦ୍ୱାରା ଲୋକସଭାରେ ପ୍ରସ୍ତୁତ କରାଯାଇଥିଲା ।[୪][୫][୬]
- ୧୨ ଡିସେମ୍ବର ୨୦୨୩ରେ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍, ୨୦୨୩ ପ୍ରତ୍ୟାହୃତ ହୋଇଥିଲା ।
- ୧୨ ଡିସେମ୍ବର ୨୦୨୩ରେ, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ବିଲ୍, ୨୦୨୩ ଲୋକସଭାରେ ପ୍ରସ୍ତୁତ କରାଯାଇଥିଲା ।
- ୨୦ ଡିସେମ୍ବର ୨୦୨୩ରେ, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ବିଲ୍, ୨୦୨୩ ଲୋକସଭାରେ ପାରିତ ହୋଇଥିଲା ।
- ୨୧ ଡିସେମ୍ବର ୨୦୨୩ରେ, ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଥିଲା ।
- ୨୫ ଡିସେମ୍ବର ୨୦୨୩ରେ, ଏହି ବିଲ୍ ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା ।[୭]
ପ୍ରମୁଖ ପରିବର୍ତ୍ତନ
[ସମ୍ପାଦନା]BNSS ରେ କିଛି ମୁଖ୍ୟ ପରିବର୍ତ୍ତନ[୮] :
- ଗିରଫ: ନୂତନ ଅଧିନିୟମ BNSSରେ ଗିରଫର ଆଧାର ତଥା କାରଣ ବିସ୍ତାରିତ ହୋଇଛି ଏବଂ ଅଧିକ ମାମଲାରେ ବିନା ୱାରେଣ୍ଟରେ ଗିରଫ କରିବାକୁ ଅନୁମତି ଦେଇଛି ।
- ତଦନ୍ତ: ନୂତନ ଅଧିନିୟମ BNSSରେ ପୋଲିସର ଅପରାଧ ତଦନ୍ତ କରିବାର ଅଧିକାର ତଥା ଶକ୍ତିର ପରିସର ବୃଦ୍ଧି ପାଇଛି ଏବଂ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରିବାକୁ ପ୍ରାବଧାନ ରହିଛି ।
- ବିଚାର: BNSS ବିଚାର ପ୍ରକ୍ରିୟାକୁ ପୂର୍ବାପେକ୍ଷା ସରଳ କରିଛି ଏବଂ ଆଦାଳତଗୁଡ଼ିକୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ମାମଲା ସମାଧାନ କରିବା ନିର୍ଦ୍ଦେଶ ଦେଇଛି ।
ସମାଲୋଚନା
[ସମ୍ପାଦନା]- ନୂତନ ଅଧିନିୟମ BNSS ଦୋଷୀଙ୍କ ପାଇଁ ଜାମିନ୍ ପାଇବା ସମ୍ଭାବନାକୁ ଅଧିକ କଠିନ କରିଛି ଏବଂ ଅନୁରୋଧ ଆଧାରିତ ମାନ୍ୟତା (plea bargaining) ର ସୀମାକୁ ସୀମିତ କରିଛି ।
- ଏହା ପୋଲିସ୍ ଅଧିକାରୀଙ୍କୁ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ତାଙ୍କର ଡିଜିଟାଲ୍ ଉପକରଣ ଦେଖାଇବାକୁ ବାଧ୍ୟ କରିବା ଶକ୍ତି ପ୍ରଦାନ କରିଛି ।
- ଏହା ବିଚାର ପୂର୍ବରୁ ମଧ୍ୟ ଅଭିଯୁକ୍ତଙ୍କ ଥିବା ସମ୍ପତ୍ତିକୁ ଜବତ କରିବା ଏବଂ ଅନୁଲଗ୍ନ କରିବା ପାଇଁ ପୋଲିସଙ୍କୁ ଅଧିକାର ଦେଇଛି ।
- ୩ ବର୍ଷ କିନ୍ତୁ ୭ ବର୍ଷରୁ କମ୍ ଶାସ୍ତିଯୋଗ୍ୟ ପ୍ରତ୍ୟେକ ଧର୍ତ୍ତବ୍ୟ ଅପରାଧ ପାଇଁ, BNSS ଏକ ପ୍ରାଥମିକ ତଦନ୍ତ କରିବାକୁ ପୋଲିସ୍ ଅଧିକାରୀଙ୍କୁ ବାଧ୍ୟ କରିଛି, ଯାହା ପରେ ଏକ ପ୍ରାଥମିକ ସୂଚନା (FIR) ଦାଖଲ କରାଯିବ।
