ଭାରତରେ ମିଳୁଥିବା ବିଭିନ୍ନ ଖଣିଜ ସମ୍ପଦର ପରିମାଣ ଓ ଏହାର ଏକ ତାଲିକା

ଉଇକିପିଡ଼ିଆ ରୁ
Jump to navigation Jump to search
  • କାର୍ବନ (ହୀରା): ଇତିହାସରୁ ଜଣାଯାଏ ଯେ ପ୍ରାଚୀନ କାଳରେ ଭାରତରେ ହିଁ କେବଳ ହୀରା ମିଳୁଥିଲା । ଏହା ମୁଖ୍ୟତଃ ଦକ୍ଷିଣ ଭାରତର ନଦୀ ଉପତ୍ୟକାରେ ମିଳୁଥିଲା ଖ୍ରୀଷ୍ଟପୁର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୧୮ଶ ଶତାବ୍ଦୀ ପର୍ଯ୍ୟନ୍ତ ହୀରା ଉତ୍ପାଦନରେ ଭାରତ ଅଗ୍ରଣି ଥିଲା । ୧୭୨୫ ଖ୍ରୀଷ୍ଟାବ୍ଦରେ ବ୍ରାଜିଲ ହୀରା ଉତ୍ପାଦନରେ ଭାରତ ଠାରୁ ଅଗ୍ରଣି ହୋଇଥିଲା ।
  • ସିଲିକନ: ଭାରତରେ ୨୦୦୬ ମସିହାରେ ୩୬୦୦୦ ଟନ୍‌ ସିଲିକନ୍‌ ଉତ୍ପାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୫.୧ ମିଲିଅନ ଟନ୍‌ ।
  • ଗନ୍ଧକ: ଭାରତରେ ୨୦୦୬ ମସିହାରେ ୧.୧୭୦ ମିଲିଅନ ଟନ୍‌ ସଲଫର ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୬୫.୭ ମିଲିଅନ ଟନ୍‌ ।
  • କ୍ୟାଲସିଅମ: ଭାରତରେ ୨୦୦୬ ମସିହାରେ ୨୨୦୩ ଟନ୍‌ କାଲସିଅମ ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୫.୫ ମିଲିଅନ ଟନ୍‌ ଏହି ବର୍ଷ ଭାରତରେ ଜିପସମ ଉତ୍ପାଦନର ପରିମାଣ ଥିଲା ୨.୬୪୭ ମିଲିଅନ ଟନ୍‌, ପୃଥିବୀରେ ଏହାର ଉପ୍ତାଦନ ପରିମାଣ ଥିଲା ୧୪୨.୫ ମିଲିଅନ ଟନ ।
  • ଟିଟାନିଅମ: ଭାରତରେ ୨୦୦୬ ମସିହାରେ ୬୯୦୦୦୦ ଟନ୍‌ ଇମିନାଈଟ ଓ ୨୦୦୦୦ ଟନ୍‌ ରୁଟାଇଲ ଉପ୍ତାଦିତ ହୋଇଥିଲା । (ଇମିନାଇଟ ଓ ରୁଟାଇଲ ଟିଟାନିଅମର ୨ଟି ଓର୍‌)।
  • କ୍ରୋମିଅମ: ଭାରତରେ ୨୦୦୬ ମସିହାରେ ୩.୯୫୭ ମିଲିଅନ ଟନ୍‌ କ୍ରୋମିଅମ ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୧୯.୨ ମିଲିଅନ ଟନ୍‌ ।
  • ମାଙ୍ଗାନିଜ: ଭାରତରେ ବହୁ ପରିମାଣର ମାଙ୍ଗାନିଜ ଗଛିତ ହୋଇ ରହିଛି ।
