ଭାଦ୍ଦେପଲ୍ଲୀ ଶ୍ରୀନିବାସ
ବାଦ୍ଦେପାଲ୍ଲି ଶ୍ରୀନିବାସ | |
---|---|
ଜନ୍ମ |
ୱାରାଙ୍ଗଲ, ଆନ୍ଧ୍ର ପ୍ରଦେଶ, ଭାରତ (ଏବେକାର ତେଲେଙ୍ଗାନା, ଭାରତ) | ୪ ଜୁଲାଇ ୧୯୬୦
ମୃତ୍ୟୁ | ୨୯ ଫେବୃଆରୀ ୨୦୨୪ ହାଇଦ୍ରାବାଦ, ତେଲେଙ୍ଗାନା, ଭାରତ | (ବୟସ ୬୩)
ବୃତ୍ତି |
|
ସକ୍ରିୟ ବର୍ଷ | ୧୯୯୪–୨୦୨୪ |
ବୈବାହିକ-ସାଥୀ | ଇନ୍ଦିରା |
Musical career | |
ଶୈଳୀ |
|
ବାଦ୍ୟଯନ୍ତ୍ର |
|
ଭାଦ୍ଦେପଲ୍ଲୀ ଶ୍ରୀନିବାସ (୪ ଜୁଲାଇ ୧୯୬୦ – ୨୯ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଗାୟକ ଥିଲେ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଓ ଲୋକଗୀତ ଗାନ କରୁଥିଲେ ।[୨] ସେ ଗବ୍ବର ସିଂହ (୨୦୧୨) କଥାଚିତ୍ରର "ଗନ୍ନୁଲାଣ୍ଟି କାନୁଲୁନ୍ନା ପିଲ୍ଲା" ଗୀତ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ - ତେଲୁଗୁ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ।[୩]
ପ୍ରାରମ୍ଭିକ ଜୀବନ ଓ ପେଷା
[ସମ୍ପାଦନା]ଭାଦ୍ଦେପଲ୍ଲୀ ଶ୍ରୀନିବାସ ୧୯୬୦ ମସିହାର ଜୁଲାଇ ୪ ତାରିଖରେ, ଭାରତର ଆନ୍ଧ୍ରପ୍ରଦେଶର ୱାରାଙ୍ଗଲ ଜିଲ୍ଲାରେ (ବର୍ତ୍ତମାନ ତେଲେଙ୍ଗାନାରେ) ଜନ୍ମଗ୍ରହଣ କରିଥିଲେ ।[୪] ପିଲାଦିନେ ତାଙ୍କ ପରିବାର ହାଇଦ୍ରାବାଦ ଚାଲି ଆସିଥିଲେ । ୩ ବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରଥମେ କ୍ରୀଡ଼ା ପ୍ରତି ଆଗ୍ରହୀ ଥିଲେ ଏବଂ କୃଷ୍ଣା ଜିଲ୍ଲାର ଏକ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।
ପରବର୍ତ୍ତୀ ସମୟରେ, ସେ ୧୯୯୪ ମସିହାରେ ମେଘନା ଅଡ଼ିଓ ଜରିଆରେ ଏକ ସ୍ୱାଧୀନ ଆଲବମ୍ କାଲିକି ଚିଲୁକାଲୁ ମୁକ୍ତିଲାଭ କରିଥିଲେ ଯାହା ଲୋକପ୍ରିୟ ହୋଇଥିଲା ।[୫][୬] ସେହି ବର୍ଷ, ସେ ନମସ୍ତେ ଆନ୍ନା ଚଳଚ୍ଚିତ୍ରରୁ ରାଜ-କୋଟିଙ୍କ ଦ୍ୱାରା ପ୍ରସ୍ତୁତ "ଗରମ ଗରମ ପ୍ୟାଇ ଗଜଜାଲା ସାନାରୀ" ଗୀତ ଜରିଆରେ ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ କଥାଚିତ୍ରରେ ଗୀତ ଗାଇବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଅନେକ ସ୍ୱାଧୀନ ଲୋକଗୀତ ଗାଇଛନ୍ତି ।
ମୃତ୍ୟୁ
[ସମ୍ପାଦନା]୨୯ ଫେବୃଆରୀ ୨୦୨୪ରେ ୬୪ ବର୍ଷ ବୟସରେ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା ।[୭]
ପୁରସ୍କାର ଓ ମନୋନୟକ
[ସମ୍ପାଦନା]ପୁରସ୍କାର | ବର୍ଷ | ବର୍ଗ | ଫଳାଫଳ | ଆଧାର |
---|---|---|---|---|
ଫିଲ୍ମଫେୟାର୍ ଆୱାର୍ଡ଼ ସାଉଥ୍ | ୨୦୧୩ | ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ - ତେଲୁଗୁ | ବିଜୟୀ | [୮] |
ଆଧାର
[ସମ୍ପାଦନା]- ↑ "Archived copy". Archived from the original on 16 April 2024. Retrieved 6 February 2025.
{{cite web}}
: CS1 maint: archived copy as title (link) - ↑ Velugu, V6 (2024-02-29). "Vaddepalli Srinivas: ప్రముఖ జానపద గాయకుడు వడ్డేపల్లి శ్రీనివాస్ కన్నుమూత". V6 Velugu (in ତେଲୁଗୁ). Archived from the original on 16 April 2024. Retrieved 2025-02-06.
{{cite web}}
: CS1 maint: numeric names: authors list (link) - ↑ "Filmfare Awards (2012) winners list". The Times of India. 2017-01-15. ISSN 0971-8257. Retrieved 2025-02-06.
- ↑ telugu, NT News (2024-03-01). "సినీ జానసద గాయకుడు వడ్డేపల్లి శ్రీనివాస్ కన్నుమూత". www.ntnews.com (in ତେଲୁଗୁ). Archived from the original on 1 March 2024. Retrieved 2025-02-06.
- ↑ ABN (2020-02-07). "-జానపద గాయకుడు- కత్తులతో బెదిరించారు.. నా స్టూడియోనూ తగలబెట్టారు". Andhrajyothy Telugu News (in ତେଲୁଗୁ). Archived from the original on 29 May 2023. Retrieved 2025-02-06.
- ↑ ABN (2024-03-01). "Vaddepalli Srinivas: జానపద గాయకుడు వడ్డేపల్లి శ్రీనివాస్ ఇకలేరు! | Folk Singer Vaddepalli Srinivas is no more avm". Chitrajyothy Telugu News (in ତେଲୁଗୁ). Retrieved 2025-02-06.
- ↑ Velugu, V6 (2024-03-01). "సింగర్ వడ్డేపల్లి శ్రీనివాస్ కన్నుమూత". V6 Velugu (in ତେଲୁଗୁ). Archived from the original on 16 April 2024. Retrieved 2025-02-06.
{{cite web}}
: CS1 maint: numeric names: authors list (link) - ↑ N, Ramesh (2024-02-29). "'గబ్బర్ సింగ్' గాయకుడు వడ్డేపల్లి శ్రీనివాస్ కన్నుమూత". www.dishadaily.com (in ତେଲୁଗୁ). Retrieved 2025-02-06.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭାଦ୍ଦେପଲ୍ଲୀ ଶ୍ରୀନିବାସ