- ଏହି ବ୍ୟବସ୍ଥା ସୁପ୍ରିମ୍ କୋର୍ଟ୍ ଦ୍ୱାରା ୨୦୧୩ରେ ଲଲିତା କୁମାରୀ ବନାମ ଉତ୍ତର ପ୍ରଦେଶ ସରକାର ମାମଲାର ରାୟକୁ ପ୍ରତିସ୍ଥାପିତ କରେ, ଯେଉଁଠି ଆଦାଲତ ଅନ୍ୱେଷଣ କର୍ତ୍ତାମାନେ ପ୍ରାଥମିକ ସୂଚନା(FIR) ଦାଖଲ କରିବା ଆବଶ୍ୟକ କି ନୁହେଁ ବୋଲି ନିଷ୍ପତ୍ତି ନେବାରେ ଅବାଞ୍ଛିତ/ଅନାବଶ୍ୟକ ଶକ୍ତି ଥିବା ବୋଲି ମନ୍ତବ୍ୟ କରିଥିଲେ ।[୯][୧୦]
ଆଧାର
[ସମ୍ପାଦନା]- ↑ Singh, Vijaita (2023-08-11). "Centre seeks to overhaul British-era criminal laws". The Hindu (in Indian English). ISSN 0971-751X. Retrieved 2025-04-27.
- ↑ "'Sedition law to be repealed': Amit Shah introduces 3 bills to replace IPC, CrPC, Indian Evidence Act in Lok Sabha". The Times of India. 2023-08-11. ISSN 0971-8257. Retrieved 2025-04-27.
- ↑ ""Acts of Secession" Replaces Sedition: New Bills To Overhaul Criminal Laws". www.ndtv.com (in ଇଂରାଜୀ). Retrieved 2025-04-27.
- ↑ "Centre's 3 bills to revamp criminal laws: 'Aim to provide justice, not punish'". India Today (in ଇଂରାଜୀ). 2023-08-11. Retrieved 2025-04-27.
- ↑ Ghosh, Sanchari (2023-08-11). "'Will repeal offence of sedition,' Amit Shah introduces 3 bills in Parliament | Today News". mint (in ଇଂରାଜୀ). Retrieved 2025-04-27.
- ↑ "The 3 Bills That Will Soon Replace British-Era Criminal Laws. Their Aim Explained". www.ndtv.com (in ଇଂରାଜୀ). Retrieved 2025-04-27.
- ↑ Bureau, The Hindu (2023-12-25). "President Droupadi Murmu gives assent to the three Criminal Code bills". The Hindu (in Indian English). ISSN 0971-751X. Retrieved 2025-04-27.
- ↑ Bhaumik, Aaratrika (2023-12-18). "Revised criminal law bills: The key changes | Explained". The Hindu (in Indian English). ISSN 0971-751X. Retrieved 2025-04-27.
- ↑ V.Venkatesan (2024-07-02). "India's New Criminal Laws: A Step Back for Justice and Civil Rights?". Frontline (in ଇଂରାଜୀ). Retrieved 2025-04-27.
- ↑ "Manupatra Academy". www.manupatracademy.com (in ଇଂରାଜୀ). Retrieved 2025-04-27.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |