Jump to content

ଭାଗବତ ପ୍ରଧାନ

ଉଇକିପିଡ଼ିଆ‌ରୁ

ଭାଗବତ ପ୍ରଧାନ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଏବଂ "ଶବ୍ଦ ନୃତ୍ୟ" ର ସଂରକ୍ଷଣ ଏବଂ ପ୍ରଚାର-ପ୍ରସାର ଦିଗରେ ଏକ ନିଷ୍ଠାବାନ କଳାକାର । ଏହାସହ ସେ ଏହି ପାରମ୍ପରିକ ଓ ପୌରାଣିକ ଓଡ଼ିଆ ନୃତ୍ୟର ଏକ ଗୁରୁ ।[]

ଭାଗବତ ପ୍ରଧାନ ବରଗଡ଼ ଜିଲ୍ଲାର କୁମ୍ଭାରୀ ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ୧୯୬୦ ମସିହାରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ସେ ଆରମ୍ଭରେ ଶିକ୍ଷା ବିଭାଗରେ ଜଡ଼ିତ ଥିଲେ ହେଁ ତାଙ୍କ ମୂଖ୍ୟ ଲକ୍ଷ୍ୟ ଶବ୍ଦ ନୃତ୍ୟ କଳାର ସଂରକ୍ଷଣ ଏବଂ ପ୍ରସାର କରିବା ଥିଲା । ଦୀଘ ପାଞ୍ଚ ଦଶନ୍ଧି ଧରି ଏହି ନୃତ୍ୟ କଳାକୁ ଲୋକପ୍ରିୟ କରିବାରେ ବିଶେଷ ଭୂମିକା ତୁଲାଇଛନ୍ତି । ସେ ନିଜସ୍ବ ଉଦ୍ୟମରେ ୬୦୦ରୁ ଉର୍ଦ୍ଧ୍ବ କଳାକାରଙ୍କୁ ଏହି ନୃତ୍ୟ ତାଲିମ ଦେଇଛନ୍ତି । ଆର୍ଥିକ ସଂକଟ ଦେଇ ଜୀବନ ଅତିବାହିତ ହୋଇଥିଲେ ମଧ୍ୟ କଳାର ପ୍ରଚାର ପ୍ରସାର ପାଇଁ କେବେ ଅବହେଳା କରି ନଥିଲେ ।[]

ଶବ୍ଦ ନୃତ୍ୟ କଳାର ସଂରକ୍ଷଣ ଏବଂ ପ୍ରସାର ପାଇଁ ୨୦୨୪ ମସିହାରେ ଭଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । [][]

  1. Sahu, Diana (2024-01-26). "Padma honour for four unsung Odias". The New Indian Express (in ଇଂରାଜୀ). Retrieved 2025-03-29.
  2. ୨.୦ ୨.୧ Digital, Sambad (2024-01-25). "ପାରଂପରିକ ଓଡ଼ିଆ କଳାକାର ଭାଗବତ ପ୍ରଧାନ, ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର". Sambad. Retrieved 2025-04-06.
  3. Service, Express News (2024-05-10). "President confers Padma awards on Bhagabat Pradhan and Binod Kumar Maharana". The New Indian Express (in ଇଂରାଜୀ). Retrieved 2025-04-06.