ଭାବନା କଣ୍ଠ

ଉଇକିପିଡ଼ିଆ‌ରୁ
(ଭାବନା କାନ୍ତରୁ ଲେଉଟି ଆସିଛି)
ଭାବନା କଣ୍ଠ
ଭାବନା କଣ୍ଠ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1992-12-01) ୧ ଡିସେମ୍ବର ୧୯୯୨ (ବୟସ ୩୧)
ଦାରଭଙ୍ଗା, ବିହାର, ଭାରତ
ଜୀବନ ସାଥୀକହ୍ନେୟା ଆଚାର୍ଯ୍ୟ
ଶିକ୍ଷାନୁଷ୍ଠାନବି.ଏମ.ଏସ କଲେଜ ଅଫ ଇଂଜିନିୟରିଂ, ବି.ଏମ.ଏସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ବାଙ୍ଗାଲୋର
ବୃତ୍ତିଯୁଦ୍ଧ ବିମାନଚାଳକ
ପୁରସ୍କାରନାରୀ ଶକ୍ତି ପୁରସ୍କାର
Military service
ଆନୁଗତ୍ୟ ଭାରତ
Branch/service ଭାରତୀୟ ବାୟୁସେନା
ର‍୍ୟାଙ୍କ ଫ୍ଲାଇଟ୍ ଲେଫ୍ଟନାଣ୍ଟ

ଭାବନା କଣ୍ଠ ଭାରତର ପ୍ରଥମ ମହିଳା ବିମାନଚାଳକ ଅଟନ୍ତି ।[୧][୨][୩] ତାଙ୍କୁ ତାଙ୍କର ଦୁଇ ସହଯୋଗୀ ମୋହନା ସିଂ ଜିତରବାଲ ଏବଂ ଅବନୀ ଚତୁର୍ବେଦୀଙ୍କ ସହ ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ଭାବରେ ଘୋଷଣା କରାଯାଇଥିଲା । ଜୁନ ୨୦୧୬ ମସିହାରେ ଏହି ତିନିଜଣଙ୍କୁ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସେନାଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଥିଲେ ।[୪]

ମେ ୨୦୧୯ ମସିହାରେ, ସେ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ହୋଇଥିଲେ ଯିଏ ଯୁଦ୍ଧ ମିଶନ ଗ୍ରହଣ କରିବାକୁ ଯୋଗ୍ୟ ହୋଇଥିଲେ ।[୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଭାବନା ୧ ଡିସେମ୍ବର ୧୯୯୨ ମସିହାରେ ବିହାରର ଦାରଭଙ୍ଗାଠାରେ[୬] ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତେଜ ନାରାୟଣ କାନ୍ତ ଭାରତୀୟ ତୈଳ ନିଗମର ବୈଦ୍ୟୁତିକ ଇଞ୍ଜିନିୟର ଏବଂ ମାତା ରାଧା କାନ୍ତ ଜଣେ ଗୃହିଣୀ ଅଟନ୍ତି ।[୭] ବଡ ହେବାପରେ ସେ, ଖୋ ଖୋ, ବ୍ୟାଡମିଣ୍ଟନ, ସନ୍ତରଣ ଏବଂ ଚିତ୍ରକଳାକୁ ଭଲ ପାଉଥିଲେ ।

ଶିକ୍ଷା[ସମ୍ପାଦନା]