  • ଲୌହ: ଭାରତରେ ୨୦୦୬ ମସିହାରେ ୪୩.୦୯୮ ମିଲିଅନ୍‌ ଟନ୍‌ ଲୌହ ଓର୍‌ ଉପ୍ତାଦିତ ହୋଇଥିଲା, ଏହି ବର୍ଷ ବିଶ୍ୱ ଉପ୍ତାଦନର ପରିମାଣ ଥିଲା୧.୮୦ ବିଲିଅନ୍‌ ଟନ୍‌ । ଭାରତରେ ୨୦୦୬ ମସିହାରେ ୧୭୩.୯୭୬ ମିଲିଅନ୍‌ ଟନ୍‌ ପିଗ୍ ଆଇରନ ଉପ୍ତାଦିତ ହୋଇଥିଲା, ବିଶ୍ୱ ଉପ୍ତାଦନର ପରିମାଣ ଥିଲା ୯୨୫.୮ ମିଲିଅନ ଟନ ।
  • କୋବାଲ୍‌ଟ: ଭାରତରେ ୨୦୦୬ ମସିହାରେ ୧୧୮୪ ଟନ୍‌ କୋବାଲ୍‌ଟ ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୫୩,୪୦୦ଟନ୍‌ ।
  • ତମ୍ବା: ଭାରତରେ ୨୦୦୬ ମସିହାରେ ୩୧୦୦୦ ଟନ୍‌ କପର୍‌ ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୧୫.୧ ମିଲିଅନ ଟନ୍‌ ।
  • ଜିଙ୍କ: ଭାରତରେ ୨୦୦୬ ମସିହାରେ ୫୧୦୦୦୦ ଟନ୍‌ ଜିଙ୍କ ଉତ୍ପାଦନ ହୋଇଥିଲା ଯାହାକି ବିଶ୍ୱ ଉତ୍ପାଦନର ପ୍ରାୟ ୫ % ।
  • ବ୍ରୋମିନ: ଭାରତରେ ୨୦୦୬ ମସିହାରେ ୨୧୩୦ ଟନ୍‌ ବ୍ରୋମିନ ଉତ୍ପାଦନ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୪୮୧୦୦୦ ଟନ୍‌ ।
  • ଜିର୍କୋନିଅମ: ଭାରତରେ ୨୦୦୬ ମସିହାରେ ୨୨୦୦୦ ଟନ୍‌ ଜିରକୋନିୟମ ଉତ୍ପାଦନ ହୋଇଥିଲା ।
  • କାଡ଼ମିଅମ: ଭାରତରେ ୨୦୦୬ ମସିହାରେ ୪୮୦ ଟନ୍‌ କାଡମିୟମ୍ ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୨୧୧୦୦ ଟନ୍ ।
  • ବେରିୟମ: ଭାରତରେ ୨୦୦୬ ମସିହାରେ ୧.୪୭୫୯ ମିଲିୟନ୍ ଟନ୍‌ ବେରିୟମ୍ ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୮.୮ ମିଲିୟନ୍ ଟନ୍ ।
  • ବିରଳ ମୃତ୍ତିକା: ଭାରତରେ ୨୦୦୬ ମସିହାରେ ୨୭୦୦ ଟନ୍‌ ବିରଳ ମୃତ୍ତିକା ଉତ୍ପାଦନ ହୋଇଥିଲା । ଏହି ବର୍ଷ ଭାରତରେ ୫୦୦୦ ଟନ୍ ମୋନାଜଈଟ ଉତ୍ପାଦନ ହୋଇଥିଲା ।
  • ସୁନା: ଭାରତରେ ୨୦୦୬ ମସିହାରେ ୨.୩୬୨ ଟନ୍‌ ସୁନା ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୨୩୧୦ ଟନ୍ ।
  • ସୀସା:ଭାରତରେ ୨୦୦୬ ମସିହାରେ ୬୯୦୦୦ ଟନ୍‌ ସୀସା ଉତ୍ପାଦନ ହୋଇଥିଲା । ବିଶ୍ୱ ଉତ୍ପାଦନ ଥିଲା ପ୍ରାୟ ୩.୫ ମିଲିଅନ ଟନ୍ ।
                                                              ଅସମାପ୍ତ