ଭାବନା କଣ୍ଠ ବରାଉନି ରେଫିନାରୀର ଡ଼ିଏଭି ପବ୍ଲିକ୍ ସ୍କୁଲରୁ ନିଜର ପାଠପଢ଼ା ସମାପ୍ତ କରିଥିଲେ । ସେ ରାଜସ୍ଥାନର କୋଟାଠାରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଅଧିକ ଅଧ୍ୟୟନ ପାଇଁ କାନ୍ତ ବେଙ୍ଗାଲୁରୁର ବିଏମ୍ଏସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂରୁ ମେଡିକାଲ୍ ଇଲେକ୍ଟ୍ରୋନିକ୍ସରେ ସ୍ନାତକୋତ୍ତର ଇଞ୍ଜିନିୟରିଂରେ ଯୋଗ ଦେଇଥିଲେ ।[୮] ସେ ୨୦୧୪ ମସିହାରେ ସ୍ନାତକ ହାସଲ କରିଥିଲେ ଏବଂ ଆଇଟି ଗ୍ରାଣ୍ଟ ଟାଟା କନ୍ସଲୁଟାନ୍ସ ସେବା ପାଇଁ ନିଯୁକ୍ତ ହୋଇଥିଲେ ।[୯]

ବୃତ୍ତି[ସମ୍ପାଦନା]

Prime Minister Narendra Modi with the Nari Shakti Awardees on International Women's Day in 2020.

କଣ୍ଠ ସର୍ବଦା ବିମାନ ଉଡେଇବାର ସ୍ୱପ୍ନ ଦେଖିଥିଲେ ।[୧୦] ସେ ବାୟୁସେନାର ସାଧାରଣ ପରୀକ୍ଷା ଦେଇଥିଲେ ଏବଂ ବାୟୁସେନାରେ ନିଯୁକ୍ତ ହେବା ପାଇଁ ମନୋନୀତ ହୋଇଥିଲ ।[୧୧]

ମାର୍ଚ୍ଚ ୯, ୨୦୨୦ ମସିହାରେ ତାଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନାରୀ ଶକ୍ତି ପୁରସ୍କାର ସହିତ ପୁରସ୍କୃତ କରିଥିଲେ ।[୧୨]

ଆଧାର[ସମ୍ପାଦନା]

  1. "Meet The Trio Who Will Be India's First Women Fighter Pilots". NDTV.com. Retrieved 2017-11-20.
  2. "Latest Current Affairs and News About Bhawana Kanth - Current Affairs Today". currentaffairs.gktoday.in (in ଆମେରିକୀୟ ଇଂରାଜୀ). Archived from the original on 2019-05-23. Retrieved 2017-11-20.
  3. Mohammed, Syed (2016-06-19). "For IAF's first women fighter pilots Mohana Singh, Bhawana Kanth & Avani Chaturvedi, sky is no limit". The Economic Times. Retrieved 2017-11-20.
  4. Krishnamoorthy, Suresh (2016-06-18). "First batch of three female fighter pilots commissioned". The Hindu (in Indian English). ISSN 0971-751X. Retrieved 2017-11-20.
  5. Gurung, Shaurya Karanbir (2019-05-22). "Bhawana Kanth becomes 1st fighter pilot to qualify to undertake combat missions". The Economic Times. Retrieved 2019-12-24.
  6. "Flt Lt Bhawana Kanth is the first woman fighter pilot to qualify for combat duty". The Indian Express (in ଆମେରିକୀୟ ଇଂରାଜୀ). 2019-05-23. Retrieved 2020-05-12.
  7. "India's First Women Fighter Pilots Get Wings". NDTV.com. Retrieved 2017-11-20.
  8. "Landmark event in IAF history: Meet India's first 3 women fighter pilots". Firstpost (in ଆମେରିକୀୟ ଇଂରାଜୀ). 2016-06-18. Retrieved 2017-11-20.
  9. "Supported by parents, Bhawana Kanth to script IAF history, become a fighter pilot". News18. Retrieved 2017-11-20.
  10. "First three women Air Force fighter pilots to be commissioned in December". Zee News (in ଇଂରାଜୀ). 2017-10-05. Retrieved 2017-11-20.
  11. "Meet country's first women fighter pilots- The Times of India". The Times of India. Retrieved 2017-11-20.
  12. "Flying MiG-21 Bison matter of pride: Flt Lt Bhawana Kanth". Livemint (in ଇଂରାଜୀ). 2020-03-09. Retrieved 2020-04-10.